Posted inଜାତୀୟ

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି

ନୂଆଦିଲ୍ଲୀ,୧୮ା୪: ଦ୍ୱିତୀୟ ପର୍ଯ୍ୟାୟରେ ୧୧ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଅନ୍ତର୍ଗତ ୯୫ଟି ଲୋକ ସଭା ନିର୍ବାଚନମଣ୍ଡଳୀରେ ଗୁରୁବାର ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇଛି। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଜାରି ରହିଛି। ଆସାମର ୫, ବିହାର ୫, ଛତିଶଗଡ଼ ୩, ଜମ୍ମୁ ଓ କଶ୍ମୀର ୨, କର୍ନାଟକ ୧୪ , ମହାରାଷ୍ଟ୍ର ୧୦, ମଣିପୁର ୧, ଓଡ଼ିଶା ୫, ତାମିଲନାଡ଼ୁ ୩୮, ଉତ୍ତରପ୍ରଦେଶର ୮, ପଶ୍ଚିମବଙ୍ଗ ୩ ଏବଂ ପୁଡୁଚେରୀର ଗୋଟିଏ ଲୋକ ସଭା ଆସନ ପାଇଁ ଭୋଟଗ୍ରହଣ କରାଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ରାଜ ବବ୍ବର, ହେମାମାଳିନୀ, ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା, କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ପ୍ରମୁଖ ହେଭିଓ୍ବେଟ ନେତା ମଇଦାନରେ ରହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ତାମିଲନାଡୁର ଭେଲୋରରେ ଅର୍ଥବଳର ପ୍ରୟୋଗ ହେଉଥିବା ଜଣାପଡିବା ପରେ ସେଠାରେ ମତଦାନ ବାତିଲ କରାଯାଇଛି। ଅପରପକ୍ଷରେ ଆଇନଶୃଙ୍ଖଳା ଦୃଷ୍ଟିରୁ ପୂର୍ବ ତ୍ରିପୁରା ଆସନରେ ମତଦାନ ତୃତୀୟ ପର୍ଯ୍ୟାୟରେ କରାଯିବାକୁ ସ୍ଥିର ହୋଇଛି। ଏଠାରେ ଏପ୍ରିଲ ୨୩ରେ ମତଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଅଫିସ ପରେ ଖୋଲି ହେବ, ପ୍ରଥମେ ଜୀବନ ବଞ୍ଚାଅ’..ଭାରତର ଘନ ଘନ ଆକ୍ରମଣ ପରେ…

ନୂଆଦିଲ୍ଲୀ,୨୩।୫: ଅପରେସନ ସିନ୍ଦୂର ଅଧୀନରେ ଭାରତୀୟ ସେନାର ଆକ୍ରମଣ ପାକିସ୍ତାନୀ ସେନାରେ ଆତଙ୍କ ସୃଷ୍ଟି କରିଥିଲା। ଏହି ସମୟରେ ପାକିସ୍ତାନୀ ସେନାରେ ହେଉଥିବା ଆଲୋଚନାର ଅନେକ...

ସହଜରେ ପାକିସ୍ତାନକୁ ଛାଡ଼ିବନି ଭାରତ, FATFର ଓ୍ବାଚ୍‌ ଲିଷ୍ଟରେ ରଖିବା ପାଇଁ ଦେବ ବଳିଷ୍ଠ ପ୍ରମାଣ 

ନୂଆଦିଲ୍ଲୀ,୨୩।୫: ଅପରେଶନ ସିନ୍ଦୂର ଅଧୀନରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଏକ ଧ୍ୱସ୍ତ କରିଥିଲା ଭାରତ।  ଏବେ ପୁଣି ନିଜର କବଜାକୁ ଆହୁରି କଠୋର କରିବାକୁ...

ରାତି ହେଉ ହେଉ ପାକ୍‌ ବିରୋଧରେ ବଡ଼ ଆକ୍ସନ ନେଲା ଭାରତ, କାନ୍ଦିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୩।୫: ଏପ୍ରିଲ 2025 ରେ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରେ, ଭାରତ ପଶ୍ଚିମ ନଦୀଗୁଡ଼ିକର ଜଳର ସର୍ବାଧିକ ବ୍ୟବହାର କରିବା ଦିଗରେ ଏକ...

ଇଣ୍ଡିଗୋ ବିମାନକୁ ଛାଡ଼ି ନ ଥିଲା ପାକିସ୍ତାନ, ଏବେ ମୋଦି ନେଲେ ବଡ଼ ଆକ୍ସନ !

ନୂଆଦିଲ୍ଲୀ,୨୩।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପରେ ଅନେକ କଟକଣା ଲାଗୁ କରାଯାଇଛି। ଏବେ ପାକିସ୍ତାନୀ ବିମାନର ଏଣ୍ଟ୍ରିକୁ ୨୦୨୫ ଜୁନ...

ମଝି ଆକାଶରେ ୨୦୦ଲୋକଙ୍କୁ ମାରିଦେଇଥାନ୍ତା ପାକିସ୍ତାନ, ଏବେ ଭାରତ ଦେବ କଡ଼ା ଜବାବ!

ନୂଆଦିଲ୍ଲୀ,୨୩।୫: ମେ ୨୧ ତାରିଖରେ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଏକ ଇଣ୍ଡିଗୋ ବିମାନ ଏକ ଭୟଙ୍କର ଘଟଣାରୁ ଅଳ୍ପକେ ରକ୍ଷା ପାଇଥିଲା। ପାଇଲଟ ଲାହୋର ATC...

ବଡ଼ ଖବର: ଆଣ୍ଡାମାନ ସାଗର ଉପରେ ଆକାଶମାର୍ଗ ବନ୍ଦ, NOTAM  ଜାରି; ହେବ କି…

ନୂଆଦିଲ୍ଲୀ,୨୩।୫: ଭାରତ ଆଣ୍ଡାମାନ ସାଗରର ଏକ ର୍ନିଦ୍ଦିଷ୍ଟ ଅଞ୍ଚଳରେ ଆକାଶ ମାର୍ଗ ବନ୍ଦ କରିବାର ଘୋଷଣା କରି NOTAM ଜାରି କରିଛି। ଏହି NOTAM ୨୩...

ଓଡ଼ିଶାରେ ମାଡ଼ ହେବ କି ବାତ୍ୟା? ଡରାଇଲା ଆକଳନ, ମାସ ଶେଷରେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୫: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆରବ ସାଗରରେ ଏକ ନିମ୍ନ ଚାପ କ୍ଷେତ୍ର ତୀବ୍ରତର ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଥିବା ସୂଚନା...

ଇସ୍ତଫା ଚର୍ଚ୍ଚା ଭିତରେ ୟୁନୁସଙ୍କ ବଡ଼ ଘୋଷଣା, ଭାରତକୁ ଶକ୍ତ ଝଟ୍‌କା!

ଢାକା/ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ବିଗିଡୁଥିବା ସମ୍ପର୍କ ମଧ୍ୟରେ ବାଂଲାଦେଶ ସରକାର କୋଲକାତା ସ୍ଥିତ ଏକ ସରକାରୀ ଜାହାଜ ର୍ନିମାଣ କମ୍ପାନୀ ଗାର୍ଡେନ ରିଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri