ଐତିହ୍ୟ ପଦଯାତ୍ରାରେ ସଙ୍ଗୀତର ଯୁଗଳବନ୍ଦୀ: ଖଣ୍ଡଗିରି, ଉଦୟଗିରି ଇତିହାସ ଜାଣିଲେ ପଯର୍ର୍‌ୟଟକ

ଭୁବନେଶ୍ୱର, ୨୧ା୪(ବ୍ୟୁରୋ)- ଭୁବନେଶ୍ୱରରେ ଚାଲିଥିବା ଐତିହ୍ୟ ପଦଯାତ୍ରାରେ ପ୍ରଥମଥର ଯୋଡି ହୋଇଛି ସଙ୍ଗୀତର ଯୁଗଳବନ୍ଦୀ। ଶନିବାର ଖଣ୍ଡଗିରି ଓ ଉଦୟଗିରିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ମଜା ନେଇଛନ୍ତି ପର୍ଯ୍ୟଟକ। ତବଲା ବାଦକ ସୁଶାନ୍ତ ଓ ନୃତ୍ୟଶିଳ୍ପୀ ଶଶିକାନ୍ତଙ୍କ ‘ଭାବନୀ ଦୟାନୀ’ରେ ଖଣ୍ଡଗିରି ଓ ଉଦୟଗିରି ଗୁମ୍ପାର ଇତିହାସ, ଐତିହ୍ୟ ଓ କଳିଙ୍ଗ ସାମ୍ରାଜ୍ୟର ଗାଥା ବିଷୟରେ ଜାଣିବାକୁ ପାଇଛନ୍ତି ପର୍ଯ୍ୟଟକ।

ପୂର୍ବାହ୍ନରେ ପଥଦର୍ଶକ ସତ୍ୟସ୍ବରୂପ ମିଶ୍ର ପର୍ଯ୍ୟଟକମାନଙ୍କୁ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ର ଇତିହାସ ବିଷୟରେ ବୁଝାଇଥିଲେ। ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ମହାବୀର ଜୈନଙ୍କ ସମୟରେ ଏହି ଐତିହ୍ୟ କିପରି ଗଢି ଉଠିଥିଲା ଓ ପରେ ଇଂରେଜମାନେ କିପରି ପାହଡ଼ ଭିତରେ ଥିବା ହାତୀଗୁମ୍ଫା ଏବଂ ଅନ୍ୟ କଳାକୃତିକୁ ସାମ୍ନାକୁ ଆଣିଥିଲେ ତାହାର ଇତିହାସ ଜାଣିଥିଲେ ପର୍ଯ୍ୟଟକ। ଏହି ଅବସରରେ ଭିଡିଓ ବ୍ଲଗର ମହମ୍ମଦ ଅନିସ ଖାନ୍‌ ତାଙ୍କ ଆଗାମୀ ପ୍ରୋଜେକ୍ଟ ଲାଗି ଦୁଇ ପାହାଡ଼ ସହ ଗୁମ୍ଫା, କଳାକୃତି ଓ ଶିଳାଲେଖ ଆଦିର ଭିଡ଼ିଓ ଉତ୍ତୋଳନ କରିଥିଲେ। ସେହିପରି ରିଜର୍ଭ ବ୍ୟାଙ୍କର ବରିଷ୍ଠ ଅଧିକାରୀ ନୀଳାଦ୍ରି ବିହାରୀ ପଣ୍ଡା କହିଥିଲେ, ମୁଁ ଆଗରୁ ବହୁଥର ଟ୍ବିନ୍‌ସିଟିକୁ ବୁଲିବାକୁ ଆସିଛି। କିନ୍ତୁ ଆଜିର ଅନୁଭୂତି କିଛି ଅଲଗା। ଭୁବନେଶ୍ୱର ଓ କଳିଙ୍ଗ ସାମ୍ରାଜ୍ୟର ଇତିହାସ ବିଷୟରେ ବହୁତ କିଛି ନୂଆକଥା ଜାଣିବାକୁ ମିଳିଲା ବୋଲି ସେ କହିଥିଲେ। ଏହି ପଦଯାତ୍ରାରେ ଦେଶର ଅଗ୍ରଣୀ ଆଇଟି କମ୍ପାନୀର ଭିଡ଼ିଓ ବ୍ଲଗର, ଇଣ୍ଟର୍ନଶିପ୍‌ କରୁଥିବା ଛାତ୍ର, ‘ଟେରୀ’ଓ କିଟ୍‌ର ଛାତ୍ରୀଛାତ୍ର, ରିଜର୍ଭ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଓ ଦନ୍ତ ଚିକିତ୍ସକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡିଜିପି: କହିଲେ, ମାନସିକ ଚାପ…

ଭୁବନେଶ୍ୱର,୧୦।୭(ତ୍ରିନାଥ ମହାନ୍ତି):ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌, ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର,୯।୭: ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଆସନ୍ତା…

ପାଠ ପଢ଼ିବାକୁ ଭୁବନେଶ୍ବର ଆସିଥିଲେ ଝିଆରୀ; ବଳାତ୍କାର କରୁଥିଲେ ମଉସା, ସହଯୋଗ କରୁଥିଲେ ମାଉସୀ

ଭୁବନେଶ୍ୱର,୯।୭(ପ୍ରସନଜିତ୍‌ ସାହୁ): ରାଜଧାନୀ ଭୁବନେଶ୍ୱରରେ ଏକ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକା ଝିଆରୀଙ୍କୁ ତାଙ୍କ ମଉସା…

ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୩୦ରୁ ୪୦ କିମି ବେଗରେ ବହିବ ପଦନ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୯ା୭(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ସଦୃଶ ଲଘୁଚାପ…

ଠିକା କର୍ମଚାରୀ ହେବେ ନିୟମିତ: ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିବାବେଳେ ଏହାକୁ ସରକାର ଗୁରୁତ୍ୱର…

ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା; ବୋମା ନିଷ୍କ୍ରିୟକାରୀ ଦଳର ଛାନଭିନ୍ ଜାରି

ଭୁବନେଶ୍ୱର, ୮।୭: ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି। ଧମକ ଖବର ପାଇବା ମାତ୍ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri