ଓଡ଼ଗାଁ: ଜବରଦଖଲରେ ମୂଲ୍ୟବାନ ଜମି

ଓଡ଼ଗାଁ,୧୪।୫(ସ୍ବ.ପ୍ର.)-ନୟାଗଡ ଜିଲାର ପ୍ରମୁଖ ତହସିଲ ଓଡ଼ଗାଁ ଓ ଏନଏସି ଅଞ୍ଚଳରେ ବହୁ ମୂଲ୍ୟବାନ ଜମି ଜବରଦଖଲରେ ରହିଥିବା ଅଭିଯୋଗ ହେଉଛି । ଏନେଇ ପ୍ରଶାସନିକ ଅଧିକାରୀ ଅବଗତ ଥିଲେ ସୁଦ୍ଧା ସେମାନଙ୍କ ନୀରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୁଖ୍ୟତଃ ଜିଲାର ଓଡ଼ଗାଁ ସହିତ ଦଲକ ପଞ୍ଚାୟତକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରାଯିବା ପରେ ନିକଟବର୍ତ୍ତୀ ବହୁ ଲୋକଙ୍କର ସଦର ଅଞ୍ଚଳର ଜାରିଙ୍ଗୀ ମୌଜାରେ ଥିବା ଜାଗା ଉପରେ ନଜର ପଡିଥିଲା । ଫଳରେ କେତେଜଣ ସ୍ଥାନୀୟ ଦଲାଲଙ୍କ ସହାୟତାରେ ଏହି ମୌଜାରେ ଥିବା ବହୁ ମୂଲ୍ୟବାନ ଜମିକୁ ଟଙ୍କା ଦେଇ ବେଆଇନଭାବେ ଦଖଲକୁ ନେଇଛନ୍ତି। ଏଥିସହ କାଗଜପତ୍ର କରିବାକୁ ଉଦ୍ୟମ ମଧ୍ୟ କରିଥିଲେ। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଭିନ୍ନ ଗ୍ରାମରେ ଜବରଦଖଲକାରୀଙ୍କ ନିଜସ୍ବ ଘରବାରି ଥିଲେ ସୁଦ୍ଧା ସେମାନଙ୍କୁ ପୁଣିଥରେ ବାସହୀନ ଦର୍ଶାଇ ସରକାରଙ୍କ ତରଫରୁ ଘରବାରି ପ୍ରଦାନ କରାଯାଇଥିଲା। ଏସବୁ ପଛରେ ହୀନ ରାଜନୈତିକ ଉଦ୍ୟମ ରହିଥିବା ଆଲୋଚନା ହେଉଛି। ଏନେଇ ପ୍ରଶାସନିକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସିପାରନ୍ତା। ସାଧାରଣ ନିର୍ବାଚନ ପୂର୍ବରୁ ସ୍ଥାନୀୟ ବଜାର ଓ ସରକାରୀ ପଲିଟେକ୍‌ନିକ ନିକଟରେ ସରକାରୀ ଜାଗାରେ ବେଆଇନ ଦଖଲରେ ଥିବା କେତେକ ଦୋକାନ ଘରକୁ ଉପଜିଲାପାଳ, ତହସିଲଦାର ଓ ଏନଏସି ନିର୍ବାହୀ ଅଧିକାରୀଙ୍କ ଉପସ୍ଥିିତିରେ ଭାଙ୍ଗିଦିଆଯାଇଥିଲା । ନିର୍ବାଚନ ନିମନ୍ତେ ଆଦର୍ଶ ଆଚରଣ ବିଧି ଲାଗିଥିବା ବେଳେ କେତେକ ଜବରଦଖଲକାରୀ ଦୋକାନ ଘରକୁ ପୁନଃ ନିର୍ମାଣ କରିବାରେ ସଫଳ ହୋଇଛନ୍ତି । ରବିଗାଡିଆ ପଞ୍ଚାୟତ ଅନ୍ତର୍ଗତ ଜାମୁପାଟଣା ଓ ଶୂଳିଆ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ବିଭିନ୍ନ କିସମର ପ୍ରାୟ ୬୦ ଏକର ସରକାରୀ ଜମିକୁ ଜଣକ ପରେ ଜଣେ ହଡପ କରିବାକୁ ଉଦ୍ୟମ କରୁଥିବା ଜଣାଯାଇଛି ା ପ୍ରଥମେ ସେମାନେ ଉକ୍ତ ସରକାରୀ ଜାଗାରେ ଝାଟିମାଟି ଚାଳଛପର ଘର କରି ରହିବା ପରେ ସେଠାରେ ସରକାରୀ ଅନୁଦାନରେ ଗ୍ରାମୀଣ ଆବାସ ଯୋଜନାରେ ପକ୍କା ଘର ନିର୍ମାଣ କରିବାରେ ସଫଳ ହେଉଛନ୍ତି। ଏପରି କି କେତେକ ସମୟରେ ରାଜସ୍ବ ନିରୀକ୍ଷକ ସେହି ସ୍ଥାନଗୁଡ଼ିକରେ ନାଲି ପତାକା ମାରିଥିଲେ ସୁଦ୍ଧା ସେଥିପ୍ରତି କେହି ଖାତିର କରୁ ନାହାନ୍ତି। ଏପରିସ୍ଥଳେ ବାବା ଦୂତିକେଶ୍ୱର ମହାଦେବଙ୍କ ମନ୍ଦିର ନିକଟସ୍ଥ ପାଣି ଟାଙ୍କି ପାଖରେ ଝାଟିମାଟି ଓ ଚାଳଛପର ଘର ନିର୍ମାଣ କରି କେତେକ ଲୋକ ସରକାରୀ ଜାଗା ହଡପ କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । ଜବରଦଖଲ ସମ୍ପର୍କରେ ସ୍ଥାନୀୟ ତହସିଲଦାର ପ୍ରମୋଦ କୁମାର ନାୟକଙ୍କୁ ପଚରାଯିବାରୁ ସମ୍ପ୍ରତି ଆଚରଣ ବିଧି ଲାଗିଥିବାରୁ କୌଣସି କାଯର୍‌ୟାନୁଷ୍ଠାନ ହୋଇପାରିବ ନାହିଁ ଏବଂ ଆଚରଣ ବିଧି ଉଠିବା ପରେ ହିଁ ଯାହାକିଛି କରାଯାଇପାରିବ ବୋଲି ସେ ପ୍ରକାଶ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବାଲୁଗାଁ ମାଛ ମାର୍କେଟ ୭ଦିନ ଶଟ୍‌ଡାଉନ: ୨ ମାଛ ଗୋଦାମ, ୩ ବରଫ କଳ ସିଲ୍‌

ଖୋର୍ଦ୍ଧା ଅଫିସ/ବାଲୁଗାଁ ,୧୮ା୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁର ଜଣେ ମତ୍ସ୍ୟ ବ୍ୟବସାୟୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଶନିବାର ଜିଲାପାଳ ଶୀତାଂଶୁ କୁମାର ରାଉତ...

ନିର୍ମାଣାଧୀନ କୋଠାରୁ ମିଳିଲା ଝୁଲନ୍ତା ମୃତଦେହ

ଭଦ୍ରକ ଅଫିସ, ୨୨।୯- ଭଦ୍ରକ ଜିଲା ବନ୍ତ ଛକ ନିକଟ ଏକ ନିର୍ମାଣାଧୀନ କୋଠାର ୩ ମହଲାରୁ ରବିବାର ଅପରାହ୍ନରେ ଜଣେ ଅଚିହ୍ନା ଯୁବକଙ୍କ ଝୁଲନ୍ତା...

କ୍ଲିନିକ୍‌ ସିଲ୍‌, ଡାକ୍ତର ଗିରଫ

ଶେରଗଡ଼,୧୫ା୭(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଶେରଗଡ଼ ରମୁଣି ସାହିରେ କୋଭିଡ୍‌ କଟକଣା ନ ମାନି କ୍ଲିନିକ୍‌ ଖୋଲିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡିଛି। ସମ୍ପୃକ୍ତ କ୍ଲିନିକ୍‌କୁ ସିଲ୍‌ କରାଯାଇଥିବା...

ଇଞ୍ଜିନ୍‌ ବଦଳାଇବା ବେଳେ ଦୁର୍ଘଟଣା; ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଗୁଣପୁର,୨୩ା୧(ଡି.ଏନ୍‌.ଏ.) ରାୟଗଡ଼ା ଜିଲା ଗୁଣପୁର ରେଳ ଷ୍ଟେଶନ୍‌ରେ ବୁଧବାର ରାତିରେ ଏକ ଇଞ୍ଜିନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଇଞ୍ଜିନ୍‌ ସାମାନ୍ୟ ଲାଇନ୍‌ଚ୍ୟୁତ ହୋଇଥିବାବେଳେ ଟ୍ରେନ୍‌ ଚଳାଚଳ...

ଶୁଣିଲାନି ପ୍ରଶାସନ, ରାସ୍ତା ମରାମତି କଲେ ଗ୍ରାମବାସୀ

କୋକସରା, ୩୧।୮ (ଡି.ଏନ.ଏ.) କଳାହାଣ୍ଡି ଜିଲା ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା କୋକସରା ବ୍ଲକ କାଉଡୋଲା-ଲଡୁଗାଁ ରାସ୍ତା ଶୋଚନୀୟ ହୋଇପଡିଛି। ଏ ନେଇ...

ବନ୍ୟାରେ ୧୨ ପାନୀୟ ଜଳ ପ୍ରକଳ୍ପ କ୍ଷତିଗ୍ରସ୍ତ

ସୋନପୁର,୧୮।୮(ନି.ପ୍ର.):ଲଘୁଚାପ ଜନିତ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ସୁବର୍ଣ୍ଣପୁର ଜିଲାରେ ବ୍ୟାପକ କ୍ଷତି ଘଟିଛି। ପାଣି ଜମି ରହିବା ଫଳରେ ହଜାର ହଜାର ଏକର...

ଜୁନାଗଡ ପୋଲିସ ପକ୍ଷରୁ ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ

ଜୁନାଗଡ,୭।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହରସ୍ଥିତ ସଂସ୍କୃତି ଭବନଠାରେ ଜୁନାଗଡ ପୋଲିସ ପକ୍ଷରୁ ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଏଥିରେ ଜୁନାଗଡ ସରକାରୀ...

ଇଜିମାଇଲ ଜମି ଉପରେ ବିଜୁ ପକ୍କାଘର ନିର୍ମାଣ ଅଭିଯୋଗ:ତ୍ରୁଟିପୂର୍ଣ୍ଣ ପଟ୍ଟା ଦେଇ ସରକାରୀ ଅର୍ଥ ହଡ଼ପ

ରସୁଲପୁର,୧୩ା୧(ଡିଏନଏ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଓ ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନାରେ ବାସହୀନଙ୍କୁ ଗୃହ ଯୋଗାଇ ଦିଆଯାଉଛି। ତେବେ ଏ ନେଇ ରହିଥିବା...

Advertisement
Archives

Model This Week