କବିତା ମଣିଷର ସମ୍ବେଦନଶୀଳତା ବଢ଼ାଏ

ବଲାଙ୍ଗୀର ଅଫିସ, ୧୯ା୧୧
ବଲାଙ୍ଗୀରର ତହଁକ୍‌ ସାହିତ୍ୟ କୁଟୁମ୍‌ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଭବନଠାରେ ଶୀତ୍‌ କେ ସ୍ବାଗତ୍‌ କବିତା ଆସର ଅନୁଷ୍ଠିତ ହୋଇଥିଲା ା ଅଭିନେତା ଓ ନାଟ୍ୟକାର ଅରବିନ୍ଦ ବାଗଙ୍କ ସଭାପତିତ୍ୱ ତଥା କବି ଆନନ୍ଦଚନ୍ଦ୍ର ସାହୁଙ୍କ ସଂଯୋଜନାକ୍ରମେ ଅନୁଷ୍ଠିତ ପ୍ରଥମ ଅଧିବେଶନ୍‌ରେ ସାରସ୍ବତ ସଭା ଆୟୋଜନ କରାଯାଇଥିଲା ା ଏଥିରେ ମୁଖ୍ୟଅତିଥିଭାବେ ଅଧ୍ୟାପକ ବିନୟ କୁମାର ଦାଶ, ମୁଖ୍ୟବକ୍ତା ବୀରେନ୍ଦ୍ର କୁମାର ଝାଙ୍କର ଓ ସମ୍ମାନିତ ଅତିଥିଭାବେ କବି ସନ୍ଦୀପ କୁମାର କୁଅଁର ଯୋଗଦାନ କରାଯାଇଥିଲା ା ସାହିତ୍ୟ ଆସର ମଞ୍ଚକୁ ସାରସ୍ବତ ସାଧକ ସ୍ବର୍ଗତ ପ୍ରଫେସର ନାରାୟଣ ପୃଷେଠ୍‌ଙ୍କୁ ସମର୍ପିତ କରାଯାଇଥିଲା ା ମୁଖ୍ୟବକ୍ତା ଝାଙ୍କର ସ୍ବର୍ଗତ ପୃଷେଠ୍‌ଙ୍କ ସାରସ୍ବତ, ଶିକ୍ଷା, ସାମାଜିକ ଓ ସାଂସ୍କୃତିକ ଜୀବନର ଉପଲବ୍ଧତ୍କୁ ନେଇ ବକ୍ତବ୍ୟ ରଖିଥିଲେ ା ମୁଖ୍ୟଅତିଥି ଦାଶ ସାହିତ୍ୟ କ୍ଷେତ୍ରରେ ଅବକ୍ଷୟକୁ ନେଇ ଚିନ୍ତା ପ୍ରକଟ କରିଥିଲେ ା ସମ୍ମାନିତ ଅତିଥି କବି କୁଅଁର କବିତା ମଣିଷ ଜୀବନକୁ ମଧୁମୟ କରି ସମ୍ବେଦନଶୀଳତା ବଢ଼ାଏ କହିଥିଲେ ା ଶିଶୁ ସାହିତି୍ୟକ ଗୋପୀନାଥ ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ଆସରରେ ୩୫ରୁ ଉର୍ଦ୍ଧ୍ୱ କବିୟିତ୍ରୀ, କବି ଯୋଗଦେଇ ଶୀତକୁ ସ୍ବାଗତ କରି ମନଛୁୁଅଁା କବିତା ପାଠ କରିଥିଲେ ା ଏହି ଆସରକୁ ଜ୍ୟୋତିପ୍ରକାଶ ସାହୁ ଓ ସସ୍ମିତା ସାହୁ ସଂଯୋଜନା କରିଥିଲେ ା ଏଥିରେ ଅତିଥିଭାବେ କବୟିତ୍ରୀ ସବିତା ମହରା, ଗୀତିକାର ବ୍ରହ୍ମାନନ୍ଦ ବନଛୋର ଓ ସାହିତି୍ୟକ ଦେବେନ୍ଦ୍ର କୁମାର ନାଏକ ଯୋଗଦାନ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲରେ ବେଶ ଫଟୋ ଉଠାଇବା ଚର୍ଚ୍ଚା

ପୁରୀ ଅଫିସ,୨୮ା୧୧: ଶ୍ରୀମନ୍ଦିର କର୍ମଚାରୀ, ସେବାୟତ ଏବଂ ସୁରକ୍ଷା କର୍ମଚାରୀ କେହି ବି ମନ୍ଦିର ଭିତରକୁ ମୋବାଇଲ ଫୋନ୍‌ ନେବେ ନାହିଁ। ସମସ୍ତଙ୍କୁ ଯାଞ୍ଚ କରାଯାଇ...

୧୪ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ରାଜ୍ୟ ସରକାର ୧୪ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ପୋଲିସ ମୁଖ୍ୟାଳୟରେ ଥିବା ଡିଏସ୍‌ପି ପ୍ରଦୀପ କୁମାର...

ପଶ୍ଚିମବଙ୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ଓଡ଼ିଆ ମୃତ, ୩ ଗୁରୁତର

ଭୁବନେଶ୍ୱର,୧୮।୩(ବ୍ୟୁରୋ): ପଶ୍ଚିମବଙ୍ଗର ସିଲିଗୁଡ଼ି କଲିମ୍‌ପଙ୍ଗ ଘାଟିରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଭୁବନେଶ୍ୱର ଅଞ୍ଚଳର ୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ଜଣ...

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, ସାଇରନ ବାଜିବାରୁ ଛୁ ମାରିଲେ ଲୁଟେରା

କଟକ ଅଫିସ,୬ା୪: ତ୍ରିଶୁଳିଆ ନିକଟ ଫକୀରପଡ଼ାରେ ଥିବା ଆଇସିଆଇସିଆଇ ବ୍ୟାଙ୍କକୁ ସ୍ପଷ୍ଟ ଦିବାଲୋକରେ ଲୁଟ୍‌ କରିବାକୁ ଆସି ଲୁଟେରାମାନେ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଓ ମାରଣାସ୍ତ୍ର...

ଜମି ଲୋଭରୁ ଟ୍ରିପଲ ମର୍ଡର: ରକ୍ତରେ ଭିଜିଲା ଲପଡା ଗାଁ

ସମ୍ବଲପୁର,୨୧ା୧୦(ବ୍ୟୁରୋ)-ଜମି ବିବାଦକୁ କେନ୍ଦ୍ର କରି ସମ୍ବଲପୁର ଜିଲା ମହୁଲପାଲି ଥାନା ଲପଡା ଗ୍ରାମରେ ବୁଧବାର ଟ୍ରିପଲ ମର୍ଡର ଘଟିଛି। ୩ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା...

ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ଗୁରୁତ୍ୱ ଦିଆଯାଉଛି: ମନ୍ତ୍ରୀ

ଭୁବନେଶ୍ୱର,୨୦।(ବ୍ୟୁରୋ): କର୍ମନିଯୁକ୍ତି ସହାୟକ ତାଲିମ କାର୍ଯ୍ୟକ୍ରମ ଓ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମରେ କାର୍ଯ୍ୟରତ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକର...

ଏ ବର୍ଷ ଚାଷୀଙ୍କୁ ୯ ହଜାର କୋଟି ଋଣ ପ୍ରଦାନ ଲକ୍ଷ୍ୟ

ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ବିନା ସୁଧ ହାରରେ ଚାଷୀଙ୍କୁ ୫୦ହଜାର ଯାଏ କୃଷି ଋଣ ଯୋଗାଇ ଦିଆଯାଉଛି। ସେହିଭଳି ୫୦ହଜାରରୁ ୩ ଲକ୍ଷ...

ବାଚସ୍ପତି ହେବେ ସୂର୍ଯ୍ୟ ପାତ୍ର, ପ୍ରମିଳା ହେବେ ଶାସକ ଦଳର ମୁଖ୍ୟ ସଚେତକ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ଓଡ଼ିଶାର ବରିଷ୍ଠ ବିଜେଡି ନେତା ତଥା ବହୁବାର ବିଧାୟକ ହୋଇଥିବା ସୂର୍ଯ୍ୟ ପାତ୍ର ପରବର୍ତ୍ତୀ ବିଧାନସଭାର ବାଚସ୍ପତି ହୋଇପାରନ୍ତି। ତାଙ୍କୁ ବାଚସ୍ପତି କରିବା ନେଇ...

Advertisement
Archives

Model This Week