ଓହଳିପଡ଼ିଥିବା ବିଦ୍ୟୁତ୍‌ ତାର ନେଲା ଜୀବନ: ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ଅବରୋଧ

ଠାକୁରମୁଣ୍ଡା,୧୮।୮(ଡ଼ି. ଏନ.ଏ.) – ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁ ବିଭିନ୍ନ ସ୍ଥାନରେ ଓହଳି ରହିଥିବା ତାର ସଜଡ଼ା ଯାଉନାହିଁ। ଏଥିଲାଗି ଦୁର୍ଘଟଣା ଘଟି ଅକାଳରେ ଜୀବନ ଯାଉଛି। ଶନିବାର ଅପରାହ୍ନରେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ଲାଗିଥିବା ଖମଡ଼ିହା ଛକ ନିକଟରେ ଗାଈ ଚରାଉଥିବା ସାଦ ବୁଲିଓଲି(୧୬) ନାମକ ଜଣେ ବାଳକ ତଳକୁ ଝୁଲି ପଡ଼ିଥିବା ୧୧କେ.ଭି. ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ଏହି ମତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବି କରି ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାକୁ ଅପରାହ୍ନ ୨ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅବରୋଧ କରି ରଖିଥିଲେ। ଫଳରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ପୋଲିସ ଓ ପ୍ରଶାସନ ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରି ଦାବି ପୂରଣ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।
ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ବାଘମୁଣ୍ଡା ଗ୍ରାମର ବାଳକ ସାଦ ବୁଲିଓଲି ଖୁଣ୍ଟାପୋଷୀ ଗ୍ରାମ ନିକଟସ୍ଥ ଏକ ପୋଖରୀ କୂଳରେ ଗାଈ ଚରାଉଥିବା ବେଳେ ୧୧କେ.ଭି. ବିଦ୍ୟୁତ୍‌ ଖୁଣ୍ଟରୁ କିଛି ଦିନ ପୂର୍ବରୁ ଝୁଲି ରହିଥିବା ବିଦ୍ୟୁତ୍‌ ତାରରେ ଲାଗି ଯାଇଥିଲେ। ସ୍ଥାନୀୟ ଲୋକେ ତାର ଓହଳିଥିବା ସମ୍ପର୍କରେ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାକୁ ସଜଡ଼ା ଯାଇ ନ ଥିଲା। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବି କରିବା ସାଙ୍ଗକୁ ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାକୁ ଅବରୋଧ କରିଥିଲେ। ସ୍ଥାନୀୟ ତହସିଲଦାର ପ୍ରଦ୍ୟୁମ୍ନ କୁମାର ନାୟକ, ଏସ୍‌ଡିପିଓ ନାରାୟଣ ନାୟକ, ଠାକୁରମୁଣ୍ଡା ଓ ମହୁଲଡିହା ଥାନା ପୋଲିସ ସେଠାରେ ପହଞ୍ଚତ୍ ରାସ୍ତା ଅବରୋଧକାରୀଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ସ୍ଥାନୀୟ ଜନବସତି ଅଞ୍ଚଳ ଦେଇ ୧୧କେ.ଭି. ବିଦ୍ୟୁତ୍‌ ଲାଇନ୍‌ ଯାଇଥିଲେ ମଧ୍ୟ ଦୀର୍ଘଦିନ ଧରି ବିଭିନ୍ନ ସ୍ଥାନରେ ତାର ତଳକୁ ଝୁଲି ରହିଥିଲେ ବି ଏହାକୁ କାହିଁକି ସଜଡ଼ା ଯାଉନାହିଁ ବୋଲି ଗ୍ରାମବାସୀ ପ୍ରଶ୍ନ କରି ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଅଡୁଆରେ ପକାଇଥିଲେ। ଶେଷରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ୫୦ହଜାର ଟଙ୍କା ସହାୟତା ଦିଆଯିବ ବୋଲି କୁହାଯାଇ ସଙ୍ଗେସଙ୍ଗେ ୨୫ହଜାର ଟଙ୍କା ଦିଆଯିବାରୁ ରାସ୍ତା ଅବରୋଧ ହଟିଥିଲା। ପରେ ପୋଲିସ ବାଳକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ମୟୂରଭଞ୍ଜ ଝିଅ ଆଜି ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ’

ବାରିପଦା,୨୦ା୬: ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ମୟୂରଭଞ୍ଜରେ ଆସି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶାଶୁଘର…

ଆଦିବାସୀଙ୍କ ଧର୍ମପୀଠରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂଜାର୍ଚ୍ଚନା, ରାଷ୍ଟ୍ରପତିଙ୍କ ସହ ଏକାଠି କଲେ ଦର୍ଶନ

ବାରିପଦା, ୨୦।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିବାସୀ ସମାଜର ଆସ୍ଥା ଓ ପରମ୍ପରାର ପ୍ରତୀକ ପାହାଡ଼ପୁରସ୍ଥିତ ଗୋଷାଣୀ ପୀଠରେ ପହଞ୍ଚି…

ପ୍ରଧାନମନ୍ତ୍ରୀଙ୍କୁ ନିଜ ଗାଁ ବୁଲାଇବେ ରାଷ୍ଟ୍ରପତି

ବାରିପଦା,୨୦ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବାବେଳେ ଶନିବାର ପୂର୍ବାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶାଶୁଘର ଗାଁ ମୟୂରଭଞ୍ଜର ପାହାଡ଼ପୁରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଶାଶୁଘର…

ପାହାଡପୁରରେ ପହଞ୍ଚିଲେ ମୋଦି: ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ…

ବାରିପଦା,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି MI-17 ହେଲିକପ୍ଟର ଯୋଗେ ମୟୂରଭଞ୍ଜ ପାହାଡ଼ପୁରରେ ପହଞ୍ଚିଛନ୍ତି। ପୂର୍ବରୁ ପାହାଡ଼ପୁରରେ ପହଞ୍ଚି ସାରିଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ…

ଜନ୍ମଦିନରେ ପିଲାଙ୍କୁ ଚକୋଲେଟ ବାଣ୍ଟିଲେ ରାଷ୍ଟ୍ରପତି: ଘରୁ ବାହାରିବାବେଳେ…

ବାରିପଦା,୨୦।୬: ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ଏହି ଅବସରରେ ସେ ନିଜ ଜନ୍ମମାଟି ମୟୁରଭଞ୍ଜରେ ଅଛନ୍ତି। ସକାଳୁ ସକାଳୁ ଘରୁ ବାହାରିବାବେଳେ ପିଲାମାନେ ତାଙ୍କୁ…

ରାଇରଙ୍ଗପୁରରେ ରାଷ୍ଟ୍ରପତି : ଆଜି ଆସିବେ ପ୍ରଧାନମନ୍ତ୍ରୀ

ବାରିପଦା/ରାଇରଙ୍ଗପୁର,୨୦ା୬ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ମାନସ ମହାନ୍ତି): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ଶୁକ୍ରବାର ଅପରାହ୍ନ ୫ଟାରେ ରାଇରଙ୍ଗପୁରରେ ପହଞ୍ଚତ୍ଛନ୍ତି। ପ୍ରତିକୂଳ…

ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି

ରାଇରଙ୍ଗପୁର,୧୯।୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ପ୍ରତିକୂଳ ପାଗ ଯୋଗୁ ରାଷ୍ଟ୍ରପତି ମୁର୍ମୁ ପଶ୍ଚିମବଙ୍ଗ କଲାଇକୁଣ୍ଡାରୁ ସଡ଼କ ପଥରେ ଆସି ଶୁକ୍ରବାରେ…

ଆଜି ଆସିବେ ରାଷ୍ଟ୍ରପତି, ଜନ୍ମଦିନରେ ଯିବେ ଶାଶୁଘର

ବାରିପଦା, ୧୯ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଇରଙ୍ଗପୁର ଗସ୍ତରେ ଆସୁଛନ୍ତି। ୨୦ତାରିଖ ଶନିବାର ଜନ୍ମମାଟିରେ ସେ ତାଙ୍କ ଜନ୍ମଦିନ ପାଳନ କରିବେ। ଏହିଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri