Posted inଖେଳ

ଓ୍ବାଶିଂଟନ ଫାଇନାଲରେ କିର୍ଗିୟସ୍‌

ଓ୍ବାଶିଂଟନ,୪।୮(ଏଏଫ୍‌ପି): ଏଠାରେ ଚାଲିଥିବା ଏଟିପି ଓ୍ବାଶିଂଟନ ଓପନ୍‌ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆର ନିକ୍‌ ଗିର୍ଗିୟସ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚ୍‌ରେ କିର୍ଗିୟସ ଟପ୍‌ ସିଡ ଗ୍ରୀସ୍‌ର ଷ୍ଟିଫାନୋସ ସିଟ୍‌ସିପାସଙ୍କୁ ପରାସ୍ତ କରି ଫାଇନାଲକୁ ଉଠିଛନ୍ତି। ବିଶ୍ୱ ର଼୍ୟାଙ୍କିଙ୍ଗର ୫୨ତମ ସ୍ଥାନରେ ଥିବା କିର୍ଗିୟସ ୬-୪, ୩-୬, ୭-୬ ସେଟରେ ସିଟ୍‌ସିପାସଙ୍କୁ ହରାଇ ଟାଇଟଲ ମୁକାବିଲା ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଥମ ସେଟ୍‌ରେ କିର୍ଗିୟସ ବିଜୟୀ ହୋଇଥିଲେ ମଧ୍ୟ ଦ୍ୱିତୀୟ ସେଟ୍‌ରେ ପରାସ୍ତ ହୋଇଥିଲେ। ତେବେ ତୃତୀୟ ସେଟ୍‌ ଜିତିବାକୁ ତାଙ୍କୁ ବେଶ୍‌ ସଂଘର୍ଷ କରିବାକୁ ପଡିଥିଲା। ଟାଇଟଲ ପାଇଁ ସେ ଏବେ ରବିବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍‌ରେ ଦଶମ ର଼୍ୟାଙ୍କର ଖେଳାଳି ରୁଷିଆର ଡାନିଲ ମେଡଭେଡେଭଙ୍କୁ ଭେଟିବେ। ମେଡଭେଡେଭ ଅନ୍ୟ ଏକ ସେମିଫାଇନାଲ ମ୍ୟାଚ୍‌ରେ ଜର୍ମାନୀର ପିଟର ଗୋଜୋସିକଙ୍କୁ ୬-୨,୬-୨ ସେଟରେ ହରାଇ ଫାଇନାଲକୁ ଉଠିଛନ୍ତି। ୨୪ ବର୍ଷୀୟ କିର୍ଗିୟସ ଚଳିତବର୍ଷ ରୋମରେ ମେଡଭେଡେଭଙ୍କୁ ପରାସ୍ତ କରିଥିଲେ। ଟାଇଟଲ ଜିତିଲେ କିର୍ଗିୟସ ୩୬୫,୩୯୦ ଆମେରିକୀୟ ଡଲାର ପୁରସ୍କାର ରାଶି ହାସଲ କରିବେ। ନିଜ ପ୍ରଦର୍ଶନରେ କିର୍ଗିୟସ୍‌ ବେଶ୍‌ ଖୁସି ଜାହିର କରିଛନ୍ତି। ଚଳିତ ସପ୍ତାହରେ କ୍ୟାରିୟରରେ ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟୁଇଟ୍‌ କରି ଜାଡେଜା କହିଦେଲେ ଏଭଳି କଥା, କୋହଲିଙ୍କୁ ନେଇ ବିବାଦ ମଧ୍ୟରେ…

ନୂଆଦିଲ୍ଲୀ,୧୮।୧୧:  ଆଜିକାଲି ଭାରତୀୟ କ୍ରିକେଟ ଅନେକ କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଛି। ସବୁ ଆଲୋଚନାର କେନ୍ଦ୍ରରେ ରହିଛନ୍ତି ବିରାଟ କୋହଲି, ସୌରଭ ଗାଙ୍ଗୁଲି ଏବଂ...

ନ୍ୟୁଜିଲାଣ୍ଡ ତରଫରୁ ଖେଳିବା ସୁଯୋଗ ଅପେକ୍ଷାରେ କନଓ୍ବେ

ଦୁବାଇ, ୧ା୪ (ପି.ଟି.)-ନ୍ୟୁଜିଲାଣ୍ଡ ତରଫରୁ ଖେଳିବା ଲାଗି ଆଗ୍ରହ ରଖିଛନ୍ତି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଡେଭନ କନଓ୍ବେ । ଏଥିପାଇଁ ସେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ...

ଲକ୍‌ଡାଉନ୍‌ରେ ଇଞ୍ଜୁରିମୁକ୍ତ ହେବାକୁ ଚାହାନ୍ତି ପୋଗ୍‌ବା

ଲଣ୍ଡନ, ୪ା୫ (ଏଏଫ୍‌ପି): କୋଭିଡ୍‌-୧୯ ପାଇଁ ଲକ୍‌ଡାଉନର ସଦୁପଯୋଗ କରିବେ ମାଞ୍ଚେଷ୍ଟର ୟୁନାଇଟେଡ୍‌ ମିଡ୍‌ଫିଲ୍ଡର ପଲ୍‌ ପୋଗ୍‌ବା। ଇଞ୍ଜୁରିଜନିତ ସମସ୍ୟାରୁ ମୁକ୍ତ ହୋଇ ନିଜକୁ ସମ୍ପୂର୍ଣ୍ଣ...

ସମସ୍ତଙ୍କ ହୃଦୟ ଜିତିଲେ ଏହି କ୍ରିକେଟର୍‌

ମୁମ୍ବାଇ,୨୮।୪: ଆଇପିଏଲ ୨୦୨୨ର ୪୦ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଏକ ରୋମାଞ୍ଚକର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ସନରାଇଜର୍ସ...

ଆରସିବିକୁ ବଞ୍ଚାଇ ଦେଲେ ସିରାଜ

ଅହମ୍ମଦାବାଦ,୨୭।୪ : ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ଥିଲା ୧୭୨ ରନ୍‌ର ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର। ପ୍ରାରମ୍ଭିକ ବ୍ୟାଟିଂ ବିପଳତା ଯୋଗୁ...

ଫିଫା ବିଶ୍ୱକପ୍‌: ଷ୍ଟାଡିୟମ ନିର୍ମାଣ ସ୍ଥଳରେ କରୋନା ସଂକ୍ରମଣ

ଦୋହା,୧୭।୪(ଏଏଫ୍‌ପି): ୨୦୨୨ ଫିଫା ବଶ୍ୱକପ୍‌ ମଧ୍ୟପ୍ରାଚ୍ୟ ଦେଶ କାତାରରେ ଆୟୋଜନ ହେବ। ବିଶ୍ୱକପ୍‌ ପାଇଁ ନିର୍ମାଣାଧିନ ଷ୍ଟାଡିୟମ ନିକଟରେ କେତୋଟି କରୋନା ଭାଇରସ ସଂକ୍ରମଣ ହୋଇଥିବା...

ଫେବୃୟାରୀର ‘ସର୍ବଶ୍ରେଷ୍ଠ ଖେଳାଳି’ ହେଲେ ଏହି କ୍ରିକେଟର, ଆଇସିସି ଘୋଷଣା କଲା ପୁରସ୍କାର

ଦୁବାଇ,୯।୩: ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଂଲଣ୍ଡ ବିପକ୍ଷ ୪ମ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ଦମ୍‌ଦାର ବୋଲିଂ ସହ ବ୍ୟାଟିଂ...

ସିଂହ ସହ ଖେଳନ୍ତି ଏହି ମହିଳା କ୍ରିକେଟର୍‌, ଫିଟନେସ୍‌ରେ ବି ନଂ୧

ଭାରତର ତାରକା କ୍ରିକେଟର୍‌ ତାନିଆ ଭାଟିଆ ବିଶ୍ୱର ଶ୍ରେଷ୍ଠ ଉଇକେଟକିପର ଅଟନ୍ତି। ୧୯୯୭ ନଭେମ୍ବର ୨୮ରେ ଚଣ୍ଡିଗଡ଼ରେ ଜନ୍ମ ହୋଇଥିବା ତାନିଆ ବହୁତ କମ ବୟସରୁ...

Advertisement
Archives

Model This Week