କଂଗ୍ରେସ ରାଲିରେ ଯୋଗ ଦେଇଥିବା ଯୁବକଙ୍କୁ ହତ୍ୟା:କୁସୁମପାଣି ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଝରିଗାଁ,୧୭।୪(ସ୍ବ.ପ୍ର)-କଂଗ୍ରେସ ରାଲିରେ ଯୋଗ ଦେବାକୁ ଆସିଥିବା ଜଣେ ଯୁବକ ନିଖୋଜ ହେବାର ୮ ଦିନ ପରେ ବୁଧବାର ତାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ଯୁବକଙ୍କ ବାପା ଝରିଗାଁ ଥାନାରେ ଅଭିଯୋଗ କରିଛନ୍ତି। ମୃତ ଯୁବକ ଜଣକ ହେଉଛନ୍ତି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଚିକିଲି ଗୌଡଗୁଡା ଗ୍ରାମର ଅଭିଜିତ ମଣ୍ଡଳ(୨୦)।
ଗତ ୯ ତାରିଖରେ କଂଗ୍ରେସ ଏମପି ପ୍ରାର୍ଥୀ ପ୍ରଦୀପ ମାଝିଙ୍କ ବାଇକ ରାଲିରେ ଅଭିଜିତ ଯୋଗ ଦେବାକୁ ଆସିଥିଲେ। ଏହା ପରେ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଅଭିଜିତଙ୍କ ପତ୍ତା ମିଳି ନ ଥିଲା। ପରେ ଅଭିଜିତଙ୍କ ବାପା ଅତୁଲ ମଣ୍ଡଳ ଝରିଗାଁ ଥାନାରେ ପୁଅ ନିଖୋଜ ହେବା ସମ୍ପର୍କରେ ଅଭିଯୋଗ କରିଥିଲେ। ମଙ୍ଗଳବାର ଧଙ୍ଗଡାମାଲ ଗ୍ରାମର ଜଣେ ଲୋକ ନିକଟସ୍ଥ କୁସୁମପାଣି ଜଙ୍ଗଲକୁ କାଇ ସଂଗ୍ରହ ପାଇଁ ଯାଇଥିଲେ। ସେଠାରେ ପାଦ ଚଲା ରାସ୍ତାର ବାମ ପାର୍ଶ୍ୱରେ ଥିବା ଏକ ଖାଲରେ ମୋଟର ସାଇକେଲ ପଡିଥିବା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ଅତୁଲ ଏବଂ ଗ୍ରାମବାସୀ ମଙ୍ଗଳବାର ରାତିରେ ଖବର ପାଇଥିଲେ। ରାତି ହୋଇଥିବା ଯୋଗୁ ଜଙ୍ଗଲରେ ଖୋଜିବା କଷ୍ଟକର ହୋଇଥିଲା। ବୁଧବାର ସକାଳୁ ଅତୁଲଙ୍କ ସହ ଗ୍ରାମବାସୀ ଏବଂ ପୋଲିସ କୁସୁମପାଣି ଜଙ୍ଗଲକୁ ଯାଇ ଖୋଜାଖୋଜି କରିଥିଲେ। ରାସ୍ତାର ବାମ ପାର୍ଶ୍ୱରେ ମୋଟର ସାଇକେଲ ପଡିଥିବା ବେଳେ ଡାହାଣ ପାର୍ଶ୍ୱର ଗୋଟିଏ ନାଳରେ ଅଭିଜିତଙ୍କ ଗଳିତ ମୃତଦେହକୁ ପତ୍ରରେ ଘୋଡାଇ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ, ଏସଆଇ ରାମ ଚନ୍ଦ୍ର ଅଗସ୍ତି, ଏଏସଆଇ ଶଙ୍କରର୍ଷଣ ସ୍ବାଇଁ ପ୍ରମୁଖ ମୃତଦେହକୁ ଉଦ୍ଧାର କରିଥିଲେ। ପରେ କୋରାପୁଟରୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଥିଲେ। ଘଟଣା ସ୍ଥଳରେ ଡାକ୍ତରଙ୍କ ଦ୍ୱାରା ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅଭିଜିତଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଥାନା ଅଧିକାରୀ କହିଛନ୍ତି। ଏ ସମ୍ପର୍କରେ ପ୍ରଦୀପ ମାଝିଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଏହା ଏକ ଦୁଃଖଦ ଘଟଣା। ପୋଲିସ ଘଟଣାର ତଦନ୍ତ କରି ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରପୁର ଆଇସିଡିଏସ କାର୍ଯ୍ୟାଳୟ: ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଚାଲିଛି ଅଫିସ କାମ

 ଚନ୍ଦ୍ରପୁର, ୨୮ା୪(ଡି.ଏନ୍‌.ଏ.)-ରାୟଗଡା ଜିଲା ଚନ୍ଦ୍ରପୁର ବ୍ଲକସ୍ଥିତ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଆଜକୁ ଦୀର୍ଘ ପାଞ୍ଚବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ସଦର ମହକୁମାସ୍ଥିତ  ରାଜୀବ...

୪ ମାସ ତଳେ କରିଥିଲେ ବିବାହ : ନିଜ ବନ୍ଧୁକରୁ ଗୁଳିଫୁଟାଇ ଜୀବନ ହାରିଲେ ଯବାନ

ରାୟଗଡା ଅଫିସ,୨୮।୪: ୪ ମାସ ତଳେ ହୋଇଥିଲା ବିବାହ, ନୂଆ କରି ସ୍ବପ୍ନ ଦେଖୁଥିଲେ ସ୍ତ୍ରୀ , ଗଢ଼ି ଉଠିଥିଲା ସୁଖର ସଂସାର ହେଲେ କ୍ଷଣକରେ...

ସାପ କାମୁଡାରେ ମା’, ଝିଅ ମୃତ

ପାପଡାହାଣ୍ଡି, ୨୧।୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଚେରଚେଟା ଗ୍ରାମ କନାରୀ ଛୁଆଁରେ ସାପ କାମୁଡାରେ ଶୁକ୍ରବାର ମା’, ଝିଅଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ...

ବିବାହ କାର୍ଯ୍ୟରୁ ଫେରୁଥିବା କାର୍‌ ଦୁର୍ଘଟଣାଗସ୍ତ

ପାପଡାହାଣ୍ଡି,୧।୫(ଡି.ଏନ୍‌.ଏ.): ବିବାହ କାର୍ଯ୍ୟରେ ଯୋଗ ଦେଇ ଫେରୁଥିବା ଏକ କାର୍‌ ନବରଙ୍ଗପୁର ଜଲା ପାପଡାହାଣ୍ଡି ବ୍ଲକ  ତୁମ୍ବର୍ଲା ଫାଣ୍ଡି ନିକଟରେ ବୁଧବାର ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ...

ସେକ୍ସ ର଼୍ୟାକେଟ ଠାବ: ଦମ୍ପତିଙ୍କ ସହ ୨ ଯୁବକ ଗିରଫ,୨ ଯୁବତୀ ଉଦ୍ଧାର

ରାୟଗଡ଼ା ଅଫିସ,୨୩।୯- ରାୟଗଡ଼ା ପୋଲିସ ସୋମବାର ସ୍ଥାନୀୟ ଗାୟତ୍ରୀ ନଗର ୪ର୍ଥ ଲାଇନରେ ଚାଲିଥିବା ସେକ୍ସ ର଼୍ୟାକେଟକୁ ଠାବ କରିଛି। ଘର ମାଲିକଙ୍କ ସହ ୨...

ଅସ୍ବାଭାବିକ ମୁଣ୍ଡ ସହ ବଞ୍ଚୁଛନ୍ତି ଶିବଶଙ୍କର: ଚିକିତ୍ସା ପାଇଁ ଦିଲ୍ଲୀ ଏମ୍‌ସ ପଠାଯିବ

ଜୟପୁର,୧୨ା୬(ଡି.ଏନ୍‌.ଏ.): ଜୟପୁର ବ୍ଲକ ରଣ୍ଡାପାଲି ପଞ୍ଚାୟତ ବୈରାଗୀମଠ ଗ୍ରାମର ଦିନ ମଜୁରିଆ ଟୁନା ପରଜାଙ୍କ ପୁଅ ଶିବଶଙ୍କର (୧୪)ଙ୍କ ପିଲାଟି ଦିନରୁ ମୁଣ୍ଡ ଅସ୍ବାଭାବିକ ଭାବେ...

୧୦୮ ଆମ୍ବୁଲାନ୍ସର ଅପବ୍ୟବହାର କରୁଛନ୍ତି ଲୋକେ

ପଦ୍ମପୁର,୧୩।୬ (ଡି.ଏନ୍‌.ଏ.): ଦୁର୍ଘଟଣା କିମ୍ବା କୌଣସି ରୋଗରେ ଗୁରୁତର ଥିବା ବ୍ୟକ୍ତିଙ୍କୁ ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚାଇ ଜୀବନ ରକ୍ଷା କରିବା ଉଦ୍ଦେଶ୍ୟରେ ସରକାର ୧୦୮ ଆମ୍ବୁଲାନ୍ସ...

ପାଇଖାନା ଟାଙ୍କିରେ ଗଲା ୩ ଶ୍ରମିକଙ୍କ ଜୀବନ

ରାୟଗଡା ଅଫିସ/ଟିକିରି(ଡି.ଏନ୍‌.ଏ.), ୧୮।୧୦: ରାୟଗଡ଼ା ଜିଲା ଟିକିରି ଥାନା ଅଧୀନ ପଞ୍ଚାଳି ଗ୍ରାମରେ ପାଇଖାନା ଟାଙ୍କି କାମ କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣ...

Advertisement
Archives

Model This Week