ଓଏଚ୍‌ଆର୍‌ସି କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ଜଷ୍ଟିସ ରଘୁବୀର ଦାଶ : ଶୀଘ୍ର ଫଇସଲା ହେବ ପଡ଼ିରହିଥିବା ସଙ୍ଗିନ ମାମଲା

ଭୁବନେଶ୍ୱର,୧୭।୫(ବ୍ୟୁରୋ)- ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ସଦସ୍ୟ ଥିବା ଜଷ୍ଟିସ୍‌ ରଘୁବୀର ଦାଶଙ୍କୁ ରାଜ୍ୟପାଳ ଗୁରୁବାର କାର୍ଯ୍ୟକାରୀ ଅଧ୍ୟକ୍ଷଭାବେ ନିଯୁକ୍ତ କରିଛନ୍ତି। ଏନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ମାନବାଧିକାର ସୁରକ୍ଷା ଧାରା ୧୯୯୩ର ସେକ୍ସନ ୨୫ (୧୯୯୪ର ଧାରା ୧୦) ଅନୁଯାୟୀ ରାଜ୍ୟପାଳ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦାଶଙ୍କୁ ଏହି ପଦବୀରେ ଅବସ୍ଥାପିତ କରିଛନ୍ତି।
ସୂଚନାଯୋଗ୍ୟ, ଦୀର୍ଘଦିନ ହେବ ରାଜ୍ୟ ମାନବାଧିକାର କମିଶନ ସଦସ୍ୟ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ଖାଲି ରହିଥିଲା। ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଅଭିଯୋଗ କେବଳ ଗ୍ରହଣ କରାଯାଉଥିଲା। କିନ୍ତୁ ବିଚାର ହୋଇ ନ ପାରିବାରୁ ମାମଲା ସଂଖ୍ୟା ବଢିବାରେ ଲାଗିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସଦସ୍ୟଙ୍କ ନାମ ଚୟନ କରି ରାଜ୍ୟପାଳଙ୍କ ନିକଟକୁ ପଠାଇଥିଲେ। ୨୦୧୮ ଡିସେମ୍ବର ୨୪ରେ ରାଜ୍ୟପାଳ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦାଶଙ୍କୁ ରାଜ୍ୟ ମାନବାଧିକାର କମିଶନ ସଦସ୍ୟଭାବେ ନିଯୁକ୍ତ କରିଥିଲେ। ହେଲେ ମାନବାଧିକାର ଅଧ୍ୟକ୍ଷ ପଦ ଫାଙ୍କା ପଡିଥିଲା। ଜଷ୍ଟିସ ଦାଶ କାର୍ଯ୍ୟରେ ଯୋଗଦେବା ପରଠାରୁ ବର୍ତ୍ତମାନ ସୁଦ୍ଧା ହଜାରରୁ ଊର୍ଦ୍ଧ୍ୱ ଅଭିଯୋଗ ହୋଇଛି। ସେଥିମଧ୍ୟରୁ ୯୯୭ଟି ମାମଲାର ଫଇସଲା କରାଯାଇଥିବା ରାଜ୍ୟ ମାନବାଧିକାର କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ତେବେ ଜଷ୍ଟିସ ଦାଶଙ୍କ ପୂର୍ବରୁ ପଡ଼ିରହିଥିବା ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ଧୀରେ ଧୀରେ ଫଇସଲା କରାଯାଉଥିବାବେଳେ ଆଉ କେତେକ ସଙ୍ଗିନ ମାମଲାର ବିଚାର ହେବାର ରହିଛି। ଜଷ୍ଟିସ ଦାଶ ଏବେ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତି ପାଇଥିବାରୁ ଏସବୁ ମାମଲାର ଶୀଘ୍ର ଫଇସଲା ହୋଇଯିବ ବୋଲି ଆଶା କରାଯାଉଛି। ୨୦୧୮ ଅଗଷ୍ଟ ୧୫ରେ ଓଏଚ୍‌ଆର୍‌ସି ଅଧ୍ୟକ୍ଷ ଜଷ୍ଟିସ ବୀରକିଶୋର ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପରଠାରୁ କେହି ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇ ନ ଥିଲେ। ଏହି ନୂତନ ନିଯୁକ୍ତି ପାଇଁ ଜଷ୍ଟିସ ଦାଶ ରାଜ୍ୟପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ ୨ ପରୀକ୍ଷାରେ ୯୯.୫% ନମ୍ବର ରଖି ସଫଳତା ପାଇଲେ କୁନ୍ତୀ, ଚାରିଆଡୁ ଆସୁଛି ଶୁଭେଚ୍ଛା

ବୀରମହାରାଜପୁର,୨୧।୫ (ଯୁଗଳ କିଶୋର ମିଶ୍ର ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ବାଦଶ ଶ୍ରେଣୀ (ଯୁକ୍ତ୨) ପରୀକ୍ଷା ବୁଧବାର ପ୍ରକାଶ ପାଇଛି । ସୁବର୍ଣ୍ଣପୁର…

ଦୁର୍ଗାମାଧବ ରାଜ୍ୟରେ ଦ୍ୱିତୀୟ: ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ,୨୧।୫(ବିଦ୍ୟାଧର ସାହୁ): ଚଳିତବର୍ଷ ଯୁକ୍ତଦୁଇ ବିଜ୍ଞାନରେ ରାଜ୍ୟରେ ୨ୟ ସ୍ଥାନ ଅଧିକାର କରିଛନ୍ତି ଦୁର୍ଗାମାଧବ ବାରିକ l ଗଞ୍ଜାମ ସହର ଦୁର୍ଗାଦେବୀ ସାହି ବାସିନ୍ଦା ତଥା ଶିକ୍ଷକ…

୧୫୦ବର୍ଷ ପୂର୍ବଠାରୁ ବଳିଯିବ ୨୦୨୬ର ମହାପ୍ରଳୟ! ଚମକାଇଲା ପାଣିପାଗ ରିପୋର୍ଟ

ଭୁବନେଶ୍ୱର,୨୧।୫: ଗୋଟିଏ କଥା ନିଶ୍ଚିତ; ଏବର୍ଷ ଅଧିକ ଗରମ ହେବ କାରଣ ‘ଏଲ ନିନୋ’ ନିଜର ଉପସ୍ଥିତି ଜାହିର କରିବ। ଆପଣ ଏହା ପୂର୍ୱରୁ ଶୁଣିଥିବେ, କିନ୍ତୁ…

ଗୋଡାଇ ଗୋଡାଇ ଅପରାଧୀଙ୍କୁ ଏନକାଉଣ୍ଟର କଲା ପୋଲିସ: ପୋଲିସ ଡିଜିଙ୍କ ଚରମବାଣୀ ପରେ…

ବ୍ରହ୍ମପୁର, ୨୧/୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗିରିରୋଡ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରାଯାଇଛି। ଡିଜିଙ୍କ ଚରମବାଣୀ ପରେ ଅପରାଧୀଙ୍କୁ କାଉଣ୍ଟର ପାଇଁ ଏନକାଉଣ୍ଟର…

ସକାଳୁ ସକାଳୁ ପାଇଖାନାରୁ ମିଳିଲା ଛାତ୍ରଙ୍କ ହାତବନ୍ଧା ମୃତଦେହ: ହତ୍ୟା ସନ୍ଦେହ

ଭଦ୍ରକ, ୨୧।୫(ସନାତନ ରାଉତ):ଭଦ୍ରକ ଟାଉନ ଥାନା ଚରମ୍ପାର ଏକ ପାଇଖାନାରୁ ଜଣେ ଛାତ୍ରଙ୍କ ହାତବନ୍ଧା ମୃତଦେହ ଉଦ୍ଧାର l ପରିବାର ପକ୍ଷରୁ ହତ୍ୟା ସନ୍ଦେହ କରାଯାଉଛି l…

ଅଧରାତିରେ ବାଣପୁର ଥାନାରେ ଉନ୍ମତ୍ତକାଣ୍ଡ: ପୋଲିସ ହାଏ ହାଏ ସ୍ଲୋଗାନ ଦେଲେ ଯୁବକ

ବାଣପୁର,୨୧।୫(ଦିଲ୍ଲୀପ କୁମାର ସ୍ବାଇଁ): ବୁଧବାର ଅଧରାତିରେ ବାଣପୁର ଥାନାରେ ଏକ ଅଭାବନୀୟ ଘଟଣା ଘଟିଛି। ଯେଉଁଠି ପୋଲିସ ପାଖକୁ ଯିବାକୁ ସାଧାରଣ ଲୋକେ ଡରନ୍ତି କିନ୍ତୁ ବିଳମ୍ବିତ…

ଶହୀଦ ଭଗତ୍‌ ସିଂହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା: ବିଜ୍ଞାନରେ ସିମରନ ବ୍ଲକ ଟପ୍ପର

ଗଞ୍ଜାମ,୨୧।୫(ଅନାଥ ତରାଇ): +୨ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଗଞ୍ଜାମ ବ୍ଲକ ସ୍ଥିତ ସହିଦ ଭଗତ୍ ସିଂହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଏକ ଗୌରବମୟ…

ହତ୍ୟା ପରେ ମହିଳାଙ୍କୁ ପୋତିଦେଲେ! ନଦୀପଠାରୁ ଅଧାପୋତା ଅବସ୍ଥାରେ ମିଳିଲା…

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍‌): ହତ୍ୟା ପରେ ମହିଳାଙ୍କୁ ପୋତିଦେଲେ! କଟକ ବାରଙ୍ଗ ବ୍ରହ୍ମଣିଗାଁ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। କାଠଯୋଡ଼ି ନଦୀ ପିଠାରେ ଆଜି ସକାଳୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri