କଂଗ୍ରେସର ନିର୍ବାଚନୀ ସଭା : ହେଲିକପ୍ଟରରୁ ଓହ୍ଲାଇ ପାରିଲେନି ନିରଞ୍ଜନ, ରୁଦ୍ରରାଜୁ ଓ ଖୁସ୍‌ବୁ

ରଣପୁର,୨୨ା୪(ସ୍ବ.ପ୍ର.)-ରଣପୁର ତ୍ରିସ୍ତରୀୟ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ରାଜ୍ୟସ୍ତରୀୟ ବରିଷ୍ଠ ନେତୃବୃନ୍ଦଙ୍କୁ ଏଠାକୁ ଆଣି ଦଳର ପ୍ରଚାର ସହ ଭୋଟ ଭିକ୍ଷା କରୁଛନ୍ତି। ରବିବାର ଅପରାହ୍ନ ୩ ଟାରେ କଂଗ୍ରେସ ଦଳ ତରଫରୁ ଏକ ନିର୍ବାଚନ ସଭା ସ୍ଥାନୀୟ ପଞ୍ଚୁଦୋଳ ପଡ଼ିଆରେ ଆୟୋଜନ କରାଯାଇଥିଲା। ସଭା ପାଇଁ ଏହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରୁ କଂଗ୍ରେସ କର୍ମୀ ଓ ନେତାମାନେ ଏକାଠି ହୋଇଥିଲେ। ସଭାରେ ଯୋଗଦେବାକୁ ଆସୁଥିବା ଏଆଇସିସିର ସାଧାରଣ ସମ୍ପାଦକ ରୁଦ୍ରରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତେଲୁଗୁ ଫିଲ୍ମ ହିରୋଇନ୍‌ ଖୁସ୍‌ବୁ ହେଲିକପ୍ଟରରେ ଆସୁଥିବାବେଳେ ପଡିଆରେ ହେଲିକପ୍ଟରଟି ଅବତରଣ କରି ନ ପାରିବାରୁ ପୁଣି ଫେରିଯାଇଥିଲା। ଯାହାଫଳରେ ଦୂରଦୂରାନ୍ତରୁ ସଭାରେ ଯୋଗ ଦେବାକୁ ଆସିଥିବା ସାଧାରଣ ଜନତା, କର୍ମୀ ଓ ନେତା ନିରାଶ ହୋଇ ଫେରିଥିଲେ। ଏହି ଘଟଣାକୁ ନେଇ ଦଳୀୟ ନେତାମାନେ ବିଜେଡି ସରକାରଙ୍କ ଚକ୍ରାନ୍ତରେ ହେଲିକପ୍ଟରକୁ ଅନୁମତି ଦିଆ ନ ଯିବାରୁ ସଭା ପଡ଼ିଆରେ ଅବତରଣ କରିପାରିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି। ଉକ୍ତ ଘଟଣାକୁ ନେଇ ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ ପରସ୍ପର ଉପରେ କାଦୁଅ ଫିଙ୍ଗା ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ପ୍ରକାଶ ଯେ, ଏହି ସଭା ପାଇଁ ନୟାଗଡ଼ ନିର୍ବାଚନ ଅଧିକାରୀ ଓ ରଣପୁର ଥାନା ତରଫରୁ ଅନୁମତି ଦିଆଯାଇଥିଲା। ସଭାରେ ରୁଦ୍ରରାଜୁ, ନିରଞ୍ଜନ ଓ ଖୁସ୍‌ବୁ ଯୋଗଦେବାର କାର୍ଯ୍ୟକ୍ରମ ଥିବାରୁ ନିକଟରେ ହେଲିପ୍ୟାଡ଼୍‌ ବ୍ୟବସ୍ଥା ସହ ଦମକଳ ବାହିନୀ ଓ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ୩ଟା ୩୦ରେ ହେଲିକପ୍ଟରଟି ସଭା ପଡ଼ିଆରେ  ପହଞ୍ଚତ୍ ଅବତରଣ ପାଇଁ ୪ଥର ଚେଷ୍ଟା କରି ଶେଷରେ ଫେରିଯାଇଥିଲା। ତେବେ ଏ ଘଟଣାକୁ ନେଇ କଂଗ୍ରେସ ତରଫରୁ ହୋଇଥିବା ଅଭିଯୋଗକୁ ଖଣ୍ଡନ କରି ବିଜେଡି କହିଛି ଯେ, ସଭାରେ ଚେୟାର ଖାଲିଥିବା ଓ କର୍ମୀଙ୍କ ସଂଖ୍ୟା କମ୍‌ଥିବାରୁ ନେତାମାନେ ହେଲିକପ୍ଟରରୁ ଅବତରଣ ନ କରି ସେଠାରୁ ଫେରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା

ଛତ୍ରପୁର, ୧୫।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଉକ୍ତ ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ। ଏ ସମ୍ପର୍କରେ ଗଞ୍ଜାମ...

ଆଶୀର୍ବାଦ ବେହେରା ଅସୁସ୍ଥ: କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୨୪।୯(ବ୍ୟୁରୋ): ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଗିରଫ ହୋଇ ବିଚାରବିଭାଗୀୟ ଜେଲ୍‌ ହାଜତରେ ଥିବା ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗୁରୁତର...

ନାବାଳକ ପୁଅ ସମ୍ମୁଖରେ ମା’ଙ୍କୁ ଅସଦାଚରଣ : ଅଭିଯୁକ୍ତଙ୍କୁ ଛାଡ଼ି ନାବାଳକଙ୍କୁ ୩୦ ଘଣ୍ଟା ଅଟକ ରଖିଲା ପୋଲିସ

ଭୁବନେଶ୍ୱର,୨୨ା୭(ବ୍ୟୁରୋ) : ନାବାଳକଙ୍କ ସମ୍ମୁଖରେ ତାଙ୍କ ମା’ଙ୍କୁ ଅସଦାଚରଣ। ପ୍ରତିରୋଧ କରିବାରୁ ନାବାଳକଙ୍କୁ ଆକ୍ରମଣ। ପରେ ଆକ୍ରଣକାରୀ ଓ ନାବାଳକଙ୍କ ମଧ୍ୟରେ ମାର୍‌ପିଟ୍‌। ହେଲେ ଅସଦାଚରଣ...

ଉଦ୍‌ଘାଟନ ପୂର୍ବରୁ ସମୀକ୍ଷା: ଅନୁଗୋଳ କୋଭିଡ-୧୯ ହସ୍ପିଟାଲ ଭିତ୍ତିଭୂମି, ପ୍ରସ୍ତୁତି ବୁଲି ଦେଖିଲେ ୫-ଟି ସଚିବ

ତାଳଚେର,୧୭।୪(ନି.ପ୍ର.): କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲାରେ ସ୍ବତନ୍ତ୍ର କୋଭିଡ୍‌-୧୯ ଡାକ୍ତରଖାନା ନିର୍ମାଣ କରାଯାଉଛି। ଏହି କ୍ରମରେ ଅନୁଗୋଳ ଜିଲାରେ ମଧ୍ୟ...

ବଦଳିଲା କୋଭିଡ୍‌ ଉଲ୍ଲଂଘନ ନିୟମ: ୨ ବର୍ଷ କାରାଦଣ୍ଡ, ୧ଲକ୍ଷ ପର୍ଯ୍ୟନ୍ତ ଜରିମାନା

ଭୁବନେଶ୍ୱର,୧୩।୮(ବ୍ୟୁରୋ): କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ ଏକ ବୃହତ ସମସ୍ୟା ସୃଷ୍ଟି କରିଛି। ବିଗତ ମାସକ ମଧ୍ୟରେ ସଂକ୍ରମଣ କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ରାଜ୍ୟ...

ଲୁଟି ନେଇଥିଲେ ୨.୩୫ ଲକ୍ଷ ଟଙ୍କା: ବେଶି ସମୟ ରଖି ପାରିଲେନି ପାଖରେ

ବରଗଡ଼ ଅଫିସ୍‌,୧୧।୧: ବରଗଡ଼ ସହରର ଏକ ହୋଟେଲ ପରିସରରୁ ରବିବାର ୨.୩୫ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି । ସ୍ଥାନୀୟ ଟାଉନ ଥାନା...

ଭଦ୍ରକ ଜିଲାର ସମସ୍ତ ସ୍କୁଲ ବନ୍ଦ

ଭଦ୍ରକ ଅଫିସ,୨୦।୮: ଲଘୁଚାପ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଭଦ୍ରକ ଜିଲାର ସମସ୍ତ ସ୍କୁଲ ଏବଂ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବ। ଏନେଇ ଜିଲା...

୩ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର,୧୭।୮(ବ୍ୟୁରୋ): ଓଡ଼ିିଶା ପୋଲିସ ନିକଟରେ ସୋମବାର ଛତିଶଗଡ଼ କ୍ୟାଡର ୩ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କୋଡଙ୍ଗା ମହାନଦୀ ସଂଯୁକ୍ତ ଏରିଆ କମିଟିର...

Advertisement
Archives

Model This Week