ଓୟୁଏଟି ପ୍ରବେଶିକା ପରୀକ୍ଷାରେ ଅବହେଳା ଅଭିଯୋଗ: ଖରାରେ ଛିଡ଼ା ହେବାରୁ ଅଭିଭାବକ-କର୍ତ୍ତୃପକ୍ଷ ମୁହାଁମୁହିିଁ

ବ୍ରହ୍ମପୁର ଅଫିସ,୨୦ା୫-ଗୋପାଳପୁର ରୋଡ ତଥା ଡୁରା ନିକଟସ୍ଥ ବ୍ରହ୍ମପୁର ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ବିଏସ୍‌ଇଟି)ରେ ରବିବାର ଉତ୍ତେଜନା ଦେଖାଦେଇଛି। ବିଏସ୍‌ଇଟିରେ ଓୟୁଏଟି ପରୀକ୍ଷା ପାଇଁ ଆସିଥିବା ପରୀକ୍ଷାର୍ଥୀଙ୍କୁ ଦୀର୍ଘ ସମୟ ଧରି ଖରାରେ ଛିଡା କରାଯିବାକୁ ନେଇ ଅଭିଭାବକ ଓ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମୁହାଁମୁହିିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ କିଛି ସମୟ ଧରି ଅଭିଭାବକ ଓ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ପରୀକ୍ଷାର୍ଥୀଙ୍କୁ ହଲ ମଧ୍ୟକୁ ଛଡା ଯିବାରୁ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି।

କହିବା ପ୍ରକାରେ, ରବିବାର ଗୋପାଳପୁର ରୋଡ ତଥା ଡୁରା ସ୍ଥିତ ବିଏସ୍‌ଇଟି କଲେଜରେ ଓୟୁଏଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ଦେବାକୁ ସକାଳୁ ବିଭିନ୍ନ ସ୍ଥାନରୁ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ସେଠାରେ ପହଞ୍ଚିଥିଲେ। ପୂର୍ବାହ୍ନ ୯.୩୦ରେ ପରୀକ୍ଷା କେନ୍ଦ୍ର ମୁଖ୍ୟ ଫାଟକରେ ପରୀକ୍ଷାର୍ଥୀଙ୍କୁ ଏଣ୍ଟ୍ରି କରାଯାଇଥିଲା। କିନ୍ତୁ ହଲ ମଧ୍ୟକୁ ସେମାନଙ୍କୁ ପ୍ରବେଶ କରା ନ ଯିବାରୁ ସେମାନେ କ୍ୟାମ୍ପସ ପରିସରରେ ଖରାରେ ସିଝିଥିଲେ।ତେବେ ଖରାଯୋଗୁ ପରୀକ୍ଷାର୍ଥୀଙ୍କୁ ହଲ ମଧ୍ୟକୁ ଛାଡିବାକୁ ଅଭିଭାବକମାନେ ଅନୁରୋଧ କରିଥିବା ବେଳେ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଇ ନ ଥିଲେ। ଫଳରେ ଅଭିଭାବକ କର୍ତ୍ତୃପକ୍ଷଙ୍କ ମଧ୍ୟରେ କଥା କଟାକଟି ସହ ମୁହାଁମୁହିିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ତୁରନ୍ତ ହଲ ମଧ୍ୟ ପରୀକ୍ଷାର୍ଥୀଙ୍କୁ ଛଡାଯିବାକୁ ନେଇ ଅଭିଭାବକମାନେ କର୍ତ୍ତୃପକ୍ଷଙ୍କ ସହ ପାଟିତୁଣ୍ଡ କରିଥିଲେ।

ତେବେ କିଛି ସମୟ ବଚସା ପରେ ପରୀକ୍ଷାର୍ଥୀଙ୍କୁ ହଲ ମଧ୍ୟକୁ ପ୍ରବେଶ କରିବା କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ।
ଏହାପରେ ପରସ୍ଥିତି ଶାନ୍ତ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନରେନ୍ଦ୍ରପୁର ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ, ୨୪।୩: ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଥିବା ସଂଘବଦ୍ଧ ଆକ୍ରମଣରେ ନରେନ୍ଦ୍ରପୁରର ମଙ୍ଗୁଳୁ ସ୍ବାଇଁଙ୍କ ୩ ପୁଅ...

ଶ୍ରମିକ ୟୁନିୟନର ରାଜପଥ ଅବରୋଧ

ହିଞ୍ଜିଳିକାଟୁ,୨୮।୩(ଡି.ଏନ୍‌.ଏ.): ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସମର୍ଥନ କରି ଓଡ଼ିଶା ନିର୍ମାଣ...

ଗଞ୍ଜାମ ଜିଲାପାଳଙ୍କ ଶେରଗଡ଼ ବ୍ଲକ ଗସ୍ତ: କହିଲେ ଜୁଲାଇ ମାସରେ ସତର୍କ ରହିବାକୁ ପଡ଼ିବ

ଶେରଗଡ଼,୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଭୋରରୁ ଶେରଗଡ଼ ବ୍ଲକ ଗସ୍ତରେ ଆସିଛନ୍ତି। ଏହି ସମୟରେ ସେ ବ୍ଲକ ସମ୍ମୁଖରେ ସରପଞ୍ଚମାନଙ୍କ ସହ...

ଭତ୍ତା ଟଙ୍କା ପାଇଁ ଖରାରେ ଲମ୍ବା ଧାଡ଼ି

ପୁରୁଷୋତ୍ତମପୁର,୧୯।୫(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ଲୋକଙ୍କୁ ଘରୁ ବାହାରକୁ ନ ଆସିବା ଲାଗି ସରକାର ନିର୍ଦ୍ଦେଶ ଦେଇ ଲକ୍‌ଡାଉନ୍‌ ଜାରି କରିଛନ୍ତି। ମାତ୍ର ଗଞ୍ଜାମ ଜିଲା...

ଆସିକା ଲୋକ ସଭା ନିର୍ବାଚନମଣ୍ଡଳୀ : ପ୍ରଥମକରି ଦୁଇ ମହିଳା ପ୍ରାର୍ଥୀଙ୍କ ଲଢ଼େଇ ତୀବ୍ର

ବ୍ରହ୍ମପୁର ଅଫିସ,୨୫ା୪-ଗଞ୍ଜାମ ଜିଲାର ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନରେ ପ୍ରଥମ କରି ଦୁଇ ମହିଳା ଭାଜପାରୁ ଅନିତା ଶୁଭଦର୍ଶିନୀ ଏବଂ ବିଜେଡରୁ...

ପାଚେରିରେ ପିଟିହେଲା ବାଇକ୍‌ : ୨ ସାଙ୍ଗଙ୍କ ଜୀବନ ଗଲା

ଦିଗପହଣ୍ଡି,୧୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୩୨୬ ନଂ. ରାଜ୍ୟ ରାଜପଥର ଉପରବସା ଆନନ୍ଦ କୁଟୀର ଆଶ୍ରମ ସମ୍ମୁଖରେ ବୁଧବାର ପୂର୍ବାହ୍ନରେ ବାଇକ୍‌ ଦୁର୍ଘଟଣାରେ...

ଗଞ୍ଜାମରେ ପୁଣି ୩ ନୂଆ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭୦କୁ ବୃଦ୍ଧି

ଛତ୍ରପୁର,୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମଙ୍ଗଳବାର ପୁଣି ୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭୦କୁ ବୃଦ୍ଧି...

ହାତୀ ଆକ୍ରମଣରେ ବାପା ପୁଅ ଆହତ

ଭଞ୍ଜନଗର,୧୩।୮:(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ତାରସି ରେଞ୍ଜ ଅନ୍ତର୍ଗତ ତିନିଚକିଆ ଜଙ୍ଗଲରେ ଶୁକ୍ରବାର ସକାଳେ ହାତୀ ଆକ୍ରମଣରେ ବାପ ପୁଅ ଆହତ ହୋଇଛନ୍ତି। ସେମାନେ ହେଲେ ଦଲକର...

Advertisement
Archives

Model This Week