ଓଡ଼ିଆ ସାହିତ୍ୟର ପ୍ରସାରରେ ଇଣ୍ଟରନେଟ୍‌ ବାଧକ

ବ୍ରହ୍ମପୁର ଅଫିସ,୨୬ା୧୨- ଗଞ୍ଜାମ ଜିଲା ଲେଖକ ସାମ୍ମୁଖ୍ୟର ସପ୍ତଦଶତମ ସ୍ବନକ୍ଷତ୍ର ସମାରୋହ ବୁଧବାର ବ୍ରହ୍ମପୁର ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନର ଡିଜିଟାଲ ଓ ଇଣ୍ଟରନେଟ ବ୍ୟବସ୍ଥାରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାରରେ ବାଧକ ସାଜିଥିବା ଦର୍ଶାଇ ସାରସ୍ବତ ସାଧକଙ୍କ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ମୁଖ୍ୟତଃ ଯୁବପିଢ଼ି ଏହି ବ୍ୟବସ୍ଥାରୁ ମୁକୁଳିବା କଷ୍ଟକର ହୋଇପଡ଼ିଛି। ସେମାନେ ପୁସ୍ତକ ପଠନ ପ୍ରତି ବିମୁଖ ଭାବ ପ୍ରକାଶ କରୁଛନ୍ତି। ତେଣୁ ଏହାର ପ୍ରତିକାର ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଥିଲେ। ସାମ୍ମୁଖ୍ୟ ସଭାପତି ପ୍ରଫେସର ଡ଼. ରବି ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ସାରସ୍ବତ ସମାରୋହରେ ପ୍ରଫେସର ଡ଼. ରାଜା ରାଓ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଯୁବଗୋଷ୍ଠୀ ମୋବାଇଲ ଫୋନ ଓ ଇଣ୍ଟରନେଟରୁ ନିବୃତ୍ତ ରହି ଓଡ଼ିଆ ଭାଷା ସାହିତ୍ୟ ପଠନ ପାଇଁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ସ୍ବାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ହାଡ଼ିବନ୍ଧୁ ମାଳୀ ବିବରଣୀ ପାଠ କରିଥିଲେ। ଏହି ଅବସରରେ କବୟିତ୍ରୀ ତଥା ମହାମାୟୀ ମହିଳା କଲେଜ ଗୃହ ବିଜ୍ଞାନ ବିଭାଗ ପ୍ରାଧ୍ୟାପିକା ଜୟନ୍ତୀରାଣୀ ପଣ୍ଡାଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନ ମୁଖପତ୍ର ଋଷିକୁଲ୍ୟା ଓ ରବି ନାରାୟଣ ମିଶ୍ରଙ୍କ ଗଳ୍ପ ସଂକଳନ ‘ଶୀତ ବାଦର’ କବି ଭିକାରୀ ଚରଣ ମହାପାତ୍ରଙ୍କ କବିତା ସଂକଳନ ‘ପଞ୍ଚପର୍ଣ୍ଣା’, ଜ୍ୟୋତିଷ ବିଶାରଦ ପଣ୍ଡିତ ଶିଶିର କୁମାର ଶତପଥୀଙ୍କ ଜ୍ୟୋତିଷ ଦିଗ୍‌ଦର୍ଶନ ଓ କାଳସର୍ପ ଦୋଷ, ମଙ୍ଗଳ ଦୋଷ ଏବଂ ତା’ର ପ୍ରତିକାର ଶୀର୍ଷକ ଦୁଇଟି ଗ୍ରନ୍ଥ ଲୋକାର୍ପିତ ହୋଇଥିଲା। ସମାରୋହ ପ୍ରଥମ ଅଧିବେଶନ ଶେଷରେ ଲେଖିକା ସାମ୍ମୁଖ୍ୟ ସାଧାରଣ ସମ୍ପାଦିକା ଡ଼. ସୂଚନା ପାଢ଼ୀ ଧନ୍ୟବାଦ ଦେଇଥିଲେ। ଲେଖିକା ସାମ୍ମୁଖ୍ୟ ସଭାନେତ୍ରୀ ସ୍ବର୍ଣ୍ଣପ୍ରଭା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କବିତା ପାଠୋତ୍ସବରେ କବୟିତ୍ରୀ ସ୍ବର୍ଣ୍ଣପ୍ରଭା ପାଢ଼ୀ ଉଦ୍‌ଘାଟନ କରିଥିବା ବେଳେ ଜ୍ୟୋତ୍ସ୍ନାମୟୀ ପ୍ରଧାନ, ଆରତୀ ଶତପଥୀ, ମନ୍ମଥ ପାଢ଼ୀ, ପ୍ରଫୁଲ୍ଲ ରାଉତ, ଭଗବାନ ତ୍ରିପାଠୀ, କୈଳାସ ରଥ, ଅଶୋକ ସାହୁ, ଦଣ୍ଡପାଣି ମହାପାତ୍ର, ପ୍ରମିଳା ମହଲା, କୁମୁଦିନୀ ଶ୍ରୀପଲ୍ଲବ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା ଓ ବିଷ୍ଣୁପ୍ରିୟା ଆଚାର୍ଯ୍ୟ ପ୍ରମୁଖ ସ୍ବରଚିତ କବିତା ପାଠ କରିିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?