ଭୁବନେଶ୍ୱର,୧୬।୯ (ବ୍ୟୁରେ):ବହୁ ଚର୍ଚ୍ଚିତ ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ଲକ୍ଷ୍ମଣ ନାୟକ ଓ ମୋନାଲିସା ନାୟକଙ୍କ ୨ ବର୍ଷର ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ ଓରଫ୍ ପିହୁ ନିଖୋଜ ହେବା ଘଟଣାକୁ ୨ ବର୍ଷ ପୂରିଛି। ଗାଁ ଦାଣ୍ଡରେ ଖେଳୁଥିବାବେଳେ ପିହୁ ନିଖୋଜ ହୋଇଥିଲେ। ଏନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏଯାବତ ଖୋଜି ପାଇପାରିନାହିଁ। ଏଥିସହ ପିହୁଙ୍କୁ ଖୋଜିଆଣିବା ଲାଗି ରାଜ୍ୟ ସରକାର ଓ ପୋଲିସ ବିଭାଗର ସମସ୍ତ ନ୍ୟାୟିକା ବ୍ୟବସ୍ଥାରେ ମା’ ମୋନାଲିସା ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ତେଣୁ ନ୍ୟାୟ ସହ ମାମଲାର ସିବିଆଇ ତଦନ୍ତ ଦାବିରେ ମୋନାଲିସା ଯାଜପୁରରୁ ଭୁବନେଶ୍ୱର ଆସି ସଂଘର୍ଷ କରୁଛନ୍ତି। ଏଥିସହ ଗୁରୁବାରଠାରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଓଏସ୍ସିପିସିଆର୍) କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।
ମୋନାଲିସାଙ୍କ କହିବାନୁଯାୟୀ, ସିବିଆଇ ତଦନ୍ତ ସୁପାରିଶ କରିବା ପାଇଁ ଅଗଷ୍ଟ ୨୯ରେ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କୁ ଲିଖିତ ନିବେଦନ କରିଥିଲେ। ହେଲେ ସରକାର କାହିଁକି ସିବିଆଇ ତଦନ୍ତ ଲାଗି ସୁପାରିଶ କରୁନାହାନ୍ତି ବୋଲି ଏନେଇ ସେ ପ୍ରଶ୍ନ କରିଛନ୍ତି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ସାବତୀ ପ୍ରଧାନ କହିଛନ୍ତି, ଆମ ପକ୍ଷରୁ ସବୁ ପ୍ରୟାସ କରାଯାଉଛି। ଜିଲାପାଳ, ଏସ୍ପି ଓ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଛି। ଏଥିସହ ପିହୁ ମା’ଙ୍କ ଦାବିପତ୍ରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସୁପାରିଶ କରିଛି, ସେମାନେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସେହିପରି ଅନୁଗୋଳରେ ମଧ୍ୟ ଗୋଟେ ସୂଚନା ଆସିଲା ୨ ବର୍ଷ ହେଲା ଗୋଟିଏ ଝିଅ ହଜିଥିଲା, ସେ ମିଳିଛି। ଏନେଇ ମୋନାଲିସାଙ୍କୁ ଫଟୋ ଦେଖାଇଥିଲୁ, କିନ୍ତୁ ସେ ତାଙ୍କ ଝିଅ ନୁହେଁ ବୋଲି ମନା କଲେ। କେନ୍ଦ୍ରପଡା, ଅନୁଗୋଳ, ଢେଙ୍କାନାଳ, ଜଗତ୍ସିଂପୁର ଜିଲାପାଳଙ୍କୁ ମଧ୍ୟ ଚିଠି ଲେଖିଥିବା ସେ କହିଛନ୍ତି। ଏହି ଘଟଣା ନେଇ ଗୃହ ବିଭାଗ ଓ ସରକାରଙ୍କ ବିଭିନ୍ନ ବିଭାଗ ସହ ଆଲୋଚନ କରିବେ। ଏଥିସହ ସିସିଆଇ ଅନୁଷ୍ଠାନକୁ ବହୁ ନିଖୋଜ ପିଲା ଆସୁଛନ୍ତି। ସୂଚନା ମିଳିଲେ ତୁରନ୍ତ ଜଣାଇବୁ ବୋଲି ସନ୍ଧ୍ୟାବତୀ କହିଛନ୍ତି।
ଏପଟେ କୌଣସି ବ୍ୟକ୍ତି ପିହୁଙ୍କ ସମ୍ପର୍କରେ ଜଣାଇଲେ ପୁରସ୍କାର ଦିଆଯିବ ବୋଲି ବିଞ୍ଝାରପୁର ଥାନା ଆଇଆଇସି ରଞ୍ଜିତ ମହାନ୍ତି ଘୋଷଣା କରିବା ସହ ଏନେଇ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।

ଖେଳ ଦେଖି ଘରକୁ ଫେରୁଥିଲେ ସେନା କର୍ମଚାରୀ, ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଜୀବନ
ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଖେଳ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି ଜଣେ ଭାରତୀୟ ସେନା କର୍ମଚାରୀ ।...

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା
ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ।...

ଅମଳ ବେଳେ ଭିଜିଲା ଧାନ ଫସଲ
ଲାଠୋର/ଖପ୍ରାଖୋଲ, ୭ା୧୨(ଭୁବନେଶ୍ୱର ବାରିକ/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କ୍ଷେତରେ ଅମଳ...

ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ
ବେଗୁନିଆ,୭।୧୨(ହର ପ୍ରସନ୍ନ ପଣ୍ଡା)କବି ଦ୍ୱିଜ ଗୌରଚରଣ ଅଧିକାରୀ ଜନସାଧାରଣଙ୍କ ମାନସ ପଟରେ ଉଭେଇ ଯିବାକୁ ବସିଛନ୍ତି। ଏପରିକି ତାଙ୍କର ସ୍ମୃତି ପୀଠ ମଧ୍ୟ ମାଟିରେ ଲୀନ...

ଚାଲିଲାନି ଗ୍ୟାସ୍ଚୁଲା, ମଶାଣିରୁ ଫେରିଲା ମୃତଦେହ
ଭୁବନେଶ୍ୱର, ୭।୧୨ (ବନ୍ଦନା ସେଠୀ)ଚାଲିଲାନି ଗ୍ୟାସ୍ ଚୁଲା ମେଶିନ। ଫଳରେ ମଶାଣିରୁ ଫେରିଲା ମୃତଦେହ। ମଙ୍ଗଳବାର ବିଏମ୍ସି ଅଧୀନ ପଟିଆସ୍ଥିତ ଜଳିମୁଣ୍ଡା ସାହି ଶ୍ମଶାନରେ ଏଭଳି...

ଦୂରଦୃଷ୍ଟି ଅଭାବରୁ ଦୁର୍ଦ୍ଦଶା
ଭୁବନେଶ୍ୱର,୭ା୧୨(ଅନିଲ ଦାସ)ରାଜ୍ୟର ମୁଖଶାଳା କୁହାଯାଉଥିବା ରାଜଧାନୀ ଭୁବନେଶ୍ୱର ମହାନଗରର ଅବ୍ୟବସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ସହରବାସୀଙ୍କ ପାଇଁ ଅଭିଶାପ ପାଲଟିଗଲାଣି। ଗତ କିଛି ମାସ ହେବ ସୈନିକ...

ନୀତାଙ୍କୁ ସ୍ପୋଟର୍ସ ଲିଡର ଅଫ୍ ଦି ଇୟର ଆଓ୍ବାର୍ଡ
ଭୁବନେଶ୍ୱର,୭।୧୨ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ୍. ଅମ୍ବାନୀଙ୍କୁ ନିକଟରେ ସ୍ପୋଟର୍ସ ଲିଡର ଅଫ୍ ଦି ଇୟର (ମହିଳା) ଆଓ୍ବାର୍ଡ (ପୁରସ୍କାର)ରେ ସମ୍ମାନିତ କରାଯାଇଛି।...

ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା ବର୍ଷା
ବ୍ରହ୍ମପୁର,୭ା୧୨ (ସ୍ମୃତି ରଞ୍ଜନ ମହାଲିକ)ବାତ୍ୟା ମିଗଜୋମ ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ହୋଇଛି। ଧାନ କଟା ହୋଇ ବିଲରେ ପଡିଥିବାରୁ ବର୍ଷା ଯୋଗୁ ଶତାଧିକ...
Archives
