ଐତିହ୍ୟ ପଦଯାତ୍ରାରେ ସଙ୍ଗୀତର ଯୁଗଳବନ୍ଦୀ: ଖଣ୍ଡଗିରି, ଉଦୟଗିରି ଇତିହାସ ଜାଣିଲେ ପଯର୍ର୍‌ୟଟକ

ଭୁବନେଶ୍ୱର, ୨୧ା୪(ବ୍ୟୁରୋ)- ଭୁବନେଶ୍ୱରରେ ଚାଲିଥିବା ଐତିହ୍ୟ ପଦଯାତ୍ରାରେ ପ୍ରଥମଥର ଯୋଡି ହୋଇଛି ସଙ୍ଗୀତର ଯୁଗଳବନ୍ଦୀ। ଶନିବାର ଖଣ୍ଡଗିରି ଓ ଉଦୟଗିରିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ମଜା ନେଇଛନ୍ତି ପର୍ଯ୍ୟଟକ। ତବଲା ବାଦକ ସୁଶାନ୍ତ ଓ ନୃତ୍ୟଶିଳ୍ପୀ ଶଶିକାନ୍ତଙ୍କ ‘ଭାବନୀ ଦୟାନୀ’ରେ ଖଣ୍ଡଗିରି ଓ ଉଦୟଗିରି ଗୁମ୍ପାର ଇତିହାସ, ଐତିହ୍ୟ ଓ କଳିଙ୍ଗ ସାମ୍ରାଜ୍ୟର ଗାଥା ବିଷୟରେ ଜାଣିବାକୁ ପାଇଛନ୍ତି ପର୍ଯ୍ୟଟକ।

ପୂର୍ବାହ୍ନରେ ପଥଦର୍ଶକ ସତ୍ୟସ୍ବରୂପ ମିଶ୍ର ପର୍ଯ୍ୟଟକମାନଙ୍କୁ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ର ଇତିହାସ ବିଷୟରେ ବୁଝାଇଥିଲେ। ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ମହାବୀର ଜୈନଙ୍କ ସମୟରେ ଏହି ଐତିହ୍ୟ କିପରି ଗଢି ଉଠିଥିଲା ଓ ପରେ ଇଂରେଜମାନେ କିପରି ପାହଡ଼ ଭିତରେ ଥିବା ହାତୀଗୁମ୍ଫା ଏବଂ ଅନ୍ୟ କଳାକୃତିକୁ ସାମ୍ନାକୁ ଆଣିଥିଲେ ତାହାର ଇତିହାସ ଜାଣିଥିଲେ ପର୍ଯ୍ୟଟକ। ଏହି ଅବସରରେ ଭିଡିଓ ବ୍ଲଗର ମହମ୍ମଦ ଅନିସ ଖାନ୍‌ ତାଙ୍କ ଆଗାମୀ ପ୍ରୋଜେକ୍ଟ ଲାଗି ଦୁଇ ପାହାଡ଼ ସହ ଗୁମ୍ଫା, କଳାକୃତି ଓ ଶିଳାଲେଖ ଆଦିର ଭିଡ଼ିଓ ଉତ୍ତୋଳନ କରିଥିଲେ। ସେହିପରି ରିଜର୍ଭ ବ୍ୟାଙ୍କର ବରିଷ୍ଠ ଅଧିକାରୀ ନୀଳାଦ୍ରି ବିହାରୀ ପଣ୍ଡା କହିଥିଲେ, ମୁଁ ଆଗରୁ ବହୁଥର ଟ୍ବିନ୍‌ସିଟିକୁ ବୁଲିବାକୁ ଆସିଛି। କିନ୍ତୁ ଆଜିର ଅନୁଭୂତି କିଛି ଅଲଗା। ଭୁବନେଶ୍ୱର ଓ କଳିଙ୍ଗ ସାମ୍ରାଜ୍ୟର ଇତିହାସ ବିଷୟରେ ବହୁତ କିଛି ନୂଆକଥା ଜାଣିବାକୁ ମିଳିଲା ବୋଲି ସେ କହିଥିଲେ। ଏହି ପଦଯାତ୍ରାରେ ଦେଶର ଅଗ୍ରଣୀ ଆଇଟି କମ୍ପାନୀର ଭିଡ଼ିଓ ବ୍ଲଗର, ଇଣ୍ଟର୍ନଶିପ୍‌ କରୁଥିବା ଛାତ୍ର, ‘ଟେରୀ’ଓ କିଟ୍‌ର ଛାତ୍ରୀଛାତ୍ର, ରିଜର୍ଭ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଓ ଦନ୍ତ ଚିକିତ୍ସକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ଦମନ ପାଇଁ ନୂଆ ରଣନୀତି

ଭୁବନେଶ୍ୱର,୪।୧୦ (ବ୍ୟୁରୋ): ମାଓବାଦୀଙ୍କୁ ନିପାତ କରିବା ପାଇଁ ପ୍ରସ୍ତୁତ ହେଉଛି ନୂଆ ରଣନୀତି। ଏଥିପାଇଁ ଆବଶ୍ୟକ ସମସ୍ତ ସହଯୋଗ କେନ୍ଦ୍ର ସରକାର ଯୋଗାଇ ଦେବେ। ଶନିବାର...

ବିଦ୍ୱାନ୍‌ ବ୍ୟକ୍ତି, ପ୍ରଗତିଶୀଳ ସମାଜ ଲାଗି ଚେଷ୍ଟା କରିଥାଏ: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଜଣେ ବିଦ୍ୱାନ୍‌ ବ୍ୟକ୍ତି ହିଁ ନ୍ୟାୟପୂର୍ଣ୍ଣ ଏବଂ ପ୍ରଗତିଶୀଳ ସମାଜ ଗଠନ କରିବାକୁ ଚେଷ୍ଟା କରିଥାଏ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସୋମବାର...

ବାଟୋଇଙ୍କ ପାଇଁ ମାନସିଂହଙ୍କ ମାହାଲ ଖଞ୍ଜା

ମହାପ୍ରଭୁଙ୍କ ଉପାସନା ପରମ୍ପରା କେବଳ ଏକ ଉଦାରବାଦୀ ପରମ୍ପରା ନୁହଁ, ମଣିଷ ପଣିଆର ମୂଲ୍ୟବୋଧ ପରମ୍ପରା ମଧ୍ୟ। ଏହାର ରହସ୍ୟ ଭେଦିବା ବଁା ହାତର ଖେଳ...

ଏହି ସବୁ ଜିଲାରେ ଖୋଲିବ ନର୍ସିଂ କଲେଜ

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ୬୦୦ ସିଟ୍‌ ବିଶିଷ୍ଟ ନର୍ସିଂ କଲେଜ ଖୋଲିବ। ୧୦ଟି ଜିଲାରେ ଏହି କଲେଜ ଖୋଲିବାକୁ ସରକାର ଯୋଜନା କରିଛନ୍ତି। ପ୍ରତି କଲେଜରେ ୬୦ଟି...

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ଲକ୍ଷ ଦେଲା ଓଟିଡିସି

ଭୁବନେଶ୍ୱର, ୨୫।୩(ବ୍ୟୁରୋ): କରୋନା(କୋଭିଡ୍‌-୧୯)ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି(ସିଏମ୍‌ଆର୍‌ଏଫ୍‌)କୁ ଓଟିଡିସି ସହଯୋଗ କରିଛି। ଓଟିଡିସି ସିଏମ୍‌ଆର୍‌ଏଫ୍‌ ପାଣ୍ଠିକୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ...

ରବିବାର ସକାଳ ୬ରୁ ୭ଟା ଯାଏ ବନ୍ଦ ରହିବ ହେଲ୍ପଲାଇନ୍‌ ୧୦୪

ଭୁବନେଶ୍ୱର,୨୮ା୩(ବ୍ୟୁରୋ)- ବିଶ୍ୱ ମହାମାରୀ କରୋନା ଭୂତାଣୁ(କୋଭିଡ-୧୯) ବିଷୟରେ କୌଣସି ପ୍ରକାରର ସହାୟତା ପାଇଁ ରାଜ୍ୟ ସରକାର ପକ୍ଷରୁ ହେଲ୍ପ ଲାଇନ ୧୦୪ ନମ୍ବର ଜାରି କରାଯାଇଛି।...

ଖାଇବାକୁ ପାଉନାହାନ୍ତି ସ୍ଥାନାନ୍ତରିତ ବସ୍ତିବାସିନ୍ଦା

ଭୁବନେଶ୍ୱର,୬ା୪(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବସ୍ତି ଉଚ୍ଛେଦ ଓ ବସ୍ତିବାସିନ୍ଦାଙ୍କଙ୍କୁ ଗୋଟିଏ ଜୋନରୁ ଉଠାଇ ଅନ୍ୟ ଏକ ଜୋନକୁ ସ୍ଥାନାନ୍ତର କରୁଛନ୍ତି। କିନ୍ତୁ ବିଏମ୍‌ସି...

ଘୁଞ୍ଚିଲା ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ୱର, ୨୪।୪(ବ୍ୟୁରୋ)- ବରିଷ୍ଠ ବିଜେଡି ନେତା ତଥା ପିପିଲି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ବୁଧବାର ସ୍ବତନ୍ତ୍ର...

Advertisement
Archives

Model This Week