ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସିଲ୍‌

ଭୋଗରାଇ, ୨୪।୩(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ସୋମବାର ସନ୍ଧ୍ୟାଠାରୁ ପଶ୍ଚିମବଙ୍ଗକୁ ଲାଗିଥିବା ବାଲେଶ୍ୱର ଜିଲା ଭୋଗରାଇ ଓ ଜଳେଶ୍ୱର ସୀମାନ୍ତକୁ ସିଲ୍‌ କରି ଦେଇଛନ୍ତି। ପଶ୍ଚିମବଙ୍ଗରୁ କୌଣସି ଯାତ୍ରୀବାହୀ ଗାଡ଼ି ଓଡ଼ିଶା ମଧ୍ୟକୁ ପଶିବାକୁ ଦିଆଯାଉନାହିଁ ା କେବଳ ମାଲବାହୀ ଗାଡ଼ି ଯାତାୟାତ ନିମନ୍ତେ ଅନୁମତି ଦିଆଯାଇଛି। ସୋମବାର ଚନ୍ଦନେଶ୍ୱର-ଦୀଘା ରାସ୍ତାରେ ସାହାବାଜିପୁର ବର୍ଡ଼ରଠାରେ ରାସ୍ତା ସିଲ୍‌ କରି ଯାତ୍ରୀଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଉଦୟପୁର ମେରାଇନ୍‌ ଥାନା ପକ୍ଷରୁ ପୋଲିସ ବାହିନୀ ମୁତୟନ କରାଯାଇ କଡାକଡି ପଦକ୍ଷେପ ନିଆଯାଇଥିଲା। ଜଳେଶ୍ୱର ଲକ୍ଷ୍ମଣନାଥ ୬୦ନଂ. ଜାତୀୟ ରାଜପଥ, ଅଗ୍ରୱାଲ ଛକ ଓ ଆମ୍ବଳିଅଠା ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ରାସ୍ତାକୁ ଅନୁରୂପ ସିଲ୍‌ କରି ଯାଞ୍ଚ କରାଯାଇଥିଲା। ଭୋଗରାଇ ଓ ଜଳେଶ୍ୱର ଅଞ୍ଚଳରେ ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିଲା। ଚନ୍ଦନେଶ୍ୱର ମନ୍ଦିର, ଉଦୟପୁର ଓ ତାଳସାରୀକୁ ଆସୁଥିବା କତିପୟ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଫେରାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ଼ ଉପରେ କରୋନା

ପାତ୍ରପୁର,୧୭ା୭(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ପାହାଡ ଉପରେ ଥିବା ଗଁା ଆଙ୍କୁଲିରେ ପହଞ୍ଚତ୍ଛି କରୋନା। ଦୁର୍ଗମ ଆଙ୍କୁଲି ପଞ୍ଚାୟତ ତାଡକାସାହିର ୨୯ ଜଣଙ୍କ ରିପୋର୍ଟ ଶୁକ୍ରବାର...

ଟ୍ରକ୍‌ ଧକ୍କାରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ଛାତ୍ରୀଛାତ୍ରଙ୍କ ରାସ୍ତାରୋକୋ

କଟକ ଅଫିସ,୭ା୯: ଟ୍ରକ ଧକ୍କାରେ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା। ପୂର୍ବାହ୍ନରେ ଛାତ୍ରୀଛାତ୍ରମାନେ ବିଶ୍ୱବିଦ୍ୟାଳୟ ସମ୍ମୁଖ ଦୁଇପାର୍ଶ୍ୱ...

ଓଡ଼ିଆଙ୍କ ସମସ୍ୟା ବୁଝିବାକୁ କର୍ନାଟକ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ

ଭୁବନେଶ୍ୱର,୩।୪(ବ୍ୟୁରୋ): କରୋନା ଲକ୍‌ ଡାଉନ କାରଣରୁ କର୍ନାଟକ ଓ ମହାରାଷ୍ଟ୍ରରେ ଓଡିଆ ଲୋକମାନେ ଅଟକି ରହିଥିବାବେଳେ ସେମାନଙ୍କ ଉପଯୁକ୍ତ ଯତ୍ନ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

ସଙ୍କଟରେ ଆଦିବାସୀଙ୍କ ପାରମ୍ପରିକ ଜୀବିକା -ଶାଳମଞ୍ଜିିର ଅଭାବୀ ବିକ୍ରି: ବେପାରୀ ମାଲାମାଲ

ତେଲକୋଇ, ୬।୬(ଡି.ଏନ.ଏ.)-ତ୍ରୁଟିପୂର୍ଣ୍ଣ ସରକାରୀ ନୀତି ଯୋଗୁ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ଶାଳମଞ୍ଜି, ମହୁଲ ଓ କେନ୍ଦୁପତ୍ର ଭଳି ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ...

ପୋଲିସକୁ ଆକ୍ରମଣ: ୫ ଗିରଫ

ତିହିଡ଼ି,୧୭।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଦୋଳସାହି-ଗୁଆମାଳ ରାସ୍ତାପାର୍ଶ୍ୱରେ ଥିବା ବିଦେଶୀ ମଦ ଦୋକାନ ନିକଟରେ ଗୁରୁବାର ମଧ୍ୟାହ୍ନରେ ତିହିଡ଼ି ପୋଲିସକୁ...

ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସସୀମା ୭୦କୁ ବୃଦ୍ଧି

ଭୁବନେଶ୍ୱର,୬-୯(ବ୍ୟୁରୋ):ରାଜ୍ୟ ସରକାର ଚୁକ୍ତିଭିତ୍ତିକ ଡାକ୍ତରମାନଙ୍କ ଅବସର ବୟସସୀମା ବୃଦ୍ଧି କରିଛନ୍ତି। ଏଣିକି ନୂଆ ନିଷ୍ପତ୍ତି ଅନୁଯାୟୀ ଚୁକ୍ତିଭିତ୍ତିକ ଡାକ୍ତରମାନେ ୬୮ ବର୍ଷ ବୟସ ପରିବର୍ତ୍ତେ ୭୦...

୧୮୩ ଥର ହେଲିକପ୍ଟର ବ୍ୟବହାର କରିଛନ୍ତି ନେତା, ଅଫିସର

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ବିଜେଡିର ବହୁ ନେତା ବିଗତ ଦିନରେ ସରକାରୀ ଅର୍ଥରେ ହେଲିକପ୍ଟର ବ୍ୟବହାର କରୁଥିବା ବିରୋଧୀ ଦଳ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଥିଲା। ଏନେଇ...

କଟକ ସହରରୁ ୧୫୦ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୨୦।୮-କଟକ ସହରରୁ ଗୁରୁବାର ୧୫୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୭ ଲୋକାଲ କେସ। କଟକ ଏସ୍‌ସିବି ମେଡିକାଲ ଆଇସୋଲେଶନ ଓ୍ବାର୍ଡରୁ ୧୭...

Coronavirus Update


Archives

Model This Week

Why Dharitri