ଓଏନ୍‌ଜିସି, ଆଇଓସି, ଏନ୍‌ଟିପିସି, ଗେଲ୍‌ର ସରକାରୀ ନିୟନ୍ତ୍ରଣ ହଟିବ

ବଜେଟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖିବା ଲାଗି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏବେ ଲାଭଜନକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ନିଜର ନିୟନ୍ତ୍ରଣ ହଟାଇବାକୁ ଚାହୁଁଛନ୍ତି। ଏହାଦ୍ୱାରା ଦେଶରେ ନିବେଶ ବୃଦ୍ଧି ପାଇବ ବୋଲି ସରକାର ଭାବୁଛନ୍ତି।
ଶକ୍ତି କ୍ଷେତ୍ରରେ କାର୍ଯ୍ୟରତ ପ୍ରମୁଖ ଲାଭଜନକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତୈଳ ଓ ପ୍ରାକୃତିକ ବାଷ୍ପ ନିଗମ(ଓଏନ୍‌ଜିସି), ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସି), ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ(ଏନ୍‌ଟିପିସି) ଓ ଗ୍ୟାସ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ(ଗେଲ୍‌)ରେ ଥିବା ସରକାରଙ୍କ ଅଂଶଧନକୁ ୫୧%ରୁ କମ୍‌ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ମୋଦିଙ୍କ ସମ୍ପତ୍ତି ବିକ୍ରି ବିଭାଗ ମୁଖ୍ୟ(ଡିପାର୍ଟମେଣ୍ଟ ଅଫ୍‌ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ୍‌ ଆସେଟ ମ୍ୟାନେଜମେଣ୍ଟ ସଚିବ) ଅତନୁ ଚକ୍ରବର୍ତ୍ତୀ କହିଛନ୍ତି। ଏଗୁଡ଼ିକୁ ଘରୋଇ ହାତକୁ ଦେଇ କାର୍ଯ୍ୟଦକ୍ଷତା ବଢ଼ାଇବା ସହ ନିବେଶ ବୃଦ୍ଧି କରିବାକୁ ସରକାର ଚାହୁଁଛନ୍ତି ବୋଲି ସେ କହିଛନ୍ତି। ତେବେ ଭାରତୀୟ ଜୀବନ ବୀମା କମ୍ପାନୀ ଭଳି କେତେକ ଅତି ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ସରକାରଙ୍କ ଅଂଶଧନ ୫୧%ରୁ କମିବ ନାହିଁ ବୋଲି ଅତନୁ ପ୍ରକାଶ କରିଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ମାଧ୍ୟମରେ ୨୦୧୯-୨୦ ଆର୍ଥିକ ବର୍ଷରେ ସରକାର ୧.୦୫ ଲକ୍ଷ କୋଟି ଟଙ୍କା ଆଦାୟ କରିବାକୁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ବଜେଟ ଭାଷଣରେ ଉଲ୍ଲେଖ ରହିଛି। ସୂଚନାଥାଉ କି, ବିଶ୍ୱର ବୃହତ ତୈଳ କମ୍ପାନୀଙ୍କ ସମକକ୍ଷ ହେବା ଲାଗି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଦେଶର ସମସ୍ତ ତୈଳ କମ୍ପାନୀଙ୍କୁ ଏକାଠି ମିଶାଇ ଏକ ବୃହତ କମ୍ପାନୀ ପ୍ରତିଷ୍ଠା ଲାଗି ୨୦୧୭ରେ ପ୍ରସ୍ତାବ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିଲାଏନ୍ସ ଡିଜିଟାଲରେ ‘ଡିଜିଟାଲ ଇଣ୍ଡିଆ ସେଲ୍‌’

ଭୁବନେଶ୍ୱର,୧୫।୭: ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ ‘ଡିଜିଟାଲ ଇଣ୍ଡିଆ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ସବୁଠାରୁ ବଡ଼ ଇଲେକ୍ଟ୍ରୋନିକ୍ସ ସେଲ୍‌ର ପ୍ରଥମ ପର୍ଯ୍ୟାୟ...

ଅନିଲଙ୍କ ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ନେବ ଚାଇନା ବ୍ୟାଙ୍କ

ଲଣ୍ଡନ: ପ୍ରାୟ ୩ ଚାଇନା ବ୍ୟାଙ୍କରୁ ଋଣ ଆଣି ଏହାକୁ ପଇଠ କରିବା ଲାଗି ଦେବାଳିଆ ହୋଇ ଯାଇଥିବା ରିଲାଏନ୍ସ କମ୍ୟୁନିକେଶନ ମାଲିକ ଅନିଲ ଅମ୍ବାନୀ...

ତପନ ଚାନ୍ଦଙ୍କୁ ଓଡ଼ିଶା ବିଜ୍‌ନେସ୍‌ ଲିଡରଶିପ୍‌ ଆୱାର୍ଡ

ଭୁବନେଶ୍ୱର,୨୯।୯: ଓଡ଼ିଶାର ଅଭିବୃଦ୍ଧି ତଥା ପ୍ରଗତି କ୍ଷେତ୍ରରେ ସାମିଲ ଥିବା ଅଭିଜ୍ଞ ଓ ଦକ୍ଷ ବ୍ୟକ୍ତିତ୍ୟଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ନ୍ୟୁଜ୍‌୧୮ ଓଡ଼ିଆ ପକ୍ଷରୁ ଏକ...

ଜିଡିପି ୬.୧%କୁ ଖସିପାରେ: ଏସ୍‌ବିଆଇ ରିପୋର୍ଟ

ନୂଆଦିଲ୍ଲୀ,୨୯-୫: ଦେଶର ଆର୍ଥିକ ଅଭିବୃଦ୍ଧି ହାର ମାର୍ଚ୍ଚ ୨୦୧୯ରେ ଶେଷ ହେଉଥିବା ଚତୁର୍ଥ ତ୍ରୈମାସରେ ହ୍ରାସ ପାଇ ୫.୯ରୁ ୬.୧% ମଧ୍ୟରେ ରହିବ। ଏହାଦ୍ୱାରା ସମ୍ପୂର୍ଣ୍ଣ...

ଷ୍ଟାଇଲ ସ୍ପାରେ ଏଣ୍ଡ ଅଫ୍‌ ସିଜନ ସେଲ୍‌

ଭୁବନେଶ୍ୱର,୧୮-୪: ପ୍ରମୁଖ ଫର୍ନିଚର ନିର୍ମାତା କମ୍ପାନୀ ଷ୍ଟାଇଲ ସ୍ପା ପକ୍ଷରୁ ଏଣ୍ଡ୍‌ ଅଫ୍‌ ସିଜନ ସେଲ୍‌ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫରରେ ଗ୍ରାହକମାନେ...

ଏପ୍ରିଲ୨ରେ ବିଜ୍‌ନେସ୍‌ ଆଇଡିଆ ମଡେଲ କନ୍‌କ୍ଲେଭ

ଭୁବନେଶ୍ୱର,୩୦।୩: କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆ ଇଣ୍ଡଷ୍ଟ୍ରି (ସିଆଇଆଇ)ର ଭୁବନେଶ୍ୱର ଶାଖାର ଏକ ଅବିଚ୍ଛେଦ୍ୟ ଅଙ୍ଗ ୟଙ୍ଗ୍‌ ଇଣ୍ଡିଆନସ୍‌ ପକ୍ଷରୁ ୨୦୨୩ ଏପ୍ରିଲ ୨ରେ ‘ମୋ ଉତ୍କଳ...

ସମନ୍ବୟ ସହ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଗୁରୁତ୍ୱ

ଭୁବନେଶ୍ୱର,୨୯।୫: ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଅନ୍ତର୍ଗତ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳମାର୍ଗରେ ଭଦ୍ରକ ଏବଂ କଟକ ରେଲଓ୍ବେ ଷ୍ଟେଶନ ମଧ୍ୟରେ ୩ୟ ଲାଇନ...

ମଧ୍ୟମ ରହିବ ଘରୋଇ ବ୍ରୋକିଂ ଇଣ୍ଡଷ୍ଟ୍ରିର ରାଜସ୍ବ ବୃଦ୍ଧି

ନୂଆଦିଲ୍ଲୀ,୨୪।୩: ଦେଶର ଘରୋଇ ବ୍ରୋକିଂ ଶିଳ୍ପ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜସ୍ବ ଅଭିବୃଦ୍ଧି ୫% ଅର୍ଥାତ୍‌ ମଧ୍ୟମ ଶ୍ରେଣୀର ରହିବ ବୋଲି ଅନୁମାନ କରାଯାଉଥିବା ଇନ୍‌ଭେଷ୍ଟମେଣ୍ଟ...

Advertisement
Archives

Model This Week