ଓ୍ବାର୍ଡକୁ ନେବାକୁ କର୍ମଚାରୀ ନାହାନ୍ତି: ଷ୍ଟ୍ରେଚରରେ ଘଣ୍ଟାଏ ପଡ଼ିରହିଲେ ରୋଗୀ

ଅନୁଗୋଳ ଅଫିସ, ୧୯।୪- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୁରୁତର ଥିବା ଜଣେ ମହିଳା ରୋଗୀଙ୍କୁ ଡାକ୍ତର ଓ୍ବାର୍ଡକୁ ରେଫର କରିଥିଲେ ବି ତାଙ୍କୁ ଷ୍ଟ୍ରେଚରରେ ଓ୍ବାର୍ଡକୁ ନେବାକୁ କୌଣସି କର୍ମଚାରୀ ନ ଥିଲେ। ଫଳରେ ସେହି ଷ୍ଟ୍ରେଚରରେ ମହିଳା ରୋଗୀ ଜଣକ ଦୀର୍ଘ ଘଣ୍ଟାଏ ଧରି ପଡ଼ିରହିଥିଲେ। ପରେ ତାଙ୍କ ପରିବାର ଲୋକ ପହଞ୍ଚି କାନ୍ଧରେ ବୋହି ମହିଳାଙ୍କୁ ଓ୍ବାର୍ଡରେ ଭର୍ତ୍ତି କରିଥିଲେ। ଏହାକୁ ନେଇ ମେଡିକାଲ ପରିସରରେ ଚାପା ଉତ୍ତେଜନା ଦେଖାଦେଇଥିଲା।

ଜିଲାର ମୁଖ୍ୟ ଚିକିତ୍ସାଳୟ ହୋଇଥିବାରୁ ଏଠାରେ ରୋଗୀଙ୍କୁ ତତ୍କାଳ ତଥା ଉତ୍ତମ ସେବା ଯୋଗାଇ ଦିଆଯିବା କଥା। କିନ୍ତୁ କର୍ତ୍ତୃପକ୍ଷ ରୋଗୀ ସେବା ପ୍ରତି ଆବଶ୍ୟକ ଧ୍ୟାନ ଦେଉ ନ ଥିବାରୁ ବାରମ୍ବାର ଏପରି ଅବ୍ୟବସ୍ଥା ଦେଖାଯାଉଥିବା ରୋଗୀମାନେ ଅଭିଯୋଗ କରୁଛନ୍ତି। ଗୁରୁବାର ଜଣେ ମହିଳା ରୋଗୀ ପୁଅ ସହ ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ତୁରନ୍ତ ୱାର୍ଡରେ ଭର୍ତ୍ତି କରାଇଥିଲେ। ତେବେ ତିନି ମହଲା ଉପରେ ଥିବା ୱାର୍ଡକୁ ଷ୍ଟେଚର ଧରି ନେବା ପାଇଁ କୌଣସି କର୍ମଚାରୀ ନ ଥିଲେ। ମହିଳାଙ୍କ ପୁଅ ଦୀର୍ଘ ଘଣ୍ଟାଏ ଧରି କର୍ମଚାରୀଙ୍କୁ ଖୋଜାଖୋଜି କରୁଥିବା ବେଳେ ଏଣେ ରୋଗୀ ଜଣକ ତଳେ ଷ୍ଟ୍ରେଚରରେ ଶୋଇ ରହିଥିଲେ। ଶେଷରେ ଉପାୟ ଶୂନ୍ୟ ହୋଇ ପୁଅ ଘରକୁ ଫୋନ କରିବା ପରେ ମହିଳାଙ୍କ ସ୍ବାମୀ ପହଞ୍ଚି କାନ୍ଧରେ ବୋହି ରୋଗୀଙ୍କୁ ଓ୍ବାର୍ଡକୁ ନେଇଥିଲେ। ଏ ନେଇ ମେଡିକାଲରେ ଚାପା ଉତ୍ତେଜନା ଦେଖା ଦେଇଥିଲେ ବି ମେଡିକାଲ କର୍ତ୍ତୃପକ୍ଷ ରୋଗୀ ଓ ସମ୍ପର୍କୀୟଙ୍କୁ ଚୁପ୍‌ କରାଇ ଦେଇଥିବା ଆଲୋଚନା ହେଉଛି। ଏ ନେଇ ଏଡିଏମ୍‌ଓ ଲକ୍ଷ୍ମୀନାରାୟଣ ବିଶୋଇଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାକୁ ଆସିଲେ ଭାଜପା ନିଯୁକ୍ତି ସୁଯୋଗ ବଢାଇବ

ଆନନ୍ଦପୁର,୧୯।୪(ସ୍ବ.ପ୍ର.)- କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର କେନ୍ଦୁଝର ଜିଲା ଗସ୍ତରେ ଆସି ଆନନ୍ଦପୁର ଓ ଘସିପୁରା ନିର୍ବାଚନମଣ୍ଡଳୀରେ ଭାଜପା ବିଧାୟକ ପ୍ରାର୍ଥୀ...

ସରିଲା କୁମ୍ଭୀର ଗଣନା: ଆଖପାଖ ପୋଖରୀ ସହ ଘୋଡ଼ାହାଡ଼ ଡ୍ୟାମରେ ୬୫ କୁମ୍ଭୀର ଚିହ୍ନଟ

ଦିଗପହଣ୍ଡି, ୧୦।୧(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଘୋଡ଼ା ହାଡ଼ ଡ଼୍ୟାମ ସମେତ ଆଖପାଖ ପୋଖରୀରେ ଶୁକ୍ରବାର ବନବିଭାଗ ପକ୍ଷରୁ କୁମ୍ଭୀର ଗଣନା ସରିଛି। ଗତ ବର୍ଷ ଡ଼୍ୟାମରେ...

ହାତୀର ସ୍ମୃତିରେ ‘ହାତୀ ମୀନାର’: ପର୍ଯ୍ୟଟନ ମାନ୍ୟତାକୁ ଅପେକ୍ଷା

କେନ୍ଦୁଝର, ୨୪।୮(ସ୍ବ.ପ୍ର.)-ହାତୀ ସୁରକ୍ଷା ଲାଗି ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ହେଲେ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅଞ୍ଚଳର...

କଟକ: ଆଉ ଦୁଇଦିନ ବଢ଼ିଲା ଶଟ୍‌ଡାଉନ ଅବଧି

କଟକ ଅଫିସ,୭ା୭- କଟକ ସହରରେ ଜାରି ହୋଇଥିବା ଶଟ୍‌ଡାଉନ ଅବଧିକୁ ବୃଦ୍ଧି କରିଛି ସିଏମ୍‌ସି। ପୂର୍ବରୁ ବୁଧବାର ମଧ୍ୟରାତ୍ରି ଯାଏ ଶଟ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ତାହାକୁ...

ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ‘ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଥିବି’

ଭଦ୍ରକ ଅଫିସ/ବାସୁଦେବପୁର/ବନ୍ତ/ଧାମନଗର, ୨୪।୪ (ଡି.ଏନ.ଏ.) – ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ବିଜେଡି ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭଦ୍ରକ ଜିଲା...

ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିଲାନି ଏକାଦଶ: ହାଇକୋର୍ଟ ଯିବାକୁ ଅଭିଭାବକଙ୍କ ଚେତାବନୀ

ନୟାଗଡ଼ ଅଫିସ,୨୬।୫-ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତ ବର୍ଷ ଏକାଦଶ ଶ୍ରେଣୀ ନ ଖୋଲିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଅଭିଭାବକ ସଂଘ ଏ ନେଇ ହାଇକୋର୍ଟ...

ହାଟରେ ରହିଲାନି ସାମାଜିକ ଦୂରତ୍ୱ: ପୋଲିସ ନାକେଦମ୍‌

ରତ୍ନଗିରି, (ଡି.ଏନ୍‌.ଏ.)/ବରୀ, (ସ୍ବ.ପ୍ର.) ୨୭।୪-ଯାଜପୁର ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ସୋମବାର ମଧ୍ୟାହ୍ନ ୧୨ଟା ଠାରୁ ଯାଜପୁର...

ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର: ପ୍ରଶାସନିକ ସହାୟତା ଯୋଗାଇ ଦେବାକୁ ଦାବି

ଭବାନୀପାଟଣା,୨୨।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମହିମା ପଞ୍ଚାୟତ ଡେଙ୍ଗାଗୁଡ଼ା ଗ୍ରାମର ଜଣେ ବୃଦ୍ଧା ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ସୁରେଫା ବାଗ(୬୦)...

Advertisement
Archives

Model This Week