ଓ.ପି. ଜିନ୍ଦଲ ସ୍କୁଲର ଦଶମ ବାର୍ଷିକ ଉତ୍ସବ: ଲକ୍ଷ୍ୟ ସ୍ଥିରକରି ଅଗ୍ରସର ହେବାକୁ ପରାମର୍ଶ

ଅନୁଗୋଳ ଅଫିସ, ୯।୧ – ଅନୁଗୋଳ ଜିନ୍ଦଲ ନଗରସ୍ଥିତ ଓ.ପି. ଜିନ୍ଦଲ ସ୍କୁଲର ଦଶମ ବାର୍ଷିକ ଉତ୍ସବ ତାରୁଣ୍ୟମ ପାଳିତ ହୋଇଯାଇଛି। ଜେଏସ୍‌ପିଏଲ୍‌ ଓଡ଼ିଶା ମୁଖ୍ୟ ପରିଚାଳନା ଅଧିକାରୀ ପଙ୍କଜ ଗୌତମ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଜିନ୍ଦଲ ମହିଳା ସମିତି ଅଧ୍ୟକ୍ଷା ପ୍ରତିଭା ଗୌତମ ଓ ଜେଏସ୍‌ପିଏଲ ମାନବ ସମ୍ବଳ ବିଭାଗ ମୁଖ୍ୟ ଆଲୋକ ମାଲହୋତ୍ରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟଅତିଥି ପଙ୍କଜ ଗୌତମ ଜୀବନର ଲକ୍ଷ୍ୟ ସ୍ଥିର କରି ସେହି ପଥରେ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ। ସ୍କୁଲ ଅଧ୍ୟକ୍ଷ ଛନ୍ଦା ଚରଣ ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଛାତ୍ରୀଛାତ୍ରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ‘ତାରୁଣ୍ୟମ’ର ମୁଖ୍ୟ ଆକର୍ଷଣ ସାଜିଥିଲା। ଏହି ଅବସରରେ ବାର୍ଷିକ ମାଗାଜିନ ‘ଭୟେଜ’ର ନବମ ସଂସ୍କରଣ ଉନ୍ମୋଚନ କରାଯାଇଥିଲା। ସେହିପରି ମେଧାବୀ ଛାତ୍ରୀଛାତ୍ରମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥିଙ୍କ ଦ୍ୱାରା ସିବିଏସ୍‌ଇ ବୋର୍ଡ ଦ୍ୱାରା ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଉତ୍କର୍ଷ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ବିଭାଗୀୟ ମୁଖ୍ୟ, ସ୍କୁଲ ପରିଚାଳନା ସମିତି ସଦସ୍ୟ, ଛାତ୍ରୀଛାତ୍ର, ଅଭିଭାବକ ଓ ପାର୍ଶ୍ୱବର୍ତ୍ତୀ ଗ୍ରାମରୁ ନିମନ୍ତ୍ରିତ ଅତିଥିମାନେ ଉପସ୍ଥିତ ଥିଲେ। ଶିକ୍ଷୟିତ୍ରୀ ସଙ୍ଗୀତା ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଣୀଧନ ଚିକିତ୍ସା ପ୍ରତି ଅବହେଳା

ବଇଣ୍ଡା,୨୭ା୧୧ (ପରିକ୍ଷିତ ସାହୁ): ପ୍ରାଣୀ ସମ୍ପଦର ବିକାଶ ଦିଗରେ ସରକାର ବହୁ ଯୋଜନା ହାତକୁ ନେଇଛନ୍ତି। ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଓ ଚାଷୀଙ୍କୁ ଅଧିକରୁ...

ବସ୍‌ ଚକା ପଙ୍କଚର ହେବାରୁ ଓହ୍ଲାଇପଡ଼ିଲେ ଯାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୩ ଜୀବନ

ଅନୁଗୋଳ,୧୭ା୧୧(ଅମିତ କୁମାର ସାମଲ): ଅନୁଗୋଳ ଜିଲା କିଶୋରନଗର ବରଗାପାଲିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ୩ ବସ୍‌ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।...

ବ୍ୟବସ୍ଥା ନ ଥିବାରୁ ବାରଣ୍ଡାରେ

ବଇଣ୍ଡା,୧୭ା୧୧ (ପରିକ୍ଷିତ ସାହୁ): ଛାତ୍ରୀଛାତ୍ରଙ୍କୁ ନେଇ ଭରପୂର ଅଛି ବିଦ୍ୟାଳୟ। ହେଲେ ଶିକ୍ଷାଦାନ ପାଇଁ ଏଠାରେ ନାହିଁ ଉପଯୁକ୍ତ ଭିତ୍ତିଭୂମି। ବିଶେଷକରି ଆବଶ୍ୟକ ଶ୍ରେଣୀଗୃହ ବ୍ୟବସ୍ଥା...

ନବଜାତ ଶିଶୁକନ୍ୟାଙ୍କୁ ଝୁଣି ଖାଇଗଲା ବୁଲାକୁକୁର

ଭୁବନେଶ୍ୱର,୧୨।୧୧: ଅନୁଗୋଳ ଜିଲା ଶରଧାପୁର ପଞ୍ଚାୟତ ରାସ୍ତାରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନବଜାତ ଶିଶୁକନ୍ୟାଙ୍କୁ ବୁଲା କୁକୁର ଝୁଣି ଖାଇଥିବା ଜଣାପଡିଛି।...

୩୬ ଘଣ୍ଟା ପଡ଼ିରହିଲା ମୃତଦେହ

ଛେଣ୍ଡିପଦା,୮।୧୧(ଅଜିତ ଧଳ): ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ହେଲେ ଦୁର୍ଘଟଣାସ୍ଥଳ କେଉଁ ଥାନା ଅଧୀନରେ ଆସୁଛି ତାହା ପୋଲିସ ଜାଣି ନ ପାରିବାରୁ...

ସଜେଇ ହେଉଛି ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ

ଗଣିଆ,୨ା୧୧(ସନ୍ତୋଷ କୁମାର ପ୍ରଧାନ) ପ୍ରତିବର୍ଷ ପରି ଚଳିତ ବର୍ଷ ନଭେମ୍ବର ୧୫ରୁ ଖୋଲିବ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟର ବାଲୁକା ଟେଣ୍ଟ। ଏ ନେଇ ସାତକୋଶିଆ ସ୍ୟାଣ୍ଡ...

ଆଜିଠୁ ମା’ ଲକ୍ଷ୍ମୀଙ୍କୁ ଆରାଧନା

ଅନୁଗୋଳ,୨୮ା୧୦(ଅମିତ କୁମାର ସାମଲ): ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ ଅନୁଗୋଳରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶନିବାରଠାରୁ ମା’ଙ୍କ ଆରାଧନା ଆରମ୍ଭ ହେବାକୁ ଥିବାରୁ ସହର...

୬ ମାସ ପରେ ରାସ୍ତା ଫାଟି ଆଁ

ବଇଣ୍ଡା,୨୩ା୧୦ (ପରିକ୍ଷିତ ସାହୁ): ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇନାହିଁ। ହେଲେ ଫାଟି ଅଁା କଲାଣି ନିର୍ମାଣ ହୋଇଥିବା ନୂଆ ରାସ୍ତା। ଅନୁଗୋଳ ଜିଲା ଦେଇ ଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri