କରୋନା ଡର: କେରଳଫେରନ୍ତା ଶ୍ରମିକଙ୍କୁ ଦେଖି ଛାନିଆ

ଜୟପୁର,୧୩।୩ (ଡି.ଏନ୍‌.ଏ.) – କୋରାପୁଟ ଜିଲାର ଅନେକ ଲୋକ କେରଳରେ ଶ୍ରମିକ ଭାବେ କାମ କରୁଛନ୍ତି। ଏହି ଶ୍ରମିକମାନେ ବର୍ତ୍ତମାନ ନିଜ ଗ୍ରାମକୁ ଫେରୁଥିବା ବେଳେ ସେମାନେ କାଳେ କରୋନାରେ ଆକ୍ରାନ୍ତ ଥିବା, ସେଥିପାଇଁ ଆତଙ୍କିତ ହୋଇପଡ଼ିଛନ୍ତି ଗ୍ରାମବାସୀ। କରୋନାର ଶୀକାର ହୋଇ କେରଳରେ କେତେଜଣଙ୍କ ମୃତ୍ୟୁ ହେବା ଖବର ଜାଣିବା ପରେ ଭୟ ବେଶୀ ବଢ଼ିଛି। ଗତ ବୁଧବାର ବୈପାରୀଗୁଡ଼ା ବ୍ଲକ ଦଶମନ୍ତପୁର ଗ୍ରାମର ଜଣେ ଯୁବକଙ୍କୁ ଥଣ୍ଡା, କାଶ ଜ୍ୱର ହୋଇଥିବା ବେଳେ ଗ୍ରାମବାସୀ କରୋନା ଆଶଙ୍କା କରିଥିଲେ। ଯୁବକ ଜଣଙ୍କୁ ପ୍ରଥମେ ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲେନ୍ସ ଯୋଗେ ନିଆଯାଇଥିଲା। ସେଠାରୁ ଜୟପୁର ଜିଲା ଚିକିସତ୍ାଳୟ ଓ କୋରାପୁଟ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ସେ କରୋନାରେ ଆକ୍ରାନ୍ତ ନ ଥିବା ପ୍ରାଥମିକ ଯାଞ୍ଚ ବେଳେ ଜଣାପଡ଼ିଛି। କେରଳ ଫେରନ୍ତା ଶ୍ରମିକଙ୍କୁ ଗ୍ରାମବାସୀ ସନ୍ଦେହ ଚକ୍ଷୁରେ ଦେଖିବା ସହ ସେମାନଙ୍କୁ ଗ୍ରାମରେ ରଖିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ା ଜୟପୁର ବ୍ଲକ ବାଲିଆ ପଞ୍ଚାୟତ ବାମୁଣିପୁଟ ଗ୍ରାମର ଜଣେ ଏବଂ ନୂଆପୁଟର ୨ଜଣ ଗ୍ରାମବାସୀ କେରଳରୁ ଫେରିଛନ୍ତି ା ଗ୍ରାମବାସୀ ସେମାନଙ୍କ ଗ୍ରାମରେ ରହିବା ନେଇ ଆପତ୍ତି କରିବା ଯୋଗୁ ସେମାନେ ଆଶଙ୍କାରେ ରହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକ ପୁଅ ଧକ୍କାରେ ଚାଳିଗଲା ବାପାଙ୍କ ଜୀବନ

କୁନ୍ଦୁରା,୨୨।୪: କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଗୁଣ୍ଡାଳ ପଞ୍ଚାୟତ ଅଧୀନ ତଲିଆଗୁଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବୁଧବାର ରାତିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁବାର...

ଜିଲାଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

ଜୟପୁର,୨୬।୧୧(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ଉପଖଣ୍ଡ ୫ ବ୍ଲକର ଶତାଧିକ ଚାଷୀ ମଙ୍ଗଳବାର ଜିଲାଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଟୋକନ ଏବଂ ଜଳସେଚିତ, ଅଣ...

କରୋନାର ଭୟଙ୍କର ରୂପ: ଗାଇଡ୍‌ଲାଇନ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଜିଲାପାଳଙ୍କ ନିର୍ଦ୍ଦେଶ

କୋରାପୁଟ,୨।୫(ସ୍ବ.ପ୍ର): କରୋନାର ଦ୍ୱିତୀୟ ଲହର ଦେଶସାରା ତାହାର ଭୟଙ୍କର ରୂପ ଦେଖାଉଥିବା ବେଳେ ରାଜ୍ୟରେ ମଧ୍ୟ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଛି।...

ପୂଜାରିଗୁଡ଼ା ପଞ୍ଚାୟତ ସମିତି ଆସନରେ ଦ୍ୱିମୁଖୀ ଲଢ଼େଇ

ବୈପାରିଗୁଡା,୭ା୨ (ଡି.ଏନ୍‌.ଏ.): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୈପାରିଗୁଡା ବ୍ଲକ ପୂଜାରିଗୁଡା ପଞ୍ଚାୟତ ସମିତି ସଭ୍ୟ ଆସନରେ ଦ୍ୱିମୁଖୀ ଲଢ଼େଇ ହେବା ନେଇ ଆକଳନ କରାଯାଉଛି।...

କୁନ୍ଦୁଲି ଗଣବଳାତ୍କାର ଓ ଆତ୍ମହତ୍ୟା ମାମଲା:ଏସ୍‌ଆଇଟିର ତଦନ୍ତ ଆରମ୍ଭ; ନ୍ୟାୟ ନ ମିଳିଲେ ଝିଅ ଭଳି ମରିଯିବି: ପୀଡ଼ିତାଙ୍କ ମା’

କୋରାପୁଟ,୩।୧୨(ସ୍ବ.ପ୍ର.): କୁନ୍ଦୁଲି ଗଣବଳାତ୍କାର ଓ ପୀଡ଼ିତାଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌)ର ୩ ଜଣିଆ ଦଳ...

ଡିଜିପିଙ୍କ ନିକଟରେ ୨ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

କୋରାପୁଟ,୩।୧୦(ସ୍ବ.ପ୍ର.): ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର କୋରାପୁଟ ଗସ୍ତରେ ଯାଇଥିବା ବେଳେ ୨ ଜଣ ମହିଳା ମାଓବାଦୀ ତାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଦୁଇ...

ଲାଇକ୍‌, ଭିଉଜ୍‌ ଜିଣୁଛି ଜୟପୁର ବିଧାୟକଙ୍କ ଗୀତ

ଜୟପୁର,୨୭ା୧୦(ନି.ପ୍ର.): ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୂର୍ବରୁ ବାହିନୀପତି ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମ ମଞ୍ଚରେ...

ଜମି ବିବାଦରୁ ସଂଘର୍ଷ: ୨ମୃତ, ୮ ଗୁରୁତର

ଦଶମନ୍ତପୁର, ୧୦ା୭: ଜମିଜମା ବିବାଦକୁ କେନ୍ଦ୍ରକରି ହାତୀମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ୮ ଜଣ ଗୁରୁତର ଆହତ ହୋଇଛନ୍ତି।...

Advertisement
Archives

Model This Week