‘ଓଡ଼ିଆ ଭାଷାରେ ଅଦାଲତ କାର୍ଯ୍ୟ କରାଯାଉ’

ବାଲେଶ୍ୱର ଅଫିସ,୧୧।୭- ଓଡ଼ିଆ ଭାଷାରେ ଅଦାଲତ କାର୍ଯ୍ୟ ପରିଚାଳନା କରାଯାଉ ବୋଲି ବାଲେଶ୍ୱର ଉତ୍କଳ ସମ୍ମିଳନୀ ଶାଖା ପକ୍ଷରୁ ଦାବି କରାଯାଇଛି। ବୁଧବାର ପୂର୍ବାହ୍ନ ୧୦ଟା ସମୟରେ ଶାଖା ସଭାପତି ପଣ୍ଡିତ ସୁରେନ୍ଦ୍ର ନାଥ କରଙ୍କ ତତ୍ତ୍ୱାବଧାନରେ ଏକ ପ୍ରତିନିଧି ଦଳ ଜିଲା ଜଜ୍‌ଙ୍କ ଜରିଆରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଉଦ୍ଦେଶ୍ୟରେ ଏକ ନିବେଦନପତ୍ର ପଠାଇଛନ୍ତି। ଉଚ୍ଚ ନ୍ୟାୟାଳୟ ସମେତ ସମସ୍ତ ନିମ୍ନ ଅଦାଲତର କାର୍ଯ୍ୟ ଓଡ଼ିଆ ଭାଷାରେ କରାଯିବା ଲାଗି ନିର୍ଦ୍ଦେଶ ଦେବାକୁ ଏଥିରେ ଅନୁରୋଧ କରାଯାଇଛି।
ଓଡ଼ିଆ ଭାଷା ସାମ୍ବିଧାନିକ ସ୍ବୀକୃତି ଓ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବା ପରଠାରୁ ଓଡ଼ିଆ ଭାଷାରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟ କରିବା ଲାଗି ଉତ୍କଳ ସମ୍ମିଳନୀ ସମେତ ବିଭିନ୍ନ ସାଂସ୍କୃତିକ ଏବଂ ଗଣସଂଗଠନ ଦାବି କରି ଆସୁଛନ୍ତି । ଏହାମଧ୍ୟରେ ରାଜ୍ୟ ସରକାର ସମସ୍ତ ବିଭାଗକୁ ମାତୃଭାଷା ଓଡ଼ିଆରେ କାର୍ଯ୍ୟ କରିବା ଏବଂ ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନର ନାମଫଳକ ଓଡ଼ିଆଭାଷାରେ ଲେଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଓଡ଼ିଆ ସମେତ ଅନ୍ୟ ୫ଟି ଆଞ୍ଚଳିକ ଭାଷାରେ ଅଦାଲତ କାର୍ଯ୍ୟ କରିବା ସପକ୍ଷରେ ଗତ ସପ୍ତାହରେ ଆଦେଶ ଦେଇଥିବା ସୂଚନା ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାରେ କୋର୍ଟ ପରିଚାଳନା କରିବା ଲାଗି ସାରା ରାଜ୍ୟରେ ଉତ୍କଳ ସମ୍ମିଳନୀ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହୋଇଛି। ବୁଧବାର ନିବେଦନପତ୍ର ପ୍ରଦାନ ବେଳେ ଶାଖାର ସମ୍ପାଦକ ଦୀନବନ୍ଧୁ ଲେଙ୍କା, ବସନ୍ତଲତା ପଟ୍ଟନାୟକ, ଗୋପୀନାଥ ଶତପଥୀ, ତ୍ରିଦୀପ ନାୟକ, ସୀତାରାମ ପ୍ରଧାନ, ଅନସୂୟା ନାୟକ, ବେଣୁଧର ପାଳ, ଗୌରାଙ୍ଗ ପାଣିଗ୍ରାହୀ, ସନାତନ ଦାସ, କଲ୍ୟାଣୀ ନନ୍ଦ, ବିଧାନ ଚନ୍ଦ୍ର ରାୟ, ହେମଲତା ଦାସ, ଦେବବ୍ରତ ପାଣିଗ୍ରାହୀ, ଜ୍ଞାନରଞ୍ଜନ ପରିଡ଼ା, କ୍ଷିତୀଶ୍ୱର ଦାସ ଓ ବନମାଳୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri