Posted inଖେଳ

ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳ ଘୋଷିତ

ପୋର୍ଟ ଅଫ୍‌ ସ୍ପେନ,୧୦।୮- ଭାରତ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଲାଗି ଶନିବାର ଜାସନ ହୋଲ୍ଡରଙ୍କ ନେତୃତ୍ୱରେ ୧୩ ଜଣିଆ ଓ୍ବେଷ୍ଟଇଣ୍ଡିଜ ଦଳ ଘୋଷଣା କରାଯାଇଛି। ଇଂଲଣ୍ଡକୁ ୨-୧ ବ୍ୟବଧାନରେ ପରାସ୍ତ କରିଥିବା ଓ୍ବେଷ୍ଟଇଣ୍ଡିଜ ଦଳରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ଦ୍ରୁତ ବୋଲର ଆଲଜେରି ଜୋସେଫ ଓ ବାମହାତୀ ସ୍ପିନର ଜୋମେଲ ଓ୍ବାରିକାନ ଆହତ ସମସ୍ୟା ଯୋଗୁ ଦଳରୁ ବଦ୍‌ ପଡ଼ିଛନ୍ତି। ଏଥିଯୋଗୁ ସ୍ପିନ ଅଲରାଉଣ୍ଡର ରକିମ କର୍ନଓ୍ବାଲ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିବାକୁ ସୁଯୋଗ ମିଳିଛି। ୫ ବର୍ଷ ତଳେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ଆରମ୍ଭ କରିଥିବା ସ୍ପିନର ଏପର୍ଯ୍ୟନ୍ତ ୨୬୦ ଉଇକେଟ ନେଇ ସାରିଛନ୍ତି। ଆଉ ବ୍ୟାଟିଂରେ ୫୫ ଇନିଂସରେ ଗୋଟିଏ ଶତକ ସହ ୧୩ ଅର୍ଦ୍ଧଶତକ ଲଗାଇଛନ୍ତି। ଏଭଳି ପ୍ରଦର୍ଶନ ଯୋଗୁ ତାଙ୍କୁ ଜାତୀୟ ଦଳରେ ସୁଯୋଗ ଦିଆଯାଇଛି। ଓ୍ବେଷ୍ଟଇଣ୍ଡିଜ ଏ’ ଦଳର ଅଧିନାୟକ ଶାମାର୍ହ ବ୍ରୁକ୍ସଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି।
ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳ: ଜାସନ ହୋଲ୍ଡର (ଅଧିନାୟକ), କ୍ରେଗ ବ୍ରାଥଓ୍ବେଟ, ଡାରେନ ବ୍ରାଭୋ, ଶାମାର୍ହ ବ୍ରୁକ୍ସ, ଜନ କାମ୍ପବେଲ, ରଷ୍ଟୋନ ଚେଜ, ରକିମ କର୍ନଓ୍ବାଲ, ଶାନେ ଡଓ୍ବିଚ, ଶାନନ ଗାବ୍ରିଏଲ, ଶିମରନ ହେଟମାୟର, ଶାଇ ହୋପ, କିମୋ ପଲ ଓ କେମାର ରୋଚ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ହକିକୁ କ୍ୟାରିୟର କରିଥିବାରୁ ଗର୍ବ ଲାଗୁଛି’

ଭୁବନେଶ୍ୱର, ୧୯।୧ (ତପନ ସ୍ବାଇଁ): ”ଭାରତ ଏବଂ ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ହେଉଛି ହକି ବିଶ୍ୱକପ୍‌। ଏଥିପାଇଁ ସମଗ୍ର ଓଡ଼ିଶାରେ ଉତ୍ସବର ପରିସ୍ଥିତି...

ଇଣ୍ଟରନ୍ୟାଶନାଲ ରେଫରି ପରୀକ୍ଷାରେ ପ୍ରେମ ସିଂ ଉତ୍ତୀର୍ଣ୍ଣ

ଭୁବନେଶ୍ୱର, ୨୯|୧୦ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ପେନଚାକ୍‌ ସିଲଟ୍‌ ଆସୋସିଏଶନର ସାଧାରଣ ସମ୍ପାଦକ ପ୍ରେମ ସିଂ ଥାପ୍ପା ଇଣ୍ଟରନ୍ୟାଶନାଲ ରେଫରି କ୍ଲାସ-୨ରେ ସଫଳତାର ସହ ଉତ୍ତୀର୍ଣ୍ଣ...

ରୋମାନ୍ସରେ ନଂ- ୧ ଏହି ଭାରତୀୟ ଖେଳାଳି: ସ୍ତ୍ରୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଏମିତି

ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ରୋହିତ ଶର୍ମା ଏବେ ଅଷ୍ଟ୍ରେଲିଆରେ କ୍ୱାରାଣ୍ଟାଇନ୍‌ ସମୟ ବିତାଉଛନ୍ତି। ଏହି ସମୟରେ ତାଙ୍କଠାରୁ ବହୁ ଦୂରରେ ଥିବା ସ୍ତ୍ରୀ...

ଦୃଷ୍ଟିହୀନ କ୍ରିକେଟ, ଭାରତ ସିରିଜ ବିଜୟୀଅଜୟଙ୍କ ଦ୍ୱିଶତକ, ଦୁର୍ଗାଙ୍କ ଶତକ

ଭୁବନେଶ୍ୱର, ୨୩।୭(କ୍ରୀଡ଼ା ପ୍ରତିନିଧି)- କାରିବିୟନ ଗସ୍ତରେ ଥିବା ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ବିଜୟ ସହ ଏହାର ଅଭିଯାନ ଆରମ୍ଭ କରିଛି। ଅଧିନାୟକ ଅଜୟ ରେଡ୍ଡୀଙ୍କ...

ସ୍ତ୍ରୀ, ପୁଅକୁ ନେଇ ଘରେ ପହଞ୍ଚିଲେ ପାଣ୍ଡ୍ୟା; ଭାଉଜ କଲେ ଏପରି ସ୍ବାଗତ

ନୂଆଦିଲ୍ଲୀ, ୫।୮: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ପିତୃତ୍ୱ ଲାଭ କରିଥିଲେ। ତାଙ୍କ ସ୍ତ୍ରୀ ତଥା ସର୍ବିୟା ଅଭିନେତ୍ରୀ ନତାଶା...

କୋଭିଡ୍‌ ନିୟମ ଉଲ୍ଲଂଘନ କଲେ ଏହି କ୍ରିକେଟର: ଭିଡିଓ ଭାଇରାଲ

ଆଇପିଏଲ୍‌ ୨୦୨୦ର ୧୩ତମ ମ୍ୟାଚ୍‌ ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍‌ ମଧ୍ୟରେ ମୁହଁମୁହିଁ ହୋଇଥିଲା। ଏହି ମ୍ୟାଚରେ ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ଟସ୍‌...

ଏନ୍‌ବିଏ ଲୋଗୋରେ ବ୍ରାଏଣ୍ଟଙ୍କୁ ସାମିଲ କରିବା ଲାଗି ପିଟିଶନ

କାଲିଫର୍ନିଆ,୨୮।୧- କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ ରବିବାର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ତାଙ୍କ ୧୩ ବର୍ଷୀୟା ଝିଅ ଜିଆନାଙ୍କ ମଧ୍ୟ ମୃତ୍ୟୁ...

ଆଇସିସି ଟି୨୦: କୋହଲି, ରୋହିତଙ୍କ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି

ଦୁବାଇ, ୨୫।୩(ପି.ଟି.)- ବୁଧବାର ପ୍ରକାଶିତ ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମାଙ୍କ ଉନ୍ନତି ହୋଇଛି।...

Advertisement
Archives

Model This Week