କନ୍ଦରପୁର ଲେଭଲକ୍ରସିଂ ଓଭରବ୍ରିଜ୍‌ ନିର୍ମାଣ ବିଳମ୍ବ

କଟକସଦର, ୧୯।୭(ଡି.ଏନ୍‌.ଏ.)-କଟକ-ପାରାଦ୍ୱୀପ ରେଳପଥରେ ପ୍ରତି ୧୦ମିନିଟ୍‌ ଅନ୍ତରାଳରେ ମାଲ ଓ ଯାତ୍ରୀବାହୀ ଗାଡ଼ି ଚଳାଚଳ କରୁଛି। ସେଥିପାଇଁ କଟକ-ଏରସମାନୂଆଗଁା ଏନ୍‌ଏଚ୍‌ ଜାତୀୟ ରାଜପଥ ନଂ ୫୫ରେ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। କନ୍ଦରପୁର ନିକଟରେ ଏନ୍‌ଏଚଟି କେଉଁସ୍ଥାନରେ ରେଳପଥକୁ ଅତିକ୍ରମ କରିବ ସେନେଇ ଆଜି ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇପାରିନାହିଁ। ଫଳରେ କନ୍ଦରପୁର ଲେଭଲ କ୍ରସିଂ ଓଭରବ୍ରିଜ୍‌ ନିର୍ମାଣରେ ବିଳମ୍ବ ଘଟୁଛି। ଏ କଥା ଚଳିତ ପାର୍ଲ୍ୟାମେଣ୍ଟ ଅଧିବେଶନରେ ଜଗତ୍‌ସିଂପୁର ଏମ୍‌ପି ରାଜଶ୍ରୀ ମଲ୍ଲିକ ଉଠାଇ ସାରିଛନ୍ତି। ତଥାପି ଏହା ଉପରେ ଚୂଡ଼ାନ୍ତ ନିର୍ଣ୍ଣୟରେ ବିଳମ୍ବ ଘଟୁଥିବାରୁ କଟକସଦର ଏବଂ ଜଗତ୍‌ସିଂପୁର ସଦର ମହକୁମା ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ପ୍ରଥମେ ଉକ୍ତ ରାସ୍ତାଟିର ନାମ ରାଜ୍ୟ ରାଜପଥ ନଂ୪୩ କନ୍ଦରପୁର-ମାଛଗଁା ଭାବେ ପରିଚିତ ଥିଲା। ତେଣୁ କନ୍ଦରପୁର ଲେଭଲ କ୍ରସିଂ ନିକଟରେ ଏକ ଓଭରବ୍ରିଜ୍‌ ନିର୍ମାଣ ପାଇଁ ରେଲଓ୍ବେ ଓ ପୂର୍ତ୍ତ ବିଭାଗ ମଧ୍ୟରେ ୨୦୧୪ରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ହଠାତ୍‌ ଏହାକୁ କଟକ-ନୂଆଗଁା ଏନ୍‌ଏଚ୍‌ ୫୫ଭାବରେ ୨୦୧୬ରେ ଘୋଷଣା କରାଗଲା। ମୋଟ ୯୪କିମି ୧୩୯ମିଟର ମଧ୍ୟରୁ କଟକ ଜିଲାରେ ୧୫କିମି ୩୩୯ମିଟର ରହିଛି। ଜଗତ୍‌ସିଂହପୁର ଜିଲାରେ ଥିବା ୭୮କିମି ୮୦୦ମିଟର ପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଛି। ମାତ୍ର କଟକ ଜିଲାର ଓଏମ୍‌ପି-କନ୍ଦରପୁର ମଧ୍ୟରେ କେମିତି ରାସ୍ତା ତିଆରି ହେବ ସେନେଇ କିଛି ସ୍ଥିର ହୋଇପାରୁନାହିଁ। ଏହି କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିବା ଫଳରେ କନ୍ଦରପୁର ଓଭରବ୍ରିଜ୍‌ କାମ ଆରମ୍ଭ ହୋଇପାରୁନାହିଁ ବୋଲି କନ୍ଦରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରମୋଦ ରାଉତ କହିଛନ୍ତି। ଓଏମ୍‌ପିରୁ ଫକୀରପଡ଼ା ମଧ୍ୟରେ ଜନବସତି ସହିତ ବଡ଼ବଡ଼ କୋଠା ରହିଛି। ଚାଉଳିଆଗଞ୍ଜ, ନୂଆବଜାର, ବିଦ୍ୟାଧରପୁର ଭଳି ସିଏମ୍‌ସି ଅଞ୍ଚଳମଧ୍ୟ ଏଥିରେ ସାମିଲ ରହିଛି। ଓଭରବ୍ରିଜ୍‌ ନିର୍ମାଣରେ ବିଳମ୍ବ ସମ୍ବନ୍ଧରେ କଟକସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗଯୋଗ କରାଯାଇଥିଲା। ମାତ୍ର ବିଳମ୍ବ ଖବର ପାର୍ଲ୍ୟାମେଣ୍ଟରେ ଆଲୋଚନା ହୋଇସାରିଥିବାରୁ ଏହା ଉପରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଯାହାକିଛି ପଦକ୍ଷେପ ନେଇ ପାରିବେ ବୋଲି ପ୍ରାଧିକରଣର ଜଣେ ବରିଷ୍ଠ ଯନ୍ତ୍ରୀ ନିଜ ନାମ ଗୋପନ ରଖି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ଶତାଧିକ ଭାଜପା-କଂଗ୍ରେସ କର୍ମୀ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ଗୋପାଳପୁର ଓ ନବରଙ୍ଗପୁରର ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ଦଳ ଛାଡି ମଙ୍ଗଳବାର ବିଜେଡିରେ ଯୋଗ ଦେଇଛନ୍ତି । ରାଜ୍ୟ ଯୁବ ବିଜେଡି...

ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ: ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର, ୮।୨(ବ୍ୟୁରୋ): ବିଭିନ୍ନ ବର୍ଗରୁ ବିରୋଧ ପରେ ଶେଷରେ ସୋମବାର ପ୍ରତ୍ୟାହୃତ ହୋଇଛି ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ। ଏହାକୁ ପ୍ରତ୍ୟାହାର କରି ନିଆଯାଇଥିବା ନେଇ ଟୁଇଟ୍‌କରି...

ଆଜି ରାଜ୍ୟରୁ ୧୧୯୩ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ରେକର୍ଡ ସଂଖ୍ୟକ

ଭୁବନେଶ୍ୱର,୧୩ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୧୧୯୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୯୨,୩୭୫ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ରାଜ୍ୟରେ କମୁନି କରୋନା: ଆଜି ଆଉ ୧୮ ଜୀବନ ନେଲା, ମୃତ୍ୟୁସଂଖ୍ୟା ୧୦୪୦କୁ ବୃଦ୍ଧି

ଭୁବନେଶ୍ୱର,୧୨ା୧୦(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୧୮ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୦୪୦କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମ ଘଟଣା : ଓଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

ଭୁବନେଶ୍ୱର,୨୨।୧(ବ୍ୟୁରୋ): କେନ୍ଦୁଝରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରକୁ ଆକ୍ରମଣ ଉଦ୍ୟମ ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଏବଂ ଗାଡ଼ିକୁ ଆକ୍ରମଣ ଘଟଣାକୁ ନେଇ କଂଗ୍ରେସ...

‘ମଙ୍କିପକ୍ସ’କୁ ନେଇ ବସିବ ସ୍ବାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର, ୨୬।୭(ବ୍ୟୁରୋ): ଦେଶରେ ଆତଙ୍କ ଖେଳାଉଛି ‘ମଙ୍କିପକ୍ସ’ ଭାଇରସ। ଅଧିକାଂଶ ରାଜ୍ୟରେ ‘ମଙ୍କିପକ୍ସ’ ଆକ୍ରାନ୍ତ ଚିହ୍ନଟ ପରେ ଏବେ ସରକାର ଚିନ୍ତାରେ। ହେଲେ ଓଡ଼ିଶାରେ ଏ...

ଖଣି, ଇସ୍ପାତ ଉତ୍ପାଦନ ଅଭିବୃଦ୍ଧି ଉପରେ ଫୋକସ୍‌

ଭୁବନେଶ୍ୱର, ୩ା୩(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଏବଂ ସିଇଓ ଆଦିତ୍ୟ ମିତ୍ତଲଙ୍କ...

ପ୍ରଥମରୁ ଅଷ୍ଟମ ସବୁ ପିଲା ପାସ

ଭୁବନେଶ୍ୱର,୧୫।୫(ବ୍ୟୁରୋ)- ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସବୁ ପିଲା ପାସ। କରୋନା ମୁକାବିଲା ସ୍ଥିତିକୁ ନେଇ ଶୁକ୍ରବାର ରାଜ୍ୟ ସ୍କୁଲ ଓ...

Advertisement
Archives

Model This Week