କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରିବା ଘଟଣା: ପାଟଣାଗଡ଼ ବିଧାୟକଙ୍କ ପାଇଁ ଅଡୁଆ ବଢ଼ିଲା

ବଲାଙ୍ଗିର ଅଫିସ/ଭୁବନେଶ୍ୱର, ୮ା୬(ବ୍ୟୁରୋ): ନିମ୍ନମାନର ରାସ୍ତା କାମ ପାଇଁ ପାଟଣାଗଡର ନବନିର୍ବାଚିତ ବିଧାୟକ ସରୋଜ ମେହେର ଗତ ୫ତାରିଖରେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବସମ୍ମୁଖରେ ଉଠ୍‌ବସ୍‌ କରାଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୂରା ଘଟଣା ପଦାକୁ ଆସିଥିଲା। ଏହି ଘଟଣାକୁ ରାଜନୈତିକ ମହଲରେ ନିନ୍ଦା କରାଯାଇଛି। ଜଣେ ବିଧାୟକ ହୋଇ କିଭଳି ଆଇନ୍‌କୁ ହାତକୁ ନେଲେ ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଉକ୍ତ ଘଟଣା ପାଇଁ ବିଧାୟକ ମେହେର କ୍ଷମା ମାଗିଥିଲେ ମଧ୍ୟ ତାଙ୍କୁ ଛାଡ଼ିବାକୁ ନାରାଜ ବିରୋଧୀ। ସେମାନେ ବିଧାୟକ ମେହେରଙ୍କ ଗିରଫ ଦାବି କରିଛନ୍ତି। ସେହିପରି ଯନ୍ତ୍ରୀ ଶବରଙ୍କ ସ୍ତ୍ରୀ ପ୍ରବୀଣା ରାଜହଂସଙ୍କ ଅଭିଯୋଗ କ୍ରମେ ପାଟଣାଗଡ଼ ପୋଲିସ ବିଧାୟକ ମେହେରଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୪୧, ୩୬୩, ୨୯୪, ୩୨୩, ୩୫୩, ୩୫୫, ୫୦୦, ୩୪, ୩(୧)(ଆର), ୩(୧)(ଏସ) ଭଳି ୧୦ଟି ଦଫାରେ ଏକ ମାମଲା (ନଂ.୧୧୩/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ବେଲପଡା ଥାନା ଅଞ୍ଚଳରୁ ଶବରଙ୍କୁ ଉଦ୍ଧାର କରି ଶୁକ୍ରବାର ସକାଳେ ତାଙ୍କ ଘରେ ଛାଡ଼ିଛି। ସେହିପରି ଜାତୀୟ ମାନବାଧିକାର କମିଶନରଙ୍କ ନିକଟରେ ମଧ୍ୟ ଏ ନେଇ ଅଭିଯୋଗ ହୋଇଛି। ଫଳରେ ମେହେରଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି।
ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାନବାଧିକାର କର୍ମୀ ସୁଜିତ ସାହୁ ପିଟିଶନ୍‌ ଦାଖଲ କରିଛନ୍ତି। ଆଗାମୀ ଦିନରେ ଏହାର ବିଚାର ହେବ ବୋଲି ଜଣାପଡ଼ିିଛି। ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରିବା ସହ ଘଟଣାର ନିରପେକ୍ଷ ନ୍ୟାୟିକ ତଦନ୍ତ କରିବା ଏବଂ ୪ସପ୍ତାହ ମଧ୍ୟରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେବାକୁ ଅଭିଯୋଗକାରୀ ନିଜ ପିଟିଶନରେ ଉଲ୍ଲେଖ କରିଛନ୍ତି। ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଉଠ୍‌ବସ୍‌ କରିବା ଦ୍ୱାରା ତାଙ୍କର ମାନବିକ ଅଧିକାର କ୍ଷୁଣ୍ଣ ହୋଇଛି। ତେଣୁ ତାଙ୍କୁ ପବ୍ଲିକ୍‌ ହ୍ୟୁମିଲେଶନ୍‌ ଏବଂ ଆଟ୍ରୋସିଟି ଆକ୍ଟ ଅନୁଯାୟୀ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପିଟିଶନ୍‌କାରୀ ସାହୁ କମିଶନରଙ୍କୁ ନିବେଦନ କରିଛନ୍ତି।
ଉଦ୍ଧାର ପରେ ଯନ୍ତ୍ରୀ ଶବର ପୋଲିସ ଏବଂ ଗଣମାଧ୍ୟମ ଆଗରେ ସବୁ କଥା ବଖାଣିଛନ୍ତି। ସେ କହିଛନ୍ତି ଯେ, ସେହିଦିନ ବିଧାୟକଙ୍କ ଉପସ୍ଥିତିରେ ନିର୍ବାହୀଯନ୍ତ୍ରୀ ତାଙ୍କୁ ଚାପୁଡ଼ା ମାରିଥିଲେ। ବିଧାୟକ ଜୋରଜବରଦସ୍ତି ୫ମିନିଟରେ ଶହେ ଥର ଉଠ୍‌ବସ୍‌ ଲାଗି କହିଥିଲେ। ଉଠବସ୍‌ ନ ହେଲେ ଲୋକେ ପିଟିବେ ବୋଲି କହିଥିଲେ। ବାଧ୍ୟ ହୋଇ ଉଠବସ୍‌ ହୋଇଥିଲି। ଲଜ୍ଜାଜନକ ପରିସ୍ଥିତି ଥିବାରୁ ମୁଁ ସେଦିନ ଚୁପ୍‌ ରହିଥିଲି। ପରେ ବିଧାୟକ ମେହେରଙ୍କ ଦୁଇଜଣ ସମର୍ଥକ ତାଙ୍କୁ ନେଇ ତିଖାଲୀ ପ୍ରୋଜେକ୍ଟ ଅଞ୍ଚଳରେ ରଖିଥିଲେ। ଅନ୍ୟପକ୍ଷେ କନିଷ୍ଠ ଯନ୍ତ୍ରୀଙ୍କୁ ବେଲପଡା ଥାନା ଅଞ୍ଚଳରୁ ଉଦ୍ଧାର କରିଥିବା ପୋଲିସ କହିଛି ା ଏହି ଘଟଣାକୁ ନେଇ ଓଡ଼ିଶା ଡିପ୍ଳୋମା ଇଞ୍ଜିନିୟର ସେବା ସଂଘ ସଭାପତି ସୁଦର୍ଶନ ନାୟକ ଓ ଅନ୍ୟମାନେ କନିଷ୍ଠ ଯନ୍ତ୍ରୀ ଶବରଙ୍କୁ ଭେଟି ଆଲୋଚନା କରିଥିବା ସୂଚନା ମିଳିଛି ା ସୂଚନାଯୋଗ୍ୟ, ଗତ ୫ତାରିଖରେ ବେଲପଡ଼ା ବ୍ଲକ୍‌ର ଗମ୍ଭାରୀ ଗଁା ରାସ୍ତା କାମ ତଦାରଖ କରିଥିଲେ ବିଧାୟକ ମେହେର। କାମ ନିମ୍ନମାନର ହୋଇଥିବା ଅଭିଯୋଗ କରି ସେ କନିଷ୍ଠ ଯନ୍ତ୍ରୀ ଶବରଙ୍କୁ ଉଠବସ୍‌ କରାଇଥିଲେ। ଶବର ନେହୁରା ହୋଇଥିଲେ ମଧ୍ୟ ବିଧାୟକ ତାଙ୍କୁ ଛାଡ଼ି ନ ଥିଲେ। ଏହାର ଭିଡିଓ ଭାଇରାଲ ହୋଇଥିଲା। ଏବେ ଦେଖିବାକୁ ବାକି ରହିଲା ଶାସକ ଦଳର ବିଧାୟକ ମେହେରଙ୍କୁ ପୋଲିସ ଗିରଫ କରୁଛି ନା ଘଣ୍ଟ ଘୋଡ଼ାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଟ୍ରାଭେଲ ବଜାର: ୫୩ ଷ୍ଟଲ୍‌ରେ ଓଡ଼ିଶା ପର୍ଯ୍ୟଟନ ଉତ୍ପାଦ

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫିକି ସହଯୋଗରେ ଭୁବନେଶ୍ୱରରେ ୩ୟ ଥର ପାଇଁ ଚାଲିଥିବା ଓଡ଼ିଶା ଟ୍ରାଭେଲ ବଜାର ଆନୁକୂଲ୍ୟରେ ୫୩ଟି ଷ୍ଟଲ ଖୋଲା...

ଦୁର୍ଘଟଣା ଯୋଗୁ ପ୍ରତିବର୍ଷ ୪ ଲକ୍ଷ କୋଟି କ୍ଷତି

ଭୁବନେଶ୍ୱର, ୯।୩(ବ୍ୟୁରୋ): ରାସ୍ତା ଦୁର୍ଘଟଣାରେ ହେଉଥିବା ଜନଜୀବନ ହାନି ରୋକିବା ନିମନ୍ତେ ସଡ଼କ ନିରାପତ୍ତା ନିୟମର କଡ଼ାକଡ଼ି ପ୍ରବର୍ତ୍ତନ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ...

ଟ୍ରେନ୍‌ ଲୁଟେରା ଗ୍ୟାଙ୍ଗ୍‌ର ୬ ଗିରଫ

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଟ୍ରେନ୍‌ରେ ଯାତ୍ରୀଙ୍କଠାରୁ ଲୁଟ୍‌ କରୁଥିବା ଏକ ଗ୍ୟାଙ୍ଗ୍‌କୁ ଜିଆର୍‌ପି ଓ ଆର୍‌ପିଏଫ୍‌ର ମିଳିତ ଟିମ୍‌ ଶୁକ୍ରବାର ବୁଦ୍ଧନଗର ମୋଚିସାହି ଅଞ୍ଚଳରୁ ଧରିଛି। ରେଲଓ୍ବେ ଟ୍ରାକ୍‌...

‘ରଙ୍ଗବତୀ’ରେ ‘ଡାଲ୍‌ଖାଇ’

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶୀ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଶୁକ୍ରବାର ଭଞ୍ଜକଳାମଣ୍ଡପରେ ପଶ୍ଚିମ ଓଡ଼ିଶା ଲୋକନୃତ୍ୟ...

କରୋନା ପାଇଁ ହାଇକୋର୍ଟଙ୍କୁ ରାଜ୍ୟ ବାର୍‌ କାଉନସିଲ୍‌ର ପ୍ରସ୍ତାବ: ‘ସବୁ କୋର୍ଟ ବନ୍ଦ କରାଯାଉ’

କଟକ ଅଫିସ,୧୬।୩: କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦ୍ରୁତଗତିରେ ଏହା ବ୍ୟାପୁଥିବା ଯୋଗୁ ସରକାରଙ୍କ ପକ୍ଷରୁ ନାଗରିକମାନଙ୍କୁ ସତର୍କ...

ଅସୁରକ୍ଷିତ ଭାବେ ଚାଲିଛି ହ୍ୟୁମ୍‌ ପାଇପ୍‌ ଫ୍ୟାକ୍ଟ୍ରି

ସମ୍ବଲପୁର,୨୧ା୧୦(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମର ମାନେଶ୍ୱର- ଜୟନ୍ତପୁର ରାସ୍ତା କଡରେ ଥିବା ହ୍ୟୁମ୍‌ ପାଇପ୍‌ ଫ୍ୟାକ୍ଟ୍ରିରେ ସେପ୍ଟେମ୍ବର ୨୫ରେ କାମ କରୁଥିବା ସମୟରେ ସତ୍ୟ ମିର୍ଦ୍ଧା...

ଗୋଲାମୁଣ୍ଡା ବ୍ଲକରେ ଭୁସ୍‌ଲି ପଡ଼ିଛେ ସ୍ବାସ୍ଥ୍ୟ ସେବା: ଚପ୍ରିଆ, ଉଛୁଲା ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍‌ତର ଶୁଇନ୍‌

କେଗାଁ,୩୦ା୬ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ସୁଆସ୍‌ତିଅ ସେବା ଭୁସ୍‌ଲିଯାଇଛେ। ରାଏଜ୍‌ ସରକାର ବ୍ଲକର ୨୮ଟା ପଁଚେତ୍‌ରେ ବାସ କରୁଥିବାର ୧ ଲାଖ୍‌ ୨୯...

ଲିଟିଲ୍‌ ମିସ୍‌ ପ୍ରତିଯୋଗିତା: ଓଡ଼ିଆ ଝିଅ ସରନ୍ୟାଙ୍କ କମାଲ

ଭୁବନେଶ୍ୱର,୨୯।୮(ବ୍ୟୁରୋ): ଜଣକ ପରେ ଜଣେ ଓଡ଼ିଆ ପ୍ରତିଭା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରି ରାଜ୍ୟ ପାଇଁ ଗୌରବ ଆଣୁଛନ୍ତି। ବିଶ୍ୱ ଯୁବ ସମ୍ମିଳନୀରୁ...

Advertisement
Archives

Model This Week