କନ୍ନଡ଼ ଫିଲ୍ମରେ ସୁନୀଲ ସେଟ୍ଟୀଙ୍କ ଡେବ୍ୟୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀ ଲମ୍ବା ସମୟ ପରେ ଫିଲ୍ମ ଜଗତକୁ ଫେରିଛନ୍ତି। ଅଭିନେତାଙ୍କ ଅପ୍‌ କମିଂ ଫିଲ୍ମରେ ଥିବା ତାଙ୍କ ଫାଷ୍ଟ ଲୁକ୍‌ ବୁଧବାର ରିଲିଜ୍‌ ହୋଇଛି। ଏହି ଫାଷ୍ଟ ଲୁକ୍‌କୁ ଦେଖି ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ସୁନୀଲ ପ୍ରଥମ ଥର ପାଇଁ କନ୍ନଡ଼ ଫିଲ୍ମରେ ପାଦ ରଖିବାକୁ ଯାଉଥିବା ବେଳେ ଫିଲ୍ମ ‘ପହଲଓ୍ବାନ’ରୁ ସେ ଡେବ୍ୟୁ କରୁଥିବା ଜଣାପଡ଼ିଛି। ଏଥିରେ ସେ ସରକାର ଚରିତ୍ରରେ ଅଭିନୟ କରୁଥିବା ବେଳେ କନ୍ନଡ଼ର ସୁପରଷ୍ଟାର କିଚ୍ଚା ସୁଦୀପ ଓ ଆକାଂକ୍ଷା ସିଂହଙ୍କ ସହ ନଜରକୁ ଆସିବେ। ଏଥିସହ ଏହି ଫିଲ୍ମର ନୂଆ ଗୀତକୁ ସୁନୀଲ ସେଟ୍ଟୀ ଟୁଇଟରରେ ଶେୟାର କରିଛନ୍ତି। ଏଥିରେ ସେ ସୁଦୀପଙ୍କ ସହ ଡ୍ୟାନ୍ସ କରୁଥିବା ବେଳେ ୫ଶହ ଡ୍ୟାନସ୍‌ରଙ୍କୁ ନେଇ ଏହି ଗୀତଟି ତିଆରି କରାଯାଇଛି। ଫିଲ୍ମଟି ହିନ୍ଦୀ, କନ୍ନଡ଼, ତାମିଲ, ତେଲୁଗୁ ଓ ମାଲାୟାଲମ ଭାଷାରେ ରିଲିଜ୍‌ କରାଯିବାକୁ ଥିବା ବେଳେ ଏହା ୧୨ ସେପ୍ଟେମ୍ବରରେ ପରଦାକୁ ଆସିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମନ୍ଦିରରେ ପୂଜା ପାଆନ୍ତି ମହମ୍ମଦ ରଫି

ଅହମ୍ମଦାବାଦ: ବଲିଉଡ୍‌ ଗାୟକ ମହମ୍ମଦ ରଫିଙ୍କ ଗୀତ ଶୁଣିବାକୁ ପ୍ରାୟ ସମସ୍ତେ ପସନ୍ଦ କରୁଥିବା ବେଳେ ଏବେବି ତାଙ୍କ ଗୀତ ମତୁଆଲା କରେ ଶ୍ରୋତାଙ୍କୁ। ରଫିଙ୍କ...

ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ କାହିଁକି ଯୋଗ ଦେଇ ନ ଥିଲେ ଏକ୍ସ-ଗର୍ଲଫ୍ରେଣ୍ଡ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ଦେଢମାସ ବିତିଯାଇଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ଧୀରେ ଧୀରେ ଆତ୍ମହତ୍ୟା ମାମଲା ଜଟିଳ ହେବାରେ ଲାଗିଛି।...

ବିବାହ କରିବେ ରକୁଲ

ବଲିଉଡରେ ଏବେ ଜଣଙ୍କ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। ନିକଟରେ ରିଚା ଚଢା ଏବଂ ଅଲି ଫୈଜଲ ବିବାହ କରିଥିଲେ। ସିଦ୍ଧାର୍ଥ...

ଲୁକ୍‌କୁ ନେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମୁମ୍ବାଇ : ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ମୌନୀ ରାୟ ଆଜିକାଲି ନିଜର ଫଟୋ ଏବଂ ଭିଡିଓକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ଏବେ ମୌନୀ କିଛି ଫଟୋ...

ମୃତ୍ୟୁ ପୂର୍ବରୁ ଏହାଥିଲା ରାଜୁଙ୍କ ବଡ଼ ସ୍ବପ୍ନ

ମୁମ୍ବାଇ: ବି-ଟାଉନ୍‌ର ଜଣାଶୁଣା ହାସ୍ୟ ଅଭିନେତାଙ୍କର ବୁଧବାର ୫୮ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ତାଙ୍କ ମୃତ୍ୟୁ ଖବରରେ ସବୁଆଡେ ଶୋକର ଛାୟା ଖେଳିଯାଇଛି। ଅଗଷ୍ଟ...

ଭିଡିଓ କଲରେ ମା’ବାପାଙ୍କ ସହ କଥା ହେଲେ ଆର୍ୟନ

ମୁମ୍ବାଇ: ବଲିଉଡ୍‌ ଅଭିନେତା କିଙ୍ଗଖାନଙ୍କ ପୁଅ ଆର୍ୟନ ଶୁକ୍ରବାର ମାବାପାଙ୍କ ସହ ଭିଡିଓ କଲ୍‌ରେ କଥା ହୋଇଛନ୍ତି। କୋଭିଡ୍‌ -୧୯ ଗାଇଡଲାଇନ୍‌ ଅନୁସାରେ ଜେଲରେ ଥିବା...

ପୁଅର ଫଟୋ ଶେୟାର କଲେ ଦିୟା ମିର୍ଜା, ସମୟ ପୂର୍ବରୁ ହୋଇଥିଲା ପ୍ରସବ…

ମୁମ୍ବାଇ,୧୪।୭: ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ମା’ ହୋଇଛନ୍ତି। ସମୟ ପୂର୍ବରୁ ସେ ମେ‘ ୧୪ରେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ତେବେ ଶିଶୁଟି...

ଦୁଇ-ତିନି ବର୍ଷରେ ପିଲା ହେବ, ଏବେ ମୁଁ ନାଁ ବାଛୁଛି: ରଣବୀର ସିଂହ

ବମ୍ବେ: ଫ୍ୟାଶନ ହେଉ ଅବା ଅଭିନୟ, ସବୁକିଛିକୁ ନେଇ ଚର୍ଚ୍ଚାରେ ଥାନ୍ତି ବଲିଉଡ୍‌ ଅଭିନେତା ରଣବୀର ସିଂହ। ଏବେ ସେ ନିଜର ପ୍ରଥମ ରିଆଲିଟି ଶୋ’...

Advertisement
Archives

Model This Week