ରାତି ୧୧ଟାରୁ ଭୋର୍ ୪ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ମୁରାସୁ’ ୧୨୦ କିମି ବେଗରେ ବହିବ ପବନ, ୫ ଜିଲାରେ ପ୍ରବଳ ବର୍ଷା 

ଭୁବନେଶ୍ୱର,୨।୧୧: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ମୁରାସୁ’ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇଛି। ଆଜି ରାତିରୁ ଆସନ୍ତାକାଲି ଭୋର୍‌ ମଧ୍ୟରେ ଏହା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଆଇଏମ୍‌ଡିର ସୂଚନା ଅନୁସାରେ, ବାତ୍ୟା ‘ମୁରାସୁ’ ଏବେ ପଶ୍ଚିମକେନ୍ଦ୍ରୀୟ ଓ ଏହାର ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଆଜି ରାତି ୧୧ଟା ୩୦ରୁ ଆସନ୍ତାକାଲି ଭୋର୍‌ ୪ଟା ମଧ୍ୟରେ ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଓଙ୍ଗୋଲ ନିକଟରେ ଏହା ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି।

ସ୍ଥଳଭାଗ ଅତିକ୍ରମ ସମୟରେ ବାତ୍ୟାର ପବନ ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବା ସହ ଝଟକା ପବନର ବେଗ ୧୨୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ବିଶେଷକରି ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲାରେ ବର୍ଷା ହେବାର ଆଶଙ୍କା ରହିଛି।

ଏହି ସମୟରେ ଓଡ଼ିଶାରେ ମଧ୍ୟ ପବନର ବେଗ ବୃଦ୍ଧି ପାଇପାରେ। କେତେକ ସ୍ଥାନରେ ଘଣ୍ଟାପ୍ରତି ୭୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଜକେଶରୀ ରାଜଯୋଗ: ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାର୍‌ଚାନ୍ଦ, ଚାରିଆଡୁ ହୁ ହୁ ହୋଇ ବଢିବ ଧନ! ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସିଂହ ରାଶିରେ ଗୁରୁ ଓ ଚନ୍ଦ୍ରମାଙ୍କ ଅବସ୍ଥାନ ଯୋଗୁ ଉଭୟ ଗ୍ରହଙ୍କ ମଧ୍ୟରେ ଏକ ବିଶେଷ ସଂଯୋଗ ସୃଷ୍ଟି ହେବ। ଏହାର ପ୍ରଭାବରେ…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ମଝିରେ ଟିମ୍‌ଇଣ୍ଡିଆ ପାଇଁ ଆସିଲା ଖରାପ ଖବର: ବଢିଲା ଆଶଙ୍କା

ନୂଆଦିଲ୍ଲୀ,୨।୧୧: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଲାଗିଛି ବଡ଼ ଝଟକା। ଆହତ ସମସ୍ୟାରୁ ମୁକୁଳି ନଥିବା ଷ୍ଟାର ଉଇକେଟକିପର ବ୍ୟାଟର ଋଷଭ ପନ୍ତ ନ୍ୟୁଜିଲାଣ୍ଡ…

ବାଣୀବିହାରରେ ଝାଡ଼ାବାନ୍ତି ଆତଙ୍କ

ଭୁବନେଶ୍ବର,୨।୧୧: ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ସୋମବାର ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ବିଶ୍ବବିଦ୍ୟାଳୟର ୭ ନମ୍ବର ଛାତ୍ରୀ ନିବାସର ୧୦ଜଣ ଅନ୍ତେବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ…

ଟିମ ଇଣ୍ଡିଆକୁ ବଡ଼ କ୍ଷତି: ଲଗାତାର ୨ ପରାଜୟ ପରେ…

ନୂଆଦିଲ୍ଲୀ,୨।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜକୁ ୩-୨ରେ ଜିତିଥିଲେ ମଧ୍ୟ ଭାରତୀୟ କ୍ରିକେଟ ଦଳକୁ ଲାଗିଛି ବଡ଼ ଝଟକା। ଲଗାତାର ଦୁଇଟି ମ୍ୟାଚ୍‌ରେ ପରାଜୟ ଯୋଗୁ ଆଇସିସି ଟି-୨୦…

ଜିତିବା ପରେ ବି ପାକିସ୍ତାନ ଉପରେ ଆଇସିସି ନେଲା କଡ଼ା କାର୍ଯ୍ୟାନୁଷ୍ଠାନ: ଭୁଲ ମାନିଲେ ଅଧିନାୟକ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ, ୨।୧୧: ରବିବାର ଲାହୋରର ଗଦାଫି ଷ୍ଟାଡିୟମରେ ଟ୍ରାଇ-ନେସନ ସିରିଜର ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଏଥିରେ ପାକିସ୍ତାନ ଶ୍ରୀଲଙ୍କାକୁ ୩ ଉଇକେଟ୍‌ରେ ପରାସ୍ତ କରି ଟାଇଟଲ ନିଜ…

ନ୍ୟୁଜିଲାଣ୍ଡରେ ଚମକିଲେ ଏହି ଭାରତୀୟ ଯୁବ ଖେଳାଳି, ଟିମ ଇଣ୍ଡିଆ ଦେଲା ବଡ଼ ଉପହାର, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ, ୨।୧୧: ଟିମ ଇଣ୍ଡିଆର ଅନେକ ବଡ଼ ବଡ଼ ଖେଳାଳି ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଫ୍ଲପ୍‌ ହୋଇଛନ୍ତି। ଭାରତ ସିରିଜକୁ ୩-୨ରେ ଜିତିଥିଲେ ମଧ୍ୟ ବ୍ୟାଟିଂରେ…

‘ଭୁବନେଶ୍ୱରଙ୍କୁ ଖେଳାଇବା ସବୁଠାରୁ ବଡ଼ ଭୁଲ ଥିଲା…’ ଇରଫାନ ପଠାନଙ୍କ ବୟାନକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨।୧୧: ଭୁବନେଶ୍ୱର କୁମାରଙ୍କୁ ଭାରତୀୟ ଦଳକୁ ଫେରାଇ ଆଣିବା ନିଷ୍ପତ୍ତିଟି ସଠିକ ନଥିଲା, ଅନ୍ତତଃ ପକ୍ଷେ ବିଶ୍ୱକପ ବିଜେତା ଦଳର ପୂର୍ବତନ ଖେଳାଳି ଇରଫାନ ପଠାନଙ୍କ ମତ…

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା

ଭୁବନେଶ୍ୱର,୨ା୧୧ (ପ୍ରସନଜିତ୍‌ ସାହୁ): ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ରବିବାର ନନ୍ଦନକାନନ ଥାନା ପୋଲିସ ଅଭିଯୁକ୍ତ ନାବାଳକ(୧୭)ଙ୍କୁ କାବୁ କରିଛି। ପୋଲିସ ସୂଚନା ଅନୁଯାୟୀ, କେନ୍ଦ୍ରାପଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?