ଓମ୍‌ଫେଡ ପାର୍ଲରରୁ ଚୋରି ସାମଗ୍ରୀ ଜବତ: ୨ ଗିରଫ

ଭୁବନେଶ୍ୱର, ୭ା୧୧(ବ୍ୟୁରୋ): କ୍ୟାପିଟାଲ ଥାନା ଅଧୀନ କେଶରୀ ନଗର ଅଞ୍ଚଳରେ ଥିବା ଏକ ଓମଫେଡ ପାର୍ଲରରୁ ବିଭିନ୍ନ ସାମଗ୍ରୀ ଓ ଗ୍ୟାସ ସିଲିଣ୍ଡର ଚୋରି ଅଭିଯୋଗରେ ୨ଜଣଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଦୀପକ କୁମାର (୨୧) ଓ ୟୁନିଟ ୫ କେଶରୀ ନଗର ଅଞ୍ଚଳର ଦୀପକ ବାହାଦୁର (୩୨)। ସୂଚନା ଅନୁଯାୟୀ, କେଶରୀ ନଗର ଅଞ୍ଚଳରେ ହେମନ୍ତ କୁମାର ମହାନ୍ତିଙ୍କ ଓମଫେଡ ପାର୍ଲରରୁ ଗତ ୫ ରାତିରେ ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ଦୋକାନ ଭାଙ୍ଗି ସମସ୍ତ ସାମଗ୍ରୀ ଓ ୨ଟି ଗ୍ୟାସ ସିଲଣ୍ଡର ସହ ନଗଦ ୫ହଜାର ଟଙ୍କା ଚୋରି କରି ନେଇଥିଲେ। ଏ ନେଇ ହେମନ୍ତ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪୦୭/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମେଡିସିନ୍‌ ଖାଇ ୭ କଏଦୀ ଅସୁସ୍ଥ! ଝାରପଡ଼ା ଜେଲ୍‌ରେ ଚାଲିଛି ତଦନ୍ତ

ଭୁବନେଶ୍ୱର,୨୪।୬: ରାଜଧାନୀର ଝାରପଡ଼ା ସ୍ପେଶାଲ୍‌ ଜେଲ୍‌ରେ ୭ ଜଣ କଏଦୀ ହଠାତ୍ ଅସୁସ୍ଥ ହୋଇପଡ଼ିବା ଘଟଣାକୁ ନେଇ ଚିନ୍ତା ବଢ଼ିଛି। ଅସୁସ୍ଥ କଏଦୀମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ…

ଅର୍ଥ ବିଭାଗର ସ୍ବୀକୃତିପ୍ରାପ୍ତ ବ୍ୟାଙ୍କ ତାଲିକାରେ ଏବେ ୧୪

ଭୁବନେଶ୍ୱର,୨୪।୬(ରବିନାରାୟଣ ଜେନା): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ କାର୍ଯ୍ୟାନ୍ବୟନ କରିବାରେ ଅବହେଳା ପ୍ରଦର୍ଶନ କରିବା ଏବେ ୮ଟି ବ୍ୟାଙ୍କକୁ ମହଙ୍ଗା ସାବ୍ୟସ୍ତ…

ସଂଶୋଧିତ ତାଲିକାରେ ବି ବଢ଼ିଲା ତ୍ରୁଟି: ଦକ୍ଷତାକୁ ନେଇ ବଡ଼ ପ୍ରଶ୍ନବାଚୀ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ବଢ଼ୁଛି ବିବାଦ। ପ୍ରତିଦିନ ପାଠ୍ୟପୁସ୍ତକରେ ତ୍ରୁଟି ନେଇ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ପାଠ୍ୟପୁସ୍ତକରେ ତ୍ରୁଟି…

୯ରେ ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର,୨୪।୬ (ରବିନାରାୟଣ ଜେନା): ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍‌ ଜୁଲାଇ ୯ରେ ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ…

୪ରେ ଆସିପାରନ୍ତି ଅମିତ୍‌ ଶାହା

ଭୁବନେଶ୍ୱର,୨୪।୬ (ସୁନିତ୍‌ ମିଶ୍ର): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୪ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଶାହାଙ୍କ ରାଜ୍ୟ ଗସ୍ତ ନେଇ ପ୍ରସ୍ତାବନା ରହିଛି। ମାତ୍ର…

୧ରେ ରାଜ୍ୟ କ୍ୟାବିନେଟ୍‌: ୭ରୁ ଊର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିବ ଅନୁମୋଦନ

ଭୁବନେଶ୍ୱର,୨୪ା୬(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜୁଲାଇ ପହିଲାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

ସବୁ ଜିଲାକୁ ଛୁଇଁଲା ମୌସୁମୀ: ଏହି ସବୁ ଜିଲାକୁ ପ୍ରବଳ ବର୍ଷା ଆଲର୍ଟ

ଭୁବନେଶ୍ୱର,୨୪ା୬(ବନ୍ଦନା ସେଠୀ): ରାଜ୍ୟର ଅବଶିଷ୍ଟ ଅଂଶକୁ ସ୍ପର୍ଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସ୍ଥିତି ଅନୁକୂଳ ଥିବାରୁ ମଙ୍ଗଳବାର ସମସ୍ତ ଜିଲାକୁ ମୌସୁମୀ ପ୍ରବେଶ କରିଥିବା ଆଞ୍ଚଳିକ…

ଝାରପଡ଼ା ଜେଲରେ ନିଶାର ଜାଲ! ଅତ୍ୟଧିକ ଡ୍ରଗ୍ସ ଖାଇ ୫ କଏଦୀ ଗୁରତର, ୩ ଆଇସିୟୁରେ

ଭୁବନେଶ୍ୱର, ୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀର ଝାରପଡ଼ା ସ୍ୱତନ୍ତ୍ର କାରାଗାର ପୁଣିଥରେ ନିଶା କାରବାରକୁ ନେଇ ଚର୍ଚ୍ଚାକୁ ଆସିଛି। ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri