କଡ଼ା ସୁରକ୍ଷା ସତ୍ତ୍ୱେ ମାତିଲେ ଲୁଟେରା

ଭୁବନେଶ୍ୱର, ୫।୭(ବ୍ୟୁରୋ) : ରଥଯାତ୍ରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏହାସତ୍ତ୍ୱେ ରଥଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ଲୁଟେରା ସକ୍ରିୟ ହୋଇଥିଲେ। କେବଳ ଇସ୍କନ ମନ୍ଦିର ରଥଯାତ୍ରାରେ ୨୦ରୁ ଊର୍ଦ୍ଧ୍ୱ ମୋବାଇଲ୍‌ ଫୋନ୍‌, ପର୍ସ, ଭ୍ୟାନିଟି ଲୁଟ୍‌ ଓ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଜଣେ ଇସ୍କନ ସାଧକଙ୍କ ପକେଟରୁ ମୋବାଇଲ ଫୋନ୍‌ ଚୋରି କରିବାବେଳେ ସାଧକ ଜଣକ ତାଙ୍କୁ ମାଡ଼ିବସି ଧରିବା ପରେ ପୋଲିସ ଜିମା ଦେଇଛନ୍ତି। ତେବେ ଲୁଟ୍‌ର ଶିକାର ଲୋକେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଚେକିଂ କରିଥିଲେ ମଧ୍ୟ କାହାକୁ ଧରିପାରିନି।
ସୂଚନା ମୁତାବକ, ସକାଳ ୧୦ଟା ପରେ ଠାକୁର ପହଣ୍ଡି ବିଜେ କରି ରଥାରୂଢ ହେବା ପରେ ଭକ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢିଥିଲା। ୨ଟା ପରେ ଛେରାପହଁରା ସରି ରଥଟଣା ଆରମ୍ଭ ହେବାବେଳକୁ ଇସ୍କନ ମନ୍ଦିର ପରିସର ଓ ବାହାରେ ପ୍ରବଳ ଭିଡ଼ ହୋଇଥିଲା। ଏହି ସୁଯୋଗରେ ଲୁଟେରାମାନେ ଲୁଟ୍‌ପାଟ୍‌ ଆରମ୍ଭ କରିଥିଲେ। ନୟାପଲ୍ଲୀ ଅଞ୍ଚଳରେ ହୋଟେଲ କରିଥିବା କେନ୍ଦ୍ରାପଡ଼ାର ନିକୁଞ୍ଜ କିଶୋରନାଥ ପରିବାର ସହ ରଥଯାତ୍ରାକୁ ଆସିଥିଲେ। ତାଙ୍କ ପକେଟରୁ କେହି ମୋବାଇଲ ଫୋନ୍‌ ଓ ପର୍ସ ନେଇଯାଇଥିଲେ। ସେହିପରି ନୟାପଲ୍ଲୀ ଅଞ୍ଚଳର ଜଗନ୍ନାଥ ରଥଙ୍କ ୧୫ ହଜାର ଟଙ୍କାର ମୋବାଇଲ ଫୋନ୍‌ ଲୁଟ୍‌ ହୋଇଥିବା ସେ ଅଭିଯୋଗ କରିଛନ୍ତି। ବ୍ରହ୍ମପୁର ଅଞ୍ଚଳରୁ ଭୁବନେଶ୍ୱର ବୁଲିବାକୁ ଆସିଥିବା ହରଦୀପ ସାହାଙ୍କ ସ୍ତ୍ରୀଙ୍କଠାରୁ ଲୁଟେରା ଭ୍ୟାନିଟି ଛଡାଇ ନେଇଥିବାବେଳେ ସେଥିରେ ମୋବାଇଲ୍‌ ଫୋନ୍‌ ଓ ଏଟିଏମ୍‌ ସହ ଅନ୍ୟ ଜରୁରୀ କାଗଜପତ୍ର ଏବଂ ୬ହଜାର ଟଙ୍କା ରହିଥିଲା ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଝାରପଡା ଅଞ୍ଚଳରୁ ଆସିଥିବା ଦୁଇ ସାଙ୍ଗ ଆଶୁତୋଷ ଓ ଦେବୀପ୍ରସାଦ ରଥ ଟାଣିବା ସମୟରେ ସେମାନଙ୍କ ମୋବାଇଲ ଫୋନ୍‌ ଲୁଟ୍‌ ହୋଇଥିଲା। ରେଣ୍ଟାଲ କଲୋନୀର ରହୁଥିବା ଅଟୋଚାଳକ ପ୍ରଭାତ ସେଠୀ ପୁଅକୁ ଚାର୍ଟ ଖୁଆଉଥିବାବେଳେ କେହି ମୋବାଇଲ ଲୁଟିନେଇଥିଲା। ଇସ୍କନ ମନ୍ଦିର ସାଧକ ତଥା ଡ୍ରାଇଭର ବିଶ୍ୱରଞ୍ଜନ ଦାସଙ୍କ ପକେଟରୁ ମୋବାଇଲ ଛଡାଇବା ବେଳେ ସେ ଉକ୍ତ ଯୁବକଙ୍କୁ କାବୁ କରିଥିଲେ। ଇସ୍କନ ସାଧକ ଦିଲୀପ କୁମାର ମହାନ୍ତିଙ୍କ ସମେତ ୧୦ରୁ ଊର୍ଦ୍ଧ ଭକ୍ତଙ୍କର ମୋବାଇଲ ଫୋନ୍‌ ଲୁଟ୍‌ ହୋଇଥିବା କହିବା ପରେ ଉକ୍ତ ଲୁଟେରାଙ୍କୁ ପୋଲିସ ଜିମାରେ ଦିଆଯାଇଥିଲା।
ଏ ନେଇ ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ କହିଛନ୍ତି, କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କିନ୍ତୁ ଭିଡ଼ର ସୁଯୋଗ ନେଇ ଏପରି ଘଟିଛି। ପୂର୍ବବର୍ଷ ୫୦ରୁ ଊର୍ଦ୍ଧ୍ୱ ମୋବାଇଲ ଲୁଟ୍‌ ଓ ଚୋରି ହୋଇଥିଲା। ଏଥର କିନ୍ତୁ ଏହି ସଂଖ୍ୟା କମିଛି। ଏରାଗୋଲା ଗ୍ୟାଙ୍ଗ ସହ ମିଶି କିଛି ମହିଳା ଏପରି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ବିଭିନ୍ନ ସ୍ଥାନରେ ଚେକିଂ କରାଯାଉଛି। ଶୀଘ୍ର ସମ୍ପୃକ୍ତ ଲୁଟେରାମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଟ୍ସଆପ୍‌ ଲଟେରି, ସିମ୍‌କାର୍ଡ ଭେରିଫିକେଶନ ନାଁରେ ସାଇବର ଠକେଇ

ଭୁବନେଶ୍ୱର,୧୮।୭(ବ୍ୟୁରୋ): କ୍ରେଡିଟ୍‌, ଡେବିଟ୍‌ କାର୍ଡ, ୟୁପିଆଇ ଭେରିଫିକେଶନ, ଲୋନ୍‌, ପୁରସ୍କାର, ହନିଟ୍ରାପ୍‌ ଆଦି ବାହାନାରେ ସାଇବର ଠକେଇ ହେଉଛି। ଏବେ ପୂର୍ବଭଳି ପୁଣିଥରେ ହ୍ବାଟସ୍‌ଆପ ଲଟେରି...

ପୁଣି ୬ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ରାଜ୍ୟରେ କରୋନା ଯୋଗୁ ଆଉ ୬ ଜଣଙ୍କ ଜୀବନ ଯାଇଛି। ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ଏହି ୬ ମୃତକଙ୍କ...

ପୁଣି ଖସିଲା ପାରଦ, ୩୧ ଯାଏ ଶୀତର ପ୍ରକୋପ ଜାରି

ଭୁବନେଶ୍ୱର,୨୮ା୧(ବ୍ୟୁରୋ)-ରାଜ୍ୟରେ ଗତ କିଛିଦିନ ହେବ ପାରଦ ଉପରମୁହାଁ ରହିଥିବା ବେଳେ ଗୁରୁବାରଠାରୁ ତଳମୁହାଁ ହୋଇଛି। କେତେକ ସ୍ଥାନରେ ଶୀତ ଲହରି ଆରମ୍ଭ ହୋଇଛି। ଉତ୍ତର ପଶ୍ଚିମ...

ବାରିପଦା, ଝାରସୁଗୁଡ଼ାରେ ୪୪ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର,୧୮ା୪(ବ୍ୟୁରୋ)-ଗତ କିଛିଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉପକୂଳଠାରୁ ଉପାନ୍ତ ସବୁଠି ତାତିର ପ୍ରକୋପ ପରିବେଶକୁ ଉତ୍ତପ୍ତ...

ବମିଖାଲରୁ କାଦପଡା ଯାଇଛନ୍ତି ଯୁବକ

ଆଠମଲ୍ଲିକ, ୪ା୪(ଡି.ଏନ.ଏ.)- ଭୁବନେଶ୍ୱର ସ୍ଥିତ ବମିଖାଲରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସିଲ କରାଯାଇଛି । ହେଲେ...

ଓଡ଼ିଶାରୁ ଦୁଇଜଣ ଶିକ୍ଷକ ପାଇବେ ଜାତୀୟ ପୁରସ୍କାର

ଭୁବନେଶ୍ୱର, ୨୫।୮(ବ୍ୟୁରୋ): ଚଳିତବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାରୁ ଦୁଇଜଣ ଶିକ୍ଷକ ମନୋନୀତ ହୋଇଛନ୍ତି। ସେମାନେ ହେଲେ ବୌଦ୍ଧ ଜିଲାର ହାଡ଼ଭଙ୍ଗା ଅନ୍ତର୍ଗତ ସରସରାସ୍ଥିତ...

ଜର୍ମାନୀର ଜିଆଇ୍‌ଜେଡ ପ୍ରତିଷ୍ଠାନ, ଓଡିଶା ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ରାଜ୍ୟର ସହରାଞ୍ଚଳ ବିକାଶରେ ହେବ ସହାୟକ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ସହରାଞ୍ଚଳ ବିକାଶକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ଜର୍ମାନୀର...

କୋଟିପତି ସହକାରୀ ଯନ୍ତ୍ରୀ ଗିରଫ, ଜେଲ ଗଲେ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସାଧାରଣ ଜନସ୍ବାସ୍ଥ୍ୟ ଡିଭିଜନ-୧ ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କୁ ମଙ୍ଗଳବାର ଭିଜିଲାନ୍ସ ଗିରଫ କରିଛି।...

Advertisement
Archives

Model This Week