Posted inଜାତୀୟ

କଂଗ୍ରେସରେ ଇସ୍ତଫା ନାଟକ: ସଙ୍କଟରେ ୩ ରାଜ୍ୟ ସରକାର

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନରେ ବିଫଳତା ପରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପାଇଁ ଅଡି ବସିଥିଲେ। ଏହାକୁ ନେଇ ରାଜସ୍ଥାନ, ମଧ୍ୟପ୍ରଦେଶ ତଥା ଛତିଶଗଡ଼ ଆଦି ୩ ରାଜ୍ୟ ସରକାରଙ୍କ ଲାଗି ସଙ୍କଟ ସୃଷ୍ଟି ହୋଇଥିବା କୁହାଯାଉଛି। ଗାନ୍ଧୀ ପରିବାରକୁ ଛାଡି ଅନ୍ୟ କେହି ଦଳର ମଙ୍ଗ ଧରିବା ଲାଗି ରାହୁଲ ପ୍ରସ୍ତାବ ଦେଇଥିଲେ। ଏହାକୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତଥା କଂଗ୍ରେସ ରାଷ୍ଟ୍ରୀୟ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସମର୍ଥନ କରିଥିଲେ। ବର୍ତ୍ତମାନ ଦଳରେ ରାହୁଲଙ୍କ ବିକଳ୍ପ ନ ଥିବାରୁ ସେ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବେ ବୋଲି ଏକ ଦଳୀୟ ବୈଠକରେ ସ୍ଥିର ହୋଇଥିଲେ ମଧ୍ୟ ରାହୁଲଙ୍କ ଯୋଗୁ ସମସ୍ୟା ଘନଉଛି। ଏହାଦ୍ୱାରା ବିରୋଧୀଙ୍କ ପାଇଁ ସୁଯୋଗ ସୃଷ୍ଟି ହେଉଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ରାହୁଲ କେତେକ ସର୍ତ୍ତ ଆଧାରରେ ଏହି ପଦବୀରେ ରହିବେ ବୋଲି ସୂଚନା ଦେଇଛନ୍ତିି। ସଂଗଠନ ଉପରେ ସମ୍ପୂର୍ଣ୍ଣ ଅଧିକାର ସର୍ତ୍ତ ରାହୁଲ ଉପସ୍ଥାପନ କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ୨୧ ଧନ କୁବେରଙ୍କ ପାଖରେ ଗଦାଗଦା ଧନ, କରୋନା ମହମାରୀରେ ୧୨୧ ପ୍ରତିଶତ ବଢ଼ିଛି…

ନୂଆଦିଲ୍ଲୀ,୧୬।୧ : ଧନୀ ଏବଂ ଗରିବଙ୍କ ମଧ୍ୟରେ ପାର୍ଥକ୍ୟକୁ ନେଇ ଦୁନିଆରେ ଏକ ଦୀର୍ଘ ବିତର୍କ ଚାଲିଛି। ତେବେ ଭାରତ ପରି ବିକଶିତ ଦେଶରେ ମଧ୍ୟ...

ପାର୍କରେ ହେବ ଅନ୍ତିମ ସଂସ୍କାର: ପ୍ରଶାସନର ନିଷ୍ପତ୍ତି…

ନୂଆଦିଲ୍ଳୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା...

୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ଟପିଲା

ନୂଆଦିଲ୍ଲୀ,୨୮।୩: ଦେଶରେ କରୋନାର ସଂକ୍ରମଣ ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୨...

୩୨ ବର୍ଷ ତଳେ ଅନ୍ନଦାତାଙ୍କ ଆଗରେ ମୁଣ୍ଡ ନୁଆଇଁଥିଲେ ସରକାର: ଏବେ ହେବ କି ଏହାର ପୁନରାବୃତ୍ତି !

ନୂଆଦିଲ୍ଲୀ,୩୦।୧୧: କୃଷି ଆଇନକୁ ନେଇ ଦେଶବ୍ୟାପୀ ଅନ୍ନଦାତାଙ୍କ ପ୍ରଦର୍ଶନ ଜାରି ରହିଛି। ଇତିମଧ୍ୟରେ ପ୍ରଦର୍ଶନକୁ ୫ ଦିନ ବିତିଛି। ଏହା ୩୨ ବର୍ଷ ତଳେ ୧୯୮୮...

ଏପ୍ରିଲ ୪ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ନୱାବ ମଲିକ

ମୁମ୍ବାଇ,୨୧ ।୩: ଦାଉଦ ଇବ୍ରାହିମ ମନି ଲଣ୍ଡରିଂ ମାମଲାରେ କୋର୍ଟ ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକଙ୍କୁ ଏପ୍ରିଲ ୪ ପର୍ଯ୍ୟନ୍ତ ବିଚାର...

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କୁ କରୋନା

ମୁମ୍ବାଇ,୨୫।୫: ମହାରାଷ୍ଟ୍ରର ପିଡବ୍ଲୁଡି ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ ସେ କିଭଳି କରୋନା...

୩ ହିଜବୁଲ ଆତଙ୍କବାଦୀ ଗିରଫ

ଶ୍ରୀନଗର, ୧୨।୩: ଜମ୍ମୁ-କଶ୍ମୀରର କୁପଓ୍ବାଡ଼ାରୁ ୩ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ରାଜ୍ୟ ପୋଲିସ ଏବଂ ୫ ବିହାର ରେଜିମେଣ୍ଟ ପକ୍ଷରୁ ସୂଚନା ପାଇ...

ଭଜନ ଗାୟକଙ୍କ ନାଁରେ ବଳାତ୍କାର ଅଭିଯୋଗ

ଅlଯୋଧ୍ୟା,୨୪।୮: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନବେଳେ ଭଜନ ଗାଇ ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟି ଥିବା ଗାୟକ ଦେବେନ୍ଦ୍ର ପାଠକଙ୍କ ଫସିଯାଇଛନ୍ତି।...

Advertisement
Archives

Model This Week