କମାପଲ୍ଲୀ ପୋଖରୀ ପୁନରୁଦ୍ଧାର କରାଯାଉ

ବ୍ରହ୍ମପୁର ଅଫିସ,୬ା୬- ବ୍ରହ୍ମପୁର ମହାନଗର ନିଗମର ୩୧ନଂ. ୱାର୍ଡରେ ଥିବା ପୁରାତନ କମାପଲ୍ଲୀ ପୋଖରୀ ଦୀର୍ଘବର୍ଷରୁ ପଙ୍କରେ ପୋତି ହୋଇଯାଇଛି। ଏହାର ପୁନରୁଦ୍ଧାର ପାଇଁ ଅଞ୍ଚଳବାସୀ ଓ ସମ୍ପୃକ୍ତ ପୂର୍ବତନ ବିଜେଡି କର୍ପୋରେଟର କରିଥିବା ବହୁବାର ଦାବି ପ୍ରତି ନିଗମ କର୍ତ୍ତୃପକ୍ଷ ଆଖି ବୁଜି ଦେଇଥିବା ଅଭିଯୋଗ କରାଯାଇଛି। ତୁରନ୍ତ ପଙ୍କୋଦ୍ଧାର କରିବାକୁ ଦାବି ହୋଇଛି। ନଚେତ ପ୍ରତିବାଦରେ ଆନ୍ଦୋଳନ ସୂତ୍ରପାତ ସହ ବିଏମ୍‌ସି ଦପ୍ତର ଘେରାଉ କରାଯିବାର ଚେତାବନୀ ଦିଆଯାଇଛି। ପୂର୍ବତନ କର୍ପୋରେଟର ତଥା ବିଜେଡିର ଯୁବନେତା ସୁରେନ୍ଦ୍ର ମହାରଣାଙ୍କ ଅଭିଯୋଗ ଅନୁସାରେ ଶତାଧିକ ବର୍ଷର ଏହି ଜଳାଶୟରେ କମାପଲ୍ଲୀ ଅଞ୍ଚଳର ଶହ ଶହ ଅନୁସୂଚିତ ଜାତିର ଲୋକେ ନିର୍ଭର କରୁଛନ୍ତି। ଏହା ପୋତି ହୋଇଯାଇଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ଅଞ୍ଚଳର ବହୁ ସଂଖ୍ୟକ ମହିଳା ଓ ପୁରୁଷ ଦୈନନ୍ଦିନ ସ୍ନାନ କରିବା କଷ୍ଟକର ହୋଇଯାଇଛି। ପରିତ୍ୟକ୍ତ ଅବସ୍ଥାରେ ପୋଖରୀ ରହିଛି। ବିଏମ୍‌ସି ପକ୍ଷରୁ ବିଜିପୁର, ସୁନାରି ବନ୍ଧ ସମେତ ଅନ୍ୟ ଅଞ୍ଚଳର ପୋଖରୀଗୁଡ଼ିକ ପୁନରୁଦ୍ଧାର ଓ ଆଧୁନିକୀକରଣ ବାରମ୍ବାର କରାଯାଉଛି। ତେବେ କମାପଲ୍ଲୀ ପୋଖରୀ ଅବହେଳିତ ହୋଇ ରହିଥିବା ପୂର୍ବତନ କର୍ପୋରେଟର ସଂଗୀନ ଅଭିଯୋଗ କରିଛନ୍ତି। ବର୍ଷା ଋତୁ ପୂର୍ବରୁ ପୁନରୁଦ୍ଧାର କରାଯିବାକୁ ମହାରଣା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୮ ଦିନ ପରେ ବ୍ରହ୍ମପୁର ଫେରିଲେ ଶିବାଶିଷ: କହିଲେ ‘ମୁଁ ପୁନର୍ଜନ୍ମ ପାଇଛି’

ବ୍ରହ୍ମପୁର ଅଫିସ, ୧୪।୩- ସମ୍ପ୍ରତି ବିଶ୍ୱରେ ଭୟଙ୍କର କରୋନା ଭାଇରସ୍‌ ଆତଙ୍କ ଜାରି ରହିଥିବା ବେଳେ ଜାପାନ ଜଳଜାହାଜରେ ଫସି ରହିଥିବା ଶିବାଶିଷ ନାୟକ ଫେବୃୟାରୀ...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଭଞ୍ଜନଗରରେ ରକ୍ତଦାନ ଶିବିର

ଭଞ୍ଜନଗର, ୧୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ ଡାକବଙ୍ଗଳା ପରିସରରେ ବୁଧବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ...

ଆସିକା ସବ୍‌ଜେଲର ୩ କର୍ମଚାରୀଙ୍କୁ କରୋନା

ଆସିକା,୬ା୮(ଡି.ଏନ୍‌.ଏ.)- ଆସିକା ବ୍ଲକ୍‌, ତହସିଲ୍‌, ଥାନା, ଡାକ୍ତରଖାନାରୁ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏବେ ସବ୍‌ଜେଲରେ ପହଞ୍ଚତ୍ଛି ସଂକ୍ରମଣ। ଆସିକା ସବ୍‌ଜେଲରେ ମଙ୍ଗଳବାର କର୍ମଚାରୀଙ୍କ...

ନାବାଳିକା ବଳାତ୍କାର ଘଟଣା: ଅଭିଯୁକ୍ତ କୋର୍ଟଚାଲାଣ

ବ୍ରହ୍ମପୁର ଅଫିସ,୨୫।୪: ଗଞ୍ଜାମ ଜିଲା ସଦର ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ବଳାତ୍କାର କରିଥିବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଶନିବାର ଗିରଫକରି କୋର୍ଟଚାଲାଣ କରିଛି। ସେ...

ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା: ମହିଳାଙ୍କ ପଞ୍ଜରା ହାଡ଼ ଭାଙ୍ଗିଲା

ପୋଲସରା,୬।୭: ଗଞ୍ଜାମ ଜିଲା ପୋଲସରା ସହରର ରାଣୀପଡାସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ମଙ୍ଗଳବାର ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଦେଖିବାକୁ ମିଳିଛି। ଟିକାକରଣ...

ବାଇକ୍‌ରୁ ଖସି ଯୁବତୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୩୦ା୧୨-ବାଇକ୍‌ରୁ ଖସିପଡ଼ି ଗୁରୁତର ଆହତ ହୋଇଥିବା ଜଣେ ଯୁବତୀଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ମୃତ୍ୟୁ ଘଟିଛି। ସେ ହେଲେ...

ଜିଲାପାଳଙ୍କ ଘୋଷଣା: ଗୁଣିଗାରେଡି ପ୍ରମାଣ କଲେ ୫୦ ହଜାର ପୁରସ୍କାର

ଛତ୍ରପୁର,୨୪ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଭୂତ, ପ୍ରେତ, ଗୁଣିଗାରେଡିକୁ ନେଇ ଜନସାଧାରଣଙ୍କ ମନରେ ଅହେତୁକ ଆବେଗ ରହୁଛି। ଫଳରେ ରୋଗ ବ୍ୟାଧି ପାଇଁ ଲୋକେ ଡାକ୍ତରଖାନା ନ ଯାଇ...

କାଜୁ ଜଙ୍ଗଲ ଲିଜ୍‌କୁ ନେଇ ବୋମାମାଡ଼, ଜଣେ ମୃତ

ବେଗୁନିଆପଡା,୨୦ା୪(ଡି.ଏନ.ଏ.)- କାଜୁ ଜଙ୍ଗଲ ଲିଜ୍‌କୁ ନେଇ ବେଗୁନିଆପଡା ବ୍ଲକ ଖିଡିଙ୍ଗିଠାରେ ସୋମବାର ୨ଗୋଷ୍ଠୀ ମୁହଁାମୁହିଁ ହେବା ସହ ବୋମାମାଡରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

Advertisement
Archives

Model This Week