କଟକ ସୌନ୍ଦର୍ଯ୍ୟକରଣ ଅତ୍ୟାଧୁନିକ ପଦ୍ଧତିରେ କର: ମନ୍ତ୍ରୀ

ଭୁବନେଶ୍ୱର,୧।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ କଟକ ଗସ୍ତ କରି ସହରର ସୌନ୍ଦର୍ଯ୍ୟକରଣ ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସବୁଠାରୁ ପୂରୁଣା ସହର କଟକର ବିଭିନ୍ନ ରାସ୍ତାଗୁଡିକର ପ୍ରଶସ୍ତିକରଣ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେବାପରେ ଏନେଇ ତତ୍ପରତା ପ୍ରକାଶ ପାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଶନିବାର କଟକ ସହରର ଅଧିକ ସୌନ୍ଦର୍ଯ୍ୟକରଣ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। କଟକ ମୁଖ୍ୟ ରାସ୍ତା ତଥା ମଧୁପାଟଣାଠାରୁ ବାଦାମବାଡ଼ି, କଟକ ରେଲ୍‌ଓ୍ବେ ଷ୍ଟେଶନ୍‌ଠାରୁ ରେଭେନ୍ସା କଲେଜ, ମଙ୍ଗଳାବାଗ, ଜୋବ୍ରା ଓ ସତୀଚଉରା ରୋଡ୍‌ଗୁଡ଼ିକର ପ୍ରଶସ୍ତିକରଣ ଏବଂ ଉନ୍ନତିକରଣ କାର୍ଯ୍ୟ କରାଯିବ। ଏହିସବୁ ରାସ୍ତାକଡରେ ବୃକ୍ଷରୋପଣ, ଆଲୋକୀକରଣ, ପରିମଳ ବ୍ୟବସ୍ଥା ଆଦି କାର୍ଯ୍ୟକୁ ଅତ୍ୟାଧୁନିକ ପଦ୍ଧତିରେ କରାଯାଇ ସହରକୁ ସ୍ମାର୍ଟସିଟି କରିବା ଉପରେ ମନ୍ତ୍ରୀ ଜେନା ଗୁରୁତ୍ବାରୋପ କରିଛନ୍ତି। ଏହାସହିତ କଟକରେ ସପିଙ୍ଗ୍‌ ପ୍ଲାଜା, ବିବାହ ମଣ୍ଡପ ଇତ୍ୟାଦି ନିର୍ମାଣ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଜେନା ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକରେ କଟକ ଜିଲାପାଳ ଭବାନୀ ଶଙ୍କର ଚଇନି, କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ, ନିର୍ବାହୀ ଅଧିକାରୀ ରମେଶ କୁମାର ମହାନ୍ତି, ସିଡିଏ ଆଇନ ଅଧିକାରୀ ଜ୍ଞାନଚନ୍ଦ୍ର ପ୍ରସାଦ ସାମଲ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚନ: ଗାଁ, ଛକ, ବଜାର କମ୍ପୁଛି

ମାର୍ଶାଘାଇ,୩।୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମାର୍ଶାଘାଇ ବ୍ଲକର ୨୪ ଟି ପଞ୍ଚାୟତରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ଚିହ୍ନ...

ଇଞ୍ଜିନିୟରିଂ ପିଲାଙ୍କ ହଷ୍ଟେଲ ଫି’ ଛାଡ଼

ଭୁବନେଶ୍ୱର,୧୨।୩(ବ୍ୟୁରା): ଇଞ୍ଜିନିୟରିଂ ଏବଂ ପଲିଟେକନିକ୍‌ ପିଲାଙ୍କ ହଷ୍ଟେଲ ଫି ଛାଡ କରାଯିବା ନେଇ ଶୁକ୍ରବାର ସରକାର ଘୋଷଣା କରିଛନ୍ତି। କରୋନା ପାଇଁ ୨୦୨୦ ଏପ୍ରିଲରୁ ୨୦୨୦...

ପ୍ରେମ ସମ୍ପର୍କକୁ ନେଇ ଦେହରେ ନିଆଁ ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା

ଗଞ୍ଜାମ, ୨୮।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଞ୍ଚଳରେ ଶୁକ୍ରବାର ଜଣେ ନାବାଳିକା କଲେଜ ଛାତ୍ରୀ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ l...

ବାଇକରେ ଆସିଲେ, ଚାଲି କି ଫେରିଲେ

ଖୋର୍ଦ୍ଧା ଅଫିସ,୫।୪ : କରୋନା ଭୁତାଣୁ ସଂକ୍ରମଣ ମୁକାବିଲା ଲାଗି ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଲକଡାଉନ ଓ କୋଭିଡ 19...

ଦରବୃଦ୍ଧି ରୋକିବା ଦାବି କଲା ସିପିଆଇଏମ୍‌

ଭୁବନେଶ୍ୱର, ୧ା୧୨ (ବ୍ୟୁରୋ) ସିପିଆଇଏମ୍‌ ଭୁବନେଶ୍ୱର ଜିଲ୍ଲା କମିଟି ପକ୍ଷରୁ ଆକାଶଛୁଆଁ ଦରବୃଦ୍ଧି ରୋକିବା ଦାବିରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା...

ସାତକୋଶିଆରେ ବୁଲୁଛି ଆହତ ମାଈ ହାତୀ

ବନ୍ତଳା,୧୭।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ଅଞ୍ଚଳରେ ଏକ ମାଈ ହାତୀ ଅସୁସ୍ଥ ଅବସ୍ଥାରେ ଦୁଇଦିନ ହେଲା ବୁଲୁଛି। ହାତୀର ପେଟରେ ତିନିରୁ...

ଓଏଏସ୍‌ ପରୀକ୍ଷା ଫଳ ପ୍ରକାଶିତ :ଦେବାଶିଷ ପଣ୍ଡା ଟପ୍ପର

କଟକ ଅଫିସ, ୭ା୧- ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ର ଚୂଡ଼ାନ୍ତ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ମୋଟ୍‌...

ପଟ୍ଟାଙ୍ଗୀରେ ପୁଣି ବାଜି ମାରିଲା ବିଜେଡି

କୋରାପୁଟ, ୨୩।୫(ସ୍ବ.ପ୍ର.)- କୋରାପୁଟ ଜିଲା ଅଧୀନ ପଟ୍ଟାଙ୍ଗୀ ବିଧାନସଭା ଆସନକୁ ପୁଣିଥରେ ହାତେଇଛି ବିଜେଡି। ଏହି ଆସନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରିତମ ପାଢୀ...

Advertisement
Archives

Model This Week