କମ୍‌ ପିଲା ଯୋଗୁ ବନ୍ଦ ହେଲା ୪ ସ୍କୁଲ

ବନ୍ତ, ୪।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକରେ ପିଲା ସଂଖ୍ୟା କମ୍‌ ଯୋଗୁ ୨ ବର୍ଷ ମଧ୍ୟରେ ୪ ସ୍କୁଲ ବନ୍ଦ ହୋଇଯାଇଛି। ଅଭିଭାବକମାନେ ସରକାରୀ ସ୍କୁଲ ଅପେକ୍ଷା ଘରୋଇ ସ୍କୁଲରେ ସେମାନଙ୍କ ପିଲାଙ୍କୁ ପାଠ ପଢ଼ାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସରକାରୀ ସ୍କୁଲରେ ପିଲା ସଂଖ୍ୟା କମ୍‌ ରହିବାର ଏହା ମୁଖ୍ୟ କାରଣ। ସମସ୍ତଙ୍କୁ ଶିକ୍ଷିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବଶିକ୍ଷା ଅଭିଯାନ କରାଯାଇଛି। ଏ ନେଇ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ବ୍ୟୟବରାଦ କରିଚାଲିଛନ୍ତି। ମାତ୍ର ଗ୍ରାମାଞ୍ଚଳରେ ଏବେ ଘରୋଇ ବିଦ୍ୟାଳୟଗୁଡ଼ିକ ଛତୁ ଫୁଟିବା ପରି ଗଢ଼ି ଉଠିଥିତ୍ବାରୁ ସରକାରୀ ସ୍କୁଲ ଉଠିଯିବା ଭଳି ପରସ୍ଥିତି ସୃଷ୍ଟି ହୋଇଛି। ଏ ଦିଗରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବା ବଦଳରେ ପରୋକ୍ଷରେ ଘରୋଇ ସ୍କୁଲ ପ୍ରତି ଆନ୍ତରିକତା ବଢ଼ି ଚାଲିଥିବା କୁହାଯାଉଛି। ଘରୋଇ ସ୍କୁଲ ପ୍ରତିଷ୍ଠା ଲାଗି ଅନୁମତି ଦିଆଯାଉ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି।
ଉଲ୍ଲେଖନୀୟ ଯେ, ଗତ ଶିକ୍ଷାବର୍ଷରେ କମ୍‌ ପିଲା ଥିବାରୁ ପୁରୁଷଣ୍ଢ ପଞ୍ଚାୟତ ତୋଫାବିବି କ୍ଲଷ୍ଟର ଅଧୀନ ଜଗନ୍ନାଥ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ ଛୟାଳସିଂ ପଞ୍ଚାୟତ ଖଗେଶ୍ୱର ମଇ ବିଦ୍ୟାଳୟ କ୍ଲଷ୍ଟର ହାଟଡିହୀ ପ୍ରକଳ୍ପ ବିଦ୍ୟାଳୟ ବନ୍ଦ କରି ଦିଆଯାଇଛି। ସେହିପରି ଚଳିତ ଶିକ୍ଷାବର୍ଷରେ ଷେଣ୍ଢତୀରା ପଞ୍ଚାୟତ ହରିହର ନୋଡାଲ କ୍ଲଷ୍ଟର ଅଧୀନ ପରମାନନ୍ଦପୁର ପ୍ରକଳ୍ପ ପ୍ରାଥମିକ ଓ ବିଟିପୁର ପଞ୍ଚାୟତ ଗୋପୀନାଥଜୀଉ ନୋଡାଲ କ୍ଲଷ୍ଟର ହଳଦିପୁହାଣି ଆଦିବାସୀ ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଯାଇଛି। ପରମାନନ୍ଦପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ୫ଟି ଶ୍ରେଣୀରେ ମୋଟ ୮ ଜଣ ପିଲା ଥିବାବେଳେ ଦୁଇଜଣ ଶିକ୍ଷକ ପାଠ ପଢ଼ାଉଥିଲେ। ଏହି ସ୍କୁଲ ବନ୍ଦ ହୋଇଯିବା ପରେ ସମ୍ପୃକ୍ତ ପିଲାମାନଙ୍କୁ ସ୍ଥାନୀୟ ପଙ୍ଗୀରା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି ଜଣେ ଶିକ୍ଷକଙ୍କୁ ବାଇପୁର ଓ ଅନ୍ୟ ଜଣଙ୍କୁ ବେଗନା ସ୍କୁଲରେ ଅବସ୍ଥାପିତ କରାଯାଇଛି। ହଳଦିପୁହାଣି ସ୍କୁଲର ୫ଟି ଶ୍ରେଣୀରେ ୯ ପିଲା ଥିବାବେଳେ ଦୁଇଜଣ ଶିକ୍ଷକ ଥିଲେ। ସମ୍ପୃକ୍ତ ପିଲାମାନଙ୍କୁ କାଣ୍ଡବା ନୋଡାଲ ଉ.ପ୍ରା. ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଶିକ୍ଷକଦ୍ୱୟଙ୍କୁ ଶ୍ରୀରାମପୁର ଓ ଡଗରପଡ଼ା ପ୍ରାଥମିକ ବିଦ୍ୟାଳୟରେ ଅବସ୍ଥାପିତ କରାଯାଇଛି। ବିଦ୍ୟାଳୟ ଗୃହଗୁଡ଼ିକୁ ସ୍ଥାନୀୟ ସରପଞ୍ଚଙ୍କୁ ହସ୍ତାନ୍ତର କରାଯାଇଛି। ଏ ସମ୍ପର୍କରେ ଗୋଷ୍ଠୀ ସାଧନ ସଂଯୋଜକ ରବିନାରାୟଣ ପରିଡ଼ାଙ୍କୁ ପଚାରିବାରୁ ସରକାରଙ୍କ ନିୟମ ଅନୁଯାୟୀ ପିଲା କମ୍‌ ଥିବା ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ…

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?