Posted inଫୁରସତ

ଏହି ସ୍ଥାନରେ ରହିଛି ଆସ୍ଥା ବ୍ୟାଙ୍କ: ଏଠାରେ ଜମା ହୁଏ ‘ଓମ୍‌ ନମଃ ଶିବାୟ’

ବ୍ୟାଙ୍କର ନାଁ ଆସିଲେ ସାଧାରଣତଃ ଆମ ମନରେ ଟଙ୍କା ନେଣ ଦେଣ କଥା ଆସିଥାଏ। କିନ୍ତୁ ଏଭଳି ଏକ ବ୍ୟାଙ୍କ ଅଛି ଯେଉଁଠାରେ ଟଙ୍କା ନୁହେଁ ବରଂ ଆସ୍ଥା ଜମା ହୋଇଥାଏ। ଉତ୍ତରପ୍ରଦେଶ ବାରାଣସୀରେ ଏଭଳି ଏକ ନିଆରା ବ୍ୟାଙ୍କ ରହିଛି। ବାବା ବିଶ୍ୱନାଥଙ୍କ ସହର ବାରାଣସୀରେ ବିଶ୍ୱନାଥ ଗଳିରେ ଏଭଳି ଏକ ବ୍ୟାଙ୍କ ରହିଛି। ଯାହା ‘ଓମ୍‌ ନମଃ ଶିବାୟ’ ବ୍ୟାଙ୍କ ନାମରେ ନାମିତ ହୋଇଛି।

ଏଠାରେ କର୍ମଚାରୀ ମଧ୍ୟ ରହିଥିବା ବେଳେ ସେମାନେ ସବୁ ହିସାବ ନିକାଶ ରଖିଥାନ୍ତି। ହେଲେ ପାର୍ଥକ୍ୟ ଏତିକି ଯେ ଏଠାରେ ଟଙ୍କା ନୁହେଁ ବରଂ ଶିବଙ୍କ ପଞ୍ଚାକ୍ଷର ମନ୍ତ୍ର ‘ଓମ୍‌ ନମଃ ଶିବାୟ’ ଲେଖା ହୋଇ ଜମା ହୋଇଥାଏ। ଏହି ବ୍ୟାଙ୍କରେ ଗୋଟିଏ ଜନ୍ମର ଜମା ପୁଞ୍ଜି ଆର ଜନ୍ମକୁ ସୁଧ ସହ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଭକ୍ତମାନେ ଏଠାକୁ ଆସି ନିଜର ଖାତା ଖୋଲିଥାନ୍ତି, ଏହା ବଦଳରେ ତାଙ୍କୁ ଏକ ବୁକଲେଟ୍‌ ମିଳିଥାଏ। ଯେଉଁଥିରେ ସେମାନେ ଶିବଙ୍କ ପଞ୍ଚାକ୍ଷର ମନ୍ତ୍ରକୁ ଲେଖି ସେଠାରେ ଜମା କରିଥାନ୍ତି। ବିଶେଷ କଥା ହେଲା ଖାତା ଖୋଲିବା ହେଉ କି ବାକି ଅନ୍ୟ ସବୁ ପ୍ରକ୍ରିୟା ପାଇଁ ଏଠାରେ କୌଣସି ପଇସା ଲାଗେ ନାହିଁ। ଏହା ସବୁ ମାଗଣାରେ ହୋଇଥାଏ।

ଏଭଳି କଲେ ଭକ୍ତଙ୍କୁ କେବଳ ଶାନ୍ତି ନୁହେଁ ବରଂ ପୁଣ୍ୟ ମିଳିଥାଏ। ଏଥିସହ ଭଗବାନ ଭୋଳାନାଥ ଭକ୍ତଙ୍କ ଦୁଃଖ, ଦାରିଦ୍ର୍ୟ ଦୂର କରିବା ସହ ମନସ୍କାମନା ମଧ୍ୟ ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ସୂଚନାଯୋଗ୍ୟ, ଏହି ବ୍ୟାଙ୍କର ସ୍ଥାପନା ୨୦୦୨ରେ ବାବା ବିଶ୍ୱନାଥ ମନ୍ଦିରର ୧୧ଜଣ ବ୍ରାହ୍ମଣ କରିଥିଲେ। ସେବେଠାରୁ ଆଜି ଯାଏଁ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ବ୍ୟାଙ୍କ ଖୋଲା ହୋଇଥାଏ। ଭଗବାନ ଶିବଙ୍କ ପୂଜାର୍ଚ୍ଚନାରୁ ଏହି ଲେଖା ଆରମ୍ଭ ହେଉଥିବା ବେଳେ ଏପର୍ଯ୍ୟନ୍ତ ୧୩୬ କୋଟିରୁ ଊର୍ଦ୍ଧ୍ୱ ପଞ୍ଚାକ୍ଷର ମନ୍ତ୍ର ଏଠାରେ ଜମା ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

ଦେଶର ସବୁଠାରୁ ବଡ ଭୋଟର ପରିବାର, ୧୦-୨୦ ନୁହେଁ ଗୋଟିଏ ପରିବାରରେ ଭୋଟରଙ୍କ ସଂଖ୍ୟା ଶହେରେ

ଗୁଆହାଟି,୧୫।୪: ଲୋକ ସଭା ନିର୍ବାଚନ ୨୦୨୪ରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଉ କିଛି ଦିନ ବାକି ଅଛି। ଏହି ସମୟରେ ଆସାମରେ ଏକ ପରିବାର...

ଇସ୍ରାଏଲ-ଇରାନ ବିବାଦ ମଧ୍ୟରେ ଆନନ୍ଦ ମହିନ୍ଦ୍ରାଙ୍କୁ ପସନ୍ଦ ଆସିଗଲା ଏହି ଗୋଟିଏ ଜିନିଷ: କହିଲେ, ଭାରତକୁ ବି ଏହା ଆବଶ୍ୟକ

ନୂଆଦିଲ୍ଲୀ,୧୫।୪: ଅନେକ ଦିନ ପରେ ନୀରବ ରହିବା ପରେ ଶେଷରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ଏହି ବିବାଦ ଉପରେ ସମଗ୍ର...

ବିବାହରେ ଅପେକ୍ଷା କରିଥିଲେ ଅତିଥି, ହନିମୁନ୍‌ରେ ବାହାରିଲେ ବରକନ୍ୟା, ଲଜ୍ଜିତ ହେଲେ ପରିବାର

ବିବାହ ହଲ୍‌ରେ ପ୍ରବେଶ କରିବା ପୂର୍ବରୁ ଆପଣ ବର କିମ୍ବା କନ୍ୟାଙ୍କର ଅନେକ କାହାଣୀ ଶୁଣିଥିବେ ନିଶ୍ଚୟ। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଉଭୟ...

Featured Video Play Icon

ସଫେଇ କର୍ମଚାରୀରୁ IAS ଅଫିସର

ଅବଦୁଲ୍ ନସର । ୫ ବର୍ଷ ବୟସରେ ମାତାପିତାଙ୍କ ଘଟିଥିଲା ମୃତ୍ୟୁ ।ଏହାପରେ ତାଙ୍କର ଲାଳନ ପାଳନ ହୋଇଥିଲା ଅନାଥ ଆଶ୍ରମରେ । କିନ୍ତୁ ଭାଗ୍ୟ...

ଗାଧୋଇବା ପାଇଁ ଅନ୍ୟ ଦେଶକୁ ବିମାନ ଯାତ୍ରା କଲେ ଏହି ଯୁବକ, ଖର୍ଚ୍ଚ କଲେ ଏତିକି ଟଙ୍କା…

ମୁମ୍ବାଇ: ଦୁନିଆରେ ଅଜବ ଧରଣର ଲୋକ ରହିଛନ୍ତି। କିଛି ଲୋକଙ୍କର ଅଜବ ସଉକ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏବେ ସେମିତି ଜଣେ ଯୁବକଙ୍କ ଫିଟୋ...

ଲାଞ୍ଚଂ ଶରଣଂ ଗଚ୍ଛାମି

ଥରେ ଜୀବେ ଦୟା ବିଷୟରେ ପ୍ରବଚନ ଶୁଣିଲା ପରେ ଉଦବୁଦ୍ଧ ହୋଇ ବାଟରେ ଯାଉଥିବା ଗାଈକୁ ଟିକେ ଆଉଁସି ଦେଲି । ଜାଗା ଅଜାଗାରେ ହାତ...

ମୋନାଲିସା ପେଣ୍ଟିଂ ଏତେ ପ୍ରସିଦ୍ଧ କ’ଣ ପାଇଁ? ଜାଣନ୍ତୁ ରହସ୍ୟ…

ଇଟାଲିର ମହାନ ଚିତ୍ରକର ଲିଓନାର୍ଡୋ ଦା ଭିନ୍ସିଙ୍କ ହାତର ଯାଦୁକରୀ ହେଉଛି ପୃଥିବୀ ପ୍ରସିଦ୍ଧ ମୋନାଲିସା ପେଣ୍ଟିଂ। ୧୫୦୩ରୁ ୧୫୦୬ ମସିହା ମଧ୍ୟରେ ତିଆରି ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri