Posted inଖେଳ

କରୋନାଭାଇରସ୍‌ ଆତଙ୍କ: ଚାଇନିଜ୍‌ ଗ୍ରାଁ ପ୍ରି ଘୁଞ୍ଚିଲା

ପ୍ୟାରିସ୍‌,୧୩।୨(ଏଏଫ୍‌ପି)- କରୋନାଭାଇରସ୍‌ର ଆତଙ୍କ ଏବେ କ୍ରୀଡ଼ାକୁ ମଧ୍ୟ ପ୍ରଭାବିତ କରିଛି। ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ଚାଇନିଜ ଗ୍ରାଁ ପ୍ରିକୁ ଏଥିପାଇଁ ଘୁଞ୍ଚାଇ ଦିଆଯାଇଛି। କରୋନାଭାଇରସ କ୍ରମାଗତ ଭାବେ ବ୍ୟାପିବାରେ ଲାଗିଥିବାରୁ ଏହି ଫର୍ମୁଲା-୧ ରେସକୁ ଘୁଞ୍ଚାଇ ଦିଆଯାଇଛି ବୋଲି ମୋଟୋସ୍ପୋଟ୍ସର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଏଫ୍‌ଆଇଏ ଘୋଷଣା କରିଛି। ଏହି ରେସ୍‌କୁ ଘୁଞ୍ଚାଇବା ପାଇଁ ସାଙ୍ଘାଇ ରେସ୍‌ର ପ୍ରମୋଟରମାନେ ଅନୁରୋଧ କରିଥବା ଏଫ୍‌ଆଇଏ କହିଛି। ନୂଆ ସେସନରେ ସାଙ୍ଘାଇ ରେସ୍‌ ଚତୁର୍ଥ ଇଭେଣ୍ଟର ମାନ୍ୟତା ପାଇଛି। ଏହା ବିଶ୍ୱର ଅନ୍ୟତମ ହାଇପ୍ରୋଫାଇଲ ସ୍ପୋଟର୍‌ସ ଇଭେଣ୍ଟ ବିବେଚିତ ହେଉଛି। ଏହି ଭାଇରସ୍‌ କାରଣରୁ ଚାଇନାରେ ୧,୧୦୦ ଲୋକ ପ୍ରାଣ ହରାଇଲେଣି। ଉଲ୍ଲେଖଥାଉ କି, ସାଙ୍ଘାଇ ରେସ୍‌ ସହିତ ଏଫ୍‌ଆଇଏ ଚଳିତ ସେସନରେ ୨୨ଟି ଗ୍ରାଁ ପ୍ରି ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭେଟେରାନ ଖେଳାଳିଙ୍କୁ କିଣିବା ପରମ୍ପରା ବଜାୟ ରଖିଲା ସିଏସ୍‌କେ

ଚେନ୍ନାଇ,୨୦।୧୨- ଆଇପିଏଲ୍‌ ଇତିହାସର ଅନ୍ୟତମ ସଫଳ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତା’ର ଭେଟେରାନ ଖେଳାଳିଙ୍କ ଉପରେ ପୁଞ୍ଜିଲଗାଣ ପରମ୍ପରା ବଜାୟ ରଖିଛି। ଦୁଇ...

ଲଢୁଆ ବ୍ୟାଟିଂ ସତ୍ତ୍ୱେ ୨୦ ରନରେ ହାରିଲା ନ୍ୟୁଜିଲାଣ୍ଡ…

ମେଲବୋର୍ନ,୧।୧୧: ଟି-୨୦ ବିଶ୍ୱକପର ୩୩ତମ ମ୍ୟାଚରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଲଢୁଆ ବ୍ୟାଟିଂ ସତ୍ତ୍ୱେ ନ୍ୟୁଜିଲାଣ୍ଡ ହାରିଛି। ଧାର୍ଯ୍ୟ ୧୮୦ ରନ୍‌ର...

ଆଇପିଏଲ୍‌ ପ୍ରଦର୍ଶନ ଯୋଗୁ ଚାପ ହଟିଛି: ଶାମି

ସିଡ୍‌ନୀ, ୨୨ା୧୧ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଭଲ ପ୍ରଦର୍ଶନ କରିଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସେ ଚାପରେ ନ ଥିବା...

ଓଡ଼ିଶା ବିପକ୍ଷରେ ବରୋଦା ୨୯୦/୪

ଭୁବନେଶ୍ୱର, ୨୩ା୧(ସ୍ପୋଟର୍‌ସ ବ୍ୟୁରୋ): କଟକସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା ବିପକ୍ଷ କୁଚ ବିହାର ଟ୍ରଫି କ୍ରିକେଟ ମ୍ୟାଚର ପ୍ରଥମ ଦିବସରେ ବରୋଦା ୪ ଉଇକେଟ...

ବ୍ରୋଞ୍ଚ ଜିତିଲେ ବଜରଙ୍ଗ

ଚିବା,୭।୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ରେସଲର ବଜରଙ୍ଗ ପୁନିଆ ଶନିବାର ବ୍ରୋଞ୍ଚ ପଦକ ଜିତିଛନ୍ତି। ସେ କାଜାଖସ୍ତାନର ଖେଳାଳି ଡୁଲେଟ୍‌ ନିୟାଜବେକୋଭଙ୍କୁ ୮-୦ରେ ପରାସ୍ତ କରିଛନ୍ତି।...

ଡବ୍ଲ୍ୟୁଟିସିରେ ଭାରତକୁ ପଛରେ ପକାଇଲା ଶ୍ରୀଲଙ୍କା

ଗାଲେ,୨୫।୧୧: ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ୧୮୭ ରନ୍‌ରେ ଜିତି ନେଇଛି ଶ୍ରୀଲଙ୍କା। ଏହି ବିଜୟ ସହ ଘରୋଇ ଶ୍ରୀଲଙ୍କା ଦଳ ସିରିଜ୍‌ରେ...

ବନ୍ଧୁଙ୍କ ସହ ଥିବାବେଳେ ସାଙ୍ଗରେ ଫୋନ୍‌ ନିଅନ୍ତି ନାହିଁ ଧୋନୀ: ଜାଣନ୍ତୁ କାହିଁକି

ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀ ଖୁବ ଶୀଘ୍ର ଟିମ ଇଣ୍ଡିଆରେ ନଜର ଆସିବେ। କିନ୍ତୁ ଏଥର ପଡିଆରେ ନୁହେଁ, ସେ ଟି-୨୦ ବିଶ୍ୱକପରେ ମେଣ୍ଟର...

ରାଜ୍ୟ ପୋଲିସ ଫୁଟବଲ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ

ସୁନ୍ଦରଗଡ଼, ୨୧।୮ (ଡି.ଏନ୍‌.ଏ) -ସୁନ୍ଦରଗଡରେ ମଙ୍ଗଳବାରଠାରୁ ୭୮ ତମ ରାଜ୍ୟ ପୋଲିସ ଫୁଟବଲ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ଷ୍ଟାଡିୟମଠାରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ପଶ୍ଚିମାଞ୍ଚଳ...

Advertisement
Archives

Model This Week