କରୋନା ଛୁଟିକୁ ନେଇ ଚିନ୍ତାରେ ଶିକ୍ଷା ବିଭାଗ: ଦଶମ ପିଲାଙ୍କୁ ମିଳିପାରେ ଅନ୍‌ଲାଇନ ଶିକ୍ଷା

ଭୁବନେଶ୍ୱର,୬ା୪(ବ୍ୟୁରୋ): ବିଶ୍ୱବ୍ୟାପୀ ମହାମାରୀର ରୂପ ନେଇଥିବା କରୋନା ବର୍ତ୍ତମାନ ସବୁକିଛି ଓଲଟପାଲଟ କରିଦେଇଛି। ସାଧାରଣ ଅବସ୍ଥା ଦେଇ କିଛି ଗତି କରୁନାହିଁ। ଏହାକୁ ରୋକିବା ଲାଗି ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦେଶକୁ ଲକ୍‌ ଡାଉନ ଘୋଷଣା କରିଦିଆଯାଇଛି। ଆଗକୁ ଏହି ଭାଇରସ ଯୋଗୁ ଦେଶକୁ ଆହୁରି ଅଧିକ ସମୟ ଲକ୍‌ଡାଉନ ରଖାଯିବ ନା କେନ୍ଦ୍ର ସରକାର ଦେଇଥିବା ସମୟ ସୁଦ୍ଧା ସବୁକିଛି ବାସ୍ତବ ସ୍ଥିତିକୁ ଫେରିବ ତାହା ମଧ୍ୟ କହିବା ଅସମ୍ଭବ ହୋଇପଡ଼ିଛି। ଏହା ମଧ୍ୟରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ସମସ୍ତ ଅଭିଭାବକ ଚିନ୍ତାରେ ପଡ଼ିଯାଇଛନ୍ତି। ନୂଆକରି ଦଶମ ଶ୍ରେଣୀରେ ପାଦ ଦେବାକୁ ଥିବା ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତକୁ ନେଇ ଅଭିଭାବକମାନେ ଅଧିକ ଚିନ୍ତାରେ ଅଛନ୍ତି। ଏ ପର୍ଯ୍ୟନ୍ତ ୯ମ ଶ୍ରେଣୀ ପିଲାଙ୍କ ଗୋଟିଏ ପରୀକ୍ଷା ଶେଷ ହୋଇପାରିନାହିଁ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କ ପାଇଁ ଅଲ୍‌ ପାସ୍‌ ଲାଗୁ ହେବ ବୋଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିଲେ ମଧ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା ଘୋଷଣା କରିସାରିଛନ୍ତି। ହେଲେ ୯ମ ଶ୍ରେଣୀ ପିଲାଙ୍କ କ୍ଷେତ୍ରରେ ଅଲ୍‌ ପାସ୍‌ ବ୍ୟବସ୍ଥା ଲାଗୁ ହେବନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। କିନ୍ତୁ ଏବେଠାରୁ ୯ମ ଶ୍ରେଣୀ ପିଲାଙ୍କୁ କିପରି ଅନ୍‌ ଲାଇନରେ ପାଠ ପଢ଼ାଯାଇପାରିବ ସେନେଇ ବିଭାଗ ଚିନ୍ତା କରିବା ଆରମ୍ଭ କରିଛି। ଏନେଇ ଗଣଶିକ୍ଷା ମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିବା ବେଳେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
ଓଡ଼ିଆ ମିଡିୟମରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିବା ପିଲାମାନଙ୍କ ଖାତା ମୂଲ୍ୟାୟନ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଗୋଟିଏ ଦିନ ଖାତା ଦେଖା ହେବା ପରେ ଏହାକୁ ସ୍ଥଗିତ ରଖାଯାଇଛି। ଏଥର ଖାତା ଦେଖା ୨୦ଦିନ ହେବ ବୋଲି ଘୋଷଣା କରାଯାଇଥିଲା। ତେଣୁ ପରିସ୍ଥିତି ସ୍ବାଭାବିକ ହେବା ପରେ ଦଶମ ଖାତା ମୂଲ୍ୟାୟନ ଆରମ୍ଭ ହେବ। ସେହି ଅନୁଯାୟୀ ୯ମ ଶ୍ରେଣୀ ପିଲାଙ୍କ ଗୋଟିଏ ପରୀକ୍ଷା ହେବା ସହିତ ସେମାନଙ୍କ ଖାତା ମୂଲ୍ୟାୟନ ହୋଇ ପାସ୍‌ ଏବଂ ଫେଲ୍‌ ତାଲିକା ପ୍ରକାଶ ପାଇବ। ହେଲେ ପରିସ୍ଥିତିକୁ ଦେଖି ଏବେଠାରୁ ମନ୍ତ୍ରୀ ଦାଶ ଦଶମକୁ ଆସିବାକୁ ଥିବା ପିଲାମାନଙ୍କୁ ଏବେଠାରୁ ଅନ୍‌ଲାଇନରେ ପାଠ ପଢ଼ାଇବା ଦିଗରେ ଚିନ୍ତା ଆରମ୍ଭ କରିଛନ୍ତି। ଏନେଇ ସେ ଗଣଶିକ୍ଷା ସଚିବଙ୍କ ପରାମର୍ଶ ଲୋଡିଥିବା ବେଳେ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ। ଯଥାଶୀଘ୍ର ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ସିବିଏସ୍‌ଇରେ ପଢୁଥିବା ଦଶମ ଶ୍ରେଣୀ ପିଲାମାନଙ୍କୁ ଏବେଠାରୁ ଅନ୍‌ଲାଇନରେ ପାଠ ପଢ଼ାଯାଉଥିବା ଜଣାପଡିଛି। ଏନେଇ ପୁରୀ ଡିଏଭି ସ୍କୁଲ ଅଧ୍ୟକ୍ଷ ସଙ୍ଗୀତା ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ତାଙ୍କ ସ୍କୁଲରେ ଯେଉଁ ପିଲାମାନଙ୍କ ପାଠପଢ଼ାରେ କିଛି ଦ୍ୱନ୍ଦ୍ୱ ରହୁଛି ସେମାନେ ଶିକ୍ଷକମାନଙ୍କ ସହ ଯୋଗାଯୋଗ କରି ସମସ୍ୟା ଦୂର କରୁଛନ୍ତି। ସ୍କୁଲର ଶିକ୍ଷକମାନଙ୍କୁ ମଧ୍ୟ କୁହାଯାଇଛି, କେଉଁମାନେ କେତେବେଳେ ପାଠ ପଢ଼ାଇବେ। ଏନେଇ ଶିକ୍ଷକମାନଙ୍କୁ ନେଇ ଏକ ସ୍ଲଟ୍‌ ତିଆରି ହୋଇଥିବା ସେ କହିଛନ୍ତି। ସେହିପରି ଅନ୍ୟ କେତେକ ସିବିଏସ୍‌ଇ ସ୍କୁଲ ସହ ଯୋଗାଯୋଗ କରିବା ପରେ ମଧ୍ୟ ସେମାନଙ୍କର ଅନ୍‌ଲାଇନରେ ପାଠପଢ଼ା ଚାଲିଥିବା ଜଣାପଡ଼ିଛି। କିନ୍ତୁ ଓଡ଼ିଆ ମିଡ଼ିୟମରେ ଏହା ସମ୍ଭବ ନୁହେଁ ବୋଲି ଅନେକେ ମତ ରଖୁଛନ୍ତି। ସରକାର ପୂର୍ବରୁ ସେତିକି ସୁବିଧା କରିନାହାନ୍ତି, ଯାହାଦ୍ୱାରା ବର୍ତ୍ତମାନ ହଠାତ୍‌ ଅନ୍‌ଲାଇନ ଜରିଆରେ ପିଲାଙ୍କୁ ପାଠ ପଢ଼ାଯାଇପାରିବ ବୋଲି କେତେଜଣ ଶିକ୍ଷକ ମତ ରଖିଛନ୍ତି। ଭାର୍ଗବୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମାନସ ମିଶ୍ର କହିଛନ୍ତି ଯେ, ଅନ୍‌ଲାଇନ ବ୍ୟବସ୍ଥା ଥିଲେ ବହୁତ ଭଲ ହୋଇଥାଆନ୍ତା। ଏମିତି ମଧ୍ୟ ଦଶମକୁ ଆସିବାକୁ ଥିବା ପିଲାଙ୍କ ପାଠପଢ଼ାରେ ବ୍ୟାପକ ସମସ୍ୟା ହେବ। ସ୍କୁଲ ଖୋଲିବା ମାତ୍ରେ ଖାତା ଦେଖା ଆରମ୍ଭ ହେବ। ତେଣୁ ଦଶମ ଶ୍ରେଣୀରେ ପଢ଼ାଉଥିବା କୌଣସି ଶିକ୍ଷକ ସ୍କୁଲରେ ରହିବେ ନାହିଁ। ତେଣୁ ଅନ୍‌ଲାଇନ ବ୍ୟବସ୍ଥା କରାଯାଇ ପାରିଲେ ବହୁତ ଭଲ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri