Posted inଜାତୀୟ

କରାଇଦେଲେନି ଆସ୍ଥାଭୋଟ: ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବାଚସ୍ପତିଙ୍କ ଅବଜ୍ଞା, ବିଧାନସଭା ଦିନକ ପାଇଁ ସ୍ଥଗିତ

ବେଙ୍ଗାଲୁରୁ,୧୯ା୭  :(ପି.ଟି./ଆଇଏଏନ୍‌ଏସ୍‌):ଘଡ଼ିକେ ଘୋଡ଼ା ଛୁଟୁଛି। କର୍ନାଟକ ରାଜନୀତିର ପାଣି କେତେବେଳେ କେଉଁ ଆଡ଼କୁ ବହିବ କିଛି କହି ହେଉନାହିଁ। ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସଂଖ୍ୟାଲଘୁରେ ପରିଣତ କରି ରାଜ୍ୟରେ ରାଜନୈତିକ ସଙ୍କଟ ସୃଷ୍ଟି କରିଛି। ଏଥିଲାଗି ବିଧାନସଭାରେ ଗୁରୁବାର ଆସ୍ଥାଭୋଟ ହେବାକୁ ଥିବାବେଳେ ଦେଖିବାକୁ ମିଳିଥିଲା ହାଇଡ୍ରାମା। ଏଥିରେ ସାମିଲ ହୋଇଥିଲେ ଉଭୟ ଶାସକ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌)-କଂଗ୍ରେସ ମେଣ୍ଟ ଏବଂ ବିରୋଧୀ ଭାଜପା ବିଧାୟକମାନେ। ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସେପଟେ ଭାଜପା ନେତାମାନେ ରାଜ୍ୟପାଳ ଭଜୁଭାଇ ଭାଲାଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିଥିଲେ। ଗୁରୁବାର ହିଁ ଶକ୍ତିପରୀକ୍ଷା କରାଇବା ଲାଗି ବାଚସ୍ପତି କେ.ଆର୍‌. ରମେଶ କୁମାରଙ୍କୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ। ହେଲେ ବିଧାନସଭାରେ ହଟ୍ଟଗୋଳ ଓ ଅଚଳାବସ୍ଥାକୁ ଆଳକରି ବାଚସ୍ପତି ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କଲେ। ଏହାର ପ୍ରତିବାଦରେ ବିରୋଧୀ ଦଳ ନେତା ବି.ଏସ୍‌. ୟେଦୁରପ୍ପାଙ୍କ ସମେତ ଭାଜପା ବିଧାୟକମାନେ ରାତିସାରା ବିଧାନସଭାରେ ଧାରଣାରେ ବସିବାର ନିଷ୍ପତ୍ତି ନେଲେ। ଶୁକ୍ରବାର ଆସ୍ଥାଭୋଟ କରା ନ ଗଲେ ପରବର୍ତ୍ତୀ ଦୁଇଦିନ ଶନିବାର ଓ ରବିବାର ଛୁଟି ପଡ଼ୁଥିବାରୁ ସୋମବାର ରାଜ୍ୟ ରାଜନୀତି କେଉଁ ଆଡ଼େ ମୁହଁାଇସାରିଥିବ ସେନେଇ ଆକଳନ କରିବା କଷ୍ଟକର।
ବାଚସ୍ପତିଙ୍କ ଅନୁମତି ପରେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ମେଣ୍ଟ ସରକାର ସପକ୍ଷରେ ଆସ୍ଥାଭୋଟ ପାଇଁ ସଂକ୍ଷିପ୍ତ ପ୍ରସ୍ତାବ ଆଗତ କରିଥିଲେ। ତାଙ୍କ ନେତ୍ୱତ୍ୱାଧୀନ ୧୪ ମାସିଆ ସରକାର ପ୍ରତି ବିଦ୍ରୋହୀ ବିଧାୟକମାନେ ସନ୍ଦେହ ବ୍ୟକ୍ତ କରିଛନ୍ତି। କର୍ନାଟକର ଘଟଣାକ୍ରମକୁ ସାରା ଦେଶ ଦେଖୁଛି। ଆମକୁ ସତ କହିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରସ୍ତାବ ଆଗତ ହେବା ମାତ୍ରେ ଭାଜପା ନେତା ୟେଦୁରପ୍ପା ଛିଡ଼ାହୋଇ କହିଥିଲେ, ଆସ୍ଥାଭୋଟ ପ୍ରକ୍ରିୟା ଦିନକ ମଧ୍ୟରେ ହିଁ ଶେଷ ହେବା ଉଚିତ। ଏହାର ଜବାବରେ କୁମାରସ୍ବାମୀ କହିଥିଲେ, ବିରୋଧୀ ଦଳ ନେତା ତରତର ହେଉଥିବା ଭଳି ମନେହେଉଛି। ସୁପ୍ରିମକୋର୍ଟ ରାୟ ପରିପ୍ରେକ୍ଷୀରେ ହୁଇପ୍‌ ଜାରି କରିବା ନେଇ ବାଚସ୍ପତି ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ଆସ୍ଥାଭୋଟ ଟାଳିବା ପାଇଁ କଂଗ୍ରେସ ବିଧାୟକ ଦଳ (ସିଏଲ୍‌ପି) ନେତା ସିଦ୍ଦାରାମାୟା ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ, ୧୫ ବିଦ୍ରୋହୀ ବିଧାୟକ ସୁପ୍ରିମକୋର୍ଟଙ୍କ ରାୟ ଦ୍ୱାରା ପ୍ରଭାବିତ ହୋଇ ଅନୁପସ୍ଥିତ ଅଛନ୍ତି। ସିଏଲ୍‌ପି ନେତା ଭାବେ ସେ ଜାରି କରିଥିବା ହୁଇପ୍‌ର ଭାଗ୍ୟ ସମ୍ପର୍କରେ ବାଚସ୍ପତି ଏକ ରୁଲିଂ ଦିଅନ୍ତୁ। ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିବା ଅସାମ୍ବିଧାନିକ ବୋଲି ସିଦ୍ଦାରାମାୟା ଦର୍ଶାଇଥିଲେ। ଏସମ୍ପର୍କରେ ଆଡ୍‌ଭୋକେଟ ଜେନେରାଲଙ୍କ ପରାମର୍ଶ ନେବେ ବୋଲି କହି ବାଚସ୍ପତି ମଧ୍ୟାହ୍ନଭୋଜନ ପାଇଁ ଗୃହକୁ ସ୍ଥଗିତ ରଖିଥିଲେ। ଗୃହକାର୍ଯ୍ୟ ପୁଣି ଆରମ୍ଭ ହେବା ପରେ ଶାସକ ଓ ବିରୋଧୀ ସଦସ୍ୟ ହୁଇପ୍‌ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ। ଭାଜପା ନେତାମାନେ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେବା ପରେ ଭଜୁଭାଇ ଭାଲାଙ୍କ ବାର୍ତ୍ତାକୁ ବାଚସ୍ପତି ଗୃହରେ ପଢ଼ି ଉପସ୍ଥିତ ସଦସ୍ୟଙ୍କୁ ଶୁଣାଇଥିଲେ। ସେପଟେ ସରକାର ଭାଙ୍ଗିବା ପାଇଁ ବିଧାୟକ ଶ୍ରୀମନ୍ତଙ୍କୁ ଭାଜପା ଅପହରଣ କରିଛି ବୋଲି କଂଗ୍ରେସ ଅଭିଯୋଗ ଆଣିଥିଲା। ତାଙ୍କୁ ଅପହରଣ ପରେ ଏକ ସ୍ବତନ୍ତ୍ର ବିମାନରେ ମୁମ୍ବାଇ ନେଇ ଜବରଦସ୍ତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାର ପ୍ରମାଣ ଦିଆଯିବ ବୋଲି ବରିଷ୍ଠ ମନ୍ତ୍ରୀ ଡି.କେ. ଶିବକୁମାର କହିଥିଲେ। ଉଦ୍ଦେଶ୍ୟମୂଳକ ଭାବେ ଗୃହକାର୍ଯ୍ୟ ବିଳମ୍ବିତ କରାଯାଉଥିବା ଅଭିଯୋଗ ଆଣି ଭାଜପା ଅସନ୍ତୋଷ ବ୍ୟକ୍ତ କରିଥିଲା। ଏହାକୁ ନେଇ ବାଚସ୍ପତି ଓ ଭାଜପା ସଦସ୍ୟ ମଧୁସ୍ବାମୀଙ୍କ ମଧ୍ୟରେ କଥା କଟାକଟି ହେବା ପରେ ଗୃହକୁ ଘଣ୍ଟାକ ପାଇଁ ସ୍ଥଗିତ କରାଯାଇଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ୩ ଥର ସ୍ଥଗିତ ହେବା ପରେ ମଧ୍ୟ ସ୍ବାଭାବିକ ଅବସ୍ଥା ନ ଆସିବାରୁ ସନ୍ଧ୍ୟାରେ ବାଚସ୍ପତି ବିଧାନସଭାକୁ ଶୁକ୍ରବାର ପୂର୍ବାହ୍ନ ୧୧ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ହେଲେ ଆସ୍ଥାଭୋଟ ନେଇ ବିତର୍କ ହୋଇପାରି ନ ଥିଲା। ନିଜ ସପକ୍ଷରେ ୧୦୫ ଏବଂ ଶାସକ ମେଣ୍ଟ ନିକଟରେ ୧୦୦ରୁ କମ୍‌ ବିଧାୟକଙ୍କ ସମର୍ଥନ ଥିବା ଦାବି କରୁଥିବା ୟେଦୁରପ୍ପା ଏହାକୁ ବିରୋଧ କରିଥିଲେ। ବାଚସ୍ପତିଙ୍କ ଏହି ନିଷ୍ପତ୍ତି ପ୍ରତିବାଦରେ ସେ ଓ ଭାଜପା ସଦସ୍ୟମାନେ ରାତିସାରା ବିଧାନସଭାରେ ଧାରଣା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଇତିମଧ୍ୟରେ କଂଗ୍ରେସ ବିଧାୟକ ଶ୍ରୀମନ୍ତ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ତାଙ୍କୁ କେହି ଅପହରଣ କରିନାହାନ୍ତି। ଛାତିରେ ଯନ୍ତ୍ରଣା ହେବାରୁ ସେ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୯୮ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟଧାର୍ଯ୍ୟ

ନୂଆଦିଲ୍ଲୀ, ୧୭।୪:୨୦୨୦-୨୧ ବର୍ଷରେ ୨୯୮ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୨୦୧୯-୨୦ ବର୍ଷରେ ୨୯୧.୧୦ ନିୟୁତ ଟନ୍‌...

ଅସ୍ତ୍ରବିରତି ପାଇଁ ଭାରତ, ପାକ୍‌ ରାଜି

ନୂଆଦିଲ୍ଲୀ, ୨୬।୨(ପି.ଟି.):ନିୟନ୍ତ୍ରଣ ରେଖା (ଏଲ୍‌ଓସି) ସମେତ ଅନ୍ୟାନ୍ୟ ସେକ୍ଟରରେ ଅସ୍ତ୍ରବିରତି ରାଜିନାମାକୁ କଡ଼ାକଡ଼ି ପାଳନ କରିବା ଲାଗି ଭାରତ ଓ ପାକିସ୍ତାନ ସହମତ ହୋଇଥିବା ଗୁରୁବାର...

ଶୀତରେ ଥରୁଛି ଉତ୍ତର ଭାରତ: ହିମାଚଳରେ ବିଯୁକ୍ତ ୧୩ ଡିଗ୍ରୀ

ନୂଆଦିଲ୍ଲୀ/ଶିମ୍‌ଲା,୧୯।୧୨(ପି.ଟି.): ପ୍ରବଳ ଶୀତଳ ଲହରିରେ ସମଗ୍ର ଉତ୍ତର ଭାରତ ଥରୁଛି। ହିମାଚଳପ୍ରଦେଶର ମନାଲି, ସୁନ୍ଦରନଗର, ଭୁନ୍ତର ଏବଂ କଳ୍ପାରେ ତାପମାତ୍ରା ଶୂନ ଡିଗ୍ରୀ ସେଲ୍‌ସିୟସ ତଳେ...

ସିବିଆଇରେ ହାଜର ହେଲେନି ରାଜୀବ କୁମାର

କୋଲକାତା,୨୭।୫: କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର ସୋମବାର ସିବିଆଇରେ ହାଜର ହୋଇ ନ ଥିବା ଜଣାପଡ଼ିଛି। ସକାଳ ୧୦ଟାରେ ତାଙ୍କୁ ହାଜର ହେବାକୁ...

୫୦ପ୍ରତିଶତରେ ଖୋଲିବ ବାର, ପବ୍‌

ଚଣ୍ଡିଗଡ଼,୨୯।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରର ଏବେ ଧୀରେ ଧିରେ ନିୟନ୍ତ୍ରଣକୁ ଆସୁଛି। ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ମୃତ୍ୟୁସଂଖ୍ୟା...

ଏଚ୍‌ଆଇଭି ପୀଡ଼ିତ ଛାତ୍ରଙ୍କୁ ସରକାରୀ ସ୍କୁଲରେ ମିଳିଲାନି ନାମଲେଖା ଅନୁମତି

ଚେନ୍ନାଇ,୧୨।୭: ତାମିଲନାଡୁର ପେରାମ୍ବୁଲୁର ଜିଲାର ଏକ ସରକାରୀ ହାଇସ୍କୁଲରେ ଜଣେ ଏଚ୍‌ଆଇଭି ପୀଡ଼ିତ ଛାତ୍ରଙ୍କୁ ନାମଲେଖାର ସୁଯୋଗ ଦିଆଯାଇନାହିଁ। ଏହାପରେ ଶୁକ୍ରବାର ତାମିଲନାଡୁ ଶିକ୍ଷା ବିଭାଗ...

ମଦ କିଣିବାର ବୟସ କମିଲା: ଜାଣନ୍ତୁ କେଉଁ ରାଜ୍ୟରେ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ସରକାର ଏକ୍ସାଇଜ ନୀତିରେ ବଡ ପରିବର୍ତ୍ତନ ଘୋଷଣା କରିଛନ୍ତି। ସରକାରଙ୍କ ନୂଆ ନିୟମ ଅନୁସାରେ ଏବେ ରାଜଧାନୀରେ ମଦ କିଣିବାର ଆଇନଗତ ବୟସ...

ଦିନକରେ ୨ କୋଟି କୋଭିଡ୍‌ ଟିକା

ନୂଆଦିଲ୍ଲୀ, ୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୭୧ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସରକାରଙ୍କ ପକ୍ଷରୁ କୋଭିଡ୍‌ ଟିକାକରଣର ସ୍ବତନ୍ତ୍ର ଅଭିଯାନ ଆରମ୍ଭ...

Advertisement
Archives

Model This Week