କରୋନା ଓ ମାତୃତ୍ୱ

”ହର୍ମୋନରେ ପରିବର୍ତ୍ତନ କାରଣରୁ ଗର୍ଭଧାରଣ ସମୟରେ ମହିଳାମାନଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ ଏବଂ
ଏହାର ପ୍ରଭାବରେ ଚାପ, ଉନ୍ମାଦନା, ଅବସାଦ, ରାଗ, ମନ ବଦଳିବା ଭଳି ସମସ୍ୟା ଦେଖାଦିଏ ଏବଂ ଏହି ପର୍ଯ୍ୟାୟରେ ସ୍ବାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଇଭିଏଫ୍‌ ଚିକିତ୍ସା ଗ୍ରହଣ କରୁଥିବା କିମ୍ବା ଗର୍ଭବତୀ ମହିଳାଙ୍କୁ ସକାରାତ୍ମକ ରହିବାକୁ ହେବ ଏବଂ ମାନସିକକଲ୍ୟାଣ ପାଇଁ ଏକ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା ରହିିଛି।’

କୋଭିଡ୍‌-୧୯ ବିଶ୍ୱ ମହାମାରୀ ପରିପ୍ରେକ୍ଷୀରେ ସାରା ଦେଶ ଲକ୍‌ଡାଉନ୍‌ରେ ଅଛି ଏବଂ ଯେଉଁ ହାରରେ ମାମଲା ସଂଖ୍ୟା ବର୍ତ୍ତମାନ ବଢ଼ୁଛି ଏହି ସ୍ଥିତି ଲାଗିରହିବ ବୋଲି ଅନୁମାନ କରାଯାଉଛି। ପ୍ରାୟ ପେସାଦାରଙ୍କୁ ଘରେ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ କର୍ମକ୍ଷେତ୍ରରୁ ଦୂରେଇ ରହିବା ଦ୍ୱାରା ମାନସିକ ଅବସାଦ ଦେଖାଦେବାର ଆଶଙ୍କା ରହିଛି। ଏହା ସେହି ଦମ୍ପତିଙ୍କ ପାଇଁ ସମାନ କିମ୍ବା ଆହୁରି ଜଟିଳ, ଯେଉଁମାନେ ମାତାପିତା ହେବାକୁ ଚାହୁଁଛନ୍ତି କିନ୍ତୁ ଆଇଭିଏଫ୍‌ ଚିକିତ୍ସା ହାସଲ କରିପାରୁ ନାହାନ୍ତି।
କରୋନା ଭାଇରସ୍‌ (ଏନ୍‌ କୋଭିଡ୍‌-୧୯) ଲିଙ୍ଗଠାରୁ ବୟସ ପର୍ଯ୍ୟନ୍ତ ସବୁ ବର୍ଗଙ୍କୁ ସମାନ ଭାବେ ସଂକ୍ରମିତ କରିବାର କ୍ଷମତା ରହିଥିଲେ ମଧ୍ୟ ଅନେକଙ୍କ ଏହି ଧାରଣା ରହିଛି ଯେ ଗର୍ଭଧାରଣ କରିବାକୁ ଚାହୁଁଥିବା (ପ୍ରାକୃତିକ କିମ୍ବା ଏଆରଟି ଜରିଆରେ) ସଂକ୍ରମଣର ବିପଦ ଅଧିକ ରହିଛି କାରଣ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସପାଏ। ଏହାକୁ ନଜରରେ ରଖି, ଯେର୍ଁଉ ଦମ୍ପତିମାନେ ଆଇଭିଏଫ୍‌ ଚିକିତ୍ସା କରାଇବାକୁ ଯୋଜନା ରଖିଥିଲେ ସେମାନେ ନିଜର ଡାକ୍ତରୀ ପରାମର୍ଶକୁ ସ୍ଥଗିତ ରଖିଥିବାବେଳେ ଅନ୍ୟମାନେ ଏହି ବିଶ୍ୱ ମହାମାରୀ ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଉଚିତ ମଣୁଛନ୍ତି। ଆଇଭିଏଫ୍‌ ଚିକିତ୍ସା ହାସଲ କରିବାକୁ ଚାହୁଁଥିବା ମହିଳାମାନେ ଏହି ପ୍ରକ୍ରିୟା ନେବାବେଳେ ସ୍ବତନ୍ତ୍ର ଧ୍ୟାନ ଓ ଯତ୍ନର ଆବଶ୍ୟକତା ରହିବା ସହ ନିୟମିତଭାବେ କ୍ଲିନିକ ଆସି ଡାକ୍ତରଙ୍କ ସହ ପରାମର୍ଶ ନେବା ଉଚିତ୍‌, ନଚେତ୍‌ ମାତୃତ୍ୱଲାଭ କରିବାକୁ ଥିବା ମହିଳାଙ୍କଠାରେ କୋଭିଡ୍‌-୧୯ ସଂକ୍ରମଣ ହେବାର ଆଶଙ୍କା ବଢ଼ିଯାଏ।
ବିଳମ୍ବିତ ଗର୍ଭଧାରଣ ବଦଳରେ ବିଳମ୍ବ ଭଲ: ଯଦିଓ ଏହା ଦୁଃଖଦ, ହୃଦୟ ବିଦାରକ ଏବଂ ମାନସିକ ସ୍ତରରେ ଯନ୍ତ୍ରଣା ସୃଷ୍ଟିକାରୀ ସ୍ଥିତି ଏବଂ ଅନେକ ସେମାନଙ୍କ ସନ୍ତାନ ପ୍ରସବ ସମୟ (ମନୋପଜ) ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଗଲେଣି, କିନ୍ତୁ ମାତୃତ୍ୱକୁ ଉପଭୋଗ କରିବାଲାଗି ଅପେକ୍ଷା କରିଛନ୍ତି ଏବଂ ଚାହିଁ ବସିଛନ୍ତିି, ସେମାନେ ମା’ ହେବାର ସ୍ବପ୍ନ ପୂରଣ କରିବା ଲାଗି ଶେଷ ପ୍ରୟାସ ଜାରି ରଖିଛନ୍ତି। ଅନେକ ମହିଳା ଏମ୍ବ୍ରିଓ ପ୍ରତିରୋପଣ କିମ୍ବା ଓସାଇଟୋରିଟ୍ରିଭିଲାନ୍ସ ସ୍ତରକୁ ଅପେକ୍ଷା କରିଛନ୍ତି, ଯାହାର ସମୟସୀମା ଏହି ସଂକ୍ରମଣ କାରଣରୁ ବଢ଼ିଚାଲିଛି। କୃତ୍ରିମ ଉପାୟରେ ଗର୍ଭଧାରଣ କରିବା ଲାଗି ସେମାନେ ଦୀର୍ଘସମୟ ଅପେକ୍ଷା କଲେଣି ଏବଂ ବର୍ତ୍ତମାନ କୋଭିଡ୍‌-୧୯ ସେମାନଙ୍କ ସ୍ବପ୍ନକୁ ବରଫ ଭିତରକୁ ଠେଲି ଦେଇଛି।
ହର୍ମୋନରେ ପରିବର୍ତ୍ତନ କାରଣରୁ ଗର୍ଭଧାରଣ ସମୟରେ ମହିଳାମାନଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ ଏବଂ ଏହାର ପ୍ରଭାବରେ ଚାପ, ଉନ୍ମାଦନା, ଅବସାଦ, ରାଗ, ମନ ବଦଳିବା ଭଳି ସମସ୍ୟା ଦେଖାଦିଏ ଏବଂ ଏହି ପର୍ଯ୍ୟାୟରେ ସ୍ବାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଇଭିଏଫ୍‌ ଚିକିତ୍ସା ଗ୍ରହଣ କରୁଥିବା କିମ୍ବା ଗର୍ଭବତୀ ମହିଳାଙ୍କୁ ସକାରାତ୍ମକ ରହିବାକୁ ହେବ ଏବଂ ମାନସିକ କଲ୍ୟାଣ ପାଇଁ ଏକ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା ରହିଛି।
ଯଦିଓ ବର୍ତ୍ତମାନ ସୁଦ୍ଧା ମାତାପିତାଙ୍କଠାରୁ ସନ୍ତାନ ପର୍ଯ୍ୟନ୍ତ ସଂକ୍ରମଣ ହେଉଥିବାର କୌଣସି ପ୍ରମାଣ ମିଳିନାହିଁ କିନ୍ତୁ ଗର୍ଭବତୀ ମହିଳାମାନେ ଏହି ରୋଗକୁ ସନ୍ତାନକୁ ଦେଇପାରିବେ ବୋଲି ଆଶଙ୍କା କରାଯାଇପାରେ। ସନ୍ତାନକୁ ଜନ୍ମ ଦେବା ପରେ ତାହାର ନିକଟତର ରହିବା କାରଣରୁ ଅନ୍ୟ ମାମଲା ଭଳି ଏହା ସ୍ଥାନାନ୍ତରିତ ହୋଇପାରେ, କିନ୍ତୁ ଆଜି ପର୍ଯ୍ୟନ୍ତ ମାତାପିତାଙ୍କ ଜରିଆରେ ଏହା ସଂକ୍ରମିତ ହେବାର କୌଣସି ପ୍ରମାଣିତ ତଥ୍ୟ ନାହିଁ।
ମାନବ ଜାତି ପାଇଁ ଏହି ନୋଭେଲ କରୋନା ଭାଇରସ୍‌ ନୂଆ ହୋଇଥିବାବେଳେ ଏହାର ସାମଗ୍ରିକ ସ୍ବାସ୍ଥ୍ୟ, ଗର୍ଭଧାରଣ ଏବଂ ବିକଶିତ ହେଉଥିବା ଭ୍ରୂଣ ଉପରେ ପ୍ରଭାବକୁ ବର୍ତ୍ତମାନ ସୁଦ୍ଧା ଆକଳନ କରାଯାଇନାହିଁ। କିନ୍ତୁ ଗର୍ଭପାତ ହେବା, ଆଗୁଆ ଶିଶୁ ଜନ୍ମ ହେବା କିମ୍ବା ଜନ୍ମଜାତ ସମସ୍ୟା ସହ ଶିଶୁ ଜନ୍ମ ହେବାର ମଧ୍ୟ କୌଣସି ପ୍ରମାଣ ନାହିଁ। ଚାଲୁ ରହିଥିବା ଫର୍ଟିଲିଟି ଚିକିତ୍ସା ଉପରେ କଟକଣା ଲଗାଇବା ସମ୍ପର୍କିତ କୌଣସି ଦିଶାନିର୍ଦ୍ଦେଶ ବର୍ତ୍ତମାନ ସୁଦ୍ଧା ଜାରି ହୋଇନାହିଁ, କିନ୍ତୁ ଏହା ବର୍ତ୍ତମାନ ଏକ ଇଚ୍ଛାଧୀନ ବିକଳ୍ପ। ମାତ୍ର ବାରମ୍ବାର କ୍ଲିନିକ ପରିଦର୍ଶନ ଏବଂ ସ୍ବତନ୍ତ୍ର ଯତ୍ନ ଦରକାର ହେଉଥିବାରୁ ସଂକ୍ରମଣଠାରୁ ମାତା ଏବଂ ଭ୍ରୂଣକୁ ଦୂରେଇ ରଖିବା ଜରୁରୀ। କୋଭିଡ୍‌-୧୯ ବିଶ୍ୱ ମହାମାରୀର ବର୍ତ୍ତମାନ ସ୍ଥିତି ସମସ୍ତଙ୍କ ପାଇଁ ସବୁକିଛି ବଦଳାଇ ଦେଇଥିବା ବେଳେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞମାନେ ଗର୍ଭାବସ୍ଥା ସମୟରେ ବାହ୍ୟ ଦୁନିଆକୁ ନ ବାହାରି ଅନ୍‌ଲାଇନ ଭିଡିଓ ପରାମର୍ଶ ଜରିଆରେ ଆଣ୍ଟେନାଟାଲ ଯତ୍ନ ନେଉଛନ୍ତି ଏବଂ ସେହି ସମୟରେ ସନ୍ତାନ ପ୍ରସବ ହେବା ପର୍ଯ୍ୟନ୍ତ ସୁରକ୍ଷା ଓ ପ୍ରତିଷେଧମୂଳକ ପଦକ୍ଷେପଗୁଡ଼ିକୁ ଗ୍ରହଣ କରିବା ଜରୁରୀ।
ଯଦିଓ ପ୍ରି-ନାଟାଲ୍‌ ଓ ଆଣ୍ଟେନାଟାଲ କେୟାର ବିକଳ୍ପ ଚୟନ କରାଯାଇଛି, କିନ୍ତୁ ବର୍ଦ୍ଧିତ ବିପଦ ମଧ୍ୟ ରହିଛି। ତେଣୁ ଗର୍ଭାବସ୍ଥା ଯୋଜନା କରିବା ବେଳେ ତାହା ଯେଭଳି ଜଣକ ଏବଂ ସମସ୍ତଙ୍କ ପାଇଁ ଲାଭଦାୟକ ହୋଇପାରିବ ତାହାକୁ ବିଚାରକୁ ନେବାଲାଗି ଦମ୍ପତିମାନଙ୍କୁ ପରାମର୍ଶ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?