ଓଡିଆର୍‌ପି ଘରେ ନ ରହିଲେ ତାଲିକାରୁ ବାଦ୍‌

ଚିକିଟି,୧୯ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ ସମୁଦ୍ର ତଟବର୍ତ୍ତୀ ଚନ୍ଦନବାଡ ଓ ସୋରଳ ଗ୍ରାମରେ ପୃଥକ ପୃଥକ ଭାବେ ଗୁରୁବାର ମଧ୍ୟାହ୍ନରେ ଓଡିଆର୍‌ପି ଘର ପାଇଥିବା ବ୍ୟକ୍ତି ଓ ପ୍ରଶାସନ ପକ୍ଷରୁ ମିଳିତ ଆଲୋଚନା ସଭା ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ ଯୋଗଦେଇ ସରକାରଙ୍କ ପକ୍ଷରୁ ନିର୍ମାଣ ହୋଇଥିବା ବାତ୍ୟା ନିରୋଧକ ଗୃହରେ ଘର ପାଇଥିବା ସମୁଦ୍ର ତଟବର୍ତ୍ତୀ ଲୋକଙ୍କୁ ରହିବା ପାଇଁ ପରାମର୍ଶ ଦେଇଥିଲେ। ୨ଦିନ ମଧ୍ୟରେ ହିତାଧିକାରୀ ନିଜ ଗୃହକୁ ପ୍ରବେଶ ନକଲେ ତାଙ୍କୁ ତାଲିକାରୁ ବାଦ୍‌ ଦିଆଯିବ ବୋଲି ସେ ତାଗିଦ କରିଥିଲେ। ସୂଚନାଯୋଗ୍ୟ, ଚିକିଟି ବ୍ଲକ୍‌ର ୬ଟି ପଞ୍ଚାୟତର ସମୁଦ୍ର ତଟବର୍ତ୍ତୀ ଗ୍ରାମ କତୁରୁ, ଅଲାଡିପୁର, ଏକ୍‌ସିଙ୍ଗି, ସୋରଳ, କଇଠା, ଗୋବିନ୍ଦପୁର, ଚନ୍ଦନବାଡ, ଦୟାନିଧିପେଣ୍ଠ, ସୁନୁପୁର, ଆରୁଆସୁନୁପୁର, ପାଟିସୁନୁପୁର ଆଦି ୧୦ ଗ୍ରାମର ୩୧୦୬ ପରିବାରକୁ ସ୍ଥାନାନ୍ତରିତ କରାଯାଇ ନିରାପଦ ସ୍ଥାନକୁ ଆଣିବା ପାଇଁ ସରକାର ୨୦୧୩ ଫାଇଲିନ୍‌ ବାତ୍ୟାପରେ ଏହି ଯୋଜନା କରିଛନ୍ତି। ଏହି ଯୋଜନାରେ ଚନ୍ଦନବାଡ ଗ୍ରାମରେ ୩୪୨ ଗୃହ ଓ ସୋରଳ ଗ୍ରାମରେ ୨୯୩ ବାତ୍ୟା ନିରୋଧକ ଗୃହ ନିର୍ମାଣ କରାଯାଇଛି। ସେହିଭଳି ୧୦ଗୋଟି ଗ୍ରାମରେ ୩୧୦୬ ଘର ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି। ଦୀର୍ଘଦିନ ହେଲା ଏହି ଗୃହ ଗୁଡିକ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ହିତାଧିକାରୀ ସ୍ଥାନାନ୍ତର ହେଉନାହାନ୍ତି। ସଭାରେ ଚିକିଟି ବିଡିଓ ଫାଲ୍‌ଗୁନୀ ମାଝି, ତହସିଲ୍‌ଦାର ହରପ୍ରସାଦ ଭୋଇ, ଓଡିଆରପି କନିଷ୍ଠ ଯନ୍ତ୍ରୀ ରାକେଶ କୁମାର ବେହେରା, ଗୋଷ୍ଠୀ ସଂଯୋଜକ ପ୍ରଭାତ ରଞ୍ଜନ ସାହୁ, ଜି. ସଂଗ୍ରାମ ଚୌଧୁରୀ, କନିଷ୍ଠଯନ୍ତ୍ରୀ ସୁଦାମ ମିଶ୍ର, ଜ୍ୟୋତି ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁ ଆଁରେ ଶିମିଳିପାଳ

ଭୁବନେଶ୍ୱର,(ବ୍ୟୁରୋ)/ବାରିପଦା ଅଫିସ,୪।୩: ଜଳୁଛି ଶିମିଳିପାଳ ଅଭୟାରଣ୍ୟ। ୮ ରେଞ୍ଜର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ଏବେ ଚାରି ଦିଗକୁ ମାଡ଼ି ଚାଲିଛି। ନିଆଁ ନିୟନ୍ତ୍ରଣକୁ ଆସୁ...

ଜାଲ୍‌ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇଥିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୨୫।୧(ବ୍ୟୁରୋ): ଜାଲ୍‌ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମ ଲେଖାଇଥିଲେ ଏଣିକି ଛାତ୍ରୀଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ୨୦୧୯-୨୦, ୨୦୨୦-୨୧, ୨୦୨୧-୨୨ ଶିକ୍ଷାବର୍ଷରେ ବିଭିନ୍ନ ଉଚ୍ଚଶିକ୍ଷା...

୧୮ମାସରେ ଶେଷ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନବକଳେବର କାର୍ଯ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୧୨-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ବରମୁଣ୍ଡା ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା...

ଗଛ ଲଗାଇଥିଲେ ଏବେ କାଟିଦେଲେ: ୫୭ ନଂ. ଜାତୀୟ ରାଜପଥ କଡ଼ ବୃକ୍ଷଶୂନ୍ୟ

ଖୋର୍ଦ୍ଧା ଅଫିସ/ବୋଲଗଡ, ୨୧ା୧୨ (ଡି.ଏନ.ଏ.): ରାସ୍ତା ପ୍ରଶସ୍ତୀକରଣର ଆଳ ଦେଖାଇ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ(ଏନଏଚ୍‌) କଡରୁ କଟା ଚାଲିଛି ଗଛ। ତେବେ ରାସ୍ତା...

୨ବର୍ଷ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ୨୦୧୫ ଓ ୨୦୧୬ ମସିହା ପାଇଁ ‘ଏକାଡେମୀ ପୁରସ୍କାର’ ପ୍ରଦାନ କରାଯାଇଛି। ଏହାସହ ୨୦୧୯ ନିମନ୍ତେ ୧୫ଜଣଙ୍କୁ ‘ସାରସ୍ବତ...

ପ୍ରବାସୀଙ୍କୁ ଯାତ୍ରା ମନା

ଛତ୍ରପୁର,୧୭ା୩: ଗଞ୍ଜାମ ଜିଲାରେ ପୁଣି କରୋନା ସଂକ୍ରମଣ ବଢିବା ସମ୍ଭାବନା ରହିଥିବାରୁ ଜିଲାବାସୀଙ୍କୁ ସତର୍କ ରହିବାକୁ ହେବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର...

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

କପ୍ତିପଦା,୩ା୧୨(ଡ଼ିଏନ୍‌ଏ) – ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଶରତ ଥାନା ଅଞ୍ଚଳରେ ଜନୈକା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ କରି...

ନବ ଦମ୍ପତିଙ୍କୁ ପିଆଜ ଭେଟି

ଅନୁଗୋଳ ଅଫିସ, ୧୦।୧୨ ଚଢ଼ା ଦରରେ ବିକ୍ରି ହେଉଥିବା ପିଆଜ ଏବେ ଉପହାର ପାଲଟିଯାଇଛି। ମୂଲ ଆକାଶ ଛୁଆଁ ହୋଇଥିବାରୁ ଏହାକୁ ଲୋକେ ବିବାହ ଆଦି...

Advertisement
Archives

Model This Week