Posted inଖେଳ

ଓଡ଼ିଶା ଏଫସି ସହିତ ଭିନିତଙ୍କ ଚୁକ୍ତି ମିଆଦ ବୃଦ୍ଧି

ଭୁବନେଶ୍ୱର, ୧୭।୧(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପରଲିଗ୍‌ ଫ୍ରାଞ୍ଚାଇଜ୍‌ ଓଡ଼ିଶା ଏଫସି ଅନ୍ତର୍ଜାତୀୟ ଖେଳାଳି ଭିନିତ ରାୟଙ୍କ ଚୁକ୍ତି ମିଆଦ ବୃଦ୍ଧି କରିଛି। ସେ ୨୦୨୩ ପର୍ଯ୍ୟନ୍ତ ଦଳସହ ରହିବେ ବୋଲି ଶୁକ୍ରବାର ଭୁବନେଶ୍ୱର ଭିତ୍ତିକ ଆଇଏସଏଲ କ୍ଲବ ପକ୍ଷରୁ ପ୍ରକାଶ କରାଯାଇଛି। ”ଭିନିତ ଜଣେ ଦକ୍ଷ ଖେଳାଳି। ସେ ଓଡ଼ିଶା ଏଫସିର ସଫଳତାରେ ବଡ଼ ଅଂଶୀଦାର। ଗତ ୩ ବର୍ଷ ମଧ୍ୟରେ ସେ ନିଜ ଖେଳରେ ବହୁ ଉନ୍ନତି ଆଣିଛନ୍ତି। ତେଣୁ ଆମେ ଆଗାମୀ ୩ ବର୍ଷ ପାଇଁ ତାଙ୍କ ଚୁକ୍ତି ମିଆଦ ବଢ଼ାଇବାକୁ ନିଷ୍ପତ୍ତି ନେଇଛୁ“ ବୋଲି ଓଡ଼ିଶା ଏଫସି ମାଲିକା ରୋହନ ଶର୍ମା ପ୍ରକାଶ କରିଛନ୍ତି। ନିଜ ଚୁକ୍ତିର ନବୀକରଣରେ ଖୁସି ଜାହିର କରିଛନ୍ତି ଭିନିତ। ଏହି କ୍ଲବ ପକ୍ଷରୁ ମୁଁ କ୍ରମାଗତ ଆଇଏସଏଲ ମ୍ୟାଚ ଖେଳିବାକୁ ସୁଯୋଗ ଦେଇଛି। ଜଣେ ଖେଳାଳିଭାବେ ମଧ୍ୟ ମୁଁ ଅନେକ କିଛି ଶିଖିବାକୁ ପାଇଛି। ଚଳିତ ସିଜନରେ ଆମେ ପ୍ଲେ-ଅଫ୍‌କୁ ଉନ୍ନିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି“ ବୋଲି ୨୨ ବର୍ଷୀୟ ଭିନିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଏଫ୍‌ସିର କ୍ରମାଗତ ୪ର୍ଥ ବିଜୟ

ଭୁବନେଶ୍ୱର,୧୬।୧(କ୍ରୀଡ଼ା ପ୍ରତିନିଧି)-  ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଘରୋଇ ଗ୍ରାଉଣ୍ଡରେ କ୍ରମାଗତ ୩ ବିଜୟ ସହ ହ୍ୟାଟ୍ରିକ କରିଥିବା ଓଡ଼ିଶା ଏଫ୍‌ସି ବାହାର ପରିବେଶରେ ମଧ୍ୟ ଦକ୍ଷତା...

୧୧ବର୍ଷ ତଳେ ପଡିଆରେ ଚାପୁଡା ମାରି କନ୍ଦାଇଥିଲେ, ଏବେ ଜଣାଇଲେ ଶୁଭେଚ୍ଛା

ଭାରତୀୟ କ୍ରିକେଟ ଦଳର ସ୍ପିନର ହରଭଜନ ସିଂହ ୧୧ବର୍ଷ ତଳେ ଅର୍ଥାତ୍‌ ୨୦୦୮ରେ ଆଇପିଏଲର ଏକ ମ୍ୟାଚ୍‌ରେ ପ୍ରତିପକ୍ଷ ବୋଲର ଏସ୍‌.ଶ୍ରୀସନ୍ଥଙ୍କୁ ପଡିଆରେ ଚାପୁଡା ମାରିଥିଲେ।...

ଓଡ଼ିଶା ଏଫ୍‌ସି ଓଡବ୍ଲ୍ୟୁଏଲ୍‌ ଚାମ୍ପିୟନ

ଭୁବନେଶ୍ୱର, ୨୨।୧୨ (କ୍ରୀଡ଼ା ପ୍ରତିନିଧି): ଚଳିତ ବର୍ଷର ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ୍‌)ରେ ଚାମ୍ପିୟନ ହୋଇଛି ଓଡ଼ିଶା ଏଫ୍‌ସି। ଇଷ୍ଟକୋଷ୍ଟ ରେଲଓ୍ବେ ଦ୍ୱିତୀୟ ସ୍ଥାନରେ ରହି...

ହରମିଲାନଙ୍କୁ ଡବଲ୍‌ ଗୋଲ୍ଡ

ଭୁବନେଶ୍ୱର,୧ା୩ (ସ୍ପୋର୍ଟ୍ସ ବ୍ୟୁରୋ)- ପଞ୍ଜାବୀ ବିଶ୍ୱବିଦ୍ୟାଳୟର ଲଙ୍ଗ ଡିଷ୍ଟାନ୍ସ ମହିଳା ରନର ହରମିଲାନ ବେନ୍ସ ଶନିବାର ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ...

ଆଜି ଧୋନୀ-ପାଣ୍ଡ୍ୟା ଲଢେଇ: ଜାଣନ୍ତୁ କେଉଁଠି, କେତେବେଳେ ଦେଖିପାରିବେ ମ୍ୟାଚ୍‌

ଅହମ୍ମଦାବାଦ୍‌,୩୧।୩: ଆଇପିଏଲ ୨୦୨୩ର ପ୍ରଥମ ମ୍ୟାଚ ଗତ ବର୍ଷର ଚାମ୍ପିଅନ ଗୁଜରାଟ ଟାଇଟାନ୍ସ ଏବଂ ଚାରିଥର ଟାଇଟଲ ବିଜେତା ଦଳ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ...

ଏସିଆ ମହିଳା ରଗ୍‌ବୀ ଚାମ୍ପିୟନଶିପ୍‌: ଭାରତୀୟ ଦଳରେ ଓଡ଼ିଶାର ୭

ଭୁବନେଶ୍ୱର, ୧୭।୬(କ୍ରୀଡ଼ା ପ୍ରତିନିଧି)- ଫିଲିପାଇନ୍ସର ମାନିଲାଠାରେ ଏସିଆ ମହିଳା ରଗ୍‌ବୀ ଚାମ୍ପିୟନଶିପ୍‌ ଚଳିତମାସ ୧୯ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ରବିବାର ଘୋଷିତ ଭାରତୀୟ...

ଧୋନୀଙ୍କୁ ବିରାଟଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୧୯।୪(ପି.ଟି.)- ଜଣେ ଅଧିନାୟକଭାବେ ମହେନ୍ଦ୍ର ସିଂ ଧୋନୀ ଏକଦା ବିରାଟ କୋହଲିଙ୍କ ପ୍ରତି ଦୃଢ଼ ସମର୍ଥନ ଜଣାଇଥିଲେ। ଏହାକୁ ବିରାଟ ଭୁଲନ୍ତେ ବା କିପରି।...

ଦୁଇ ପିଢ଼ି ମଧ୍ୟରେ ଲଢ଼େଇ

ଦୁଇ ପିଢ଼ି ମଧ୍ୟରେ ଲଢ଼େଇ ହେବ। ଚଳିତ ବିଶ୍ୱକପ୍‌ର ସର୍ବକନିଷ୍ଠ କୋଚ୍‌ ଏବଂ ଟୁର୍ନାମେଣ୍ଟର ସବୁଠାରୁ ବୟସ୍କ କୋଚ୍‌ ପରସ୍ପରର ସମ୍ମୁଖୀନ ହେବେ। ମୋ ବନ୍ଧୁ...

Advertisement
Archives

Model This Week