ବ୍ରହ୍ମପୁର ଅଫିସ,୨୬ା୬-ବାର୍ଦ୍ଧକ୍ୟ ଯନ୍ତ୍ରଣା ସହି ନ ପାରି ଜଣେ ଶତାୟୁ କନିଅର ମଞ୍ଜି ଖାଇ ଏମ୍କେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକ ଜଣଙ୍କ କାହ୍ନୁ ଚରଣ ବେହେରା (୧୦୫)।ଘର କୃଷ୍ଣପ୍ରସାଦ ଥାନା ଚିଲିକା ନୂଆପଡା ବୋଲି ମେଡିକାଲ ଫାଣ୍ଡି ଅଧିକାରୀ ଜନ୍ମେଜୟ ମଲ୍ଲିକ କହିଛନ୍ତି। ମଙ୍ଗଳବାର ପୋଲିସ ମୃତଦେହ ଜବତ କରି ନଂ.୩୩୭/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ଯେ, କାହ୍ନୁଙ୍କର ୪ ପୁଅ ଅଛନ୍ତି। ମଁୁ ଆଉ ଅଧିକ ବର୍ଷ ବଞ୍ଚିବାକୁ ଚାହୁଁନାହିଁ ବୋଲି ପୁଅମାନଙ୍କୁ ଗତ କିଛି ଦିନ ତଳେ କହିଥିଲେ। ଗତ ୨୩ ତାରିଖ ସନ୍ଧ୍ୟାରେ ସେ କନିଅର ମଞ୍ଜି ଖାଇ ବାନ୍ତି କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପୁଅମାନେ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ସୋମବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

ତାରାତାରିଣୀଙ୍କୁ ଦର୍ଶନ କରି ମଙ୍ଗଳକାମନା କଲେ ମନ୍ତ୍ରୀ
ପୁରୁଷୋତ୍ତମପୁର, ୧୧।୬(ଡି.ଏନ୍.ଏ.): ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଶନିବାର ମା’ ତାରାତାରିଣୀଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳକାମନା କରିଛନ୍ତି। ଏହି ଅବସରରେ ସେ...

ସମ୍ଭାବ୍ୟ ବାତ୍ୟା ନେଇ ଉଚ୍ଚସ୍ଥାନକୁ ଚାଲିଯିବା ପାଇଁ ପ୍ରଶାସନର ପରାମର୍ଶ
ଗଞ୍ଜାମ,୨୪ା୫(ଡି.ଏନ୍.ଏ.): ଆସନ୍ତା ୨୬ରେ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’କୁ ନେଇ ନାନା କଳ୍ପନା ଜଳ୍ପନା ଲାଗିରହିଛି l ବିଶେଷକରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳଗୁଡ଼ିକର ମତ୍ସ୍ୟଜୀବୀମାନେ...

ଗଞ୍ଜାମ ସ୍ଥିତି ସାଙ୍ଘାତିକ: ସୁରଟରୁ ସୁନାମି ଭଳି ଆସୁଛନ୍ତି କରୋନା ପଜିଟିଭ୍
ବ୍ରହ୍ମପୁର ଅଫିସ,୯।୫ – ବିଶ୍ୱରେ କରୋନା ଭୁତାଣୁ ଏବେ ଆତଙ୍କ ସୃଷ୍ଟି କରିଛି। ଏହାକୁ ନେଇ ରାଷ୍ଟ୍ର ସମୁଦାୟ ଭୟଭୀତ ହେବା ସହ ଆଶା ଆଶଙ୍କାରେ...

ଗଞ୍ଜେଇ ଯାଞ୍ଚ ବେଳେ ୧୮ ଲକ୍ଷ ଜବତ ଘଟଣା : ଆୟକର ବିଭାଗର ଖୋଳତାଡ଼
ବ୍ରହ୍ମପୁର ଅଫିସ,୧୦ା୨: ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍ ଦୁଇ ଦିନ ତଳେ ଲାଞ୍ଜିପଲ୍ଲୀ ବାଇପାସରେ କଟକ ଅଭିମୁଖେ ଯାଉଥିବା ଏକ ବସ୍ରୁ ଗଞ୍ଜେଇ ଯାଞ୍ଚ...

ଦୁର୍ଗମ କହମପଡ଼ି ଗାଁରେ ବିଧାୟକ ସାଲୁଗା
ଦାରିଙ୍ଗବାଡ଼ି,୧୪।୭(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ପଞ୍ଚାୟତର ଦୁର୍ଗମ ଗାଁ କହମପଡ଼ିକୁ ରବିବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଗସ୍ତ କରିଛନ୍ତି। ଗାଁକୁ ସବୁଦିନିଆ...

ବାପା, ମା’ ଛେଉଣ୍ଡ ଯୁବତୀଙ୍କ ବାହାଘର କଲେ ଗ୍ରାମବାସୀ
ଦିଗପହଣ୍ଡି,୧ା୭(ଡି.ଏନ୍.ଏ.)- ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଜଣେ ବାପା, ମା’ ଛେଉଣ୍ଡ ଯୁବତୀ ଜ୍ୟୋତି ସାହୁଙ୍କୁ ମଙ୍ଗଳବାର ଗ୍ରାମବାସୀ ବିବାହ କରାଇଛନ୍ତି। ବିବାହ ପାଇଁ ଗ୍ରାମବାସୀ...

ମା’ଙ୍କୁ ଦର୍ଶନ କଲେ ୫-ଟି ସଚିବ
ପୁରୁଷୋତ୍ତମପୁର,୧୨।୪(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କର ଚୈତ୍ର ଯାତ୍ରା ଚାଲିଛି। ତେବେ ଆଜି ମା’ଙ୍କ ଶେଷ ପାଳି। ଏହି ଅବସରରେ ମଙ୍ଗଳବାର ୫-ଟି...

ଲକ୍ଡାଉନ, ନିୟମ ଉଲ୍ଲଙ୍ଘନ: ୫ ଗିରଫ
ଦିଗପହଣ୍ଡି,୭ା୪(ଡି.ଏନ୍.ଏ.)- ଲକ୍ଡାଉନ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଦିଗପହଣ୍ଡି ସହରର ୫ ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଦିଗପହଣ୍ଡି ନିଳାଦ୍ରୀ ବିହାରର ଶୁକୁରୁ ସେଠୀ,...