କବିତା ମଣିଷର ସମ୍ବେଦନଶୀଳତା ବଢ଼ାଏ

ବଲାଙ୍ଗୀର ଅଫିସ, ୧୯ା୧୧
ବଲାଙ୍ଗୀରର ତହଁକ୍‌ ସାହିତ୍ୟ କୁଟୁମ୍‌ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଭବନଠାରେ ଶୀତ୍‌ କେ ସ୍ବାଗତ୍‌ କବିତା ଆସର ଅନୁଷ୍ଠିତ ହୋଇଥିଲା ା ଅଭିନେତା ଓ ନାଟ୍ୟକାର ଅରବିନ୍ଦ ବାଗଙ୍କ ସଭାପତିତ୍ୱ ତଥା କବି ଆନନ୍ଦଚନ୍ଦ୍ର ସାହୁଙ୍କ ସଂଯୋଜନାକ୍ରମେ ଅନୁଷ୍ଠିତ ପ୍ରଥମ ଅଧିବେଶନ୍‌ରେ ସାରସ୍ବତ ସଭା ଆୟୋଜନ କରାଯାଇଥିଲା ା ଏଥିରେ ମୁଖ୍ୟଅତିଥିଭାବେ ଅଧ୍ୟାପକ ବିନୟ କୁମାର ଦାଶ, ମୁଖ୍ୟବକ୍ତା ବୀରେନ୍ଦ୍ର କୁମାର ଝାଙ୍କର ଓ ସମ୍ମାନିତ ଅତିଥିଭାବେ କବି ସନ୍ଦୀପ କୁମାର କୁଅଁର ଯୋଗଦାନ କରାଯାଇଥିଲା ା ସାହିତ୍ୟ ଆସର ମଞ୍ଚକୁ ସାରସ୍ବତ ସାଧକ ସ୍ବର୍ଗତ ପ୍ରଫେସର ନାରାୟଣ ପୃଷେଠ୍‌ଙ୍କୁ ସମର୍ପିତ କରାଯାଇଥିଲା ା ମୁଖ୍ୟବକ୍ତା ଝାଙ୍କର ସ୍ବର୍ଗତ ପୃଷେଠ୍‌ଙ୍କ ସାରସ୍ବତ, ଶିକ୍ଷା, ସାମାଜିକ ଓ ସାଂସ୍କୃତିକ ଜୀବନର ଉପଲବ୍ଧତ୍କୁ ନେଇ ବକ୍ତବ୍ୟ ରଖିଥିଲେ ା ମୁଖ୍ୟଅତିଥି ଦାଶ ସାହିତ୍ୟ କ୍ଷେତ୍ରରେ ଅବକ୍ଷୟକୁ ନେଇ ଚିନ୍ତା ପ୍ରକଟ କରିଥିଲେ ା ସମ୍ମାନିତ ଅତିଥି କବି କୁଅଁର କବିତା ମଣିଷ ଜୀବନକୁ ମଧୁମୟ କରି ସମ୍ବେଦନଶୀଳତା ବଢ଼ାଏ କହିଥିଲେ ା ଶିଶୁ ସାହିତି୍ୟକ ଗୋପୀନାଥ ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ଆସରରେ ୩୫ରୁ ଉର୍ଦ୍ଧ୍ୱ କବିୟିତ୍ରୀ, କବି ଯୋଗଦେଇ ଶୀତକୁ ସ୍ବାଗତ କରି ମନଛୁୁଅଁା କବିତା ପାଠ କରିଥିଲେ ା ଏହି ଆସରକୁ ଜ୍ୟୋତିପ୍ରକାଶ ସାହୁ ଓ ସସ୍ମିତା ସାହୁ ସଂଯୋଜନା କରିଥିଲେ ା ଏଥିରେ ଅତିଥିଭାବେ କବୟିତ୍ରୀ ସବିତା ମହରା, ଗୀତିକାର ବ୍ରହ୍ମାନନ୍ଦ ବନଛୋର ଓ ସାହିତି୍ୟକ ଦେବେନ୍ଦ୍ର କୁମାର ନାଏକ ଯୋଗଦାନ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବଡ଼ ନିଷ୍ପତ୍ତି : ଏଣିକି ହେବ…

ଭୁବନେଶ୍ୱର,୨୯।୮: ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା। ଥରେ…

ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ

କଟକ, ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିପାଳ। ପାର୍କର ବିଭିନ୍ନ କାମର ଅଗ୍ରଗତି…

ବୁର୍ଲାରେ ଫୁଟିଲା ଗୁଳି: ମାଂସ ବ୍ୟବସାୟୀଙ୍କ ଚାଲିଗଲା ଜୀବନ, ପରକୀୟା ପ୍ରୀତି …

ସମ୍ବଲପୁର,୨୯ା୮(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ପୂର୍ବାହ୍ନରେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି। ଏଥିରେ କିର୍ବା ଛକରେ ମାଂସ ଦୋକାନ…

କାମରେ ଆସୁନି ଆଧାର କାର୍ଡ, ନିୟମଗିରିରେ ବଢୁଛି ଡଙ୍ଗରିଆଙ୍କ ଅସନ୍ତୋଷ

କଲ୍ୟାଣସିଂହପୁର,୨୯ା୮(ଦୀପକ କୁମାର ପରିଡ଼ା): ସରକାରୀ ସୁବିଧା ସୁଯୋଗ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଆଧାର ଶିବିର ଏବେ ନିୟମଗିରିର ଡଙ୍ଗରିଆ କନ୍ଧମାନଙ୍କ ପାଇଁ ନୂଆ ସମସ୍ୟା…

ଆର୍‌ଟିଓ ଅଫିସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ସବୁ

ଗଜପତି,୨୯ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଜଳିଯାଇଛି କମ୍ପ୍ୟୁଟର ପ୍ରକୋଷ୍ଠ। ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ…

ଆନ୍ଧ୍ରରେ ଅଟୋ ଓଲଟି ଓଡ଼ିଆ ଶ୍ରମିକଙ୍କ ଜୀବନ ଗଲା

ରାଇକିଆ,୨୯ା୮(ପ୍ରଦୀପ କୁମାର ବେହେରା): ଦାଦନ ଖଟିବାକୁ ଯାଇ ପୁଣି ଜଣେ କନ୍ଧମାଳ ଶ୍ରମିକ ପ୍ରାଣ ହରାଇଛନ୍ତି। ଆନ୍ଧ୍ରପ୍ରଦେଶର ଅଙ୍ଗୁଲୁ ଜିଲା ଅନ୍ତର୍ଗତ ମେଜରମେଣ୍ଟାଠାରେ ଚଳିତ ମାସ ୨୪…

ପୁଣି ସୃଷ୍ଟି ହେଲା ଲଘୁଚାପ: ୬ ଜିଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୯।୮: ବଙ୍ଗୋପସାଗର ପାର୍ଶବର୍ତ୍ତୀ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସକାଳ ୫ଟା ୩୦ପେଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri