ବିବାହ ପୂର୍ବରୁ ଆଧାର କାର୍ଡ ଯାଞ୍ଚ ବାଧ୍ୟତାମୂଳକ

ଛତ୍ରପୁର,୨୬ା୬(ଡି.ଏନ.ଏ)-ଗଞ୍ଜାମ ଜିଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଉଛି। ବିବାହ ପୂର୍ବରୁ ପୁଅଝିଅଙ୍କ ଆଧାର କାର୍ଡ ଯାଞ୍ଚ ବାଧ୍ୟତାମୂଳକ କରାଯିବ ା ଏଥିପାଇଁ ଗ୍ରାମ୍ୟ ସ୍ତରରେ ଏଏନଏମ୍‌, ଅଙ୍ଗନୱାଡି କର୍ମୀ ଓ ପ୍ରାଥମିକ ଶିକ୍ଷାନୁଷ୍ଠାନର ଶିକ୍ଷକଙ୍କୁ ନେଇ ଏକ କମିଟି ଗଠନ କରାଯିବ ା ଏହି କମିଟି ବରକନ୍ୟାଙ୍କ ଆଧାର କାର୍ଡରୁ ବୟସ ଯାଞ୍ଚ କରିବେ। କନ୍ୟା ବୟସ ୧୮ ଏବଂ ବର ବୟସ ୨୧ରୁ କମ୍‌ ହୋଇଥିଲେ ସଂପୃକ୍ତ ପଞ୍ଚାୟତିରାଜ ପ୍ରତିନିଧି କିମ୍ବା କୌଳିକ ସଂଗଠନର କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବେ ା ଆପୋସ ବୁଝାମଣାରେ ଏହାର ସମାଧାନ ନ ହେଲେ ଆଇନଗତ ପନ୍ଥା ଗ୍ରହଣ କରାଯିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରକାଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲାପାଳ ଆହୁରି କହିଥିଲେ, ଆଇନଗତ ପନ୍ଥା ଅପେକ୍ଷା ବାଲ୍ୟ ବିବାହକୁ ରୋକିବାରେ ସଚେତନତା ଓ ବିଭିନ୍ନ କୌଳିକ ସଂଗଠନର ମୁଖିଆମାନଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ା ବିବାହ ପୂର୍ବରୁ ବରକନ୍ୟାଙ୍କ ଏଚ୍‌ଆଇଭି ପରୀକ୍ଷା ବାଧ୍ୟତାମୂଳକ କରାଯିବ ା ମମତା ଯୋଜନାରେ ବାଲ୍ୟ ବିବାହ କୁପ୍ରଭାବ ଉପରେ ଜନସଚେତନତା ସୃଷ୍ଟି କରିବାକୁ କୁହାଯାଇଛି ା ଗଞ୍ଜାମର ଯେଉଁ କୌଳିକ ସଂଗଠନର ମୁଖିଆମାନେ ସ୍ଥାନୀୟ ଅଞ୍ଚଳରେ ବାଲ୍ୟ ବିବାହକୁ ରୋକିବାରେ ପ୍ରମୁଖ ଭୂମିକା ନେଇଥିଲେ, ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡିଶାରେ ବାଲ୍ୟ ବିବାହ ୨୧ ପ୍ରତିଶତ ଥିବା ବେଳେ ଗଞ୍ଜାମରେ ୨୯ ପ୍ରତିଶତ ରହିଛି। ବୈଠକରେ ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ୟୁନିସେଫ୍‌ର ନେହା ନାଇଡୁ, ଅଳକା ଗୁପ୍ତା, ଚାଇଲ୍ଡ ଲାଇନ୍‌ର ସୁଧୀର ସାବତ, ଅରୁଣାର ଲୋକନାଥ ମିଶ୍ର, ଆକ୍ସନଏଡ୍‌ର ଦେବବ୍ରତ ପାତ୍ର ଏବଂ ସାଧବ ସମାଜ, କାଳଞ୍ଜି ସମାଜ, ଶୌଣ୍ଡିକ ସମାଜ, ବୈଶ୍ୟ ସମାଜ, ବିଶ୍ୱକର୍ମା ସମାଜ ଆଦିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?