Posted inଫୁରସତ

ଏହି ସ୍ଥାନରେ ରହିଛି ଆସ୍ଥା ବ୍ୟାଙ୍କ: ଏଠାରେ ଜମା ହୁଏ ‘ଓମ୍‌ ନମଃ ଶିବାୟ’

ବ୍ୟାଙ୍କର ନାଁ ଆସିଲେ ସାଧାରଣତଃ ଆମ ମନରେ ଟଙ୍କା ନେଣ ଦେଣ କଥା ଆସିଥାଏ। କିନ୍ତୁ ଏଭଳି ଏକ ବ୍ୟାଙ୍କ ଅଛି ଯେଉଁଠାରେ ଟଙ୍କା ନୁହେଁ ବରଂ ଆସ୍ଥା ଜମା ହୋଇଥାଏ। ଉତ୍ତରପ୍ରଦେଶ ବାରାଣସୀରେ ଏଭଳି ଏକ ନିଆରା ବ୍ୟାଙ୍କ ରହିଛି। ବାବା ବିଶ୍ୱନାଥଙ୍କ ସହର ବାରାଣସୀରେ ବିଶ୍ୱନାଥ ଗଳିରେ ଏଭଳି ଏକ ବ୍ୟାଙ୍କ ରହିଛି। ଯାହା ‘ଓମ୍‌ ନମଃ ଶିବାୟ’ ବ୍ୟାଙ୍କ ନାମରେ ନାମିତ ହୋଇଛି।

ଏଠାରେ କର୍ମଚାରୀ ମଧ୍ୟ ରହିଥିବା ବେଳେ ସେମାନେ ସବୁ ହିସାବ ନିକାଶ ରଖିଥାନ୍ତି। ହେଲେ ପାର୍ଥକ୍ୟ ଏତିକି ଯେ ଏଠାରେ ଟଙ୍କା ନୁହେଁ ବରଂ ଶିବଙ୍କ ପଞ୍ଚାକ୍ଷର ମନ୍ତ୍ର ‘ଓମ୍‌ ନମଃ ଶିବାୟ’ ଲେଖା ହୋଇ ଜମା ହୋଇଥାଏ। ଏହି ବ୍ୟାଙ୍କରେ ଗୋଟିଏ ଜନ୍ମର ଜମା ପୁଞ୍ଜି ଆର ଜନ୍ମକୁ ସୁଧ ସହ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଭକ୍ତମାନେ ଏଠାକୁ ଆସି ନିଜର ଖାତା ଖୋଲିଥାନ୍ତି, ଏହା ବଦଳରେ ତାଙ୍କୁ ଏକ ବୁକଲେଟ୍‌ ମିଳିଥାଏ। ଯେଉଁଥିରେ ସେମାନେ ଶିବଙ୍କ ପଞ୍ଚାକ୍ଷର ମନ୍ତ୍ରକୁ ଲେଖି ସେଠାରେ ଜମା କରିଥାନ୍ତି। ବିଶେଷ କଥା ହେଲା ଖାତା ଖୋଲିବା ହେଉ କି ବାକି ଅନ୍ୟ ସବୁ ପ୍ରକ୍ରିୟା ପାଇଁ ଏଠାରେ କୌଣସି ପଇସା ଲାଗେ ନାହିଁ। ଏହା ସବୁ ମାଗଣାରେ ହୋଇଥାଏ।

ଏଭଳି କଲେ ଭକ୍ତଙ୍କୁ କେବଳ ଶାନ୍ତି ନୁହେଁ ବରଂ ପୁଣ୍ୟ ମିଳିଥାଏ। ଏଥିସହ ଭଗବାନ ଭୋଳାନାଥ ଭକ୍ତଙ୍କ ଦୁଃଖ, ଦାରିଦ୍ର୍ୟ ଦୂର କରିବା ସହ ମନସ୍କାମନା ମଧ୍ୟ ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ସୂଚନାଯୋଗ୍ୟ, ଏହି ବ୍ୟାଙ୍କର ସ୍ଥାପନା ୨୦୦୨ରେ ବାବା ବିଶ୍ୱନାଥ ମନ୍ଦିରର ୧୧ଜଣ ବ୍ରାହ୍ମଣ କରିଥିଲେ। ସେବେଠାରୁ ଆଜି ଯାଏଁ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ବ୍ୟାଙ୍କ ଖୋଲା ହୋଇଥାଏ। ଭଗବାନ ଶିବଙ୍କ ପୂଜାର୍ଚ୍ଚନାରୁ ଏହି ଲେଖା ଆରମ୍ଭ ହେଉଥିବା ବେଳେ ଏପର୍ଯ୍ୟନ୍ତ ୧୩୬ କୋଟିରୁ ଊର୍ଦ୍ଧ୍ୱ ପଞ୍ଚାକ୍ଷର ମନ୍ତ୍ର ଏଠାରେ ଜମା ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ସାର କାରଖାନା ଇଫ୍‌କୋରେ ଉତ୍ପାଦନ ବନ୍ଦ

ପାରାଦୀପ,୨୨।୫(ଶରତ ରାଉତ):ଏସିଆ ମହାଦେଶର ସର୍ବବୃହତ୍‌ ସାର କାରଖାନା ପାରାଦୀପ ଇଫ୍‌କୋରେ ବୁଧବାରଠାରୁ ଉତ୍ପାଦନ ବନ୍ଦ ରହିଛି। କାରଣ ଉକ୍ତ କାରଖାନାରେ ଆବଶ୍ୟକ କଞ୍ଚାମାଲ ଅଭାବ ଦେଖାଦେଇଛି। ଏହାର…

ଅକାମୀ ହୋଇପଡିଛି ୨୬ ଲକ୍ଷର ପ୍ରୋଜେକ୍ଟ: ଚାଷୀ ହନ୍ତସନ୍ତ

କେସିଙ୍ଗା,୨୨।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭମରମାଲ ଗ୍ରାମ ନିକଟରେ ଜଳସେଚନ ପାଇଁ ଗତ ୨୦୨୦-୨୧ରେ ୨୬ ଲକ୍ଷ ୮୨…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ଏଣିକି କୃଷକଙ୍କ କାର୍ଯ୍ୟ ହେବ ସହଜ: ଶୁଭାରମ୍ଭ ହେଲା…

ମହାକାଳପଡ଼ା, ୨୨ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କିଆର ବାଙ୍କସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଠାରେ ଖରିଫ୍‌ ଫସଲ ସମ୍ବନ୍ଧୀୟ କୃଷକ ପଞ୍ଜୀକରଣ, ସଫଳ…

କଲ୍ୟାଣସିଂହପୁର ଲ୍ୟାମ୍ପ ଏମ୍‌ଡିଙ୍କ ଘରେ ଭିଜିଲାନ୍ସ ରେଡ୍, ବେଆଇନ କାରବାର…

କଲ୍ୟାଣସିଂହପୁର,୨୨।୫(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସମବାୟ ସମିତି ଲ୍ୟାମ୍ପରେ ହୋଇଥିବା କୋଟି କୋଟି ଟଙ୍କାର ଅର୍ଥ ହେରଫେର ଘଟଣା ନୂଆ ମୋଡ଼ ନେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri