ଏହି ଗାଁରେ ଚଳେନି ଭାରତ ସରକାରଙ୍କ ଆଇନ…

ଭାରତରେ ରହିଛି ଏପରି ଏକ ଗାଁ ଯେଉଁଠି ଦେଶର ଆଇନ ବ୍ୟବସ୍ଥା ଚଳି ନ ଥାଏ। ହିମାଚଳପ୍ରଦେଶର କୁଲ୍ଲୁ ନିକଟରେ ଥିବା ଏହି ଗାଁର ନାମ ହେଉଛି ମଲାଣା। ଗାଁର ନିଜର ସଂସଦ ରହିଛି। ଗୋଟିଏ ହେଉଛି ଜ୍ୟେଷ୍ଠାଙ୍ଗ ଏବଂ ଅନ୍ୟଟି ହେଉଛି ନିମ୍ନାଙ୍ଗ। ଗାଁ ଲୋକେ ନିଜକୁ ଗ୍ରୀକ୍‌ ବୀର ଆଲେକଜାଣ୍ଡରଙ୍କ ବଂଶଧର ବୋଲି କୁହନ୍ତି। ଏଠାକାର ଆଇନ ବ୍ୟବସ୍ଥା ପୁରାତନ ଏଥେନ୍ସ ସହିତ ମେଳ ଖାଇଥାଏ। କିଛି ଗ୍ରୀକ୍‌ ସୈନ୍ୟ ଏଠାରେ ରହିଯାଇଥିବା କୁହାଯାଏ। ପରେ ତାଙ୍କର ବଂଶ ଧୀରେଧୀରେ ବଢ଼ିଥିଲା। ଏବେ ଗାଁରେ ୧୨୫ ପରିବାର ବାସ କରୁଛନ୍ତି। ଗାଁର ଜନସଂଖ୍ୟା ୧୨ଶହ ରହିଛି। ବାହାର କୌଣସି ଲୋକଙ୍କ ସହିତ ଗାଁ ଲୋକେ ସମ୍ପର୍କ ରଖିବାକୁ ପସନ୍ଦ କରି ନ ଥାନ୍ତି। ଗାଁ ଲୋକେ କନାସା ନାମକ ଭାଷାରେ କଥାବାର୍ତ୍ତା ହୋଇଥାନ୍ତି। ଏହି ଭାଷା କୌଣସି ଭାରତୀୟ ଭାଷା ସହିତ ମେଳଖାଇ ନ ଥାଏ। ଏଠାକୁ ପ୍ରତିବର୍ଷ ବହୁ ପର୍ଯ୍ୟଟକ ଆସିଥାନ୍ତି। ତେବେ ସେମାନେ ଏଠାକାର କୌଣସି ଦ୍ରବ୍ୟ ଛୁଇଁବାକୁ ମନା କରାଯାଇଥାଏ। ଗାଁର ବହୁସ୍ଥାନରେ ଏନେଇ ସୂଚନା ବୋର୍ଡ ଲଗାଯାଇଥାଏ। ଯଦି କେହି ପର୍ଯ୍ୟଟକ ଗାଁର କୌଣସି ଦ୍ରବ୍ୟକୁ ଛୁଁଅନ୍ତି ତେବେ ସେଥିଲାଗି ୧ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ବନ୍ଦରରେ ପ୍ରତିଦିନ ହୁଏ ଫାୟାରିଂ

ସୁରଟ : ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ବିମାନବନ୍ଦରରେ ପୁଣି ପ୍ରତିଦିନ ଫାୟାରିଂ! ହେଲେ ହଁ। ପ୍ରତିଦିନ ସୁରଟ ବିମାନ ବନ୍ଦରରେ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂ...

ଡିଜେ ଡ୍ୟାନ୍ସ୍‌ରେ ଫାଙ୍କା ଗୁଳି ଚାଳନା: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ, ୧।୯: ଡିଜେ ଡ୍ୟାନ୍ସ୍‌ ସମୟରେ ଜଣେ ବ୍ୟକ୍ତି ମହିଳାଙ୍କ ସହିତ ନାଚୁଥିବା ସମୟରେ ଖୁସିରେ ଫାଙ୍କା ଗୁଳି ଚାଳନା କରୁଥିବାର ଏକ ଭିଡ଼ିଓ ଏବେ...

ଅଯୋଧ୍ୟାରେ କବରସ୍ତାନ ଲାଗି ଜମି ଦାନକଲେ ହିନ୍ଦୁ

ଲକ୍ଷ୍ନୌ,୨୭ା୬: ଅଯୋଧ୍ୟାରେ ରାମ ଜନ୍ମଭୂମି ଜମିକୁ ନେଇ ଦୀର୍ଘ ଦଶନ୍ଧି ଧରି ହିନ୍ଦୁ ଓ ମୁସଲମାନ ସଂଗଠନ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ବୁଧବାର ଦୁଇ...

ପ୍ରଥମ ଦରମା ଟଙ୍କା ବୋଉକୁ ଦେଇଥିଲି: ନାଟ୍ୟ ନିର୍ଦ୍ଦେଶକ ତ୍ରିନାଥ ମହାପାତ୍ର

ନୟାଗଡ଼ ଜିଲା ରଣପୁର ବ୍ଲକ୍‌ କୁଳାସର ଗ୍ରାମପଞ୍ଚାୟତ ଅଧୀନ ବେଣୁଧରପୁର ଶାସନରେ ମୋର ଜନ୍ମ। ହେଲେ ମୋତେ ଯେତେବେଳେ ମାତ୍ର ୫ ବର୍ଷ ହୋଇଥିଲା ମୁଁ...

ମାର୍ଚ୍ଚ ୨ରେ ହେବ ନିର୍ଭୟା ଦୋଷୀ ପବନଙ୍କ କ୍ୟୁରେଟିଭ୍‌ ପିଟିଶନର ଶୁଣାଣି

ନୂଆଦିଲ୍ଲୀ,୨୯।୨: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ପବନ କୁମାରଙ୍କ କ୍ୟୁରେଟିଭ୍‌ ପିଟିଶନ୍‌ର ଶୁଣାଣି ମାର୍ଚ୍ଚ ୨ରେ କରାଯିବ। ୫ଜଣିଆ ଖଣ୍ଡପୀଠ ବନ୍ଦ କୋଠରୀରେ ଏହି ଆବେଦନର...

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ମମତା

ନୂଆଦିଲ୍ଲୀ,୨୮।୭: ୫ଦିନିଆ ଦିଲ୍ଲୀ ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗସ୍ତର ତୃତୀୟ ଦିନରେ ଅର୍ଥାତ୍‌ ବୁଧବାର ଦିଲ୍ଲୀ ଜନପଥ ୧୦ ସ୍ଥିତ ବାସଭବନରେ କଂଗ୍ରେସ...

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି

ନୂଆଦିଲ୍ଲୀ,୧୮ା୪: ଦ୍ୱିତୀୟ ପର୍ଯ୍ୟାୟରେ ୧୧ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଅନ୍ତର୍ଗତ ୯୫ଟି ଲୋକ ସଭା ନିର୍ବାଚନମଣ୍ଡଳୀରେ ଗୁରୁବାର ମତଦାନ ସକାଳ ୭ଟାଠାରୁ ଆରମ୍ଭ...

କରୋନାରୀ ଷ୍ଟେଣ୍ଟ ୪ ହଜାର ମହଙ୍ଗା: ୬ ବର୍ଷରେ ବଢ଼ିଛି ୧୦ ହଜାରରୁ ଅଧିକ…

ନୂଆଦିଲ୍ଲୀ,୫।୪ : ହୋଲସେଲ ମୂଲ୍ୟ ସୂଚକାଙ୍କରେ ପରିବର୍ତ୍ତନ ଯୋଗୁ ହୃଦୟ ଅବରୋଧ ଖୋଲିବା ପାଇଁ କରୋନାରୀ ଷ୍ଟେଣ୍ଟଗୁଡିକ ଲଗାଇବା ପାଇଁ ବର୍ତ୍ତମାନ ଅଧିକ ଖର୍ଚ୍ଚ ହେବ।...

Advertisement
Archives

Model This Week