ଓଡ଼ିଶାରେ ମୃତ୍ତିକା କ୍ଷୟ

ଶେଖ୍‌ ଫରିଦ୍‌ଉଦ୍ଦିନ
ପ୍ରତିବର୍ଷ ଲକ୍ଷ ଲକ୍ଷ ହେକ୍ଟର ଜମି ବନୀକରଣ କରାଯାଉଛି ବୋଲି ତଥ୍ୟ ପ୍ରକାଶ ପାଉଛି। ମାତ୍ର ଏପଟେ ଓଡ଼ିଶା ଧୀରେ ଧୀରେ ମରୁଭୂମି ପାଲଟିବାକୁ ବସିଲାଣି। ଦେଶର ପ୍ରମୁଖ ପାଞ୍ଚଟି ମରୁଡ଼ିପ୍ରବଣ ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର ଓ ଜମ୍ମୁ-କଶ୍ମୀର ପରେ ଓଡ଼ିଶାର ସ୍ଥାନ ପଞ୍ଚମ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ରାଜ୍ୟରେ ଜମିଗୁଡ଼ିକ ଶୁଷ୍କ ପାଲଟିଗଲାଣି। ଅସନ୍ତୁଳିତ ଜଳବାୟୁ, ଜନସଂଖ୍ୟାର ମାତ୍ରାଧିକ ବୃଦ୍ଧି, ଜଙ୍ଗଲ କ୍ଷୟ, ଅତ୍ୟଧିକ ଭୂତଳ ଜଳ ବ୍ୟବହାର, ନଦୀନାଳ ଜଳରାଶିର ଅପବ୍ୟବହାର ଓ ତ୍ରୁଟିପୂର୍ଣ୍ଣ ଭୂମି ବିନିଯୋଗ ଯୋଗୁ ଏପରି ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି ହୋଇଛି। ଏପରି ସ୍ଥିତି ଲାଗିରହିଲେ ସମୟ ଆସିବ ଓଡ଼ିଶା ବି ଦିନେ ଏକ ମରୁଭୂମିରେ ପରିଣତ ହୋଇଯିବ। ଏକ ରିପୋର୍ଟ ଅନୁଯାୟୀ, ମରୁ ଅଞ୍ଚଳ ତାଲିକାରେ ପ୍ରଥମ ସ୍ଥାନରେ ରହିଛି ରାଜସ୍ଥାନ। ଏହି ରାଜ୍ୟର ୨.୩ କୋଟି ହେକ୍ଟର ଜମି ଶୁଷ୍କ। ଏହା ପଛକୁ ଥିବା ଗୁଜରାଟ, ମହାରାଷ୍ଟ୍ର ଓ ଜମ୍ମୁ-କଶ୍ମୀରରେ ୧.୩ କୋଟି ହେକ୍ଟର ଜମି ଶୁଷ୍କ ଅବସ୍ଥାରେ। ଆଉ ପଞ୍ଚମରେ ଥିବା ଓଡ଼ିଶାରେ ୫୦ଲକ୍ଷ ହେକ୍ଟର ଜମି ଶୁଷ୍କ ପାଲଟିଗଲାଣି, ଯାହାକି ମୋଟ ଜମିର ଶତକଡ଼ା ୩୩ଭାଗ। ତଥାପି ପ୍ରତିବର୍ଷ ସରକାର କହୁଛନ୍ତି ଏଥିପାଇଁ ପଦକ୍ଷେପ ନିଆଯାଉଛି। ମାତ୍ର ବର୍ତ୍ତମାନ ଓଡ଼ିଶାର ସ୍ଥିତି ଯାହା ଭବିଷ୍ୟତରେ ରାଜ୍ୟ ପ୍ରତି ବଡ଼ ବିପଦ ମାଡ଼ି ଆସୁଛି ବୋଲି କୁହାଯାଇପାରେ। ଉଭୟ ପ୍ରାକୃତିକ ଓ ମନୁଷ୍ୟକୃତ କାରଣ ଯୋଗୁ ଏହି ମରୁକରଣ ପ୍ରକିୟା ଏକ ମୁଖ୍ୟ ସମସ୍ୟା ରୂପେ ଉଭା ହୋଇଛି। ବର୍ଷକୁ ହାରାହାରି ୧୦ ଇଞ୍ଚରୁ କମ୍‌ ବୃଷ୍ଟିପାତ ହେଲେ ଅଞ୍ଚଳଟି କ୍ରମଶଃ ମରୁଭୂମିରେ ପରିଣତ ହୋଇଥାଏ। ଅସନ୍ତୁଳିତ ଜଳବାୟୁ, ବୃଷ୍ଟିହୀନତା ଓ ବୃକ୍ଷଚ୍ଛେଦନ ଏହି ପ୍ରକ୍ରିୟା ପାଇଁ ଦାୟୀ। ରାଜ୍ୟର ବିଭିନ୍ନ ଅଞ୍ଚଳରେ କେଉଁଠି ରାସ୍ତା ପ୍ରଶସ୍ତୀକରଣ ପାଇଁ ହେଉ ବା ଅନ୍ୟାନ୍ୟ ପାରିପାର୍ଶ୍ୱିକ ଅବସ୍ଥାର ଉନ୍ନତି ପାଇଁ ପ୍ରତିଦିନ ବଡ଼ ବଡ଼ ବୃକ୍ଷ କଟାଯାଉଛି। ଖୋଦ୍‌ ରାଜଧାନୀରେ ଗତବର୍ଷ ବହୁ ବଡ଼ ବଡ଼ ବରଗଛ ଓ ଓସ୍ତଗଛ କଟାଯାଇଛି। ରାଜ୍ୟର ଅନ୍ୟ ସହରାଞ୍ଚଳ ସହ ଗ୍ରାମାଞ୍ଚଳରେ ମଧ୍ୟ ଲୋକମାନେ ଜାଳେଣି ପାଇଁ ଗଛଲତା କାଟିଥାନ୍ତି।
ପରିବେଶବିତ୍‌ଙ୍କ କହିବା ଅନୁଯାୟୀ, ବରଗଛର ସ୍ଥାନ ଶାଳ, ପିଆଶାଳ କି କୌଣସି ଫୁଲଗଛ ନେଇପାରିବ ନାହିଁ। ବର ଓ ଓସ୍ତଗଛ ନିକଟରେ ବାୟୁମଣ୍ଡଳକୁ ଶୁଦ୍ଧ ରଖିବା ପାଇଁ ଯେଉଁ କ୍ଷମତା ରହିଛି, ତାହା ଅନ୍ୟ କୌଣସି ଗଛ ନିକଟରେ ନାହିଁ। ମାତ୍ର ପ୍ରଶାସନର ଚିନ୍ତାଧାରା ଭିନ୍ନ। ବର୍ଷ ବର୍ଷ ଧରି ଥିବା ପୁରୁଣା ଗଛଗୁଡ଼ିକୁ ସେମାନେ କାଟି ଚାଲିଛନ୍ତି। ଗୋଟିଏ ପଟେ ‘ଗୋଟିଏ ବୃକ୍ଷ ଗୋଟିଏ ଜୀବନ’ ସ୍ଲୋଗାନ ଦିଆଯାଉଛି, ମାତ୍ର ଅନ୍ୟପଟେ ପ୍ରତିଦିନ ଅବିଚାରିତ ଭାବେ ବୃକ୍ଷ କଟାଚାଲିଛି। ତଥ୍ୟ ଅନୁଯାୟୀ, ଆଗରୁ ଯେପରି ବୃଷ୍ଟିପାତ ହେଉଥିଲା ତାହା ଧୀରେ ଧୀରେ କମିବାକୁ ଲାଗିଲାଣି। ଏଣୁ ବର୍ତ୍ତମାନ ବୃଷ୍ଟି ଜଳକୁ କିପରି ସଂରକ୍ଷିତ ରଖାଯିବ ଓ ଅଧିକରୁ ଅଧିକ ବନୀକରଣ କରାଯାଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବା ଜରୁରୀ। ଏହା ସହ ଜଙ୍ଗଲ ଓ ପରିବେଶ ବିଭାଗରେ ଯେଉଁ ଜଳବାୟୁ ପରିବର୍ତ୍ତନ ସେଲ୍‌ ଗଠନ କରାଯାଇଛି ତାହା ତ୍ୱରାନ୍ବିତ ହେବା ଜରୁରୀ। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ କେନ୍ଦ୍ର ସରକାର ଓ ଅନ୍ୟାନ୍ୟ ସଂସ୍ଥା ମଧ୍ୟରେ ସମନ୍ବୟ ରକ୍ଷା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବା ନେଇ ପରିବେଶବିତ୍‌ ଓ ଜଳସୁରକ୍ଷା କର୍ମୀମାନେ ଦାବି କରୁଛନ୍ତି।
ଓଡ଼ିଶାରେ ମରୁକରଣ ପ୍ରକ୍ରିୟାକୁ ପ୍ରତିରୋଧ କରିବା ପାଇଁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗତବର୍ଷ ବନୀକରଣ କାର୍ଯ୍ୟକ୍ରମରେ ବେଶ୍‌ ସଫଳତା ମିଳିଛି। ୧ଲକ୍ଷ ୯୮ ହଜାର ୮୯୧ ହେକ୍ଟର ଜମିରେ ବନୀକରଣ କରାଯାଇଛି। ୪୭୫୫ କିଲୋମିଟର ରାସ୍ତାକଡ଼ରେ ବୃକ୍ଷରୋପଣ କରାଯାଇଛି। ୫କୋଟି ୫୦ଲକ୍ଷ ଚାରା ମାଗଣାରେ ବଣ୍ଟାଯାଇଛି। କେବଳ ସହରାଞ୍ଚଳରେ ୧୪ଲକ୍ଷ ୯୦ ହଜାର ଚାରା ରୋପଣ କରାଯାଇଛି। ଗତବର୍ଷ ୧୨ କୋଟି ୪ଲକ୍ଷ ଚାରା ବଣ୍ଟନ ଓ ରୋପଣ କରାଯାଇଥିବାବେଳେ ଚଳିତ ବର୍ଷ ସାଢ଼େ ୧୩ କୋଟି ଚାରା ରୋପଣ କରାଯିବାର ଯୋଜନା ରହିଛି। ଅନୁସନ୍ଧାନରୁ ଜଣାଯାଇଛି ଯେ, ଧୀରେ ଧୀରେ ବୃଷ୍ଟିପାତ କମିବାରୁ ଓଡ଼ିଶାର ଲକ୍ଷ ଲକ୍ଷ ହେକ୍ଟର ଜମି ଏବେ ଶୁଷ୍କ। ରାଜ୍ୟ ଧୀରେ ଧୀରେ ମରୁଭୂମି ପାଲଟିବାକୁ ବସିଲାଣି। ଏଣୁ ଏଥିପାଇଁ ଉଭୟ ରାଜ୍ୟ ସରକାର ଓ ଜନସାଧାରଣ ପଦକ୍ଷେପ ନେବା ଆବଶ୍ୟକ। ବର୍ତ୍ତମାନ ପରିବେଶ ମଣିଷର ସ୍ଥିତିକୁ ଦୋହଲାଇ ଦେଲାଣି। ସମସ୍ତେ ଏବେ ଧ୍ୱଂସ ଆଡ଼କୁ ଗତି କରୁଛନ୍ତି। ଯଦି ଉଚିତ ପଦକ୍ଷେପ ନିଆ ନ ଯାଏ, ତେବେ ରାଜ୍ୟ ସମ୍ପୂର୍ଣ୍ଣ ଶୁଷ୍କ ପାଲଟିିଯିବ।
(ବିଶ୍ୱ ମୃତ୍ତିକା ଦିବସ ଉପଲକ୍ଷେ)
ମଧୁପୁର, କୁଅଁାପାଳ, କଟକ, ମୋ- ୯୪୩୭୦୦୪୮୮୮


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri