Posted inଜାତୀୟ

କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡ: ଆଗରେ ମୁକୁଲ

ନୂଆଦିଲ୍ଲୀ,୯।୮: ଆଉ ଗୋଟିଏ ଦିନ ପରେ କଂଗ୍ରେସ ଦଳକୁ ଅଧ୍ୟକ୍ଷ ମିଳିଯିବ ବୋଲି କୁହାଯାଉଛି। ଶୁକ୍ରବାର ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ହୋଇଥିବା ଏକେ ବୈଠକରୁ ଯାହା ଅନୁମାନ କରାଯାଉଛି ଶନିବାର ସୁଦ୍ଧା କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ମିଳିଯାଇ ପାରନ୍ତି। ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଏବେ ମୁକୁଲ ଓ୍ବାସନିକ ଏହି ଦୌଡରେ ଆଗରେ ଥିବା ଆଲୋଚନା ହେଉଛି। ୫୯ ବର୍ଷୀୟ ମୁକୁଲ ପୁର୍ବରୁ ମନ୍ତ୍ରୀପଦ ସମ୍ଭାଳି ଥିବା ବେଳେ ରାଜନୀତିରେ ତାଙ୍କର ଖୁବ୍‌ ଅଭିଜ୍ଞତା ରହିଛି। ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ସମ୍ଭାଳି ନେବେ ବୋଲି କୁହାଯାଉଛି। ଯଦି ଏଥର ମୁକୁଲ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତି ତେବେ ପ୍ରଥମ ଥର ଲାଗି ଗାନ୍ଧୀ ପରିବାର ବାହାରୁ ଜଣେ ଅଧ୍ୟକ୍ଷ ହେବେ ବୋଲି କୁହାଯାଉଛି। ଏବେ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ ସୋନିଆ, ରାହୁଲ ଓ ପ୍ରିୟଙ୍କା ସକ୍ରିୟ ରାଜନୀତିରେ ଥାଇ ମଧ୍ୟ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ରାଜି ହେଉ ନାହାଁନ୍ତି। କୁହାଯାଉଛି ଗତ ଲୋକ ସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଏବେ ଏମାନେ ଏହି ଗୁରୁ ଦାୟିତ୍ୱରୁ ଦୂରେଇ ରହିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବମ ଶ୍ରେଣୀ ଛାତ୍ରୀଛାତ୍ର ଘରୁ ଫେରାର ହୋଇ କଲେ ବିବାହ, ଆଉ ତା’ ପରେ…

ଗୁଜୁରାଟର ଛାନିରେ ନବମ ଶ୍ରେଣୀରେ ପଢ଼ୁଥିବା ଦୁଇ ଛାତ୍ରୀଛାତ୍ର ପରସ୍ପରକୁ ଭଲ ପାଉଥିଲେ। ମାତ୍ର କରୋନା କଟକଣା ଲାଗି ସ୍କୁଲ ଖୋଲୁ ନ ଥିବାରୁ ଉଭୟଙ୍କ...

୩ ନମ୍ବର ଜେଲକୁ ଦୋଷୀ ସ୍ଥାନାନ୍ତର: ଫାଶୀ ବିଳମ୍ବକୁ ନେଇ ଭାଜପା-ଏଏପି ବାକ୍‌ଯୁଦ୍ଧ

ନୂଆଦିଲ୍ଲୀ,୧୭।୧(ପି.ଟି.):ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୪ ଅପରାଧୀଙ୍କୁ ଗୁରୁବାର ତିହାର ଜେଲ୍‌ କମ୍ପ୍ଲେକ୍ସର ୩ ନମ୍ବର ଜେଲ୍‌କୁ ନିଆଯାଇଛି, ଯେଉଁଠି ସେମାନଙ୍କୁ...

ଗଣଭୋଟ ପାଇଁ ମମତାଙ୍କ ଆହ୍ବାନ

କୋଲକାତା, ୨୦।୧୨:ନୂଆ ନାଗରିକତ୍ୱ ଆଇନକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବାବେଳେ ଜାତିସଂଘ ତତ୍ତ୍ୱାବଧାନରେ ଏହା ଉପରେ ଗଣଭୋଟ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶାସକ...

ଗୃହବନ୍ଦୀ ଥିବା ଓମାରଙ୍କ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ: ୟେଚୁରୀ-ମମତା ପ୍ରକାଶ କଲେ ଉଦ୍‌ବେଗ

ଶ୍ରୀନଗର,୨୬।୧: ଗତ ୫ ମାସରୁ ଅଧିକ ସମୟ ଧରି ଗୃହବନ୍ଦୀ ଥିବା ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲାଙ୍କ ଏକ ଫଟୋ ଶନିବାର ସୋସିଆଲ୍‌ ମିଡ଼ିଆରେ...

ଭୋପାଳ ରାଜଭବନକୁ ପହଞ୍ଚିଲା କରୋନା

ଭୋପାଳ,୨୫।୫: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସୋମବାର ୨୪ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସହରର ହଟସ୍ପଟ ଜୋନ କରୋନା ସଂକ୍ରମଣର ଶିକାର...

ସୁଧା ଭରଦ୍ୱାଜଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି

ନୂଆଦିଲ୍ଲୀ,୮।୧୨: ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜେଲରେ ଥିବା ଆଇନଜୀବୀ ତଥା ଆକ୍ଟିଭିଷ୍ଟ ସୁଧା ଭରଦ୍ୱାଜଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଏଲ୍‌ଗାର ପରିଷଦ-ମାଓବାଦୀ...

ପଞ୍ଚିମବଙ୍ଗରେ ବଡ଼ ଧରଣର ରେଳ ଦୁର୍ଘଟଣା

କୋଲକାତା,୧୩।୧: ପଶ୍ଚିମବଙ୍ଗର ଜଲପାଇଗୁଡିର ମୈନାଗୁଡିଠାରେ ଗୁରୁବାର ଏକ ବଡ଼ଧରଣର ଟ୍ରେନ ଦୁର୍ଘଟଣା ଘଟିଛି। ପାଟନାରୁ ଗୌହାଟୀ ଯାଉଥିବା ଗୁଆହାଟି-ବିକାନେର୍‌ ଏକ୍ସପ୍ରେସ ଟ୍ରେନର ୧୨ଟି ବଗି ଲାଇନ...

୪୦ ହଜାର ତଳେ ଦୈନିକ ସଂକ୍ରମଣ, ମୁତ୍ୟୁ ସଂଖ୍ୟା ୫ ଶହରୁ କମ୍‌…

ନୂଆଦିଲ୍ଲୀ,୧୯।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ...

Advertisement
Archives

Model This Week