କଟକରେ ବଢୁଛି କ୍ରେଜ : ପସନ୍ଦରେ ଯୋଗଡ୍ୟାନ୍ସ

କଟକ ଅଫିସ, ୨୧।୬ : ନୀରୋଗ ଜୀବନଯାପନ କରିବାର ମାଧ୍ୟମ ହେଉଛି ଯୋଗ। ଯୋଗ ଦ୍ୱାରା କେବଳ ଶାରୀରିକ ନୁହେଁ ମାନସିକ ଭାବେ ମଧ୍ୟ ଲୋକମାନେ ନୀରୋଗ ହେଉଛନ୍ତି। ଶୁକ୍ରବାର ଅନ୍ତର୍ଜାତୀୟ ଯୋଗ ଦିବସ। ତେବେ କଟକ ସହରରେ ଏବେ ଯୋଗର କ୍ରେଜ୍‌ ବେଶ୍‌ ଅଧିକ। ଗତ ବର୍ଷଗୁଡ଼ିକ ତୁଳନାରେ ଅଧିକମାତ୍ରାରେ ଲୋକ ଏବେ ଯୋଗ ସହ ଜଡ଼ିତ। ଛୋଟଛୋଟ ପିଲା ମଧ୍ୟ ଯୋଗ ପ୍ରତି ଆକୃଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ଯୋଗାସନ ମାଧ୍ୟମରେ ଡ୍ୟାନ୍ସ ହିଁ ପିଲାଙ୍କୁ ଅଧିକ ମାତ୍ରାରେ ଆକୃଷ୍ଟ କରୁଛି।
୧୯୯୮ ଅଗଷ୍ଟ ୮ ତାରିଖରେ କଟକରେ ଆରମ୍ଭ ହୋଇଥିଲା ବାରବାଟୀ ଯୋଗ ଆସୋସିଏଶନ। ସତ୍ୟବ୍ରତ ଷ୍ଟାଡିୟମରେ ପ୍ରାତଃଭ୍ରମଣ କରୁଥିବା କେତେଜଣ ବରିଷ୍ଠ ବ୍ୟକ୍ତି ଏହି ଆସୋସିଏଶନ ଗଠନ କରିବାକୁ ଚିନ୍ତା କରିଥିଲେ। ଗୌରମୋହନ କର, ବଟକୃଷ୍ଣ ତ୍ରିପାଠୀ, ରାମଚନ୍ଦ୍ର ସାହୁ, ରଘୁନାଥ ଷଡ଼ଙ୍ଗୀଙ୍କ ସମେତ ଅନ୍ୟ କେତେଜଣ ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ଗଠନ ହୋଇଥିଲା ଆସୋସିଏଶନ। ପ୍ରଥମେ ବରିଷ୍ଠ ବ୍ୟକ୍ତିମାନେ ସକାଳ ସମୟରେ ଏଠାରେ ଯୋଗାଭ୍ୟାସ କରୁଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୧୩ରେ ଛୋଟଛୋଟ ପିଲାଙ୍କୁ ଯୋଗ ପ୍ରଶିକ୍ଷଣ ଦେବାକୁ ଯୋଜନା ହୋଇଥିଲା। ପ୍ରଥମେ କିଛି ମାସ ଜଣେ ପିଲାକୁ ନେଇ ଆରମ୍ଭ ହୋଇଥିଲା ପ୍ରଶିକ୍ଷଣ ଶିବିର। ମାତ୍ର ଏବେ ଏଠାରେ ଅଛନ୍ତି ୪୦ରୁ ଉର୍ଦ୍ଧ୍ୱ ପ୍ରଶିକ୍ଷାର୍ଥୀ। ସ୍କୁଲ ଥିବାରୁ ଛୋଟ ପିଲାଙ୍କ ପାଇଁ ଅପରାହ୍ନରେ ଯୋଗ ପ୍ରଶିକ୍ଷଣ ଦିଆଯାଉଛି। ଆର୍ଟିଷ୍ଟିକ ଓ ରିଦ୍ଦିମିକ ଯୋଗ ଡ୍ୟାନ୍ସ ଦ୍ୱାରା ଅଧିକରୁ ଅଧିକ ବାଳିକାବାଳକ ଏବେ ଯୋଗ ଶିଖିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ଆସୋସିଏଶନ ପକ୍ଷରୁ କୁହାଯାଇଛି। ଏପରି କି ଏହି ଆସୋସିଏଶନର ପ୍ରଶିକ୍ଷାର୍ଥୀ ଜାତୀୟ, ଅନ୍ତର୍ଜାତୀୟ ସ୍ତରର ଯୋଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ରମାକାନ୍ତ ରଥଙ୍କ ଶେଷକୃତ୍ୟ

ଭୁବନେଶ୍ୱର,୧୬।୩: ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ରମାକାନ୍ତ ରଥଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ଘୋଷଣା କରିଛନ୍ତି। ସୋମବାର...

ଆହୁରି ୩ ଦିନ କରିବ କଲବଲ: ଏହି ୩ ଜିଲାକୁ ହିଟୱେଭ ଆଲର୍ଟ

ଭୁବନେଶ୍ୱର,୧୬।୩: ରାଜ୍ୟରେ ଉପରମୁହାଁ ହେଉଛି ପାରଦ। ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଅସହ୍ୟ ହେଉଛି ଗ୍ରୀଷ୍ମ ଲହରୀ। ଆଜିଠାରୁ ଆହୁରି ପ୍ରଚଣ୍ଡ ହେବ ତାତି। ଆସନ୍ତା ୩...

ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: କହିଲେ କରିହେବନି ତାଙ୍କ ଭୂମିକାକୁ ଅସ୍ବୀକାର

ଭୁବନେଶ୍ୱର,୧୬ । ୩ : ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥିତଯଶା କବି  ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି...

ଆରପାରିରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ

ଭୁବନେଶ୍ୱର,୧୬।୩: ଆରପାରିରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ। ୯୧ ବର୍ଷ ବୟସରେ ଭୁବନେଶ୍ବର ଖାରବେଳନଗର ବାସଭବନରେ ତାଙ୍କର ଦେହନ୍ତେ ହୋଇଛି। ସନ୍ଦିଗ୍ଧ ମୃଗୟା, ସପ୍ତମ...

ବୁଦ୍ଧବିହାରରେ ଛୁରାମାଡ଼: ୨ଯୁବକ ଗୁରୁତର

ଭୁବନେଶ୍ବର,୧୫।୩: ଭୁବନେଶ୍ବର ବୁଦ୍ଧବିହାରରେ ଶନିବାର ରାତିରେ ଛୁରାମାଡ଼ ହୋଇଛି। ଛୁରାମାଡ଼ରେ ୨ଜଣ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ...

ଆସୁଛି ବର୍ଷା: ଏହି ଦୁଇ ଦିନ ଛେଚିବ

ଭୁବନେଶ୍ୱର,୧୫।୪: ରାଜ୍ୟରେ କିଛିଦିନ ହେଲା ତାପମାତ୍ରା ଉପର ମୁହାଁ ରହିଛି। ଏଭଳି ସ୍ଥିତିରେ ଶନିବାର ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ଅନୁଭୂତ ହୋଇଛି। ଶନିବାର ଦିନ...

ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ

ଭୁବନେଶ୍ୱର,୧୫।୩: ହୋଲିରେ ରକ୍ତ ରଞ୍ଜିତ ହେଲା ରାଜଧାନୀ ଭୁବନେଶ୍ୱର। ଭୁବନେଶ୍ୱରରେ ଗଡ଼ିଛି ୨ ମୁଣ୍ଡ। ଶହୀନଗର ଶାନ୍ତିପଲ୍ଲୀ ବସ୍ତିରେ ଜଣଙ୍କୁ ଛୁରି ଭୁସି ହତ୍ୟା କରିଥିବା...

ନବୀନଙ୍କ ପରେ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦିଲ୍ଲୀରେ ହେବ କି ବଡ଼ ଡିଲ୍‌! ରାଜନୀତିରେ ଚହଳ

ଭୁବନେଶ୍ୱର,୧୫।୩: ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠାରୁ ଦୁଇ ଦିନିଆ ଗସ୍ତରେ ଅଛନ୍ତି ସିଏମ। ଏହାପୂର୍ବରୁ ଶୁକ୍ରବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri