ଓଡ଼ିଆ ଫିଲ୍ମ ମେକରଙ୍କୁ ଇଣ୍ଡିଆ ଇଣ୍ଟରନ୍ୟାଶନାଲ୍‌ ଏକ୍ସିଲେନ୍ସ ଆୱାର୍ଡ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ସୋସାଇଟି ଫର୍‌ ଆକ୍‌ନଲେଜ୍‌ମେଣ୍ଟ୍‌ ଇନ୍‌ ୱାର୍କ ଏକ୍ସିଲେନ୍ସ (ଏସ୍‌ଏଡବ୍ଲ୍ୟୁଇ) ପକ୍ଷରୁ ଓଡ଼ିିଆ ଚଳଚ୍ଚିତ୍ର ନିର୍ମାତାଙ୍କୁ ସମ୍ମାନିତ କରାଯାଇଛି। ନିକଟରେ ଦୁବାଇରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶାର ଯୁବ ଚଳଚ୍ଚିତ୍ର ନିର୍ମାତା ଅମୃତେନ୍ଦୁ ବରାଳଙ୍କୁ ଇଣ୍ଡିଆ ଇଣ୍ଟରନ୍ୟାଶ୍‌ନାଲ ଏକ୍ସିଲେନ୍ସ ଆୱାର୍ଡ ପ୍ରଦାନ କରାଯାଇଛି। ପ୍ରତିଭାଶାଳୀ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ଅସାଧାରଣ କାର୍ଯ୍ୟ ନିମନ୍ତେ ପ୍ରଦାନ କରାଯାଉଥିବା ଏହି ସମ୍ମାନ ପାଇବାରେ ଅମୃତେନ୍ଦୁ ପ୍ରଥମ ଓଡ଼ିଆ। ଅମୃତେନ୍ଦୁଙ୍କୁ ‘ଫିଲ୍ମ ମେକିଂ ଅଫ୍‌ ଦ ଇୟର’ ବିଭାଗରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ନିଜ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ମିଶନ୍‌ ଗଙ୍ଗେ’ ପାଇଁ ସେ ଏହି ଆୱାର୍ଡ ପାଇଛନ୍ତି। ଏହା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଶଂସିତ ହେବାସହ ଗଙ୍ଗାନଦୀ ତଟରୁ ୫୦ ଟନ୍‌ ଆବର୍ଜନା ସଫା କରିବାରେ ମଧ୍ୟ ସଫଳ ହୋଇଥିଲେ ା ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଅନିଲ୍‌ କପୁର ଏବଂ ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ସାହେଦ୍‌ ଶାହାନୱାଜ୍‌ ହୁସେନ୍‌ଙ୍କଠାରୁ ଅମୃତେନ୍ଦୁ ଏହି ଆୱାର୍ଡ ଗ୍ରହଣ କରିଥିଲେ। କଠିନ ପରିଶ୍ରମକୁ ସ୍ବୀକୃତି ମିଳିଥିବାରୁ ଇଣ୍ଡିଆ ଇଣ୍ଟରନ୍ୟାଶ୍‌ନାଲ ଏକ୍ସିଲେନ୍ସ ଆୱାର୍ଡକୁ ସେ ଧନ୍ୟବାଦ ଦେବାସହ ଓଡ଼ିଶାକୁ ଅନ୍ତର୍ଜାତୀୟସ୍ତରରେ ପ୍ରତିନିଧିତ୍ୱ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ପୂର୍ବରୁ ଅମୃତେନ୍ଦୁ ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ମିତ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ‘ବିଜୁ ପଟ୍ଟନାୟକ ହିମାଳୟାନ୍‌’ରେ ମଧ୍ୟ ନିଜର ପ୍ରତିଭା ଦେଖାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ

ପୁରୀ ଅଫିସ,୧ା୭: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିଲାଗି ଭକ୍ତିମୟ ପରିବେଶ ସାଙ୍ଗକୁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଉଠିଛି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି...

୧୦ ଦିନ ଲାଗି ୨୫ ଲକ୍ଷ ଟିକା ପଠାଅ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ସ୍ବଳ୍ପ ପରିମାଣ ଏବଂ ଅନିୟମିତ ଟିକା ଯୋଗାଣ ଯୋଗୁ ରାଜ୍ୟରେ କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟକ୍ରମ ପ୍ରଭାବିତ ହେଉଛି। ସମସ୍ୟାର ତ୍ୱରିତ ସମାଧାନ ପାଇଁ ୧୦ଦିନ...

ଐତିହ୍ୟ ପୀଠ ବିକାଶରେ ସାକ୍ଷୀଗୋପାଳ ମନ୍ଦିର

ସାକ୍ଷୀଗୋପାଳ,୧୦।୨(ଡି.ଏନ୍‌.ଏ.): ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଙ୍ଗଳବାର ସନ୍ଧ୍ୟାରେ ସାକ୍ଷୀଗୋପାଳ ଆସି ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରିଛନ୍ତି। ଠାକୁରଙ୍କୁ ଦର୍ଶନ କରିବା ପରେ...

ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର; ଜୁନରେ ମହାସଂକ୍ରମଣ ହେଲେ ରୋକିବା ମୁସ୍କିଲ: ବାଗ୍‌ଚୀ

ଭୁବନେଶ୍ୱର,୯।୫(ବ୍ୟୁରୋ): କୋଭିଡ-୧୯ ମୁକାବିଲା ନିମନ୍ତେ ରାଜ୍ୟ ୪ଟି ପର୍ଯ୍ୟାୟ ଦେଇ ଗତି କରୁଛି। ପ୍ରଥମ ପର୍ଯ୍ୟାୟଟି ଥିଲା ରାଜ୍ୟକୁ ଆସୁଥିବା ସଂକ୍ରମିତ ବିଦେଶଫେରନ୍ତାଙ୍କଠାରୁ ସଂକ୍ରମଣକୁ ବ୍ୟାପିବାକୁ...

ପରିଚାଳନାଗତ ତ୍ରୁଟି : ବନ୍ଦ ହେଲା ୧୧ ସରକାରୀ ସ୍କୁଲ

ପାରାଦୀପ,୧୦ା୬(ସ୍ବ.ପ୍ର.): ପରିଚାଳନାଗତ ତ୍ରୁଟି, ଦଣ୍ଡ ବ୍ୟବସ୍ଥା ଉଚ୍ଛେଦ, ଗୁଣାତ୍ମକ ପାଠ୍ୟକ୍ରମର ଅଭାବ ଓ ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ଆଦି କାରଣରୁ ସରକାରୀ ବିଦ୍ୟାଳୟଗୁଡିକ ରୁଗ୍‌ଣ...

ଭଉଣୀ, ଭାଇ ମିଶି କରିଥିଲେ ହତ୍ୟା: ଅଢ଼େଇ ବର୍ଷ ପରେ ପାଇଖାନା ଟାଙ୍କିରୁ ମିଳିଲା ନିଖୋଜ ସ୍ବାମୀଙ୍କ କଙ୍କାଳ

ଝାରସୁଗୁଡ଼ା ଅଫିସ,୨୨।୧: ଦୀର୍ଘ ଅଢ଼େଇ ବର୍ଷ ପରେ ଡ୍ରାଇଭର ଡମ୍ବରୁଧର ପାତ୍ର(୩୯)ଙ୍କ ନିଖୋଜ ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ବନହରପାଲି ଥାନା ପୋଲିସ। ପୋଲିସ...

ଉପ ନିର୍ବାଚନ: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଆସନ ଲାଗି ଉପ ନିର୍ବାଚନ ହେବ। ଏ ନେଇ ପ୍ରଚାର ପ୍ରସାର ଜୋରଦାର...

ପରୀକୁ ନ୍ୟାୟ ଦିଆଯାଉ: ଡି.ପୁରନ୍ଦେଶ୍ୱରୀ

ନୟାଗଡ ଅଫିସ୍‌, ୧୦।୧୨: ପରୀ ହତ୍ୟା ଘଟଣାରେ ଭାଜପା ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଗୁରୁବାର ନୟାଗଡ଼ର ଯଦୁପୁରରେ ପହଞ୍ଚି ମୃତକଙ୍କ ବାପାମାଙ୍କୁ ଭେଟିଲେ। ଏହାସହ ମୃତଦେହ...

Advertisement
Archives

Model This Week