ଓଡ଼ିଶା-ଝାଡ଼ଖଣ୍ଡ ସୀମା ସିଲ୍‌: ରାଜପଥରେ ଅଟକି ରହିଛି ଶହ ଶହ ଭାରୀଯାନ

ବଡ଼ବିଲ,୨୫।୩(ସ୍ବ.ପ୍ର.): ଦେଶବ୍ୟାପୀ ମଙ୍ଗଳବାର ମଧ୍ୟରାତ୍ରିରୁ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ସେଥିପାଇଁ କେନ୍ଦୁଝର ଜିଲା ଝାଡ଼ଖଣ୍ଡ ରାଜ୍ୟ ସୀମାନ୍ତ ବଡ଼ବିଲରେ ପୋଲିସ ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାକୁ ସିଲ୍‌ କରାଯାଇଥିଲା ବେଳେ ଅତି ଜରୁରୀ ନ ହେଲେ ଜନସାଧାରଣଙ୍କୁ ଘରୁ ନ ବାହାରିବାକୁ ପୋଲିସ ତାଗିଦ କରିଛି। ଏଥିରେ ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି। ତେବେ ବିଭିନ୍ନ ସ୍ଥାନରେ ପୋଲିସ ପାଟ୍ରୋଲିଂ ଜାରି ରଖିଛି। ଓଡ଼ିଶାରେ ଲୁହାପଥର ବୋଝେଇ ଭାରୀଯାନଗୁଡ଼ିକ ଯାତାୟାତ ପାଇଁ ଅନୁମତି ରହିଥିଲାବେଳେ ଝାଡ଼ଖଣ୍ଡରେ ଚଳାଚଳ ବନ୍ଦ ରହିଥିବାରୁ ନିଜ ରାଜ୍ୟକୁ ଯାଇ ନ ପାରି ଓଡ଼ିଶା ସୀମାନ୍ତରେ ଅଟକି ରହିଛି ଶହଶହ ଭାରୀଯାନ। ଫଳରେ ଟ୍ରକ ଡ୍ରାଇଭର ଓ ହେଲପରମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦୋକାନ ବଜାର ବନ୍ଦ ରହିଥିବାରୁ ଖାଇବାକୁ ନ ପାଇ ଡହଳ ବିକଳ ହେଉଛନ୍ତି। ତେବେ ୨୧ ଦିନ ଧରି ଲକ୍‌ଡାଉନ୍‌ ପର୍ଯ୍ୟନ୍ତ ଖାଦ୍ୟ ନ ପାଇଲେ ଜୀବନ ରହିବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରି ସ୍ଥିତିରେ ସରକାର ସେମାନଙ୍କ ନିମନ୍ତେ କିଛି ସୁବିଧା କଲେ ଉପକୃତ ହେବେ ବୋଲି ଛତିଶଗଡ଼ର ଚାଳକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ଆଇନସେବା ପ୍ରାଧିକରଣ କର୍ମଶାଳା

ଫୁଲବାଣୀ ଅଫିସ, ୩୦ା୧-ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଭିନ୍ନ ଦିନରେ ଭିନ୍ନ ବିଷୟରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସୋମବାର ଜିଲା ଆଇନ ସେବା ପ୍ରାଧିକରଣ ପରିସରରେ...

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦିଆଗଲା ପ୍ଲାଜମା ଥେରାପି

ନୂଆଦିଲ୍ଲୀ,୨୦।୬: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ପ୍ଲାଜମା ଥେରାପି ଦିଆଯାଇଛି। ଏହାପରେ ତାଙ୍କର ଜ୍ୱର କମିଯିବା ସହ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଏବେ...

ଢେଙ୍କାନାଳରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ

ଢେଙ୍କାନାଳ ଅଫିସ,୧୫।୮-ଢେଙ୍କାନାଳ ଷ୍ଟାଡିୟମଠାରେ ଶନିବାର ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଛି। ମୁଖ୍ୟଅତିଥି ଭାବେ ଜିଲାପାଳ ଭୁମେଶ ଚନ୍ଦ୍ର ବେହେରା ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।...

ବିଡୋ ପଞ୍ଚାୟତରେ ୩୨.୨୭ ଲକ୍ଷର ଦୁର୍ନୀତି

ଓଡ଼ାପଡ଼ା, ୧୯ା୬(ଡି.ଏନ.ଏ.) ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବିଡୋ ପଞ୍ଚାୟତରେ ବଡ଼ଧରଣର ଦୁର୍ନୀତି ହୋଇଛି। ଏଥିରେ ସମ୍ପୃକ୍ତ ଅଭିଯୋଗରେ ସରପଞ୍ଚ ଭଗବାନ ସାହୁଙ୍କୁ ଗୁରୁବାର ଗିରଫ...

ସହରବାସୀଙ୍କୁ ଆପ୍‌ରେ ମିଳିବ ସୂଚନା

ଅନୁଗୋଳ ଅଫିସ୍‌, ୩।୭ ରାଜ୍ୟ ଗ୍ରାମୀଣ ବିକାଶ ଅନୁଷ୍ଠାନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଗୁରୁବାର ପୂର୍ବାହ୍ନରେ ଭିଡିଓ କନଫରେନ୍ସ ଜରିଆରେ କରୋନା...

ଜାତୀୟ ପତାକାକୁ ଅସମ୍ମାନ

ମାଧପୁର,୨୭।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ରବିବାର ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଜାତୀୟ ପତାକା ଲାଗିଥିବାର ଦେଖିବାକୁ...

ଡେରାବିଶରେ ଆଉ ୨ କରୋନା ପଜିଟିଭ୍‌ ଚିହ୍ନଟ

ଡେରାବିଶ, ୨୬।୫(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲାରେ ସୋମବାର ୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨ ଜଣ ଡେରାବିଶ ବ୍ଲକର ବୋଲି ଜଣାପଡିଛି। ଡେରାବିଶ ବ୍ଲକ୍‌ରେ...

ଦରକାରୀ କାଗଜପତର ଦାଖଲକରି ହତାଶ: ଭତାରୁ ବହୁତ୍‌ ଦୂରେ ହକ୍‌ଦାର ହିତାଧିକାରୀ

ଲାଠୋର, ୧୦ା୬ (ଡି.ଏନ୍‌.ଏ):  ସରକାର ୬୦ ବଛର୍‌ରୁ ଅଧ୍‌କା ବଏସ୍‌ର ବୁଢ଼ାବୁଢ଼ିମାନକୁ ମାସିକ ୫ଶହ ଟଁକା ଭତା ଯୁଗେଇ ଦେଉଛନ୍‌। ସେନ୍‌ତା ୮୦ ବଛର୍‌ରୁ ଅଧ୍‌କା...


Coronavirus Update

Archives

Model This Week

Why Dharitri