କଠିନ ବର୍ଜ୍ୟବସ୍ତୁ ପରିଚାଳନା

ମହାନଗର ରାଉରକେଲା ସ୍ମାର୍ଟ ସିଟି ମାନ୍ୟତା ପାଇବା ପରେ ବିଭିନ୍ନ ଦୃଷ୍ଟିରୁ ଏହାର ଗୁରୁତ୍ୱ ବଢିଛି। ନାନା ଯୋଜନା ମାଧ୍ୟମରେ ସହରକୁ ନୂଆ ରୂପ ଦେବାକୁ ଚେଷ୍ଟା ଜାରି ରହିଛି। ଆଧୁନିକତାର ସ୍ବାଦ କିପରି ଷ୍ଟିଲ ସିଟିର କୋଣ ଅନୁକୋଣରେ ପହଞ୍ଚତ୍ବ ସେ ନେଇ କାମ ଚାଲିଛି। ସୁସ୍ଥ, ସ୍ବଚ୍ଛ ପରିମଳ ବ୍ୟବସ୍ଥା ପାଇଁ କିପରି ଜାଗରଣ ସୃଷ୍ଟି କରାଯାଇ ପାରିବ ସେନେଇ ମହାନଗର ଓ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ଏମିତି ଅବସ୍ଥାରେ ୫ରୁ ୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏ ସହରରୁ ପ୍ରତିଦିନ ବାହାରୁଥିବା କଠିନ ବର୍ଜ୍ୟ ପରିଚାଳନା ଚିନ୍ତା ବଢାଇ ଦେଇଛି। ମୋଟ ୪୦ ୱାର୍ଡ ବିଶିଷ୍ଟ ଏହି ମହାନଗରରୁ ପ୍ରତିଦିନ ସଂଗୃହିତ କଠିନ ବର୍ଜ୍ୟ ପଦାର୍ଥ ପରିଚାଳନା ନେଇ ଆଜି ପର୍ଯ୍ୟନ୍ତ ସେଭଳି କିଛି ଠୋସ ପଦକ୍ଷେପ ନିଆଯାଇ ପାରିନି। ଏନେଇ ଆରଏମ୍‌ସି ପକ୍ଷରୁ ଯୋଜନାବଦ୍ଧ ଉଦ୍ୟମ ସତ୍ତ୍ୱେ ଆଶାନୁରୂପ ଫଳ ମିଳି ପାରିନି। ଏମିତି ଅବସ୍ଥାରେ ଆଉ ଏକ ବଡ ସମସ୍ୟା ସୃଷ୍ଟି କରିଛି ଲୌହ, ଟିଣ, ଦସ୍ତା ଭଳି କଠିନ ବର୍ଜ୍ୟ ସାମଗ୍ରୀ। ଏସବୁ ବ୍ୟବହାର ଅନୁପଯୋଗୀ ସାମଗ୍ରୀ କଣ୍ଟା ଭାବେ ଗଣାଯାଏ। ଯେଉଁମାନେ ଲୁଚା ଚୋରାରେ ଏହାକୁ ସଂଗ୍ରହ କରି ବିକ୍ରି କରନ୍ତିି ତାଙ୍କୁ କଣ୍ଟା ବେପାରୀ କୁହାଯାଏ। କାରଖାନା ପରିସର ବାହାରେ ରହିଥିବା ଡମ୍ପିଂ ୟାର୍ଡରୁ ସଂଗୃହୀତ ଗୁଲି(ମଳ ଲୁହା)ସହ ଭଙ୍ଗା ସାଇକେଲ, କୁଲର, ମୋଟର ବାଇକ ଓ ଏହାର ଆନୁଷଙ୍ଗିକ ଯନ୍ତ୍ରାଂଶ ସମେତ ପଙ୍ଖା, ଟିଭି, ମୋଟର ପାର୍ଟ୍‌ସ ଭଳି ଯାବତୀୟ ବ୍ୟବହାର ଅନୁପଯୋଗୀ ସାମଗ୍ରୀ କାହାକୁ ବିକାଯିବ ସେ ନେଇ କୌଣସି ନିୟମ କରାଯାଇ ନାହିଁ। ଫିଙ୍ଗା ଯିବା ନେଇ ମଧ୍ୟ ସ୍ଥାନ ନିରୂପଣ କରାଯାଇନି। ଏହାକୁ ଖୋଲାଖୋଲି କେହି ସଂଗ୍ରହ କରି କଣ୍ଟା ବେପାରୀଙ୍କୁ ବିକିବା ସେତେ ସହଜ ନୁହେଁ। ଏମିତି ଅବସ୍ଥାରେ ପ୍ରାୟ ପ୍ରତ୍ୟେକଙ୍କ ଘରେ ଏଭଳି ବର୍ଜ୍ୟ ପଦାର୍ଥ ପଡି ରହିଛି। ଏହାର ପରିଚାଳନା ହୋଇ ପାରୁନି। ଯେଉଁ ଗରିବ ଲୋକଟି ଏହାକୁ ସଂଗ୍ରହ କରି ଦୁଇ ପଇସା ରୋଜଗାର କରିବାକୁ ଚାହୁଁଛି ତାକୁ ପୋଲିସ ନାଲି ଆଖି ଦେଖାଉଛି। ସ୍ଥଳ ବିଶେଷରେ କଣ୍ଟା କାରବାର ଅଭିଯୋଗରେ ଜେଲ ଯିବାକୁ ପଡୁଛି। ଏଣୁ ଏହି ଧରଣର ଟନ ଟନ ବର୍ଜ୍ୟ ସାମଗ୍ରୀକୁ କିପରି ପରିଚାଳନା କରାଯିବ ସେନେଇ କାହାର ଚିନ୍ତା ନାହିଁ। ଏନେଇ ତକତ୍ାଳୀନ ଏସ୍‌ପି ଉମାଶଙ୍କର ଦାସଙ୍କୁ ଏହି କାରବାରରେ ଜଡିତ କେତେଜଣ ବ୍ୟବସାୟୀ ସାକ୍ଷାତ କରି ସମସ୍ୟା ଜଣାଇ ଥିଲେ। ମହାନଗର ଅଞ୍ଚଳରେ ଗୋଦାମ ବ୍ୟବସ୍ଥା କରାଯାଇ ବ୍ୟବସାୟକୁ ବୈଧ କରିବାକୁ ପ୍ରସ୍ତାବ ରଖିଥିଲେ। ତଥାପି କିଛି ଫଳ ହେଲା ନାହିଁ। ଏମିତି ଅବସ୍ଥାରେ ବର୍ଜ୍ୟ ପଦାର୍ଥ କାହାକୁ ବିକ୍ରି କରାଯିବ ସେନେଇ ଗୃହକର୍ତ୍ତାଙ୍କ ମଧ୍ୟରେ ଚିନ୍ତା ବଢୁଛି। ମହାନଗର କର୍ତ୍ତୃପକ୍ଷ ଯେତେବେଳେ ପଲିଥିନ, ଥର୍ମୋକୁଲ, ପନିପରିବା ଚୋପା ଭଳି ବର୍ଜ୍ୟସାମଗ୍ରୀ ପରିଚାଳନା କରି ପାରୁ ନାହଁାନ୍ତି ସେତେବେଳେ ଏସବୁ କଠିନ ବର୍ଜ୍ୟ ପରିଚାଳନା ନେଇ ଚିନ୍ତା କରିବା ବୃଥା। ଦେଖାଯାଇଛି ଯେ ସହର ତଳି ଅନେକ ରାସ୍ତା ପାର୍ଶ୍ୱରେ ବ୍ୟବସାୟିକ ସଂସ୍ଥାରୁ ବାହାରୁଥିବା କଠିନ ବର୍ଜ୍ୟ ଜମା ହେବାରେ ଲାଗିଛି। ଏହାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇ ନଷ୍ଟ କରିବା ନେଇ କର୍ତ୍ତୃପକ୍ଷଙ୍କ ଚିନ୍ତା ନାହିଁ। ସ୍ମାର୍ଟ ସିଟି କୁହାଯାଉଥିବା ଏହି ସହରରେ ବିଭିନ୍ନ ଧରଣର କଠିନ ବର୍ଜ୍ୟ ପରିଚାଳନା ନେଇ ଆବଶ୍ୟକୀୟ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି। ଏମିତି ଅବସ୍ଥାରେ ଲୌହ, ଟିଣ ଭଳି ସାମଗ୍ରୀ ପରିଚାଳନା ନେଇ କାହିଁିକି ବ୍ୟବସ୍ଥା କରାଯାଉନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି କାରବାରକୁ କର୍ତ୍ତୃପକ୍ଷଙ୍କ ଅନୁମତି ମିଳୁ ନ ଥିବାରୁ ସହରରେ କଣ୍ଟା କାରବାର ବନ୍ଦ ହୋଇ ପାରୁନି। ଯେଉଁ କାରଣରୁ ଏଭଳି ବେଆଇନ କାରବାରକୁ ପ୍ରୋସତ୍ାହନ ମିଳୁଛି। ଦେଶର କେତେକ ବଡ ସହରରେ ଉପରୋକ୍ତ କଠିନ ବର୍ଜ୍ୟ ପରିଚାଳନା ନେଇ ବ୍ୟବସ୍ଥା ରହିଥିବା ବେଳେ ଏଠାରେ ତା’ର ବ୍ୟତିକ୍ରମ ଦେଖା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଙ୍ଗରା ଭୂଇଁ ଏବେ ହସୁଛି, ସରକାର ପାଉଛନ୍ତି ରାଜସ୍ବ

ନୟାଗଡ଼ ଅଫିସ,୨୦ା୩ (ଲୋକନାଥ ମିଶ୍ର): ନୟାଗଡ଼ ସହର ଉପକଣ୍ଠ ଖୁଣ୍ଟୁବନ୍ଧସ୍ଥିତ ସବ୍‌ଜେଲର ଟାଙ୍ଗରା ଭୂଇଁ ଏବେ ହସୁଛି। କଏଦୀମାନଙ୍କ ପରିଶ୍ରମ ଓ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଆଗ୍ରହ...

ଡ୍ୟାମ୍‌ ଅଞ୍ଚଳରେ ଚାଲିଛି ବେଧଡ଼କ କାଠ, ପଥର ଚାଲାଣ

ତେନ୍ତୁଳିଖୁଣ୍ଟି, ୪।୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ପ୍ରକଳ୍ପର ପୋଡ଼ାଗଡ଼ ଡ୍ୟାମ୍‌ ଅଞ୍ଚଳରେ ବେଧଡ଼କ କାଠ, ପଥର ଚାଲଣ ହେବା ସହ ପାହାଡ଼ କାଟି...

ପାଟଣା ଲକ୍‌ଡାଉନ୍‌: ଫ୍ଲାଗ ମାର୍ଚ୍ଚକରି ବଜାରର ଦୋକାନଗୁଡ଼ିକୁ ବନ୍ଦ କଲା ପୋଲିସ

ପାଟଣା,୨୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପକ୍ଷରୁ ଗହଳି କମାଇ କରୋନାକୁ ରୋକିବା ପାଇଁ ମଙ୍ଗଳବାର ମୁଖ୍ୟାଳୟସ୍ଥିତ ଦୋକାନ ବଜାର ବନ୍ଦ କରାଯାଇଛି। ଲକ୍‌ଡାଉନ୍‌କୁ ଲାଗି...

ବସ୍‌ଷ୍ଟାଣ୍ଡ ପାଇଁ ବଜାର ଉଚ୍ଛେଦ

ପରଜଙ୍ଗ, ୨୬ା୧୨(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରେ ବସ୍‌ଷ୍ଟାଣ୍ଡ ନିର୍ମାଣ ଲାଗି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ପୂର୍ବରୁ ଏଥିଲାଗି ନୋଟିସ୍‌ ଜାରି କରାଯାଇଥିବାବେଳେ...

୮୦ କୋଟି ଦୁର୍ନୀତି ୨୦୦ କୋଟିରେ ପହଞ୍ଚିଲାଣି

ନୟାଗଡ଼ ଅଫିସ/ଭାପୁର,୧୨ା୬ (ଡି.ଏନ୍‌.ଏ.): ମିଶନ ଶକ୍ତି ଗୃହ ନ କରି ୪ ଲକ୍ଷ ଟଙ୍କା ଆମତ୍ସାତ୍‌ ଘଟଣାରେ ଲୋକାୟୁକ୍ତରେ ମାମଲା ପରେ ନୟାଗଡ଼ ଜିଲା ଭାପୁର...

ଓଏଏସ୍‌ ପରୀକ୍ଷା: ଶାରଦାପ୍ରସନ୍ନଙ୍କୁ ୧୫ ର଼୍ୟାଙ୍କ

ଓଡ଼ାପଡ଼ା,୭।୧(ଡି.ଏନ.ଏ.) ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଅଧୀନ ଓଡ଼ାପଡ଼ା ଗ୍ରାମର ଶାରଦା ପ୍ରସନ୍ନ ପଣ୍ଡା ସମଗ୍ର ରାଜ୍ୟରେ ୧୫ନଂ....

ଜିଲା ପରିଷଦ ଉପନିର୍ବାଚନ: ବୁଥ୍‌ରେ ଗ୍ଲୋବ୍ସ, ମାସ୍କ ବ୍ୟବସ୍ଥା ନାହିଁ

କଟକ ସଦର,୨୧।୧୨(ଡି.ଏନ୍‌.ଏ.): ଆସନ୍ତା ୨୨ରେ କଟକ ଜିଲାପରିଷଦ ୭ନଂ. ଜୋନ୍‌ ଉପନିର୍ବାଚନ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ଅନୁଷ୍ଠିତ ହେବ। ବୁଥ୍‌ରେ ସାମାଜିକ ଦୂରତା ସହ ଭୋଟରମାନଙ୍କ...

ମା’ ଠାକୁରାଣୀଙ୍କ ଘଣ୍ଟଯାତ୍ରା ଉଦ୍‌ଯାପିତ

ଲାଞ୍ଜିଗଡ,୧।୪(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ମା’ ଠାକୁରାଣୀଙ୍କ ଘଟଯାତ୍ରା ଶୁକ୍ରବାର ଉଦ୍‌ଯାପିତ ହେଇଯାଇଛି। ଗତ ୯ ଦିନ ଧରି ଦ୍ବାର ଦ୍ବାର ବୁଲି ଭକ୍ତଙ୍କୁ ଦର୍ଶନ...

Advertisement
Archives

Model This Week