କମ୍ପୋଜିଂରେ ବାପାଙ୍କୁ ସନ୍ତୁଷ୍ଟ କରିପାରିବି କି ନାହିଁ

ବାପାଙ୍କଠାରୁ ପ୍ରଥମ ଗୀତ କମ୍ପୋଜ କରିବାର ଦାୟିତ୍ୱ ନେଇଥିଲେ ଆସାଦ ନିଜାମ। ଭୟ ଲାଗୁଥିଲେ ବି ଗୀତର ମୁଖଡ଼ା କମ୍ପୋଜ କରି ବାପାଙ୍କ ମନ ଜିଣିନେଇଥିଲେ। ଏହାପରେ ସଙ୍ଗୀତ କ୍ଷେତ୍ରରେ ସାଉଁଟିଥିଲେ ସଫଳତା। ସପନର ପଥେ ପଥେ, ଟପ୍ପୋରୀ, ପରଦେଶୀ ଚଢ଼େଇ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ଆସାଦ ମ୍ୟୁଜିକ ଭିଡ଼ିଓ ଦୁନିଆରେ ପାଲଟିଥିଲେ ଜଣେ ସଫଳ ସଙ୍ଗୀତ ନିର୍ଦ୍ଦେଶକ। ଭିଜେଇ ଦେ ଯା ଥରେ, ନଜଦିକିୟାଁ, ଇସ୍କ, ଫଗୁଣ, ପରଦେଶୀ ଚଢ଼େଇ, ସଖୀ ଭଳି ଅନେକ ହିଟ୍‌ ସୁପରହିଟ୍‌ ଗୀତର ସଙ୍ଗୀତ ନିର୍ଦ୍ଦେଶକ ତଥା ଚଳିତବର୍ଷ ଫଗୁଣ ଗୀତ ନିମନ୍ତେ ଓଲିଉଡ୍‌ ସିନେ ଆୱାର୍ଡ ପକ୍ଷରୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସମ୍ବର୍ଦ୍ଧିତ ଆସାଦ ନିଜାମଙ୍କ ଅନୁଭୂତିରୁ କିଛି।
ମୋ ବାପା ହେଉଛନ୍ତି ଗୀତିକାର ସେଖ୍‌ ନିଜାମ ଉଲ୍‌ ହକ୍‌। ଗୀତିକାର ନିଜାମ କହିଲେ ଓଡ଼ିଶାର ପ୍ରତ୍ୟେକ ଗଳିକନ୍ଦିର ଲୋକ ଜାଣନ୍ତି। ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବାକୁ ଯିବା ବେଳେ ବି ଗୀତ ରଚନା, ସଙ୍ଗୀତ ସୃଷ୍ଟି ତଥା ସଙ୍ଗୀତର ସମସ୍ତ ଦିଗ ଉପରେ ଚର୍ଚ୍ଚା ଚାଲିଥାଏ ଆମ ଘରେ। ଏବେ ଯେଉଁମାନେ ଓଡ଼ିଶାର ସ୍ବନାମଧନ୍ୟ କଣ୍ଠଶିଳ୍ପୀ କିମ୍ବା ସଙ୍ଗୀତ ନିର୍ଦ୍ଦେଶକ ଭାବେ ପରିଚିତ, ସେମାନଙ୍କ ଆଡ୍ଡା ଜମୁଥିଲା ମୋ ବାପାଙ୍କ ପ୍ରକୋଷ୍ଠରେ। ଆମ ଘର ହିଁ ମୋ ସଙ୍ଗୀତ ଦୁନିଆର ଅନ୍ତୁଡ଼ିଶାଳ ଥିଲା । ଏଣୁ ସଙ୍ଗୀତ ଦିଗକୁ ଟାଣି ହୋଇ ଆସିବା ମୋ ପାଇଁ କିଛି ନୂଆ କି ବଡ଼ କଥା ନଥିଲା।
୨୦୦୧ ମସିହାରେ ଗିଟାର ବଜାଇବା ଆରମ୍ଭକଲି। ଏହାପରେ ବିଭିନ୍ନ ଅର୍କେଷ୍ଟ୍ରାରେ କାମ କରିଥିଲି। ୨୦୦୭ ମସିହା କଥା। ଦୂରଦର୍ଶନରେ ପ୍ରସ୍ତୁତ ହେଉଥିବା ଏକ ଧାରାବାହିକ ’ରହସ୍ୟ’ର ଗୀତ ଲେଖିବା ଦାୟିତ୍ୱ ବାପାଙ୍କୁ ମିଳିଥିଲା। ମୁଁ ସଙ୍ଗୀତ ଦୁନିଆରେ କାମ କରେ ବୋଲି ବାପାଙ୍କର ମଧ୍ୟ ଇଚ୍ଛା ଥିଲା । ବାପା ଗୀତଟିକୁ ଲେଖି ସାରିବା ପରେ କୌଣସି ନାମୀଦାମୀ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ଏହା କମ୍ପୋଜ କରିବାକୁ ଦେବା ବଦଳରେ ମୋତେ ଦେବାକୁ ସ୍ଥିର କରିଥିଲେ। ଦିନେ ହଠାତ୍‌ ମୋତେ ଡାକିଲେ। ମୋ କାମ କଥା ପଚାରି ବୁଝିଲେ। ଏହାପରେ ଗୋଟିଏ ଗୀତ କମ୍ପୋଜ କରିପାରିବୁ ନା ନାହିଁ ବୋଲି ପଚାରିଲେ। ଯାହାଙ୍କ ଗୀତ ରଚନାକୁ ନେଇ ଅକ୍ଷୟ ମହାନ୍ତିଙ୍କଠାରୁ ଆରମ୍ଭ କରି ରାଜ୍ୟର ବହୁ ସ୍ବନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ନିର୍ଦ୍ଦେଶନା ଦିଅନ୍ତି, ତାଙ୍କ ଗୀତକୁ ମୁଁ କରି ପାରିବି ନା ନାହିଁ ବୋଲି ମନରେ ପ୍ରଶ୍ନ ଉଠିଥିଲା। ଯଦି ବି ଏହି କାର୍ଯ୍ୟ କରେ ତେବେ କମ୍ପୋଜିଂରେ ବାପାଙ୍କୁ ସନ୍ତୁଷ୍ଟ କରି ପାରିବି କି ନାହିଁ ଡର ଲାଗୁଥିଲା। ହେଲେ ହଁ କହି ବାପାଙ୍କ ଠାରୁ ଦାୟିତ୍ୱଟି ଆଣିଲି । ଗୀତଟିକୁ କମ୍ପୋଜ କରିବାକୁ ବସିଥିଲି। ଗୀତର ମୁଖଡା ଭାଗକୁ କମ୍ପୋଜ କରିବା ପରେ ବାପାଙ୍କୁ ଶୁଣାଇ ତାଙ୍କ ପ୍ରତ୍ୟୁତ୍ତରକୁ ଅପେକ୍ଷା କରିଥିଲି। ବାପା ତାହା ଶୁଣିବା ପରେ ହଁ ଭଲ ହୋଇଛି ବୋଲି କହିଥିଲେ। ଏହାପରେ ମୁଁ ସଙ୍ଗୀତ ଦୁନିଆରେ କାମ କରିପାରିବି ବୋଲି ସେତେବେଳେ ଅନୁଭବ ହୋଇଥିଲା।
– କୁମାରଶ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ଉର୍ମିଳାଙ୍କୁ ଆପତ୍ତିଜନକ ଟିପ୍ପଣୀ ଦେଇ ଅଡ଼ୁଆରେ ୫୭ ବର୍ଷୀୟ ବୃଦ୍ଧ

ମୁମ୍ବାଇ,୨୮।୫: ମହଙ୍ଗା ପଡ଼ିଲା ବଲିଉଡ୍‌ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କୁ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେବା। ବୃଦ୍ଧ ଜଣଙ୍କ ଉର୍ମିଳାଙ୍କ ସୋସିଆଲ...

ଆଉ ନାହାନ୍ତି ବର୍ଷୀୟାନ ଅଭିନେତା ଅଜିତ ଦାସ

ଭୁବନେଶ୍ୱର,୧୩।୯(ବ୍ୟୁରୋ): ୨୦୨୦ କେବଳ ବଲିଉଡ୍‌ ପାଇଁ ନୁହେଁ ବରଂ ଓଲିଉଡ୍‌ ପାଇଁ କଳାବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। କିଛି ଦିନ ପୂର୍ବରୁ ବର୍ଷୀୟାନ୍‌ ଅଭିନେତା...

କଙ୍ଗନାଙ୍କ ସ୍ବପ୍ନ ହେଲା ପୂରଣ

ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ବଲିଉଡ୍‌ର ଜଣେ ପ୍ରତିଭାସମ୍ପନ୍ନ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ। ନିଜ ଅଭିନୟ ଜରିଆରେ ସେ ଇଣ୍ଡଷ୍ଟ୍ରୀରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି।...

ବଲିଉଡ୍‌ ନୁହେଁ ବରଂ ସାଉଥ୍‌ରେ ମନ କିଣିଲେ ଦର୍ଶକଙ୍କର

ମୁମ୍ବାଇ: ବଲିଉଡ୍‌ରୁ ଆରମ୍ଭ କରି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି ଡେଜି ଶାହା। ସେ ଜଣେ...

ଟମ୍‌ ହଙ୍କ୍‌,ରିଟା ଓ୍ବିଲସନଙ୍କୁ କରୋନା ସଂକ୍ରମଣ

ଲସ୍‌ଏଞ୍ଜେଲସ୍‌,୧୨।୩: ହଲିଉଡ୍‌ ଅଭିନେତା ଟମ୍‌ ହଙ୍କ୍‌ ଏବଂ ତାଙ୍କ ସ୍ତ୍ରୀ ରିଟା ଓ୍ବିଲସନ୍‌ଙ୍କୁ କରୋନା ସଂକ୍ରମଣ ହୋଇଛି। ସେମାନଙ୍କ ନମୂନା ପରୀକ୍ଷାରୁ ଏହା ଜଣାପଡ଼ିଛି। ଅଷ୍ଟ୍ରେଲିଆରେ...

କରୋନା ଉପରେ ବବିଙ୍କ ନୂଆ କବିତା: ଟୁଇଟ୍‌ କଲେ ସଲମାନ୍‌

ଲମ୍ବା ବ୍ୟବଧାନ ପରେ ବଲିଉଡ୍‌ ଅଭିନେତା ବବି ଦେଓଲ ଏବେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଏହି ଚର୍ଚ୍ଚାର କାରଣ ହେଉଛି ଏକ କବିତା। କରୋନାର ଏହି...

ଭିଡିଓ ଜାରି କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କଙ୍ଗନା

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ଅର୍ଥାତ୍ ଗୁରୁବାର ତାଙ୍କର ୭୦ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କୁ...

ବାପା ହିଁ ମୋର ଆଦର୍ଶ

ହୋଟେଲ, ଢାବା, ଗ୍ୟାରେଜରୁ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରନ୍ତି ବୋଲି ତାଙ୍କୁ କିଏ କହେ ‘ଛୁଆଧରା ଅଫିସର’। ବାଲ୍ୟ ବିବାହକୁ ବନ୍ଦ କରି ନାବାଳିକାଙ୍କୁ ଉଦ୍ଧାର...

Coronavirus Update


Archives

Model This Week

Why Dharitri