କଟକରେ ସାହିଠୁ ସହର ଉତ୍ସବମୁଖର

କଟକ ଅଫିସ,୧୪।୬: ପାନ ଓ ପାଗର ଏକ ଚମତ୍କାର ସମନ୍ବୟ ହେଉଛି ରଜ। ଗାଁରେ ଶିଳପୂଜାରୁ ବସୁମତୀ ସ୍ନାନ ବା ଭୂମି ଦହନ ପର୍ଯ୍ୟନ୍ତ ଭିନ୍ନଭିନ୍ନ ପର୍ଯ୍ୟାୟକୁ ନେଇ ରଜପର୍ବ ପାଳିତ ହେଉଥିଲାବେଳେ କଟକ ବି ସେଥିରୁ ବାଦ୍‌ ଯାଏନାହିଁ। ମହାନଗରୀର ମର୍ଯ୍ୟାଦା ବହନ କରୁଥିବା କଟକ ଏକ ବିଶାଳ ଗ୍ରାମ। ଗ୍ରାମୀଣ ପରମ୍ପରା ସହ ଜଡ଼ିତ କଟକରେ ଏବେ ରଜ ପାଇଁ ଉତ୍ସବମୁଖର ହୋଇଉଠିଛି। ତିନିଘରିଆ, ସାର୍ତ୍ତୋଳ, ହରିପୁର, ପିଠାପୁର, ଶଙ୍କରପୁର, ରାଣୀହାଟ ତେଲିସାହି, ମାଳିସାହି, ଶଗଡ଼ିଆସାହି, ବକ୍ସିବଜାର ବଢ଼େଇ ସାହି, ମାଛୁଆବଜାର, ନୂଆପାଟଣା, ମହ୍ଲାସାହି ଆଦି ପୁରୁଣା ବସତିଗୁଡ଼ିକରେ ଦୋଳିଖେଳ, ତାସଖେଳ ସହିତ ରାସ୍ତା କଡ଼ରେ ସ୍ବତନ୍ତ୍ର ରଜ ପାନ ପସରା ଗୁରୁବାରଠାରୁ ଖୋଲି ସାରିଲାଣି। ଘରେ ଘରେ ପିଠା, ରଜ ପାନର ମହକ ବାରିହୋଇପଡୁଛି। କୁମାରୀମାନେ ନୂଆ ପୋଷକ ଓ ଚୁଡ଼ି ପିନ୍ଧି ଅଳତା, କୁମ୍‌କୁମ୍‌ ଲଗାଇ ସାଙ୍ଗସାଥୀ ସହ ଦୋଳି ଖେଳୁଛନ୍ତି। ଶୁକ୍ରବାର ପହିଲି ରଜକୁ ଭିନ୍ନ ଭାବେ ପାଳିବାକୁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି।

ପିଲାଦିନ କଥା ମନେପଡ଼େ

ବାଲେଶ୍ୱରର ବାଲିଆପାଳରେ ମାମୁଘର। ଛୁଟି ସମୟରେ ମାମୁ ଘରେ ହିଁ ଅଧିକ ସମୟ ବିତିଥାଏ। ବିଶେଷକରି ରଜ ଛୁଟି ହିଁ ପରିବାର ସହ ମାମୁ ଘରେ ରହି ଶେଷ କରୁ। ସେତେବେଳେ ରଜର ଯେଉଁ ମଜା ନେଉଥିଲି, ଏବେ ତାହା ଆଦୌ ନାହିଁ କହିଲେ ଚଳେ। ସଜବାଜ ହୋଇ ଦୋଳିରେ ବସିବା, ବିଭିନ୍ନ ସୁସ୍ବାଦୁ ପିଠା ଖାଇବା ଏବେ ସ୍ମୃତି ହେବାକୁ ବସିଲାଣି। ବ୍ୟସ୍ତବହୁଳ ଜୀବନ ଭିତରେ ରଜର ଅସଲ ମଜା ମିଳିପାରୁନାହିଁ। ରଜ ଆସିଲେ ପିଲାଦିନ କଥା ହିଁ ମନେପଡ଼େ।

ଅଙ୍କିତା ମିଶ୍ର, ଅଭିନେତ୍ରୀ

ରଜଦୋଳି, ରଜପିଠା ଅଭୁଲା

ରଜ ଆସିଲେ ଆମ ଘରେ ହିଁ ଉତ୍ସବ ହେବା ଭଳି ଅନୁଭବ ହୁଏ। ରଜକୁ ଧୁମଧାମରେ ପାଳନ କରିବା ପାଇଁ ବାପା ଓ ମା’ ସବୁକିଛି ଯୋଗାଇ ଦେଇଥାନ୍ତି। ରଜ ଦୋଳିରେ ବସିବାକୁ ଛୋଟବେଳେ ଟିକେଟିକେ ଡର ଥିଲା। ହେଲେ ଟିକେ ବଡ଼ ହେବାପରେ ଦୋଳି ଖେଳିବାର ମଜା କ’ଣ ଜାଣିବା ପରେ ଡର କୁଆଡ଼େ ଛାଡ଼ିଗଲା। ପିଲାଟିବେଳୁ ଆଜି ଯାଏଁ ଘରେ ପିଠା ଖାଇ ରଜ ପାଳନ କରି ଆସୁଛି। ଏ ବର୍ଷ ବି ପରିବାର ଲୋକଙ୍କ ସହ ରଜ ପର୍ବ ପାଳନ କରିବି। ଓଡ଼ିଶାର ଏହି ପର୍ବକୁ କେବେ ଭୁଲି ପାରିବିନି।

ସନମୀରା ନାଗେଶ, ଅଭିନେତ୍ରୀ

୧ ଟଙ୍କାରେ ୧୦ ଖଣ୍ଡ, ଏବେ ୧୦ଟଙ୍କାରେ ଖଣ୍ଡେ

୧ ଟଙ୍କାରେ ୧୦ ଖଣ୍ଡ, ଏବେ ୧୦ଟଙ୍କାରେ ଖଣ୍ଡେ
୨୫ବର୍ଷ ତଳେ ଏକ ଛୋଟ କ୍ୟାବିନ ପକାଇ ବାଦାମବାଡ଼ି ଛକରେ ପାନ ଦୋକାନ ଆରମ୍ଭ କରିଥିଲି। ଏବେ ସହରରେ ଯେତିକି ଲୋକ ଦେଖିବାକୁ ମିଳୁଛନ୍ତି ତାହାର ୪ଭାଗରୁ ଭାଗେ ଲୋକ ଥିଲେ। ଗହଳି ଅଞ୍ଚଳ କହିଲେ ବାଦାମବାଡ଼ି, ବକ୍ସିବଜାର, ଚୌଧୁରୀବଜାର, ମାଲଗୋଦାମ ଓ ଛତ୍ରବଜାର। ସେତେବେଳେ ରଜ ପାନର ଟ୍ରେଣ୍ଡ୍‌ ନ ଥିଲା। ଗତ ୭ବର୍ଷ ହେବ ଏହି ଟ୍ରେଣ୍ଡ୍‌ ଆସିଛି ବୋଲି କୁହନ୍ତି ସହରର ଭଲ ନାଁ କରିଥିବା ପାନଦୋକନୀ ହରେକୃଷ୍ଣ ପରମାଣିକ। ସ୍ମୃତିକୁ ମନେପକାଇ ସେ କୁହନ୍ତି, ସେତେବେଳେ ରଜରେ ୧ ଟଙ୍କାରେ ୧୦ ଖଣ୍ଡ ରଜ ପାନ ବିକୁଥିଲି। ଏବେ ୧୦ଟଙ୍କାରେ ଖଣ୍ଡେ। ରଜ ପାନ ଖାଇବା ଅପେକ୍ଷା ଖୁଆଇବାକୁ ଲୋକେ ଖୁସି ଭାବୁଛନ୍ତି। ଯାହା ଫଳରେ ବ୍ୟବସାୟ ବଢ଼ିଛି। ରଜ ପୂର୍ବରୁ ସମସ୍ତ ପାନ ମସଲା କଲିକତାରୁ କିଣିବାକୁ ପଡ଼େ। ବିଭିନ୍ନ ଫ୍ଲେଭରର ପାନ ଏଥର ଉପଲବ୍ଧ ରହିଛି। ବନାରସର ପ୍ରସିଦ୍ଧ ନବରତ୍ନ, ଗୁଜିଆ, ଅମାଭତ ଓ ଗୁଲାବ ଫ୍ଲେଭର ପାନ ଏଥର ମୁଖ୍ୟ ଆକର୍ଷଣ ବୋଲି ହରେକୃଷ୍ଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ପିଲାଙ୍କ ଚିନ୍ତା; ଆଜି ୭୮ ଛୁଆ ପଜିଟିଭ୍‌

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୮ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ...

ମ୍ୟାଲେରିଆ ପ୍ରବଣ ଜିଲାରେ ବଣ୍ଟନ ହେବ ୨୬ ଲକ୍ଷ ଔଷଧୀୟ ମଶାରି

ଭୁବନେଶ୍ୱର,୧୮ା୯(ବ୍ୟୁରୋ) : କେନ୍ଦ୍ର ସରକାର ଓଡ଼ିଶାକୁ ୨୬ଲକ୍ଷ ୫୪ହଜାର ଔଷଧୀୟ ମଶାରି ବଣ୍ଟନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହାର ସୂଚାରୁରୂପେ କାର୍ଯ୍ୟକାରିତା ପାଇଁ ମଙ୍ଗଳବାର ସ୍ବାସ୍ଥ୍ୟ...

ପହଞ୍ଚତ୍ଲା ରଥ ଦଉଡ଼ି

ପୁରୀ ଅଫିସ, ୭ା୬: ଆସନ୍ତା ଜୁଲାଇ ୪ ତାରିଖରେ ରଥଯାତ୍ରା। ଏଥିପାଇଁ ଆରମ୍ଭ ହୋଇଗଲାଣି ପ୍ରଶାସନିକ ପ୍ରସ୍ତୁତି। ରଥଖଳାରେ ତିନିରଥ ନିର୍ମାଣ କାମ ଆଗେଇ ଚାଲିଥିବାବେଳେ...

କାଲି ପ୍ରକାଶ ପାଇବ ପିଜି ତୃତୀୟ ମେଧା ତାଲିକା

ଭୁବନେଶ୍ୱର, ୨୧।୮(ଅସମାପିକା ସାହୁ)- ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖା ନିମନ୍ତେ ମଙ୍ଗଳବାର ଅପରାହ୍ନ ୨ଟାରେ ତୃତୀୟ ପର୍ଯ୍ୟାୟ ମେଧା...

‘ଥଣ୍ଡା, କାଶ ଓ ଜ୍ୱର ହେଲେ ଆଇସୋଲେଟ ସହ ଟେଷ୍ଟିଂ କରନ୍ତୁ’

ଭୁବନେଶ୍ୱର,୧୭।୬(ବ୍ୟୁରୋ): କୋଭିଡ୍‌ ସ୍ଥିତିକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୧୦ ହଜାର ଟେଷ୍ଟରୁ ୨୫ ପଜିଟିଭ୍‌ ବାହାରୁଛି। ପଜିଟିଭିଟି...

୮ ଜିଲାରେ ଅକ୍ସିଜେନ୍‌ ପ୍ଲାଣ୍ଟ ଶିଳାନ୍ୟାସ

ଭୁବନେଶ୍ୱର, ୧୯।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍ସ ଜରିଆରେ ରାଜ୍ୟର ୮ ଜିଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦ୍‌ଘାଟନ କରିବା ସହ ତରଳ...

ଧାମନଗର ଉପନିର୍ବାଚନ: ଅଭିଯୋଗ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ଆସନ୍ତା ୩ ତାରିଖରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ପ୍ରାର୍ଥୀମାନେ ନିଜର ଦଳୀୟକର୍ମୀଙ୍କ ସହ ଜୋରଦାର ପ୍ରଚାର କରୁଛନ୍ତି।...

ଦୁର୍ନୀତିଗ୍ରସ୍ତଙ୍କ ଉପରେ ପୁଣି କାର୍ଯ୍ୟାନୁଷ୍ଠାନ: ୬ ଅଫିସର ବିଦା; ୪ ପୂର୍ବତନ ଅଧିକାରୀଙ୍କ ପେନ୍‌ସନ ବନ୍ଦ

ଭୁବନେଶ୍ୱର,୧ା୯(ବ୍ୟୁରୋ): ରାଜ୍ୟ ପ୍ରଶାସନରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ଏହିକ୍ରମରେ ଶନିବାର ମୁଖ୍ୟମନ୍ତ୍ରୀ ୬ ଜଣ ଅଧିକାରୀଙ୍କୁ...

Advertisement
Archives

Model This Week