କନ୍ଦାଉଛି କରୋନା

ନୂଆଦିଲ୍ଲୀ,୧୧ା୪: ଦିନକୁ ଦିନ ଭାରତରେ କରୋନା ଭୂତାଣୁ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଶୁକ୍ରବାର ମୃତ୍ୟୁସଂଖ୍ୟା ୨୪୬କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୭,୩୪୭ରେ ପହଞ୍ଚିଛି। ଯଦିଓ ୬୯୭ ରୋଗୀ ସୁସ୍ଥହୋଇ ଘରକୁ ଫେରିଛନ୍ତି, ତଥାପି ଗୋଟିଏ ଦିନରେ ୬୧୮ ରୋଗୀ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର। ଏଠାରେ ମୃତ୍ୟୁସଂଖ୍ୟା ୧୦୮ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧,୩୬୪ ଛୁଇଁଛି। ତାମିଲନାଡ଼ୁରେ ୯ ମୁଣ୍ଡ ଯାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୯୧୧ରେ ପହଞ୍ଚିଛି। ରାଜଧାନୀ ଦିଲ୍ଲୀରେ ୯୦୩ ସଂକ୍ରମିତ ଥିବା ବେଳେ ୧୪ ଜଣଙ୍କ ଜୀବନ ଯାଇଛି। ମଧ୍ୟପ୍ରଦେଶରେ ୩୬ ମୁଣ୍ଡ ଯାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୪୫୧ରେ ପହଞ୍ଚିଛି। ରାଜସ୍ଥାନରେ ୫୨୦ ରୋଗୀ ଥିବାବେଳେ ତେଲଙ୍ଗାନାରେ ୪୮୭, ୟୁପିରେ ୪୩୩, ଆନ୍ଧ୍ରପ୍ରଦେଶରେ ୩୮୧, ଗୁଜରାଟରେ୭୮, କେରଳରେ ୩୬୪, ଜମ୍ମୁ-କଶ୍ମୀରରେ ୨୦୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ କରୋନା ଭୂତାଣୁ କାୟାବିସ୍ତାର କରିବାରେ ଲାଗିଛି। ପରିସ୍ଥିତି ଜଟିଳ ହେବାରେ ଲାଗିଥିବା ବେଳେ କେତେକ ରାଜ୍ୟରେ ଲକ୍‌ଡାଉନ୍‌ ସମୟ ସୀମା ବୃଦ୍ଧି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟପାଳ ମୋତେ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି: ଫଡନବିଶ

ମୁମ୍ବାଇ,୮।୧୧: ମହାରାଷ୍ଟ୍ର ରାଜନୀତି ଏବେ ପୁଣିଥରେ ହୋଇଛି ସରଗରମ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଆଉ ତାଙ୍କ ଇସ୍ତଫା ପତ୍ରକୁ...

ଚନ୍ଦ୍ରାୟନ ବୈଜ୍ଞାନିକଙ୍କ ଦରମା କାଟ୍‌: ରାଜ୍ୟ ସଭାରେ ପ୍ରସଙ୍ଗ ଉପସ୍ଥାପନ କଲା କଂଗ୍ରେସ

ନୂଆଦିଲ୍ଲୀ,୩୦।୭: ଚନ୍ଦ୍ରାୟନ ମିଶନରେ କାର୍ଯ୍ୟ କରୁଥିବା ବୈଜ୍ଞାନିକଙ୍କ ଦରମା କାଟ୍‌ ପ୍ରସଙ୍ଗ ନେଇ ରାଜ୍ୟ ସଭାରେ ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ସମାଲୋଚନା କରାଯାଇଛି। କଂଗ୍ରେସ...

ବାତ୍ୟା ନିସର୍ଗକୁ ନେଇ ମୁମ୍ବାଇରେ ରେଡ ଆଲର୍ଟ: ଘଣ୍ଟାପ୍ରତି ଶହେ କିଲୋମିଟର ବେଗରେ ବହିପାରେ ପବନ

ମୁମ୍ବାଇ,୨।୬: ବାତ୍ୟା‘ ନିସର୍ଗ’ ବୁଧବାର ଅର୍ଥାତ୍‌ ଜୁନ୍‌ ୩ରେ ମହାରାଷ୍ଟ୍ର ଉପକୂଳ ଛୁଇଁବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ...

ଆସନ୍ତା ୨୪ରେ ବିହାର ବନ୍ଦ ଡାକରା ଦେଲା ଆର୍‌ଜେଡି

ପାଟନା,୧୭।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱରରେ ପୀଡିତ ହୋଇ ଶହେରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ହେଲାଣି। ଏହା ନୀତୀଶ ସରକାରଙ୍କ ଅପାରଗତା ଦର୍ଶାଇ ବିରୋଧୀ ରାଷ୍ଟ୍ରୀୟ...

ଭାରତମାଳା ପରିଯୋଜନାରେ ୧୨ ହଜାରରୁ ଅଧିକ କିମିର ସଡ଼କ ପଥର କାର୍ଯ୍ୟ ଶେଷ ହୋଇଛି: କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୧୧।୧୦: ଭାରତମାଳା ପରିଯୋଜନା ଅନ୍ତର୍ଗତ ଦେଶରେ ୧୨ ହଜାର ୪୧୩ କିମିର ସଡ଼କ ପଥର କାର୍ଯ୍ୟ ୨୦୨୦ ଅଗଷ୍ଟ ସୁଦ୍ଧା ଶେଷ ହୋଇଥିବା କେନ୍ଦ୍ର...

କରୋନା ଭାଇରସ୍‌ ଟେଷ୍ଟରେ କ୍ରିକେଟର ପଜିଟିଭ୍‌

ଜୋହାନ୍ସବର୍ଗ,୮।୫(ପି.ଟି.): ଦକ୍ଷିଣ ଆଫ୍ରିକା ପ୍ରଥମଶ୍ରେଣୀ କ୍ରିକେଟର ସୋଲୋ ଏନ୍‌କ୍ୱେନି କରୋନା ଭାଇରସ୍‌ ଟେଷ୍ଟରେ ପଜିଟିଭ୍‌ ବୋଲି ଜଣାପଡିଛି। ୨୫ ବର୍ଷୀୟ ଏହି କ୍ରିକେଟର ମଧ୍ୟ ଏକାଧିକ...

୫ ବର୍ଷରେ ଉପସାଗରୀୟ ଅଞ୍ଚଳରେ : ଗଲାଣି ୩୪ ହଜାର ଭାରତୀୟଙ୍କ ଜୀବନ

ହାଇଦ୍ରାବାଦ,୨୩ା୧୧: ଉପସାଗରୀୟ ରାଷ୍ଟ୍ର କୁଏଟ୍‌, ସୌଦି ଆରବ, ବାହାରିନ୍‌, କାତାର, ଓମାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଦିନକୁ ହାରାହାରି ୧୫ ଭାରତୀୟ ପ୍ରାଣ...

ସନ୍ଧ୍ୟା ୬ଟା ପୂର୍ବରୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ କହିଲେ ରାଜ୍ୟପାଳ

ବେଙ୍ଗାଲୁରୁ,୧୯।୭: କର୍ନାଟକ ମେଣ୍ଟ ସରକାର ଏବେ ସଂଖ୍ୟା ଗରିଷ୍ଠତା ପ୍ରମାଣକୁ ନେଇ ଏକ ପ୍ରକାର କାଠ ଗଡାରେ ଠିଆ ହୋଇଛି କହିଲେ ଭୁଲ୍‌ ହେବ ନାହିଁ।...

Coronavirus Update

Archives

Model This Week

Why Dharitri